Basanti Pattnaik

Tragedy

3  

Basanti Pattnaik

Tragedy

ମାୟା

ମାୟା

2 mins
213


ହେ ପ୍ରଭୁ କି ଲୀଳା କରୁଛ?ସାରା ସଂସାରରେ ଦୁଃଖର କଳା ବାଦଲ ଘୋଟି ଯାଇଛି, ଛାର ମନୁଷ୍ୟ ଏ ଜୀବାଣୁକୁ ତୁମର ସୁଦର୍ଶନ ଚକ୍ର ବୋଲି ବିବେଚନା କରୁଛି । ପ୍ରତି ଶହେ ବର୍ଷରେ ତୁମେ କେଉଁଠି ଏ ପୃଥିବୀକୁ ଏହିଭଳି ରୂପରେ ପଦାର୍ପଣ କର ବୋଲି ସମସ୍ତେ ପ୍ରମାଣ ସ୍ବରୂପ ବିଭିନ୍ନ ଫଟୋ, ଭିଡିଓ ଛାଡୁଛନ୍ତି ।

          ପଡିଶା ଘରର ମିନାକ୍ଷୀ ଅପା ଭାରି ମନଦୁଃଖ କରି କହୁଥିଲେ ଝିଅ ବାହାଘର ନିୟମ ମାନି ଏହି ୨୭ରେ କରିବୁ । ଛାତ ଉପରେ କିଛି ନିଜ ଲୋକଙ୍କୁ ନେଇ କରିଦବୁ । ଜୋଇଁ ଘର ଏହି ଭୂବନେଶ୍ବରରେ । ଝିଅ କିନ୍ତୁ ଭାରି କାନ୍ଦୁଛି କହୁଛି...ନାଚ, ଗୀତ ହେବନାହିଁ । କେହି ସାଙ୍ଗ ବନ୍ଧୁ ବାନ୍ଧବ ଆସିବେନି । ଯିଏ ଆସିବେ ସବୁ ମାସ୍କ ପିନ୍ଧି ଦୂରରେ ବସିବେ ।ବର ଭି ମାସ୍କ ପିନ୍ଧି କାର୍ ରେ ଡ୍ରାଇଭର ସହ ଏକା ବସି ଆସିବ । ବରଯାତ୍ରୀ ପୋଲିସର ଲାଠିମାଡକୁ ଡରି କେହି ଆସିବେନି । ଖାଲି ତାଙ୍କରି ବାପା ଦାଦା ଆସିବେ ।

ବାଜା,ପ୍ରସେସନ , ନାଚଗୀତ କିଛି ନାହିଁ । ସେ ଝିଅର ଦୁଃଖରେ ବହୁତ ଦୁଃଖି ଅଛନ୍ତି, କହିଲେ କି କୋରୋନା ଆସିଲା ସବୁ ସୁଖ ଛଡ଼ାଇ ନେଲା । ଅତିଥିମାନଙ୍କୁ‌‌ ପାକେଟ୍ କରି ଧରେଇ ଦବୁ । ଖାଇବାକୁ ସେଠି ଦବୁନି, ଖାଲି ବର ସହିତ ଯିଏ ଆସିଥିବେ। ସେମାନଙ୍କୁ ଜଳ ପାନର ବ୍ୟବସ୍ଥା କରାଇବୁ । ଝିଅ କହୁଛି ମୁଁ ବାହାଘରରେ କିଛି ବେଶ ହେବିନି ମୁହଁରେ ‌‌‌‌‌ମାସ୍କ ଥିବ ମୋ ମୁହଁକୁ କିଏ ଦେଖିବ? ଏବେ ବାହାଘର ନକଲେ ଆଉ ତାର ତିଥି ସୁଝୁନାହି । ପୁଣି ବୟସ ଗଡିଯାଉଛି କିଏ କିଏ କହୁଛନ୍ତି ଆଉ କୋରୋନା ଯିବନି । ଏମିତି ସମସ୍ତେ ତୁଣ୍ଡି ବାନ୍ଧି ହାତ ଧୋଇ ଧୋଇ ଘର ଭିତରେ ରହିବେ,କି କାଳ ହେଲା?ସେ ଅତି ଦୁଃଖରେ ଜଣେ ମା ହିସାବରେ ଝିଅର ଦୁଃଖରେ ଦୁଃଖି ହୋଇ ନିଜର ଭାବକୁ ମୋ ଆଗରେ ବାଣ୍ଟୁ ଥିଲେ । ମୁଁ ମୋର ବାଲ୍କୋନୀରେ ଠିଆ ହୋଇ ତାଙ୍କର କଥାକୁ ଶୁଣୁଥିଲି । ଭାବିଲି ସତରେ ସବୁ ମାଆଙ୍କର ଏହି ଭଳି ବେଦନା ଭରା କଥା । ଖୁସି ଯେମିତି ପୁରା ଉଭେଇ ଯାଇଛି । ଖାଲି ବିଧି ପ୍ରଥାକୁ ଯଗି ସନ୍ତାନ ମାନଙ୍କ ବିବାହ କରାଉଛନ୍ତି । ବିବାହର ସେହି ଆବେଗ ଉଲ୍ଲାସ ପୁରା ଲିଭିଯାଇଛି । ମୁଁ ରହିଲି ଭ‌ଉଣୀ କହି ଭିତରକୁ ଆସି ଭାବନା ସାଗରରେ ବୁଡିଗଲି.....

            କୋରୋନାର ଦିତୀୟ ଲହର ତାଣ୍ଡବଲୀଳା କରୁଛି । ତୃତୀୟ ଲହର ପୁଣି ଆସିବ ବୋଲି ପ୍ରଚାର ଚାଲିଛି । କୁଆଡେ ‌‌‌‌‌‌‌‌‌ବୁଢା ବୁଢିଙ୍କ ପାଳି ଗଲା, ଏବେ କୋଠି ଯୁବକ ଯୁବତୀ ମାନଙ୍କ ପାଳି । ଏହାପରେ ଆସିବ ଛୋଟ ପିଲାଙ୍କ ପାଳି ।

           ପ୍ରଭୁ ଆମେ ସବୁ ନିୟମ ମାନିବୁ । ମନୁଷ୍ୟକୁ ତା ପାପର ଫଳ ବହୁତ ମିଳିଲାଣି । ନିରିହ ଜୀବନ କେତେ ଟଳି ପଡିଲେଣି, କେତେ ଘର ଉଜୁଡି ଗଲାଣି । ସଂସାର ଯେଉଁ ମାନେ ଏବେ ଆରମ୍ଭ କରୁଛନ୍ତି କେଉଁଠି ଛୋଟ ଛୋଟ ଛୁଆଙ୍କୁ ଛାଡି ବାପା ମା ପ୍ରାଣ ହରାଉଛନ୍ତି । ଏହି ଭଳି ଦାରୁଣ ଦୁଃଖ ଆଉ ସ‌ହି ହ‌ଉନି ।

           ମନୁଷ୍ୟ ଆଗକୁ ବଢିବ,ଏ ଦୁଃଖ ଭିତରେ ସେ ବଞ୍ଚି ହସିବ, ସାଂସାରିକ ଜଞ୍ଜାଳରେ ସେ ପୁଣି ବନ୍ଧା ପଡ଼ିବ, ଜନ୍ମ, ମୃତ୍ୟୁ ତ୍ରିବାର ସତ୍ୟ, ଏହାହିଁ ଜୀବନ, ଏହାହିଁ ମାୟା ।


 




Rate this content
Log in

Similar oriya story from Tragedy