NIBEDITA MOHAPATRA

Tragedy

2  

NIBEDITA MOHAPATRA

Tragedy

ମାନସିକତା

ମାନସିକତା

2 mins
355


ଓଡ଼ିଆ ଝିଅ ଦୂତିଚାନ୍ଦ ଏସିଆ କ୍ରିଡାରେ ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇ ଓଡିଶା ଓ ତାଙ୍କ ଗାଁ ପାଇଁ ଆଣିଛନ୍ତି ଅଜସ୍ର ସୁନାମ ।ଏହା ସହ ଓଡିଶାର ଗୌରବମୟ ଇତିହାସରେ ନିଜ ପାଇଁ ସ୍ଥାନ ସଂରକ୍ଷଣ କରିପାରିଛନ୍ତି ।ସାରା ରାଜ୍ୟରେ ଖୁସିର ଲହରି । ହସ୍ପିଟାଲ୍ ର ପ୍ରତିକ୍ଷା ଗୃହରେ ମଧ୍ୟ ଏ ଖବର ଶୁଣି ସମସ୍ତେ ବାଃ ବାଃ କରୁଛନ୍ତି।

ଠିକ୍ ଏ ସମୟରେ ଅପରେସନ୍ ଥିଏଟର୍ ରୁ ବାହାରି ଆସିଲେ ଡାକ୍ତର । ଖୁସି ଖୁସିରେ କହିଲେ,"congratulation ମିଶ୍ରବାବୁ ଆପଣଙ୍କର ଝିଅ ହେଇଛି । ମା ଝିଅ ଦୁହେଁ ସୁସ୍ଥ ଅଛନ୍ତି । ଆଉ କିଛି ସମୟ ପରେ ସେମାନଙ୍କୁ ଓ୍ଵାର୍ଡକୁ ପଠେଇଦବୁ,ଏବେ ଆପଣ ଯାଇ ଆଗ ମିଠା ଆଣନ୍ତୁ।"

ଏ ଖବର ଶୁଣି ହଠାତ୍ କିନା ଖୁସିର ଜୁଆରରେ ଯେମିତି ଭଟ୍ଟା ପଡିଗଲା । ମିଶ୍ରବାବୁଙ୍କ ମା' ଟିକେ ନାକ ଟେକି କହିଲେ,ହଃ ଝିଅ ତ ହେଇଚି ! ଆଉ ସେଥିପାଇଁ ପୁଣି ମିଠା ବଣ୍ଟା ହବ; କିଛି ଦରକାର ନାହିଁ । ପାଖରେ ଠିଆ ହେଇଥିବା ନର୍ସ ଦିଦି ଜଣଙ୍କ କହିଲେ କଣ ମାଉସୀ ଏବେ ନିଉଜ୍ ରେ ଗୋଟେ ଝିଅର ସଫଳତା କଥା ଶୁଣି ଏତେ ଖୁସି ହଉଥିଲ,ଆଉ ଏବେ ନିଜ ଘରେ ଝିଅ ଜନ୍ମ ହେଇଛି ଶୁଣି ଏମିତି କହଛନ୍ତି । ଦେଖିବ ତମ ନାତୁଣୀ ନିଶ୍ଚିତ ଦିନେ ତମ ପାଇଁ ଗୌରବ ଆଣିବ।

ବୁଢ଼ୀ ମାଉସୀର ମନ କିନ୍ତୁ ବୁଝି ନ ଥିଲା କି ସେ ଖୁସି ହେଇ ପାରି ନଥିଲା । କାରଣ ତାର ନାତିଟିଏ ଦରକାର ଥିଲା, ଯିଏ ତା ବଂଶକୁ ଆଗକୁ ନେଇଥାନ୍ତା । ସେଥିପାଇଁ ସେ କେତେ ମାନସିକ କରି ନ ଥିଲା ସତେ । ତା'ର ପୁଅ ଦରକାର ଝିଅ ନୁହେଁ।

ସତରେ କେତେ ଆଶ୍ଚର୍ଯ୍ୟ କଥା ଅନ୍ୟ ଘର ଝିଅ ମାନଙ୍କ ସଫଳତାରେ ଖୁସି ହେଉଥିବା ଲୋକମାନେ ନିଜ ଘରେ ଝିଅ ଜନ୍ମ ହେଲେ ଖୁସି ହୁଅନ୍ତିନି। ଝିଅମାନେ ଆଜି ମହାକାଶର ଯାତ୍ରୀ,ସମୁଦ୍ରର ଅତଳ ଗର୍ଭରେ ସେ ତାର ପରାକାଷ୍ଠା ଦେଖେଇ ସାରିଲାଣି । ତଥାପି ନିର୍ଭୟା, ବେବିନାଙ୍କ ସହ ଘଟିଥିବା ଘଟଣା ଆଜି ବି ବାପା ମା'ଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି । ସେଥିଲାଗି ଆଜି ଘରେ ଝିଅ ଜନ୍ମ ହେଲେ ସେମିତି ଖୁସି ପାଳନ ହୁଏନି ଯେମିତି ପୁଅଟିଏ ହେଲେ ହୁଏ।

ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ପୁରୀ।


Rate this content
Log in

Similar oriya story from Tragedy