STORYMIRROR

ଵଳରାମ ତରାଈ

Thriller Others

3  

ଵଳରାମ ତରାଈ

Thriller Others

ମଦମୃତ୍ୟୁ

ମଦମୃତ୍ୟୁ

2 mins
300

ଗୋଟେ ଲୋକ ଏକ ଦୋକାନ ପାଖରେ ଠିଆ ହୋଇଥାଏ, ଦେଖିଲି ଗୋଟେ 5 କି 7 ବର୍ଷର ପିଲା ଆସି ଦୋକାନୀ ସହ କିଛି କଥା ହେଲା। ପରେ କିଛି ଦୂରକୁ ଯାଇ ଦୋକାନରେ ଥିବା ଏକ ଖେଳନାକୁ ବାରମ୍ବାର ଲକ୍ଷ୍ୟ କରୁଥାଏ ଓ ନିଜ ପକେଟରୁ କିଛି ଖୁଚୁରା ପଇସା ଖୋଲି ଗଣୁଥାଏ। ସେ ଲୋକ ପିଲାଟି ପାଖକୁ ଗଲା ଓ ପଚାରିଲା "କ'ଣ ହେଇଛି ତୁମର?" ପିଲାଟି କହିଲା "ମୁଁ ସେ ଖେଳନା କିଣିବାକୁ ଚାହେଁ ହେଲେ ଦୋକାନୀ କହୁଛି ମୋ ପାଖରେ ପର୍ଯ୍ୟାପ୍ତ ପଇସା ନାଇ।" ସେ ଲୋକଟି କହିଲା "ତୁମେ ପଇସା ଅନୁସାରେ ଖେଳନା ନିଅ"।

ପିଲାଟି କହିଲା "ମୋ ଭଉଣୀ ସେହି ଖେଳନକୁ ବହୁତ ପସନ୍ଦ କରୁଥିଲା, ସେଥି ପାଇଁ ମୁଁ ଏହାକୁ ନେବାକୁ ଚାହୁଁଚି, ସେ ଖେଳନାକୁ ମା' ହାତରେ ମୋ ଭଉଣୀ ପାଖୁ ପଠେଇବି" ।

ଲୋକଟି ପଚାରିଲା " ତୁମ ଭଉଣୀ କେଉଁଠି ଅଛି ?" ପିଲାଟି କହିଲା "ବାପା କହୁଥିଲେ ସେ ଭଗବାନଙ୍କ ପାଖକୁ ଯାଇଛି ଓ ମା' ବି ଅଳ୍ପ ଦିନରେ ସେଠାକୁ ଯିବେ। " 

ପୁନର୍ବାର କିଛି ଭାବି ପିଲାଟି କହିଲା " ଯାଉଛି କହିବି ବାପାଙ୍କୁ ମା'ଙ୍କୁ କହିବେ ଟିକେ ବିଳମ୍ବ କରିବେ ଯିବା ପାଇଁ । ସେତେବେଳେ ମୋ ପାଖରେ କିଛି ଅଧିକା ପଇସା ହୋଇ ଯାଇଥିବ। " 

ପିଲାଟି ଏକ ଧଳା ଗୋଲାପ ଦେଖେଇ କହିଲା " ଏହା ମୋ ମା'ଙ୍କ ପାଇଁ, ଏହା ତାଙ୍କର ବହୁତ ପସନ୍ଦ।" 

ଲୋକଟି ମନରେ ଶକ୍ତ ଆଘାତ ଲାଗିଲା। ନିଷ୍ପାପ ଶିଶୁଟି କ'ଣ ଅବା ଜାଣିଛି, କେତେ ଖୁସିରେ ଆସିଛି ଖେଳନା ନେବା ପାଇଁ। ଲୋକଟି ନିଜ ପକେଟରୁ 100 ଟଙ୍କା ଖୋଲିଲା ଓ ତାକୁ କହିଲା " ଦେଖିବା କେତେ ପଇସା ହଉଛି । ଖେଳନା ଆଣି ହେବ କି ନାହିଁ ।" ପିଲାଟି ପାଖରୁ ପଇସା ଆଣି ଦୋକାନରୁ ଖେଳନା କିଣି ଦେଲା ଓ ସେ ମନ ଖୁସିରେ ଚାଲିଗଲା। କିନ୍ତୁ ଲୋକଟି ଚାହିଁ ରହିଥିଲା ତାର ଯିବା ବାଟକୁ । ରାତିରେ ପିଲାଟି କଥା ଭାବି ଭାବି ମନେ ପଡ଼ିଲା ଦୁଇ ଦିନ ତଳେ ଏକ ନିଶା ଗ୍ରସ୍ତ ଡ୍ରାଇଭର କାର ନେଇ ଯାଉଥିବା ବେଳେ ଏକ ସ୍କୁଟର ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଏକ ଛୋଟ ଝିଅର ମୃତ୍ୟୁ ହୋଇଥିଲା ଓ ସ୍ତ୍ରୀ ଲୋକଟି ମୃତ୍ୟୁ ସହ ଲଢୁଥିଲା। ଲୋକଟିକୁ ଲାଗିଲା ହେଇପାରେ ଏହି ପିଲାଟି ସେହି ପରିବାରର। ସକାଳୁ ସକାଳୁ ପେପର ଉପରେ ନଜର ପକେଇଲି ତା ଦେଖିଲି ଯେ ଦୁଇ ଦିନ ତଳେ ହୋଇଥିବା ଦୁର୍ଘଟଣାରେ ଆକ୍ରାନ୍ତ ହୋଇଥିବା ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ସତ୍ୟତା ଜାଣିବା ପାଇଁ ପେପରରେ ଦିଅ ଯାଇଥିବା ଏଡ୍ରେସରେ ପହଂଚିଲି। ସେଠାରେ ମହିଳାଙ୍କ ଶବ ରଖା ଯାଇଥିଲା ଓ ତା'ରି ଉପରେ ସେହି ଖେଳନା ଓ ଧଳା ଗୋଲାପ। କେହି ଜଣେ ଆତ୍ମୀୟ ପିଲାଟିକୁ ନିଜ କୋଳରେ ଧରିଥିଲେ। ଲୋକଟି ନିଜ କୋହ ସମ୍ଭାଳି ନ ପାରି ଆଖିରୁ ଧାର ଧାର ଅଶ୍ରୁ ବୁନ୍ଦା ଗଡେଇବାକୁ ଲାଗିଲେ। ହେଲେ କ'ଣ ଏ ସମାଜ ଆମ ମାନଙ୍କୁ ନ୍ୟାୟ ଦେଇଛି ? ଜଣେ ମଦ ପିଇବ ଓ ଅନ୍ୟ ଜଣେ ସଂସାରରୁ ବିଦା ହେବ। କ'ଣ ଦୋଷ ଥିଲା ସେ କୁନି ଝିଅର ? କ'ଣ ଦୋଷ ଥିଲା ନିଜ ଭଉଣୀକୁ ଝୁରି ହେଉଥିବା କୁନି ପିଲାର ? ଲୋକଟିକୁ ଉତ୍ତର ଏତିକି ମିଳିଲା ଏମାନେ ସେହି ରାସ୍ତାରେ ଯାଉଥିଲେ କାହିଁକି ? ଯେଉଁ ରାସ୍ତା ରେ ନିଶାଗ୍ରସ୍ତ ଡ୍ରାଇଭର ଆସୁଥିଲା ?

ନୋଟ ;- ଆପଣ ମାନେ କୁହନ୍ତୁ ଆମେ ସାଧାରଣ ଲୋକ ବାଟ ଚାଲିବା ବନ୍ଦ କରିଦେବା ନା ସେମାନଙ୍କ ନିଶା ?


Rate this content
Log in

Similar oriya story from Thriller