STORYMIRROR

NIBEDITA MOHAPATRA

Tragedy Inspirational

3  

NIBEDITA MOHAPATRA

Tragedy Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
28

ଆଜି ତାଙ୍କ ସହ ପ୍ରଥମ ଦେଖା । ସେ କଥା ଶୁଣିବା ପର ଠାରୁ ଅଜଣା ଭୟରେ ଶରୀର ଶିହରି ଉଠୁଛି । କେମିତି ସ୍ବଭାବର ହେଇଥିବେ,କ’ଣ କହିବେ ମତେ କେଜାଣି ? ଏମିତି ଅନେକ କଥା ଭାବୁ ଭାବୁ ହଠାତ୍ ନିଶା ଆସି ଡାକିଲା, “ ଦିଦି ସେ ଆସିଲେଣି । ମୋ’ ହୃତ ସ୍ପନ୍ଦନ ବଢିଗଲା । ମୁଁ ଧିରେ ଧିରେ ତଳକୁ ଆସି ଦେଖିଲି ଶାନ୍ତନୁ ମୁହଁ ତଳକୁ କରି ବସିଛନ୍ତି । ମୁଁ ଆସି ତାଙ୍କ ପାଖ ଚେୟାରରେ ବସିଲି । କେତେ ସମୟ ଚୁପ୍ ଚାପ୍ ବସିବା ପରେ ବି ଶାନ୍ତନୁ କିଛି କହିଲେନି । ସେଥିପାଇଁ ମୁଁ ମୋ ତରଫରୁ କହିବା ଆରମ୍ଭ କଲି,“ଶାନ୍ତନୁ ବାବୁ ଆପଣ କ’ଣ ମତେ ପସନ୍ଦ କରନ୍ତି ?”ଖୁବ୍ ଧିର ଭାବେ ସେ କହିଲେ, ହଁ ।ହେଲେ କାହିଁକି ? ମୋର ଏ ପ୍ରଶ୍ନରେ ସେ ଟିକେ ରହି କହିଲେ, “ ମୁଁ ମୋ’ ଭୁଲର ପ୍ରାୟଶ୍ଚିତ କରିବାକୁ ଚାହୁଁଛି ।”“ଭୁଲ, କି ଭୁଲ କଥା କହୁଛନ୍ତି ଆପଣ ?” ମୁଁ ଆଚମ୍ବିତ ହେଇ ପଚାରିଲି ।ଶାନ୍ତନୁ କହିଲେ, “ସେଦିନ କଲେଜ ସାଙ୍ଗମାନଙ୍କ କଥାରେ ରାତିର ଅନ୍ଧକାରରେ ଯୋଉ ଏସିଡ୍ ପକେଇଥିଲି ତା’ର ପ୍ରାୟଶ୍ଚିତ ।”ମୁଁ ଆଶ୍ଚର୍ଯ୍ୟ ହେଇ ଚାହିଁଥିଲି ଶାନ୍ତନୁଙ୍କ ମୁହଁକୁ । ତାଙ୍କ ଆଖିରେ ଥିଲା ପ୍ରାୟଶ୍ଚିତର ଲୁହ । ଚାରି ବର୍ଷ ତଳେ ଘଟିଥିବା ସେଇ କାଳ ରାତିର ଘଟଣା ଆଜି ସଜଳ ହେଇ ଯାଇଛି ।ତଥାପି ବିଶ୍ବାସ କରି ପାରୁନି ନିଜକୁ ସତରେ କ’ଣ ଶାନ୍ତନୁ ମୋ’ ପରି ଏସିଡ୍ ପୀଡିତାକୁ ନିଜର କରି ପ୍ରାୟଶ୍ଚିତ କରିବାକୁ ଆସିଛନ୍ତି ନା ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ତାଙ୍କର!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy