STORYMIRROR

Sarita Mohanty

Inspirational

3  

Sarita Mohanty

Inspirational

ମା

ମା

3 mins
141


   ଆଜି ସୃଜନାର ବାହାଘର। କାଲି ପରି ମନେ ହେଉଛି ସେଇ ଗୁଲଗୁଲିକୁନି ଝିଅଟି ଆଜି ବଡ଼ ହେଇଗଲଣି।ପିଲାଦିନୁ ତାରା,ଚନ୍ଦ୍ର,ସୂର୍ଯ୍ୟ ଓ ଆକାଶକୁ ଭଲ ପାଉଥିବା ଝିଅ ଆଜି ସେମାନଙ୍କ ଉପରେ ଗବେଷଣା କରୁଚି ହଁ ଆମ ଝିଅ ଆଜି space scientist।ତା ମା ସଞ୍ଜୟ ବାବୁଙ୍କ ମନ ଆଜି ଭାରି ଖୁସି ।ହଁ ସଞ୍ଜୟ ବାବୁ ..ଏପରି ଏକ ମା ଯିଏ କି ଆଜିର ଦୁନିଆରେ ବିରଳ। ସୃଜନା ର ଜନ୍ମ ପରେ ପରେ ଭାଉଜ ଜାହ୍ନବୀ ଆରପାରିକୁ ଚାଲିଗଲେ।ସଞ୍ଜୟ ବାବୁଙ୍କୁ ବାପା ମା ଭାଇ ଭଉଣୀ ଏମିତିକି ଭାଉଜଙ୍କ ଘର ଲୋକ କେତେ ରାଣ ନିୟମ କେତେ ଖୁସାମତ କରିକି ବି ରାଜି କରେଇ ପାରିଲେନି ଆଉ ଗୋଟେ ଜୀବନ ସାଥୀ ଚୟନ ପାଇଁ।ସଞ୍ଜୟ ବାବୁଙ୍କୁ ଜିଦ୍ ମୋ ଝିଅ ପାଇଁ ମୁଁ ମା ଓ ବାପା ଉଭୟର ଭୂମିକା ନେବି।ସତ ରେ କେତେ ସେ ଭଲ ପାଆନ୍ତି ଆମ ଭାଉଜଙ୍କୁ।ବୟସ କେତେ ବା ତାଙ୍କୁ କିନ୍ତୁ ଭଲ ପାଇବାଟା ଯେ ମଣିଷକୁ ଉର୍ଦ୍ଧ୍ବ ମୁଖୀ କରାଏ ଏହା ଦେଖିବାକୁ ମିଳିଥିଲା ସଞ୍ଜୟ ବାବୁଙ୍କୁ କ୍ଷେତ୍ରରେ।ଅଫିସ , ଘର ଓ ଝିଅ ସବୁର ଦାୟିତ୍ଵ ଏକାକୀ ମୁଣ୍ଡ ଉପରକୁ ଖୁସି ଖୁସିରେ ନେଇଥିଲେ ସେ।

    ଦିନ ପରେ ଦିନ ବିତିଚାଲେ।ଝିଅ ବି ବଡ଼ ହେଇଚାଲେ।ପିଲାଦିନରୁ ସେ ଝିଅକୁ ଆକାଶକୁ ଭଲ ପାଇବା ଶିଖେଇଥିଲେ।ମାକୁ ଖୋଜିବା ବେଳେ ସଞ୍ଜୟ ବାବୁ ଝିଅକୁ ଆକାଶକୁ ଦେଖାନ୍ତି ଓ ମା ଏଇ ତାରା ମାନଙ୍କ ଭିତରେ ଜଣେ ବୋଲିକୁହନ୍ତି ।ମୁଁ ଏ ସବୁ ଏତେ ଭଲରେ ଜାଣିଛି ଏଥିପାଇଁ କାହିଁକି ନା ମୁଁ ତାଙ୍କ ପଡୋଶୀ ।ରକ୍ତର କେହି ନହଲେ ମଧ୍ୟ ମୁଁ ତାଙ୍କୁ ନିଜ ଭାଇ ଭାଉଜ ବୋଲି ଭାବେ ଓ ସେମାନେ କୋଉ କମ୍ କି, ଏକ ଆତ୍ମୀୟତାର ଅନୁଭବ କରେ ମୁଁ ତାଙ୍କ ପାଖରେ । ତେଣୁ ମୁଁ ସୃଜନାର ଦାଦା ।ପିଲାଦିନରୁ ତାକୁ ମୁଁ ଦେଖି ଆସିଛି ଠିକ୍ ଭାଉଜଙ୍କ ଅବିକଳ ରୂପ ଓ ଗୁଣ।ଭାଇ ତାକୁ ଦେଖି ଭାଉଜଙ୍କ ଅଭାବକୁ କିଛି ମାତ୍ରରେ ଭୁଲିଯାନ୍ତି।ଦିନେ ସୃଜନା ମୋତେ ପଚାରିଲା ଦାଦା ମା ମାନେ କଣ?ମୁଁ କଣ କହିବି କୁନି ପିଲା ହେଲେ ବୁଦ୍ଧି ପ୍ରଖର।କହିଲି ମା ' ସେ ଯିଏକି ଆମ ଜନ୍ମଦାତ୍ରି।ଆମେ ଏଇ ପୃଥିବୀ ରେ ତା ପାଇଁ ଆସିପାରିଲେ।ମା ଆମକୁ ସବୁଠୁ ବେଶୀ ଭଲ ପାଏ।


ମା ଆମର ସବୁ ପ୍ରକାରର ଯତ୍ନ ନିଏ।ଯେମିତି କି ଆମକୁ ଖୁଆଇବାଠୁ ନେଇ କି ପାଠ ପଢ଼ାଇବା ହେଉ ହାଡ଼ ଖୁସି ହେଉ କି କଷ୍ଟ ବେଳେ ହେଉ ସବୁ ବେଳେ ଆମ ସାଥୀରେ ଥାଏ,ଆମକୁ ପ୍ରଥମେ ସବୁକଥା ଶିଖାଏ ସେ ହେଉଛି ଆମ.. ମା...।ଝିଅ କହିଲା ଦାଦା କିନ୍ତୁ ସମସ୍ତେ କହିଛନ୍ତି ମୋ ମା ମରିଯାଇଛି ହେଲେ ମୋ ମା ତ ମୋ ପାଖରେ ଅଛି । ତା କଥା ଶୁଣି ମୁଁ କିଛି ବୁଝି ପାରିଲିନି।ପଚାରିଲି ମାନେ? ହଁ ଦାଦା ମୋ ଯୋଉ ବାବା ସେ ତ ମୋର ସବୁ ଯତ୍ନ ନିଅନ୍ତି ଆଉ ଜାଣିଛ ମୋତେ ରାତିରେ କେତେ ଗପ ବି କୁହନ୍ତି ଆଉ ଆମେ ଖୁବ୍ ମଜ୍ଜା ବି କରୁ ।ଆଉ ତମେ ତ କହିଲ ମା ... ଯିଏ ଆମକୁ ସବୁଠୁ ବେଶୀ ଭଲ ପାଏ ଆଉ ବାବା... ବାବା ତ ମୋତେ ସବୁଠୁ ... ସବୁଠୁ ବେଶୀ ..ବେଶୀ ଭଲ ପାଆନ୍ତି ସେଇଥିପାଇଁ ସେ ମୋର ମା।ଆଖିରେ ଲୁହ ଆସିଗଲା ତା'ର ଏଇ ବୁଝିବା ଶକ୍ତି ଦେଖି ।ସତରେ କଣ ମା କେବଳ ସେ ଯିଏ ଆମକୁ ଜନ୍ମ ଦିଏ ? ଆମକୁ ତାର ଅମୃତ ପାନ କରାଇ ସବଳ କରାଏ? ମୁଁ ତ ଏତିକି କହିପାରିବି ସଞ୍ଜୟ ବାବୁଙ୍କ ପାଖରେ ନାରୀର ମାତୃତ୍ଵ ହାର ମାନିଛି।ଏକ ପୁରୁଷ ପାଖରେ ଏତେ ମମତା,ଏତେ ତ୍ୟାଗ,ଏତେ ଧର୍ଯ୍ୟ ଆସିଲା କେଉଁଠୁ । ସେ ତ ଏକାକୀ କେବଳ ମା ର ନୁହେଁ ବରଂ ଭାଇ ଭଉଣୀ ସାଙ୍ଗ ସାଥୀ ସବୁର ଭୂମିକା ସୁଚାରୁ ରୂପେ ନିଭେଇ ପାରିଲେ ଏଥି ସହିତ ଝିଅକୁ ଏକ ବୈଜ୍ଞାନିକ ମଧ୍ୟ କରିପାରିଲେ।କିଏ କହିଲା ଜନ୍ମ ଦେଲେ ହିଁ ମା ।ଏଇ ମା ଶବ୍ଦଟା ତ ପ୍ରକୃତରେ ଏକ ଅନୁଭବର ବିଷୟ ।ମମତା କେବଳ ନାରୀ ପାଖରେ ସୀମିତ ନୁହେଁ ଏହା ସିଦ୍ଧ କରିପାରିଲ ତମେ ଭାଇ।ଆଜି ମାତୃ ଦିବସରେ ମୋର ଶତ କୋଟି ପ୍ରଣାମ ସେଇ ସଞ୍ଜୟ ବାବୁ ରୂପୀ ମା'ଙ୍କ ପାଦପଦ୍ମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational