STORYMIRROR

Satyanarayan Sahoo

Tragedy Others

3  

Satyanarayan Sahoo

Tragedy Others

ମାଗୁଣୀ

ମାଗୁଣୀ

2 mins
175


ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ, ପୃଥିବୀରେ ଦୁଇ ଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ- “ଆହା, ମାଗୁଣୀ ଚାଲିଗଲା !”


ସେ ଦିନ ଓ ସମୟ କେବେ ଠାରୁ ଗଲାଣି । କିନ୍ତୁ ମାଗୁଣୀର ଶଗଡ଼ ଗପ ରେ - ଗୋଦାବରୀଶ ମହାପାତ୍ର ଲେଖି ଯାଇଥିବା ବାକ୍ୟ ଟି ଆଜି ବି ତା ର ମନ କୁ ସଦା ବିସ୍ମିତ ଓ ବିଚଲିତ କରିବା ସହିତ ସେବକାର ପରମ୍ପରା ହ୍ରାସ ପାଇବାରେ ଲଗି ଥିବାରୁ ଏହାର ପ୍ରଭାବ ଓ ପ୍ରତିଫଳନ କୁ ସେ ପ୍ରତି କ୍ଷଣେ ଅନୁଭବ କରି ଦୃଶ୍ୟ ଦେଖିବାକୁ ମିଳୁଛି କି ନାହିଁ ? 

ଏହି ପରି ଅନେକ ସମୟରେ ମନ କୁ ନେଇ ସାନ୍ତ୍ଵନା ଦେଇ ଥାଏ ।ମିଳୁଛି ବା ଆଉ କେଉଁଠି ? 

 ଧୂଆଁ ଦେଇ ପକ୍ଷୀ ପାରି ହେବା ପରି ଅନେକ ଅବାନ୍ତର କଥାକୁ ନେଇ କଣ କାହାଣୀ ସୃଷ୍ଟି କରି ଯାଇଚନ୍ତି କି , ମନ କୁ ମନ 

ପଚାରେ ।

ଏପରି ଅନେକ ଧାରଣା ତାକୁ ଅଛନ୍ନ କରି ରଖି ଥାନ୍ତି ।

ସେ ଆଉ କେହି ନୁହେଁ , ଏଇ ଅତ୍ୟାଧୁନିକ ଯୁଗର ମାଗୁଣି । ଯିଏ କି ଯୁବକ ବେଳେ ଶଗଡ଼ ଟାଣି ଚଳି ଆସିଛି ନିଜର ଶଗଡ଼ ଗାଡି ଟିଏ ଥିଲା । ଏବେ କିନ୍ତୁ ଛାଡି ଦେଇଚି। ଗାଡି ଟାକୁ ଟାଣି ଟାଣି ନେବାରେ ତାକୁ କେତେ ଆନନ୍ଦ ଲାଗୁ ଥିଲା । ଏବେ ସେ କିନ୍ତୁ ଛାଡ଼ିଲା ।

 ଆଉ ନିଜ ଶଗଡ଼ ଗାଡିଟା ଜାଳି ରୋଷେଇ କରି ଖାଇଲେ ।

 ନିଜ ବଳଦ ଗୁଡ଼ିକ ମଧ୍ୟ ଖାଇବା କୁ ଦେଇ ନ ପାରି ବିକ୍ରୀ କରି ପରିବାର ପୋଷଣ କଲା ।

ଲୋକେ ପରାମର୍ଶ ଦେଇ କହିଲେ , ଆରେ ମାଗୁଣି , ତୁଟା ବୋକା ହେଲୁ କି ବେ , ବଳଦ ଗୁଡ଼ିକ ହଡା ହୋଇ ଗଲେଣି ଏବେ , କଂସେଇ କୁ ଦେଇ ଦେଏ । ଅଧିକା ପଇସା ପାଇବୁ ।

କିନ୍ତୁ ମାଗୁଣୀ ତାଙ୍କ କଥା ଶୁଣି ଲା ନାହିଁ ।

କଣ ପାଇଁ ଛାଡ଼ିଚି , ନା ଏବେ ଟ୍ରକ ଓ ଓଟ ମାନଙ୍କର ସଂଖ୍ୟା ହଠାତ୍ ଅପର୍ଯ୍ୟାପ୍ତ ପରିମାଣରେ ବଢ଼ି ଥିବାରୁ । ତାକୁ ବା ଆଉ କେହି କାମରେ ଲଗାଇ ବେକି , କାହିଁକି ବା ଲାଗିବ , ଶେଷରେ କାମ ଅଭାବରୁ ଯେରିପକି ଭୋକ ଅଭାବ କଷଣ ଅସୁବିଧା ହୁଏ ସେ ପରି ଖାଦ୍ୟ ଓ ପାନୀୟ ଜଳ ସମସ୍ୟା ଓ ନାନା ରକମର ଅଭାବ କାରଣରୁ ମାଗୁଣି ଚରଣ ମହାନ୍ତି ନାମକ ସୁସ୍ଥ ଶବଳ ପୁରୁଷଟି ଶେଷକୁ ସଂପୂର୍ଣ୍ଣ ନିଶ୍ଵ ଓ ହୋଇ ରହିଲା । ପୁଅ ଝିଅ ଙ୍କୁ ମଣିଷ କରିବା ପାଇଁ ତାର ସ୍ତ୍ରୀ ପର ଘରେ ପାଇଟି କଲା ।

ମାଗୁଣି ବିଚରା ବା ଆଉ କଣ କରନ୍ତା ।

ନୀରବ ରହିବା ଛଡ଼ା ତାର ଆଉ ସାହସ ବା ଉପାୟ ନ ଥିଲା ।

ଏବେ ସେ ଓଳିଏ ଖାଇ ପିଇ ଅନ୍ୟ ତିନି ବେଳା ଲୁଚିଲୁଚି ଉପବାସ କରି ଘରେ ରହି ଯାଏ । ଦେଖେ ତା ଭାଇର ଜୀବନ ଖୁବ୍ ମଉଜ ଭିତରେ ବୁଡି ରହିଛି ।

ସେ ଧନ ସମ୍ପଦ ଲାଳସା ଯୋଗୁଁ ତାର ଦୁଃଖ ଯାଇ ତାକୁ କହି ସାହାର୍ଯ୍ୟ ମାଗିବା ଆଶା କରେ ନାହିଁ ବରଂ ଅନ୍ୟମାନଙ୍କ ବିପଦରେ ନିଜେ ସାହାର୍ଯ୍ୟ ପ୍ରଦାନ ପାଇଁ ଆଗଭର ହୋଇଥାଏ । ଅପେକ୍ଷା କରିଛି । କେବେ ସୁଦିନ ଆସିବ । ପୁଅ ଝିଅ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ପରେ କଲେ । ମାଗୁଣିକୁ ଟିକିଏ ଖୁସି ଲାଗିଲା । ପାସ କରି ଗଲେ ।

ଏବେ ଚଳିବେ କିପରି ?

ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ, ପୃଥିବୀରେ ଦୁଇ ଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ- “ଆହା, ମାଗୁଣୀ ଚାଲିଗଲା !”



Rate this content
Log in

Similar oriya story from Tragedy