Madhabi Patel

Tragedy

3  

Madhabi Patel

Tragedy

ମାଆ

ମାଆ

3 mins
254



ରୋହନ୍ ଅଞ୍ଜଳିକୁ ବହୁତ ଭଲ ପାଉଥିଲା । ଦୁଇଜଣ ଏକା କଲେଜରେ ଏକା ଡିପାର୍ଟମେଣ୍ଟ ର ଛାତ୍ରଛାତ୍ରୀ ଥିଲେ । ବହୁତ ଭଲ ପାଉଥିଲେ ପରଷ୍ପରକୁ ହେଲେ ଅପେକ୍ଷାକରିଥିଲେ ଦୁଇଜଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଯାଏ ପ୍ରେମର ଲକ୍ଷ୍ମଣ ରେଖା ଡେଇଁବେ ନାହିଁ । ଦିର୍ଘବର୍ଷର ଅପେକ୍ଷାର ଅନ୍ତ ଘଟିଥିଲା ଆଜି । ରୋହନ୍ କୁ ପୋଲିସଇନ୍ସପେକ୍ଟର ଚାକିରି ମିଳିଯାଇଥିଲା । ତାର ପରିଶ୍ରମ ର ସାର୍ଥକତା ମିଳିଯାଇଥିଲା । ସେ ଅଞ୍ଜଳୀଘରେ ବିବାହ ପ୍ରସ୍ତାବ ଦେଇଥିଲା । ତାର ବାପା ପରେ ଉତ୍ତର ଦେବେ ବୋଲି ଖବର ଦେଇଥିଲେ । ତିନିଦିନ ପରେ ଖବର ଆସିଲା ଅଞ୍ଜଳୀର ବାପା ମନା କରିଦେଇଥିଲେ ପ୍ରସ୍ଥାବରେ । ସେ କାରଣ ପଚାରିବାରୁ କହିଲେ ତୋ ମାଆର ଚରିତ୍ର ଭଲ ନୁହଁ ଆମେ ଶୁଣିବାକୁ ପାଇଛୁ । ରୋହନ୍ କୁ ବଡ ଝଟ୍କା ଲାଗିଥିଲା ସେଦିନ । ସେ ମାଆ ବିଷୟରେ ଆଜି ଯାଏ ସେମିତି କିଛି ଖରାପ କଥା କେବେ ଭାବିନଥିଲା କି କିଛି ଖରାପ ଦୃଶ୍ୟ ଦେଖିନ ଥିଲା । ସେ ଛୋଟଟେ ଥିଲା ଯେତେବେଳେ ବାପା ଏକ ରୋଗରେ ଚାଲିଗଲେ । ଦିନ ମଜୁରିଆ ଥିଲେ ବାପା । ପରିଶ୍ରମ କରି ଘର ଚଳାଉଥିଲେ । ତା ଜେଜୀବୁଢୀ ସବୁବେଳେ ରୋଗିଣା ରହୁଥିଲା । ତାଙ୍କର ଔଷଧ ଖର୍ଚ୍ଚ ଛୋଟ ପୁଅର ପ୍ରତ୍ୟେକଟି ଦରକାରିଜିନିଷ ପୁଣି ଘରଚଳିବାର ରାସନ ପ୍ରଭୃତି ର ଯୋଗାଡ କରିବାକୁ ପଡୁଥିଲା ।


ଦିନବେଳା ଦୁଇ ତିନିଟା ଘରେ କାମକରେ । ବାସନ ମଜା ଘର ଝାଡୁପୋଛା ସବୁକରେ । ସେଥିରେ ଯଥାକଥା ଖାଇବାର ଯୋଗାଡ ହେଇଯାଏ । ହେଲେ ସେ ବଡ ହେଇ ପାଠ ପଢିବା ପରେ ମାଆ ରାତିରେ ବି ତାକୁ ଜେଜୀ ପାଖେ ଛାଡି କାମପାଇଁ ଯାଏ ସଜଧଜ ହେଇ । କହିଲେ କୁହେ ଏକ ହୋଟେଲରେ ଖାନା ପରସିବା କାମ କରେ । ଯେହେତୁ ସେଠି ବଡବଡ ଲୋକ ଖାଇବାକୁ ଆସନ୍ତି ସେଥିପାଇଁ ତାକୁ ସଜଧଜ ରହିବାକୁ ପଡୁଛି । ସେ ମାଆ କଥାରେ ବିଶ୍ବାସ କରୁଥିଲା । ମାଆ ପୁଅର ସଂପର୍କ ଏକ ମଧୁର ସଂପର୍କ । ଆତ୍ମୀୟତାରେ ଭରା ଅବିଶ୍ବାସର କଣିଚାଏ ଜାଗା ନାହିଁ ସେଠି । ଯିଏ ନିଜର ଅନ୍ତଫାଡି ଜନ୍ମ କରିଛି । ଯାହାର ସେ ଖଣ୍ଡେ ଅଂଶ । ଯାହା ପାଖରେ ତାର ସବୁ ଅଭିଯୋଗ ଅର୍ଦଳି କହିପାରେ । ମାଆ କୋଉଠୁ କେମିତି ସେସବୁ ଯୋଗାଡ କରେ ସେ ଜାଣିନି । ହେଲେ ମାଆ ସବୁ ପୂରାକରିବାକୁ ଚେଷ୍ଟା କରେ । ଦିନ ରାତି କାମ ରେ ଲାଗିଥାଏ । ତାର ଦେହ ଭାଙ୍ଗିବାକୁ ଲାଗିଥାଏ ।


ରୋହନ ଚାହୁଁଥିଲା ସେ କାମରେ ଲାଗିଗଲେ ମାଆକୁ କାମରୁ ବିରତି ମିଳିବା । ହେଲେ ଏକଣ ହେଇଗଲା ତାର ଦେବୀପରି ମାଆ ମୁଣ୍ଡରେ କଳଙ୍କ ଲଗାଇଦେଉଛନ୍ତି ବାହାର ଲୋକେ । ମାଆକୁ ସେ ଏବିଷୟରେ ପଚାରିଲା । ମାଆ କହିଲେ ତୁ ଏବେ ବଡ ହେଇ ଗଲୁଣି ତୋର ସବୁ ଜାଣିବା ଦରକାର । ତୁ ମାତ୍ର ଦୁଇବର୍ଷର ଥିଲୁ ତୋ ବାପା ଚାଲିଗଲେ । ମୁଁ ଏଠି ସେଠି କାମ କଲି ହେଲେ ସେଥିରେ ଦୁଇବେଳା ଖାଇବାର ଯୋଗାଡ ହେଉଥିଲା । ତୋର ପଢା ଖର୍ଚ୍ଚ କପଡା ଲତା ବହିପତ୍ର ଖେଳ ସାମଗ୍ରୀ ପିକ୍ନିକ ବୁଲାବୁଲି ଖର୍ଚ୍ଚ ସବୁ ଯୋଗାଡ ପାଇଁ ମତେ ଅନ୍ୟ କାମ ଦରକାର ଥିଲା । ହୋଟେଲ ବାଲା ମତେ ଗ୍ରାହକଙ୍କୁ ଖୁସ କରିବାକୁ ଚାକିରିଦେଲା । ରାତିରେ ଯାଉଥିଲି ସେଠାକୁ । ମୋର ଦେହର ବିକ୍ରିକରି ଟଙ୍କା ରୋଜଗାର କରୁଥିଲି । ଭିକ ମାଗି ନୁହେଁ ।

ମତେ ଏଥିରେ କୌଣସି ଖୁସି ମିଳୁନ ଥିଲା । ମୁଁତ କେବଳ ମୋ ସନ୍ତାନର ଭରଣ ପୋଷଣ ପାଇଁ ଏସବୁ କୁସ୍ଚିତ କାମକୁ ସହିଯାଉଥିଲି । ନହେଲେ ପରପୁରୁଷର ଛୁଆଁ ମୋ ଦେହକୁ ତେଜାବ୍ ପରି ଜାଳି ଦେଉ ଦିଲା । ବଡ ଘୃଣା ଆସୁଥିଲା ସେ କାମୁକ ଗୁଡାକଙ୍କ ଅଶ୍ଲିଳ ଷ୍ପର୍ଶରେ । ହେଲେ ସନ୍ତାନ ପାଇଁ ମାଆ କିଛିବି ଖରାପ କାମ କରିପାରେ । ନିଜ ଜୀବନ ଦେଇପାରେ ବା ନେଇପାରେ ।


ମୁଁ ଶିକ୍ଷିତା ତ ନଥିଲି କି କିଛି ଚାକିରି ମିଳିଥାନ୍ତା । ଅନ୍ୟନୋପାୟ ହେଇ ଏ କାମ କରିଛି । ନହେଲେ ତୁ ଆଜି ଭିକ ମାଗୁଥାନ୍ତୁ ବା କୋଉଠି ବାସନ ମାଜୁଥାନ୍ତୁ ନହେଲେ କୁଲିଗିରି କରୁଥାନ୍ତୁ । ରୋହନ୍ ମାଆର ବିବଶତା ବୁଝୁଥିଲା । ମାଆକୁ ସେ ଘୃଣା କରୁନଥିଲା । ବରଂ ଗର୍ବ କରୁଥିଲା । ମାଆ ଭିକ ମାଗିନି ନିଜ ଦେହ ବିକିଛି । ଜଣେ ରକ୍ତ ବିକୁଛି ଅଙ୍ଗ ବିକୁଛି ଆଉ ଦେହ ବିକିବାକଣ ଅପରାଧ?ତାର ଦେହତ ପବିତ୍ର ନାଁ । ବୁଦ୍ଧବି କହିଛନ୍ତି ଦେହ ଜୀବିବି ଜଣେ ମଣିଷ । ଭଲେ ହି ତାର ଦେହ କୁକର୍ମରେ ଲିପ୍ତ ହେଲେ ଆତ୍ମା ସଂପୂର୍ଣ ପବିତ୍ର । କେହିତ ଖୁସିରେ ଏ ଘୃଣ୍ୟକାମ କରିନଥାଏ । ମାଆକୁ ଯିଏ ଯାହା କହୁ ସେ କେବେ ଖରାପ ଭାବିବନି । ସେ ଏବେ ତାଙ୍କୁ ସୁଖରେ ରଖିବ । ପୁରା ଆରାମ ଦେବ ତାଙ୍କୁ ।


ଅଞ୍ଜଳୀକୁ ଦିନେ ସେ ମାଆ ବିଷୟରେ ସବୁ ଜଣେଇଲା । ସେତେବେଳେ ମାଆଙ୍କ ବିବଶତା କେତେ ଥିଲା ସେକଥା ଅଞ୍ଜଳୀ ବୁଝି ପାରିଲା । ସେ ଜଣେ ଆଧୁନିକ ମହିଳା ସେ ଏପରି କଥାକୁ କେବେ ଗୁରୁତ୍ବ ଦେଉନଥିଲା । ସ କୌଣସିମତେ ରୋହନକୁ

ବିବାହ କରିବାକୁ ଚାହିଁଲା । ତାବାପାମାଆ ଶେଷରେ ଝିଅ ଜିଦ୍ ପାଖେ ହାରମାନିଥିଲେ ଓ ବାହାଘର ହେଇଯାଇଥିଲା । ମାଆ ଟି କେବେବି ଘୃଣ୍ୟ କୁମାତା ହେଇନଥାଏ । ତାକୁ ପରିସ୍ଥିତି ବାଧ୍ୟ କରିଥାଏ ସେମିତି କିଛି କାମ କରିବାକୁ ।



Rate this content
Log in

Similar oriya story from Tragedy