jyotsna mayee panda

Tragedy

3  

jyotsna mayee panda

Tragedy

ମାୟା ମରୀଚିକା

ମାୟା ମରୀଚିକା

7 mins
230


ମଣିଷ ମାତ୍ରକେ ଅନେକ ଆଶା ଓ ଆକାଂକ୍ଷା କୁ ନେଇ ବଞ୍ଚିଥାଏ । ଯଦିଓ ମୃତ୍ୟୁ ପଯ୍ୟନ୍ତ ତାର ଅନେକ ଆଶା ପୂରଣ ହୋଇ ନ ଥାଏ ତଥାପି ଆଶା ର ମରୀଚିକା କୁ ନେଇ ବଂଚିବାକୁ ପ୍ରୟାସ କରେ । ସାବିତ୍ରୀ ଦେବିଙ୍କର ଗୋଟେ ବୋଲି ଗେଲହା ପୁଅ ଅଭିଜିତ । ଝିଅ ଅଲିଭା କୁ ଦିବର୍ଷ ଆଗରୁ ବାହା ଦେଇଥିଲେ । ଏବେ ସେ ତା ସ୍ୱାମୀ ସହିତ ଭୁବନେଶ୍ୱର ରେ ରହୁଛି । ସ୍ୱାମୀ ତାର ଇଞ୍ଜିନିଅର । ଖୁସି ରେ ଅଛି ।


                       ସାବିତ୍ରୀ ଦେବୀଙ୍କର ଏବେ ଖାଲି ଗୋଟେ ଚିନ୍ତା କେମିତି ଅଭି କୁ ହାତ କୁ ଦିହାତ କରି ନିଜ ଜୀବନ ର ଦାଇତ୍ୱ ଟା ତୁଲାଇ ଦେବେ । ତା ଛଡା ଏବେ ତ କିଛି ମାସ ହେବ ସେ ଗୋଟେ ଭଲ ଚାକିରୀ ବି ପାଇଛି । ଅଭି ବାପା ଗାଁ ସ୍କୁଲ ରେ ଶିକ୍ଷକତା କରୁଥିଲେ ସେ ବି ପାଞ୍ଚ ବର୍ଷ ହେଲା ଅବସର ନେଲେନି ସେଥିପାଇଁ ସାବିତ୍ରୀ ଦେବୀଙ୍କର ସବୁବେଳେ ଚିନ୍ତା । ଏ ବୟସ ରେ ସେମାନେ ଏକା ଗାଁ ରେ ରହୁଛନ୍ତି, ପାଚିଲା ପତ୍ର କେତେବେଳେ ଝଡି ପଡିବ କିଏ ବା କହିବ । ତାଛଡା ସାବିତ୍ରୀ ଦେଵୀଙ୍କର କେବେଠୁ ନିଆଲଗା ସୁଗାର ଆଉ ବ୍ଲଡ଼ ପ୍ରେସର,

ଆଉ ଅଭିବାପାଙ୍କର ବି ସେ ରୋଗ । ଖଲି ଓଷଧ ଟିକେ ପାଇଁ ବଞ୍ଚି ଛନ୍ତି


ବୁଢ଼ା ବୁଢ଼ୀ ଦିଟା । ସେଥିପାଇଁ ସେ ଅଭି ବାହାଘର ଯେତେ ଜଲଦି ହେବ ସେତେ ଜଲଦି କରିଦେବେ.... ଏ ଜୀବନ ର କି ଭରସା ଆଜି ଅଛି କାଲି ନାଇଁ । 


                ଅଭିଜିତ ଗାଁ ସ୍କୁଲ ରେ ପାଠ ପଢି ଆଜି ତା ଜୀବନ ରେ ଏତେ ଦୂର ଆଗେଇ ପାରିଛି । ଆଜି ସେ ଇଂଜିନୀୟ ଭାବେ କାର୍ଯ୍ୟ ରତ ।

ସେଥିପାଇଁ ସେ ସବୁବେଳେ ନିଜ ମା ବାପା ଙ୍କୁ ଶ୍ରେୟ ମଣେ । କାରଣ ତା ବାପାଙ୍କର ଛୋଟ ଚାକିରୀ ରେ ମା ତାର ଧାର ଉଧାର କରି ଛୁଆ ଦିଟା ଙ୍କୁ ମଣିଷ କରିଛି । ଆଉ ସେ ମାବାପା ଙ୍କୁ ଟିକେ ଖୁସି ଦେବା ଅଭି ର ପ୍ରଥମ କର୍ତବ୍ୟ ବୋଲି ଅଭି ଭାବେ । ଆଜି ଅଭି ଛୁଟି ରେ ଗାଁ କୁ ଆସୁଛି । ସାବିତ୍ରୀ ଦେଵୀଙ୍କର ଖୁସି ଆଜି ଧ୍ହିଗୁଣିତ ହୋଇଯାଇଛି । ଅଭି ଯାହା ଭଲ ପାଏ ସେସବୁ ରାନ୍ଧିବାରେ ବ୍ୟସ୍ତ । ଟ୍ରେନ ଠିକ ସମୟ ରେ ପହଂଚିଲା ଆଉ ଅଭି ଗୋଟେ ଗାଡି ବୂକ କରି ଘର କୁ ଆସି ପହଂଚି ଗଲା । ସାବିତ୍ରୀ ଦେଵୀ ଅଭି କୁ ଏତେ ଦିନ ପରେ ଦେଖିଥିବାରୁ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ।, "ମୋ ଧନ ଟା ପୁରା ଶୁଖି କଳାକାଠ ହୋଇଯାଇଛି ଚାଲ ଗାଧେଇ ପଡ ତୋ ମନଲାଖି ଚୁନା ମାଛ କରିଛି "

  

                          ଅଭି ଖାଇ ସାରି ଟିକେ ରେଷ୍ଟ ନେଲା । ଅଭି ଭାବୁଥାଏ "ସତ ରେ ମା ହାତ ରେ ଯାଦୁ ଅଛି..... ଏତେ ଦିନ ପରେ ମଣିଷ ଟିକେ ଶାନ୍ତିରେ ଖାଇଲା...... ନହେଲେ ସେ କେଂଟିନ ର ଭାତ ସବୁଦିନ ଖାଇ ଆଉ ଭଲ ଲାଗୁନି । "ସଂଜ ଗଡିଆସିଲା ମା ଚା କପ ଧରି ଅଭି ଖଟ ପାଖରେ ଛିଡା ହେଲେ "ଏ ଅଭି.... ଉଠ ବାପା........ ତୋ ସାଙ୍ଗରେ ଟିକେ କଥା ଥିଲା....... ଚା ଟା ଥଣ୍ଡା ହୋଇଯିବ "....... ଅଭି ଉଠି ପଡିଲା -"ଚା କପ ଟା ମା ଠୁ ଧରୁ ଧରୁ ମା କୁ କହିଲା -କଣ ହେଲା ମା କହ "। ମା କାନିରେ ଅଭି ର ମୁହଁ ପୋଛୁ ପୋଛୁ କହିଲେ "ଆରେ ତୋ ପାଇଁ ମୁଁ ଓ ବାପା ଗୋଟେ ଝିଅ ଦେଖିଛୁ ପସନ୍ଦ ବି କରିଛୁ ଖଲି ତୁ ଦେଖିଲେ ହେଲା "।

କି କଥା କହିଛୁ ମା ତମେମାନେ କଣ ମୋପାଇଁ ଭଲ ଝିଅ ଦେଖିନଥିବ ଯେ ମୋ ଇଛା ପଛରୁଛୁ ।"ତମେ ଯାହାକୁ ବି ପସନ୍ଦ କରିବ ମୋର ବିଶ୍ୱାସ ସେ ମୋ ଯୋଗ୍ୟ ହୋଇଥିବ । "ତଥାପି ତୁମ ପାଇଁ ମୁଁ କାଲି ଯିବି ।


                       ଅଭି ର ବାହାଘର ଧୁମ ଧାମ ରେ ହେଲା । ଆଉ ସାବିତ୍ରୀ ଦେଵୀଙ୍କର ଇଚ୍ଛା ପୁର୍ଣ ହେଲା । ସାକ୍ଷାତ ଲଷ୍ମୀପ୍ରତିମା ଟେ ଘରକୁ ବୋହୁ କରି ଆଣିଲେ । ଆଉ ବୋହୁ କୁ ଡାକି କହିଲେ "ଦେଖ ମା ଆଜି ଠୁ ମୋ ଅଭି ତୋତେ ଲାଗିଲା ତା ଦୁଃଖ ସୁଖ ରେ ସାଥି ହେବୁ । ଆମେ ଆଉ କେତେ ଦିନ ବଞ୍ଚବୁ "ନାଲି ଓଢଣୀ ତଳୁ ମୁଣ୍ଡ ହଲାଇ ସାମ୍ବତି ଜଣାଇଲା ସ୍ଵାତି । ଏମିତି ବହୁତ ଖୁସି ରେ ଦିନ ଗୁଡିକ ଚାଲିଗଲା । ଅଭି ର ଛୁଟି ବି ସରିଗଲା । ଅଭି ନିଜ କାମ ରେ ଯୋଗ ଦେବାକୁ ବାହାରିଲା । ସେ କିଛି ଠିକ କରି ପାରୁନଥାଏ । ସ୍ଵାତି କୁ ସେ ସାଙ୍ଗ ରେ ନେବ...... ନା ବାପା ମାଙ୍କର ପାଖରେ ଛାଡ଼ିଦେବ...... ସେ କିଛି ଠିକ କରି ପାରୁନି । ମା ଜୋର ରେ ଡାକିଲେ -"ଆରେ ଅଭି ଆଉ ଦି ଦିନ ପରେ ତୋ ଛୁଟି ସରି ଯିବ ଆଉ ସେଥିପାଇଁ ମୁଁ କାଲି ସମୁଦୀ ଙ୍କୁ ଡାକିଛି ସେ ସ୍ଵାତି କୁ ନେଇକି ଯିବେ ଆଉ କିଛି ଦିନ ସେଠି ରହି ପୁଣି ତୋ ପାଖରେ ଛାଡି ଦେବେ ତୋ ବାପା ତ ଟ୍ରେନ ରେ ଯାଇ ପାରିବବେନି । ତୁମେ ମାନେ ଚାଲିଗଲେ ଘରଟା ଖାଲି ଖାଲି ଲାଗିବ ରେ......


                    ଏମିତି କେତେ ବର୍ଷ ବିତିଗଲା । ଅଭି ର ଗୋଟେ ପୁଅ ହେଲାଣି । ସେ ଏବେ ସ୍କୁଲ ଗଲାଣି । ମଝିରେ ମଝିରେ ଛୁଟି ରେ ଅଭି ସପରିବାର ଘର କୁ ଆସେ । ଯତେ କହଲେ ବି ବାପାଙ୍କର ସେ ଗୋଟେ ଜିତ ଗାଁ ଛାଡି କୁଆଡେ ଯିବେନି । ମା ଦେହ ବି ଭଲ ରହୁନି । ଏବେ ଅଭି ର ଟ୍ରାନ୍ସଫର ବାଙ୍ଗାଲୁର ରୁ ଚେନେଇ ହୋଇଯାଇଛି । ମା କୁ ମଝିରେ ମଝିରେ ଫୋନ କରି ଦେହ ପା କଥା ବୁଝେ । ଦିନେ ମା ହଟାତ ଫୋନ କରି କାନ୍ଦିବାକୁ ଲାଗିଲା କହିଲା "ତୋ ବାପା ଦେହ ବହୁତ ଖରାପ ତୁ ଶୀଘ୍ର ଆସି ନେଇକି ଯା ।

     ଅଭି ଛୁଟି ନେଇକି ଆସିଲା ଆଉ ବହୁତ କଷ୍ଟରେ ବାପାଙ୍କୁ ବୁଝାଇ ସାଙ୍ଗେ ରେ ନେଇକି ଗଲା । ସେ ସେଠି ଭଲ ଡ଼କ୍ଟର ଙ୍କୁ ଦେଖାଇଲା । ଆସ୍ତେ ଆସ୍ତେ ବାପା ଭଲ ହୋଇଗଲେ । ନାତି ସହିତ ବେସ ଖୁସି ରେ କଟି ଗଲା କେତେ ଦିନ । ସାବିତ୍ରୀ ଦେଵୀ ଆଗ କାଳିଆ ଲୋକ ସଂମସ୍ତ ଙ୍କ ସହିତ ମିସି ରହିବା କୁ ପସନ୍ଦ କରନ୍ତି କିନ୍ତୁ ଏଠି ତ ଗୋଟେ ଏପାଟମେଣ୍ଟ ରେ ରହି ବି କେହି କାହା ସହିତ ମିଶୁନାହାଁନ୍ତି ।.ଭାରି ଅବାଗିଆ ଲାଗୁଥାଏ ସାବିତ୍ରୀ ଦେବୀଙ୍କୁ । ରନ୍ଧା ବଢ଼ା ରେ ବି ସାହାଯ୍ୟ କରିବାକୁ କହିଲେ ବୋହୁ ମନା କରେ କହେ ତମେ ଆଜି କାଲି କା ଖାଦ୍ୟ ରାନ୍ଧି ଜାଣିବନି । ସତରେ ସେ କଣ ଆଜି କାଲିକା ବିରିୟାନୀ, ଚାଉମିନ, ଆଉ ମନଚୁରିଏନ କରିଛନ୍ତି...... .. ଆଉ ବୋହୁ ତ ୟୁଟୁବ ରୁ ଦେଖି ଭଳି ଭଳି କା ଖାଦ୍ୟ ତିଆରି କରୁଛି । ଆଉ ପୁଅ କୁ ସେକାଳର ମାଛ ବେସର କଣ ଭଲ ଲାଗିବ । ଜୋର କରି ଯଦି କିଛି ରାନ୍ଧିବେ ହେଲେ ପୁଅ କହେ "ମା ତୁ କାହିଁକି ରାନ୍ଧୁଛୁ ସବୁ ତରକାରୀ ଲୁଣି ହେଇଯାଇଛି ରାନ୍ଧିବା ପାଇଁ ସ୍ଵାତି ଅଛନ୍ତି । କାହାକୁ କିଛି ନ କହିଲେ ବି ସାବିତ୍ରୀ ଦେଵୀ ଙ୍କୁ କଥା ଟା ବାଧେ । ଯେଉଁ ପୁଅ ଦିନେ ତାଙ୍କ ତରକାରୀ କୁ ଅମୃତ ମଣି ଖାଇଦେଉ ଥିଲା ଆଜି ପୁଣି ସେ......... !


ଏମିତି କେତେ ଦିନ ବିତିଗଲା ସାବିତ୍ରୀ ଦେବୀଙ୍କର ଆଖି ସାମ୍ନା ରେ ଭାସି ଆସୁ ଥିଲା ତାଙ୍କ ସେ ଗାଁ ର ସ୍ମୃତି ସବୁ କେତେ ଭଲ ଥିଲା ସେ ପରିବେଶ ଯେଉଁଠି ଖଲି ଭରି ରହିଥିଲା ଆତ୍ମିୟତା ଆଉ ଏଠି କିଏ କାହା କୁ ପଚାରୁ ନାହାନ୍ତି । ଏତେ ବଡ଼ ସହର ହେଲେ କଣ ହେଲା ମନଟା ସମସ୍ତଙ୍କର ଛୋଟ । ଏମିତି ଦିନେ ସାବିତ୍ରୀ ଦେଵୀ ନିଜ ନାତି କୁ ଧରି ପାଖରେ ଥିବା ପାର୍କ କୁ ବୁଲିବାକୁ ଗଲେ । ନାତି କହିଲା -"ଜେଜେମା ତୁମେ କାହିଁକି ମମି ଭଳି ଶାଢ଼ୀ ପିନ୍ଧୁନ ସେ ମାନେ ତୁମକୁ ଦେଖି ହସୁଛନ୍ତି " ସାବିତ୍ରୀ ଦେଵୀ କଥା ଟା ଖିଆଲୀ ଢଙ୍ଗରେ ବୋହୁ କୁ କହିଲେ ଆଉ ଦେଖୁଛୁ ତୋ ପୁଅ ମତେ ତୋ ପରି ଶାଢ଼ୀ ପିନ୍ଧିବାକୁ କହୁଛି । ଏ ବୁଢ଼ୀ ବୟସ ରେ ମୁଁ??????

ବୋହୁ କହିଲା "ସେ ଠିକ କହୁଛି ମା ଏଠି ଆମର ବି କିଛି ସାମ୍ମାନ ଅଛି । ବହୁ କଥା ଟା କାହିଁକି ସାବିତ୍ରୀ ଦେଵୀ ଙ୍କୁ ବାଧିଲା ।

                      ଏମିତ ସ୍ୱାମୀ ସ୍ତ୍ରୀ ଦିଜଣ ଙ୍କୁ କାହିଁକି କେଜାଣି ଏଠି ଅଣନିଶ୍ୱାସୀ ଲାଗୁଥାଏ । ସକଳୁ ସକାଳୁ ଦିନେ ବୋହୁ କହିଲା ଆଜି ମୋ ବାପା ମା ଆସୁଛନ୍ତି । ସାବିତ୍ରୀ ଦେଵୀ ବୋହୁ କୁ କହିଲେ "ଓ ଆଜି ସମୁଦୀ ଆଉ ସମୁଦିନି ଆସୁଛନ୍ତି ଚାଲ ବୋହୁ ଆଜି କାକରା ଆଉ ମଣ୍ଡା ପିଠା ଟିକେ କରିବା ସେମିତି ତୋ ଶଶୁର ବି କହୁଥିଲେ..... ବୋହୁ କହିଲା ନାଇଁ ମା -"ଆଜି ମୁଁ ଢ଼ୋକଳା କରିବି ଆଉ ବାପାଙ୍କର ଖୁବ ପସନ୍ଦ ଇଏ ବି ମୋ ଢ଼ୋକଳା ଭଲ ପାଆନ୍ତି । ସେ ସବୁ ଅଭି ବାପା ଭଲ ପାଆନ୍ତିନି ବୋଲି ଆଉ ବହୁ କୁ କହିବରିଲେନି..... 


                        ସମସ୍ତେ ଦିନେ ସନ୍ଧ୍ୟା ରେ ଏକ ର୍ରେତ୍ସୁରେଣ୍ଟ କୁ ଖାଇ ବାକୁ ବାହାରିଲେ ତଳେ ଅଭି କାର ଟା ବାହାର କଲା ସେ "କହିଲା " ବାପା ତୁମେ ଆଗ ସିଟ ରେ ବସ "ଅଭି ନିଜ ଶଶୁର ଙ୍କୁ କହିଲା । ଏକ ପାଞ୍ଚ ତାରକା ହୋଟେଲ ରେ ସମସ୍ତେ ଖାଇବାକୁ ଗଲେ.... ୱେଟ ର ଆସି ସବୁ ଡିସହ ପରଷିଦେଲା ସାବିତ୍ରୀ ଦେଵୀ ଆଉ ଅଭିଵାପ ଚାମୁଚ ନ ନେଇକି ହାତ ରେ ଖାଇବା କୁ ଲାଗିଲେ...... ଅଭି ଟିକେ ବିରକ୍ତ ହେଲା ଆଉ ମା କୁ କହିଲା "ମା ତୁମେ ମାନେ ଆଉ କେବେ ଶିଖିବ "ସାବିତ୍ରୀ ଦେଵୀ ଙ୍କୁ କଥା ଟା ବହୁତ ବାଧିଲା ହେଲେ ନିରବ ରେ ଆଖି ଲୁହ କୁ ଆଖି ରେ ମାରି କହିଲେ ହଁ ବାପା ଆମେ ପରା ଗାଉଁଲି ଲୋକ ଆମେ ଏ ସବୁ କେବେ କରିନୁ.....


            ସମସ୍ତେ ମିସି ଘର କୁ ଫେଳରିଲେ । ଅଭି ତାଙ୍କ ବେଡ଼ ରୁମ କୁ ଗଲା ଆର ବେଡ଼ ରୁମ ରେ ସାବିତ୍ରୀ ଦେଵୀ ଆଉ ଅଭି ବାପା ଗଲେ ଆଉ drawingroom ରେ ସ୍ଵାତି ବାପା ମା ଶୋଇଲେ । ଅନେକ ରାତି ହେଲାଣି କିନ୍ତୁ ସାବିତ୍ରୀ ଦେବୀଙ୍କ ଆଖି ରେ ନିଦ ନାଇଁ । ବୋହୁ ରୁମ ରୁ କଣ ପଟି ଶୁଭିଲା ବୋହୁ ପୁଅ କୁ କହୁଥଏ "ଶୁଣ ତୁମ ବାପା ମା ଆଉ କେତେ ଦିନ ରହିବେ ତା ଛଡା ଆମର ଛୋଟ ଘର ମୋ ବାପା ମା ଆସିଛନ୍ତି ସେମାନଙ୍କର ଅସୁବିଧା ହେବ ମୁଁ କଣ କହୁଥିଲି କି ତୁମ ବାପା ମାଙ୍କର ଟିକଟ ଟା କାଲି କରିଦେଲେ ଭଲ ହୁଅନ୍ତା । ଅଭି କହିଲା "ମୁଁ ବି ସେକଥା ଭାବୁଛି ଯେ ମା କୁ କେମିତି କହିବି "ଏ ସବୁ ଶୁଣି ସାବିତ୍ରୀ ଦେବୀଙ୍କ ନିଦ ହଜି ଗଲା । ସେ ସୋଇ ପଡ଼ିଥିବା ଅଭି ବାପା ଙ୍କୁ ଉଠେଇ ଲେ ଆଉ କହିଲେ "ହେ ଶୁଣୁଛ ପୁଅ କୁ କହି କାଲି ଆମେ ଗାଁ କୁ ଯିବା ଆଉ ସେମିତି ବି ତୁମ ଦେହ ଏବେ ଭଲ ହେଲାଣି । 

ସକାଳ ହେଲା ସାବିତ୍ରୀ ଅଭି କୁ କହିଲେ "ପୁଅ ଆମେ ଆଉ କେତେ ଦିନ ରହିବୁ କାଲି ଆମ ଟିକେଟ ଟା କରିଦେଲେ ବାପା ଆଉ ମୁଁ ଗାଁ କୁ ଯିବୁ । ଅଭି କହିଲା" ଆଉ କିଛି ଦିନ ରହିଥିଲେ ହେଇନ ଥାନ୍ତା । ହଉ ମୁଁ କାଲି ର ଟିକଟ କରିଦେଉଛି "

               

ସକାଳ ସମୟ..... ସାବିତ୍ରୀ ଦେଵୀଙ୍କର ଘଣ୍ଟା ଶବ୍ଦ ରେ ଘର ଟା ପ୍ରତିଧ୍ୱନି ତ ହେଉଥିଲ। ଆଜି କାହିଁକି କେଜାଣି ଅଭି ବାପା ଦେହ ଟିକେ ଭଲ ନ ଥିବାରୁ ଭଗବାନ ଙ୍କ ଠାରେ ତାଙ୍କ ବହେ ଅଭିମାନ । ପୂଜା ସରି ତୁଳସୀ ଗଛ ରେ ପାଣି ଦେବାକୁ ଯାଉଛନ୍ତି ଆଉ ଅଭି ବାପା ଜୋର ରେ ଡାକିଲେ ସାବିତ୍ରୀ.......... ମୋର ମୁଣ୍ଡ କଣ ହେଇଯାଉଛି...... ଜଲଦି ଆସ...... ଧରି ଥିବା ପାଣି ଢାଳ ଟା ହାତ ରୁ ଖସି ଗଲା......... ଆଉ ସାବିତ୍ରୀ ଦେଵୀ ଜୋର ରେ ଦୌଡ଼ି ଗଲେ ସ୍ୱାମୀ ଙ୍କ ପାଖରେକୁ..... ଏ ତୁମର କଣ ହେଲା ମୁଁ ତୁମ ପାଖରେ ଅଛି କିଛି ହେବନି ତୁମର...... ନାଇଁ ସାବିତ୍ରୀ ତୁମେ ମତେ ଆଜି ଅଟକାଇ ପାରିବନି..... ମତେ ସବୁ ଅନ୍ଧାର ଦିଶୁଛି...... ଏ ସବୁ ମାୟା ମୋହ ଛାଡି ମୋତେ ଜିବାକୁ ହେବ...... ମୋ ତଣ୍ଟି ଶୁଖି ଯାଉଛି ମତେ ପାଣି ଟିକେ ଦିଅ..... କୋଳ ରୁ ମୁଣ୍ଡ ଟା ତଳେ ରଖି ଦେଇ ସାବିତ୍ରୀ ପାଣି ଆଣିବାକୁ ଗଲେ..... ତୁମର କିଛି ହେବ ନି... ପାଣି ପିଦିଅ..... ଅଭି କୁ ମୁଁ ଏଵେ ଫୋନ କରୁଛି..... ପାଣି ଦି ଢ଼ୋ କା ପିଇବା ପରେ ଖର ନିଶ୍ୱାସ ଟା ପୁରା ଶାନ୍ତ ହୋଇଗଲା..... ଆଉ ସାବିତ୍ରୀ ଦେଵୀ ସୋଇ ପଡିଲେ ଅଭି ବାପାଙ୍କର ଛାତି ଉପରେ........ ନିଘୋଡ଼ ନିଦରେ.....ଆଉ ଦିଟୋପା ଗରମ ଅଶ୍ରୁ ବୋହି ଗଲା ସେଇ ଲୋମାବୃତ ଛାତି ରେ ... ଟିକେ ସମୟ ପରେ ସାବିତ୍ରୀ ଦେଵୀଙ୍କର ଫୋନ ଟା ବାଜି ଉଠିଲା..... ଏମିତି କେତେ ଥର ବାଜି.. ବାଜି ..... ଶେଷ ରେ ନିରବ ହୋଇ ଗଲା..... ।



Rate this content
Log in

Similar oriya story from Tragedy