STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମାତୃ ରୂପେଣ ସଂସ୍ଥିତା 

ମାତୃ ରୂପେଣ ସଂସ୍ଥିତା 

3 mins
3

           ମାତୃ ରୂପେଣ ସଂସ୍ଥିତା 

            ============

ସଂସାରରେ ସବୁ ପ୍ରାଣୀ, ମାଆ କୋଳକୁ ଅଭୟ ଆଶ୍ରୟସ୍ଥଳ ବୋଲି ମଣିଥାନ୍ତି l ମାଆ ତାର ରକ୍ଷା କବଚ l ମାଆ ପାଖରେ ଥିଲେ ତାର ଚିନ୍ତା, ଭୟ ଭୀତି କିଛି ନ ଥାଏ l ଆମକୁ ଗଢ଼ିବାରେ ମାଆର ଅବଦାନକୁ ମୂଲ୍ୟାୟନକରିବା ଅସମ୍ଭବ ନିଶ୍ଚୟ l ଜୀବନରେ ମାଆର ଅବଦାନକୁ ବ୍ୟକ୍ତ କରି ମହା ମନୀଷୀ, ଆବ୍ରାହାମଲିଙ୍କନ କହିଛନ୍ତି, "All that I am or hope to be, I owe it to my angel Mother" l ମାଆର ପଣତ କାନି, ତା କୋଳ, ତାର ଆଶ୍ରୟ, ଆମ ସମସ୍ତଙ୍କ ପାଇଁ ଖୁବ ଅଭୟ ପ୍ରଦ l ଆମକୁ ଲାଗେ ମାଆର କୋଳରେ ଯେମିତି ସାରା ସଂସାର ଯାକର ସୁଖ ଠୁଳହୋଇ ରହିଛି l ଛୁଆର ପ୍ରାଣକୁ ମାଆ, ତା'ର ନିଜ ପ୍ରାଣ ଠାରୁ ଅଧିକ ବୋଲି ବିଚାରକରେ l ସନ୍ଥ କବୀର ଏଣୁ କହିଛନ୍ତି :- 

    ସପନେ ତଜ ଅପନେ ସଭି 

                ସୁଖୀ ରହେ ସନ୍ତାନ l 

    ଚିନ୍ତା ୱ ସବରି କରେ 

             ଖୁଦସେ ହେ ଅନଜାନ ll

    ପୋଥି ପୋଥି ପଢ଼ ଗଏ 

               ମିଲା ଏକ ୟହି ଜ୍ଞାନ l

     ଇସ ସାରି ସଂସାରମେ 

                ମା' ହି ବଡ଼ି ମହାନ ll

ଆମେ ସମସ୍ତେ ମନେକରିଥାଉ ଯେ ମାଆ ଥିଲେ ଆମର ଆଉ କିଛି ଚିନ୍ତାନାହିଁ l କିନ୍ତୁ ଧିରେ ଧିରେ ବୟସ ବଢିଲେ ଏ ଧାରଣା ଆମପାଖରୁ ଦୂରେଇ ଯାଇଥାଏ l ସେତେବେଳକୁ ଆମେ ସବୁ ବୟସ୍କ ହୋଇ ଯାଇଥାଉ l ମାଆ ଉତ୍ତର ବୟସ୍କା ହୋଇ ଯାଇଥାଏ l ମାଆର କୋଳକୁ ଯିବାବୟସ ଆଉ ଆମର ନ ଥାଏ l ଛୁଆଟିକୁ ଆଶ୍ରୟ ଦେଉ ଥିବା ମାଆ ଓଲଟି ଛୁଆର ଆଶ୍ରୟ ଲୋଡ଼େ l ମାଆର ଆଶ୍ରୟ ନମିଳିବାରୁ ସେତେବେଳେ ଆମକୁ ବଡ଼ ଅସହାୟ ଲାଗେ l ଏତିକି ବେଳେ ଆଖି ବୁଲାଇ ନେଲେ ଆମେ ଦେଖିବାକୁ ପାଇଥାଉଁ ଆଉ ଏକ ମାଆ l ସେ ମାଆ ହେଉଛନ୍ତି ମା' ବିଶ୍ୱଜନନୀ l ଆମେ ରକ୍ତ ମାଂସ ଦେହ ଧାରିଣୀ ମାଆ ପାଖରୁ ଯାଇ, ସେହି ମାତୃ ଚେତନା ନିକଟରେ ଆଶ୍ରୟ ଲୋଡୁ l ଆମ ଜନ୍ମଦାତ୍ରୀ ମାଆ ସିନା ଗୋଟିଏ ସୀମିତ ସମୟ ପରେ ଆମକୁ ଆଶ୍ରୟ ଦେବାକୁ ଅସମର୍ଥ କିନ୍ତୁ ଏପରିଏକ ଚେତନାଅଛି ଯାହାକୁ ମାଆ ଜ୍ଞାନ କରି ତା' ନିକଟରେ ପହଞ୍ଚିଲେ ସେ ଆମକୁ ପରମ ଶାନ୍ତିରେ ଆଶ୍ରୟ ଦେଇ ପାରିବ l ଆମେ ମାଆ କୋଳରେ ଯେଉଁ ଶାନ୍ତି ପାଉଥିଲୁ ସେହି ଶାନ୍ତି ଆମେ ଲାଭକରିପାରିବା ଏଇ ବିଶ୍ୱ ଜନନୀ କୋଳରେ l ସେଥି ପାଇଁ ଆମେ ନିଜକୁ ଅବୋଧ ଶିଶୁ ପ୍ରାୟେ ମାଆ ନିକଟରେ ସମର୍ପିତ ହେବାକୁ ପଡ଼ିବ l ଆମ ପାଖରେ ଯେତେ ବିଦ୍ୟା, ବୁଦ୍ଧି,ଜ୍ଞାନ, ସାମର୍ଥ୍ୟ ଥିଲେ ମଧ୍ୟ ସେହି ଚେତନା କୋଳରେ ଅସହାୟ ଭାବେ ଶରଣ ଲୋଡିବାକୁ ପଡ଼ିବ l ଆମର ଜନ୍ମଦାତ୍ରୀ ମାଆଟି କାଳ କ୍ରମେ ବୟସ୍କା ହୋଇ ଆରପାରିକୁ ଚାଲିଯାଇଥିବ କିନ୍ତୁ ଆମପାଖରେ ସବୁବେଳେ ଆଉଏକ ମାଆ ଥିବ l ସେହି ମାଆ ହେଉଛି ଏକ ଚେତନା, ତାହା ମାତୃ ଚେତନା l ସେହି ଚେତନାକୁ ଚିହ୍ନି, ତା' ପାଖରେ ପହଞ୍ଚିଗଲେ ଆମେ ସବୁଦିନପାଇଁ ଅନୁଭବ କରି ପାରିବା ମା' କୋଳର ସେହି ଦିବ୍ୟ ସୁଖ l ସେହି ଦିବ୍ୟ ଶାନ୍ତି ଓ ମାଆର ଅଭୟ ଆଶ୍ରୟ l 

ମାଆକୁ ନେଇ ଯେତେ ପୂଜାପାର୍ବଣ ସେ ସବୁଙ୍କ ଭିତିରି ଅର୍ଥ ହେଉଛି ଏଇ ମାତୃ ଚେତନା ସହିତ ନିଜକୁ ଯୋଡ଼ିବା l ଅତଏବ, ଆବଶ୍ୟକ, ମାଆ ଠାରୁ ମାତୃ ଚେତନା ଆଡକୁ ଗତିକରିବା l ଏହି ଦୁନିଆଁରେ ମାଆ, ମାଆର ନାଁ ଓ ମାତୃଚେତନା ସବୁଠାରୁ ଦୁର୍ଲଭ ବସ୍ତୁ l କବିଙ୍କ ଭାଷାରେ :- 

     ସବୁଠୁ ଭଲ ସବୁଠୁ ମିଠା 

                ଦୁନିଆଁରେ ଯାର ନାଆଁ l

     ସାଗରରୁ ବଡ଼ ଆକାଶରୁ ବଡ଼ 

                 ସିଏ ତ ମୋର ମାଆ ll

ଏଣୁ ଏହି ମାତୃ ଚେତନାକୁ ଦୁର୍ଗା ସପ୍ତଶତୀରେ ବନ୍ଦନା କରା ଯାଇଛି:-

         ଯା ଦେବୀ ସର୍ବଭୂତେଷୁ 

               ମାତୃ ରୂପେଣ ସଂସ୍ଥିତା l 

         ନମସ୍ତସ୍ୟୈ ନମସ୍ତସ୍ୟୈ 

            ନମସ୍ତସ୍ୟୈ ନମୋ ନମଃ ll 

                     🙏🙏🙏

                         ଅର୍ଜୁନୀ 

                  --------------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational