Archana Sahoo

Tragedy Fantasy Inspirational

4.0  

Archana Sahoo

Tragedy Fantasy Inspirational

ମାଆ ଓ ମରୀଚିକା

ମାଆ ଓ ମରୀଚିକା

2 mins
252


ମାଆ ଚାହିଁ ରହିଥିଲା ପୁଅ ଫେରିଲେ ରାତ୍ରି ଭୋଜନ କରିବ ବୋଲି । ହେଲେ ପୁଅ କାହିଁକି ଫେରୁନି କେଜାଣି । ସେ ବୋଧେ କୋଉ ସାଙ୍ଗ ଘରେ ରହିଗଲା ନା କ'ଣ ? ହଉ ସେ ତ ଏବେ ବହୁତ ବଡ଼ ହେଇଗଲାଣି । ମାଆ କଥା ଭାବିବ କାହିଁକି ? ଏତିକି କହି ମାଆ ସୁଭଦ୍ରା ଶୋଇ ପଡ଼ିଥିଲେ ଭୋକ ଉପାସରେ । ନିଆଁ ଲଗା ଆଖିକୁ ନିଦ କୋଉଠି ଆସୁଛି । ପୁଅଟା ଯାଇଛି ଯେ ଯାଇଛି । ଆସିବାର ନାଁ ଧରୁନି । କେତେ ରାତି ଯେ ହେଲାଣି ପୁଅର ଖାତିରି ପଡୁନି । ଘରେ ଏକୁଟିଆ ମାଇପି ଲୋକ କେମିତି ରହିବି କେବେ ଭାବିଛି ସେ । ଚୋର ତସ୍କର ଯଦି ଧନ ଲୋଭରେ ମତେ ମାରି ଦିଅନ୍ତି ତେବେ ?ଏ ପୁଅର ଚିନ୍ତା ନାହିଁ । ଧନରେ କମ ତ ନାହିଁ ଘର । ହେଲେ ଜନରେ ପୁରା କମ । 

ଏତିକି ବେଳେ ପୁଅ ଆସିଛି । ଏବଂ ପଚାରିଛି ....

" ମା' ମା' ତୁ ମତେ କହ ମୋ ବାପାଙ୍କ ନାଁଁ କ'ଣ ? "

ମାଆ ନିରୁତ୍ତର .....। ରାତିର ଅନ୍ଧାରକୁ ଦେଖି । ନଖକୁ ଗଣି ଗଣି ସେ କିଛି ହିସାବ କରିଲେ ।

ପୁଅ ଏସବୁ ଦେଖି କହିଲା, ମାଆ ତୁୁ ମତେ କିଛି କହିବୁନି ତ ନକହ । ମୁଁ ଯାଉଛି ......


ପୁଅ ଚାଲିଗଲା ପରେ କାନ୍ଦି ଉଠିଲେ ମା' .....


ତା'ପର ଦିନ ପୁୁୁଅ ଆସି କହିଲା ,ମାଆ ଜଲ୍ଦି ବାହାରେ । ତତେ ନେଇ ବୃୃଦ୍ଧ ଆଶ୍ରମରେ ଛାଡି ଦେଇ ଆସିବି । ବୋହୂ ତୋର କହୁଛି ଯେ ମୁଁ କାଳେ ଜାରଜ ସନ୍ତାନ । ତୋ ପାଖରେ ମୋ ଛୁଆ ମାନେ ବଢିଲେ କ'ଣ ଶିକ୍ଷା କରିବେ ? ମୋ ବାପାର ପରିଚୟ ନାହିଁ । ଏ କଥା ମତେ ବହୁତ କଷ୍ଟ ଲାଗୁୁନି । କିିନ୍ତୁ ମୋ ସ୍ତ୍ରୀର ଜାରଜ ଗାଳି ଖାଇବାକୁ ଆଉ ଭଲ ଲାଗୁୁନି । 

 ମା' କିଛି ନ କହି ବାହାରିଲେ ଅନାଥ ଆଶ୍ରମ ।

ଠିକ୍ ଏହି ସମୟରେ ଉପସ୍ଥିତ ହେଲେ ଆଉ  ଏକ ଚରିତ୍ର।

ବଡ଼ଲୋକିଆର ଆଭିିିଜାତ୍ୟ ସହ ସେ ପ୍ରବେଶ କଲେ ଘର ମଧ୍ୟକୁୁ । ସେ କହିିଲେ ମୋ ପୁୁଅକୁୁ ଦିଅ ସୁଭଦ୍ରା ।

ତାକୁ ମୋ କୋଳକୁୁ ଟେକି ଦିଅ । ତମେ ତାକୁ ବହୁତ ସ୍ନେହ ଦେଇ ତମେ ମତେ ଋଣି କରିି ଦେଇଛ । ତେଣୁ ଏହି ପାଞ୍ଚ ଲକ୍ଷ ଟଙ୍କା ନେଇ ମୋ ପୁୁଅକୁ ମତେ ଦେଇ ଦିଅ ।

ସୁଭଦ୍ରା ଏଥର ମୁହଁ ଖୋଲିଛନ୍ତି । 


ମତେ କ୍ଷମା କରିଦିଅ ସାଆନ୍ତେ । ତୁମେ ଜେଲ ଯିବା ପରେ,ମୁଁ ତୁମ ପୁଅକୁୁ ଭଲରେ ପାଠ ପଢେଇ ପାରିନି । 


ଏତିକି ବେଳେ ପୁଅ ମନୁ ଆସି ସବୁ କଥା ଶୁଣି ନେଇଛି । 


ତା'ପରେ  ସାଆନ୍ତେ ଆସି କହିଛନ୍ତି ଏଇ ମୋ ପୁଅ । କେତେ ବଡ଼ ହେଇଗଲାଣି । ଆ' ପୁଅ ମୋ ପାଖକୁ ଆ' । 


ଚାଲେ ପୁୁଅ ମୋ ଘରେ ରହିବୁ । ରାଜାପୁଅ ତୁ । ଏ ଗରିବ କୁଟୀରରେ ତୋ କାମ ନାହିଁ । 


ପୁଅ ମନୁ ଆଖିରୁ ଲୁହ ଝରେଇ ମା' ପାଦ ତଳେ ଲୋଟି ଗଲେ । ଏବଂ କହିଲେ ମା ' ତୁ ଏତେ ମହାନ୍ ବୋଲି ମୁଁ ଜାଣି ନଥିଲି । ମତେ ତୁ କ୍ଷମା କରିି ଦେ ।


କ୍ଷମା କରିବେ ସାଆନ୍ତ । ମୁଁ ଆପଣଙ୍କ ଉଆସକୁ ଯିବି ନାହିଁ ।ଆଲୋ ଏ ସ୍ତ୍ରୀ ଦେଖିବୁ ଆ' ମୋ ଠାକୁରାଣୀକୁ । ମୁଁ ମିଛ ମରୀଚିିିକା ପଛରେ ଗୋଡେଇ ଅନ୍ଧଟିଏ । 


ସାଆନ୍ତ ଆପଣ ଏଇ କୁଡ଼ିଆରେ ରୁୁୁହନ୍ତୁ । ମୁଁ ଆପଣଙ୍କ ସେବା କରିିବି ଆଉ ମୋ ଠାକୁରାଣୀଙ୍କ ପୂଜା .... ।

Name - Archana Sahoo

Khordha

Khajuria pada 




Rate this content
Log in

Similar oriya story from Tragedy