Basanti Pattnaik

Tragedy

3  

Basanti Pattnaik

Tragedy

ମାଠିଆ ବସ୍ତାନି

ମାଠିଆ ବସ୍ତାନି

3 mins
175



           ଜୀବନର ଝଡ଼ ଝଞା କୁ ଅତିକ୍ରମ କରି ଦୁଇ ଟି ରୋଗଣା ପୁଅକୁ ଧରି ଆଜି ସେ ମଝିରାାସ୍ତାରେ

ପହଞ୍ଚିିିିିିିିିିିିିିିିିିିିିିିିଛି । କୋଳରେ ପୁରେଇ ପୁତ୍ର ମୁଣ୍ଡକୁ ଆଉଁସି ଥିଲା ବେଳେ ତା ଚକ୍ଷୁ ରୁ ଟପ୍ ଟପ୍ ଲୁହ ଗଡିପଡେ

ପୁତ୍ର ମସ୍ତକ ଉପରେ, ପୁତ୍ର ଟି ମୁଣ୍ଡ ଟେକି ମାତୃ ଚକ୍ଷୁ କୁ ଦେଖି ପୁଣି କଣ ଭାବି ମୁୁଣ୍ଡ ତଳକୁ କରିଦିଏ ।

                

          ବଡ଼ ପୁଅ ଟିକୁ ନିିଜର ଅଧିକାର କୁ ସ୍ତାବସ୍ୟ

କରିବା ପାଇଁ ଶାଶୁ ଘର ଗ୍ରାମରେ କିଛି ଦିନ ପାଇଁ ଛାଡ଼ି ଆସିଛି, ଇଚ୍ଛା କରିିିଛି ପୁଅଟି ସେଠାର ସ୍କୁଲରେ ପଢି ମାଟ୍ରିକ

ପାସ୍ କରିବ,ସେଠି ରହିଲେ ଗ୍ରାମର ,ଘରର ହାଲଚାଲ ଜାଣି ପାରିବ କିନ୍ତୁ ସାନ ଜା ଟି ଉଗ୍ର ନାରୀ ଅଟେ, ତାର ଉଦ୍ଧତ

ବ୍ୟବହାର ରେ ଅତିଷ୍ଠ ହୋଇ ପୁୁଅଟି ମଝିରେ ମଝିରେ 

ମା ପାଖକୁ ଚାଲି ଆସୁଛି ଓ ମା କୁ ଅନୁୁୁରୋଧ କରୁଛି

ଆଉ ଯିବନି ଗ୍ରାମ କୁ ମୋତେ ଠିକ୍ ଖାଇବାକୁ ମିଳୁନାହିଁ

ବହୁତ ଖଟାଉଛନ୍ତ୍ତି,ଗାଳିି ଦେଉଛନ୍ତି, ଦାଦାା ଚୁୁପ୍ର ରହୁୁଛ

ନ୍ତି,ମା ଟି ଆଶ୍ଵାସନା ଦ‌ଉଛି ବାପା ଯିବା କୁ ପଡ଼ିବ, ପୁତ୍ର ଟି

ନିରବରେ ଶୁଣୁଥାଏ    


       ମୁଁ ଜଣେ ସୁୁୁଭେଛୁ ଚ୍ଛ୍୍ଛ ନାରୀ ଭାବେ ତା ପାଖରେ ପହଞ୍ଚଚିଲି, କିଞ୍ଚିତ ଆଳାପରେ ତା ଦୁଃଖ କୁ ଲାଘବ ପାଇଁ ଚେଷ୍ଟା କରିଲି, ସେ ମୋତେ ଦେଖି ଶିଶୁଙ୍କ ପରି କ୍ରନ୍ଦନ କରିଲା ମୁଁ ମନେ ମନେ ଭାବୁଥିଲି ସେ କ୍ରନ୍ଦନ ଭିତରେ ତା ଦେହ ମନ ହାଲୁକା ହୋଇଯାଉ ,ତା ଦୁଃଖ ଲାଘବ‌ ପାଇଁ ସେ ମୋରଆଗରେ ସବୁ କଥା ପରଖୁ ଥିଲା,ଅପା ମୁଁ ବୋଧହୁଏ ସବୁଠାରୁ ଦୁଃଖି ନାରୀ, ମୁଁ ଆସ୍ବସ୍ଥି ଦେଲି ଏ ଜଗତେ ଜୀବନ ଟା ଦୁଃଖ ପୁର୍ଣ୍ଣ, ନାରୀ ଭଗବାନ ଙ୍କ ଶ୍ରେଷ୍ଠ ସୃଷ୍ଟି, ଦୁଃଖ କୁ ଅମୃତ ସମ ପାନ କରିବାର ଶକ୍ତି ଈଶ୍ଵର ଦେଇ ଅଛନ୍ତି ତୁ ଏହି ଦୁଃଖ କୁ ପାର କରିପାରିବୁ।

ମା, ମୋର ସ୍ବାମୀ ମୋତେ ବୁଝିପାରିଲାନି ନିଜକୁ ମାରିଦେଲା,କିଏ କହୁଛନ୍ତି ପୋଲିସ ପିଟି ପିଟି ମାରିଦେଲେ, ମୁଁ ପ୍ରଥମେ ବୁଝି ବାକୁ

ଚେଷ୍ଟା କରିଲି,ଅପା ସେ ମୋତେ ଭାରି ଭଲ ପାଉଥିଲେ,କାଠ କାମ କରୁଥିଲେ,ତାର ଜଣେ ବଂଧୁ ସବୁ ଦିନ  ଆମେ ଘରକୁ ଆସି ବସା ଉଠା କରେ, ମୋର ସହିତ ଥଟ୍ଟା ପରିହାସ କରେ,ଦିନେ ସକାଳୁ ପୋଲିସ ଆସି କବାଟ ବାଡେଇଲା, ମୁଁ ଖୋଲି କାରଣ ପଚାରିଲି ମୋର ସ୍ବାମୀ ଆକ୍ଷିକୁ ମଳି ଆସି ପଚାରିଲେ କଣ ହେଲା ବାବୁ?ଶଳା ଚୋର କିଛି ନ ଜାଣିବା ଭଳି ଆକ୍ସନ୍ କରୁଛୁ, ମୁଁ ଜୋର୍ ରେ ପଚାରିଲି ସାର୍ ଆପଣ ପୋଲିସ ବାଲା ବୋଲି କଣ ଯାହା ଇଚ୍ଛା ତାହା ଗାଳିଗୁଲଜ କରିବେ? ଏ ତୁ ପାଟି ଚୁପ୍ ରଖ କହିଲେ, ଜିନିଷ କେଉଁଠି ଲୁଚାଇ ରଖିଛୁ ପଚାରିଲେ,ସେ ଗୋଡ଼ ଧରି କାନ୍ଦି ମୁଁ କିଛି ଜାଣିନି ବୋଲି କହିଲେ, ମୁଁ ଚୋରି କୁ

ଘୃଣା କରେ, ତୋର ନାଁ ରେ ପାନ ଦୋକାନୀ ଅଭିଯୋଗ କରିଛି ତୁ ତା ର ଦୋକାନ କଣା କରି ସବୁ ପୂଜା ସାମଗ୍ରୀ ଓ ଟଙ୍କା ସବୁ ଚୋରି କରିଛୁ, ମୁଁ କହିଲି ସାର୍ ମୁଁ ବାସନ ମାଜିକି ପ‌ଇସା ରୋଜଗାର କରୁଛୁ କିନ୍ତୁ ଏ ଚୋରି କାମ କେବେ କରିବୁନି, ସେ କାଠ କାମ ଠିକାରେ କରନ୍ତି ଏବେ ଦେହ ଭଲ ନାହିଁ ତେଣୁ ଘରେ

ଅଛନ୍ତି, ଶାଳୀ ତୁ ସମର୍ଥନ କରୁଛୁ କହି ସେ ଘରକୁ ଖାନ୍ ତଲାସୀ କରି ବସ୍ତାଟିଏ ପାଇଲେ, ଆମେ ଚକିତ ହୋଇ ଗଲୁ କିଏ ଏହି ଜିନିଷ ସବୁ ବସ୍ତାରେ ଭର୍ତ୍ତି କରି ଆମ ଘରେ ପଛରେ ଲୁଚାଇ ରଖିଥିଲା, ପୋଲିସ ବାଲା ମୋର ସ୍ବାମୀ ଙ୍କୁ ଘୋଷାରି ଘୋଷାରି ନେଇ ଗଲେ

 ଝାରପଡା ଜେଲକୁ ପଠାଇ ଦେଲେ, ମୁଁ ପିଲା ମାନଙ୍କୁ ଭ‌ଉଣୀ ପାଖରେ ଛାଡି ଜେଲରେ ଦେଖା କରିବାକୁ ଗଲି, ସେ ମୋତେ ଜୁଳୁଜୁଳୁ ନୟନରେ ଅନାଇ ଥାନ୍ତି, ମୁଁ ପଚାରିଲି ଏମିତି କାମ କାହିଁକି କଲ?ସେ ମୋତେ କହିଲେ ତୁ ମୋତେ ଏହା ଭାବିଲୁ ମୁଁ ବୁଝାଇଲି, ସେ ମୋତେ କହିଲେ ମୋର ସାଙ୍ଗମୋତେ ଧୋକା ଦେଲା ତୁ ମୋତେ ଏହା ଭାବୁଛୁ? ମୁଁ କିଛି ଉତ୍ତର ଦେଲିନି, ସେ ମୋତେ କହିଲେ କାହିଁକି ମୋର ଉପରେ କାହାର ରାଗ ମୁଁ ଜାଣିନି,ତୁ ପିଲା ମାନଙ୍କୁ ଦେଖିବୁ, ମୋର ପାଇଁ ତୋତେ ସମସ୍ତେ ନିନ୍ଦା ଦେବେ ମୁଁ କିନ୍ତୁ ଚୋର ନୁହେଁ ପୋଲିସ ବାଲା ମାରୁଛନ୍ତି,କ‌ଏଦୀ ଖଟ‌ଉଛନ୍ତି କୋହ ସମ୍ଭାଳି ପାରିଲି ନାହିଁ, ସେଠାରୁ ଫେରି ଆସିଲି, ଓକିଲ ସହିତ କଥା ହେଲି ବେଲ୍ ପାଇଁ

ମୋତେ ୫୦୦ମାଗିଲା , କାନଫୁଲ ବନ୍ଧା ରଖି ଦେଲି କିନ୍ତୁ ବେଲ୍ ହେଲା ନାହିଁ, ଓକିଲ ଖେଳିଲା ପ‌‌ଇସା ଆହୁରି ମାଗିଲା, ମୁଁ ତା ପାଖକୁ ଯାଇ ପାରିଲିନି, ଦୁଇ ଦିନ ଛାଡ଼ି ଗଲି ଦେଖା କରିବାକୁ, ଜେଲ୍ ବାବୁ ମୋତେ ଖାଲି ଚାହିଁ ଚୁପଚାପ୍ ରହିଲେ କିଛି କହିଲେନି ଜଣେ କହିଲା ବଡ କ‌ଏଦୀ ଖଟାଉଥିଲେ, ଏଇଟା ଛୋଟ ଚୋର କିଛି କହିଲା ନାହିଁ ବହୁତ ପିଟୁଥିଲେ,କିଏ କହିଲା ଲାଜ ଓ କଷ୍ଟ ସହି ନପାରି ପୋଲିସ ମାଡ଼ ଯୋଗୁଁ ସୁଉସାଇଡ

କରିଦେଲା, ମୁଁ ଯେତେବେଳେ ପଚାରିଲି ସେମାନେ କହିଲେ ଜର ହୋଇ ଥିଲା ଚାଲିଗଲା ପ୍ରକୃତ ଘଟଣା କଣ ସବୁ ମୁଁ ଜାଣିନି, ମୁଁ ଛୁଆ ମାନଙ୍କୁ କେମିତି ମଣିଷ କରିବି ଜାଣି ପାରୁନି ସାନ ପୁଅ ଦେହ ବହୁତ ଖରାପ ମେଡ଼ିସିନ୍ ଦବାକୁ ପ‌ଇସା ନାହିଁ, ଶାଶୁ ଘର ଥାନା ମାରୁଛନ୍ତି ମୋର ଭାଗ କିଛି ଦ‌ଉନାହାନ୍ତି ପୁଅକୁ ଜବରଦସ୍ ଛାଡିଛି, ମୁଁ ମଥାରେ ହାତ ରଖି କହିଲି ଦେଖ ଭ‌ଉଣୀ ତୁ ବିଷ ପିଇ ସାରିଛୁ

     ବର୍ତମାନ ହଜମ କରିବା ଦରକାର, ମୁଁ ଜାଣେ ତୋର ସ୍ବାମୀ ବହୁତ ଭଲ ମଣିଷ, ତାଙ୍କୁ ଫସାଯାଇଛି, ଲୋକ ମାନେ ବହୁତ କଥା କହିବେ କିଛି ଶୁଣିବୁନି କର୍ତ୍ତବ୍ୟ କର ଦେଖିବୁ ତୋ ପିଲାମାନେ ଭଲ ମଣିଷ ହେବେ, ସେ ମୋ ହାତକୁ ଜାବୁଡ଼ି ଧରି ଚୁମା ଦେଲା, ମୁଁ କଣ ସାହାଯ୍ୟ କରିବି ଆକଳନ ମନେ ମନେ କରୁଥିଲି ଫେରିଲା ବେଳେ ଭାବୁଥାଏ ସଂସାର ରେ କେତେ ବଡ଼ 

ବଡ଼ ଦଲାଲ୍, ଡକାୟତ ଗାଡ଼ି ଧରି ବୁଲୁଛନ୍ତି ଅଥଚ ମାଟି ମାଠିଆ ଚୋର ତାର ଆତ୍ମ ସମ୍ମାନ ରକ୍ଷା ପାଇଁ ନିଜକୁ ଶେଷ କରିଦେଲା, ନାରୀ ଟି ର କଣ ଦୋଷ ସେ ସବୁକୁ ସହି ଏକ ମା ର ଭୂମିକା ତୁଲାଉଛି ।


Rate this content
Log in

Similar oriya story from Tragedy