Sarita Mohanty

Inspirational

4  

Sarita Mohanty

Inspirational

ଗଛ ଦିଅଁ

ଗଛ ଦିଅଁ

5 mins
236


ଆମ ଘର ଏଇ କନ୍ଦରପୁର , ଜଗତସିଂହପୁର ଜିଲ୍ଲାରେ। ମୁଁ ୯ ବର୍ଷ ବୟସ ରୁ ହେଇକି ଆସିଲି ଖରିପଦା ଗାଁ କୁ। ଆସିବା ଦିନଠାରୁ ମୁଁ ଏଇ ନିମ୍ବ ଗଛ ଆମ ଦାଣ୍ଡ ପଟେ  ଦେଖି ଆସୁଛି ।କାହିଁକି କେଜାଣି ମନ ରେ ଭାବନା ଆସିଲା କାଳିଆ ଏଥର ନବକଳେବର ପାଇଁ ଆମ ନିମ୍ବ ଗଛ ଟା ତୁ ବାଛନ୍ତୁନି ।ଏମିତି ସବୁଦିନ ଭାବେ ଆଉ ୟାଙ୍କୁ ଦିନେ କହିଲି, ଦେଖିଲ ଏଇ ନିମ୍ବ ଗଛ ଟିକେ ନିଆରା ଲାଗୁନାହାନ୍ତି ।ସେ କହିଲେ ହଉ ଭାବୁଛୁ ଯଦି ପୂଜା କର ସଫା ସଫି କର ।ସେଇ ଦିନ ଠୁ ମୁଁ ତାଙ୍କୁ ନିଇତି ପୂଜେ ଆଉ ସକାଳୁ ପରିଷ୍କାର କରି ଖରକି ଦିଏ ।କେତେ କଥା କେତେ ଦୁଃଖ ସୁଖ ମୁଁ ନ ହେଇଛି ସେଇ ନିମ୍ବ ଗଛ ସହିତ ।ସବୁ କହିଦେଲେ ମୋତେ ଭାରି ହାଲୁକା ଲାଗେ ଆଉ ମୁଁ ପୁଣି ବହାରିଯାଏ ମୋ ସଂସାର କାମ କୁ ।ଏମିତି ଦିନ ପରେ ଦିନ, ବର୍ଷ ପରେ ବର୍ଷ ବିତି ଯାଏ ।ନା ଗୋଟେ କାଉ ନା କୋଇଲି କେହି ଗୋଟେ ବସନ୍ତିନି ଏଇ ଗଛ ଡ଼ାଳ ରେ ।ଟିକେ ଟିକେ ସନ୍ଦେହ ହୁଏ ମନରେ ,ତାପରେ ଦିନେ କୋଉଠୁ କେଜାଣି ନାଗ ଦେବତା ଙ୍କୁ ଦେଖିଲି ଏଇ ଗଛ ରେ, ସେଇଠୁ ମୋ ମନ ଆହୁରି ଜୋର୍ ଧରିଦେଲା ହଁ ଏଇ ତ ଆମ ଦାରୁ ଦେବତା ।ଆମ ଗାଁ ଲୋକ ମୋତେ ପଗେଲି ଟା ବୋଲି କହନ୍ତି ।ହଁ କୁହନ୍ତୁ ମୋର କି ବା ଯାଏ ଆସେ। ଜଗା ପ୍ରେମ ରେ ଯଦି ପାଗେଳି ତାହାଲେ କଣ ଅଛି ।

  ଏମିତି ଦିନ ପରେ ଦିନ ବିତି ଗଲା ।ଆଉ ଦିନେ ମହାବାତ୍ୟା ହେଲା ।ଆମ ଗାଁ ରେ ସମସ୍ତଙ୍କ ଘରଦ୍ୱାର ସବୁ ଭାଙ୍ଗିରୁଜି ଗଲା ।କି କରାଳ ରୂପ ନେଇ ସେ ବାତ୍ୟା ଆସିଥିଲା ହେଲେ ଆମ ଦାରୁ ଦିଅଁ ସେମିତି ଠିଆ ହୋଇଥିଲେ ଗୋଟେ ଡ଼ାଳ ବି ଭାଙ୍ଗି ନଥିଲା ତାଙ୍କର ।ଆଉ ଏଥର ଗାଁ ଲୋକ ବିଶ୍ୱାସ ନକରି ଯିବେ କୁଆଡେ ।ନୀତି ସଙ୍କୀର୍ତ୍ତନ ,ଭାଗବତ, ପୁରାଣ ପାଠ ହୁଏ ଆମ ଦିଅଁ ଙ୍କ ପାଖରେ ।ଭାରି ଆନନ୍ଦ ଲାଗେ ଶତ ରେ ।ସେ ଆମର ପରିବାର ର ଜଣେ ସଦସ୍ୟ ପରି ହେଇଗଲେ ଧୀରେ ଧୀରେ ।ଏ ଭିତରେ ପୁଅ ଝିଅ ବାହା ଚୋରା ହେଇଗଲେ ଆଉ ନାତି ଟିଏ ବି କୋଳ କୁ ଆସିଲା ତାଙ୍କରି ଦୟା ରେ ।ଏଥର ଯୋଡ଼ା ଆଷାଢ଼ ପଡ଼ିଲା ଆଉ ଶତ କୁ ଶତ କାଳିଆ ର ନବକଳେବର ସମୟ ଆସିଲା ।ଦାରୁ ଖୋଜି ଖୋଜି କୁଆଡେ ଶ୍ରୀକ୍ଷେତ୍ର ପୁରୀ ରୁ ଦଇତାପତି ସବୁ ଚାରିଆଡ଼େ ବୁଲୁଛନ୍ତି ଶୁଣିବାକୁ ମିଳେ ।ଚକ୍ରରାଜ୍ ସୁଦର୍ଶନ ଖୋର୍ଦ୍ଧା ରୁ ଆଉ ମା ଭଗବତୀ ସୁଭଦ୍ରା ସାରଳା ପୀଠ ରୁ ମିଳି ପୁରୀ ପଳେଇ ଲେଣି ।

ଜଗନ୍ନାଥଙ୍କ ଦାରୁ ଆହୁରି ମିଳି ନାହାନ୍ତି କହୁଛନ୍ତି ସବୁ ସେ କୁଆଡେ କଣାସ ଆଡେ ଅଛନ୍ତି ବୋଲି ।ଆମେ କିନ୍ତୁ ସେଇ ଭାବନା ରେ ଥାଉ କାଳେ ଆମ ନିମ୍ବ ଗଛ ରେ କାଳିଆ ତିଆରି ହେବ । ଏମିତି ସପ୍ତାହେ ବିତିଗଲା ସବୁଦିନ ପରି ଆଜି ବି ଖରକୀ ଦେଇ ଆସିଲି ମୁଁ ଗଛ ମୂଳ । ନାଲି ଚା ଆମେ ଦୁହେଁ ପିଇ ପିଣ୍ଡା ଉପରେ ବସିଥାଉ । ଗାଁ ସରପଞ୍ଚ ଧାଇଁ ଧାଇଁ ଆସି କହିଲେ ଆଲୋ ଧନୀ ଜାଇଲୁଁ ମହାପୁରୁ କୋଉ କଣାସ ରେ ନୁହେଁ କୁଆଡେ ଆମ ଗାଁ ରେ ଦାରୁ ଅଛନ୍ତି ବୋଲି ସପନେଇଛନ୍ତି । କେତେ ଲୋକ ପଟୁଆର କରି ଆସିଲେଣି ଆମ ଗାଁ ଆଡ଼କୁ ସଅଳ ଚାଲ ଯିବା ସବୁ। କାଳେ ସେ ଆମ ଏଇ ନିମ୍ବ ଗଛ ଦାରୁ ନୁହନ୍ତି ତ । ଶୁଣି ଦେଇକି ଆମେ ଦୌଡ଼ିଲୁ ଗାଁ ମୁଣ୍ଡ କୁ।

       ମୋ ଆଖି ରୁ ଧାର ଧାର ଲୁହ ଗଡି ପଡୁଥାଏ ।ଏତେ ଲୋକ ଦେଖି ଆମେ ଛାନିଆ ହେଇଗଲୁ । ଗୋସେଇଁ ମାନେ ଆଉ କେତେ ଯେ ଶ୍ରୀ କ୍ଷେତ୍ର ରୁ ଆସିଥାନ୍ତି । ସେମାନେ ସବୁ ଆସି ସାଷ୍ଟଙ୍ଗ ହେଲେ ଆମ ଗାଁ ରେ ।ତାପର ଦିନ ଦାରୁ ଖୋଜା ଅଭିଯାନ ଆରମ୍ଭ ହେଲା ।ଆମ ଗାଁ ରେ ଥିବା ସବୁ ନିମ୍ବ ଗଛ କୁ ସେମାନେ ପରଖିଲେ ଶେଷ ରେ ସରପଞ୍ଚ ଙ୍କ ଅନୁରୋଧ ରେ ଆମ ବାଉରୀ ସାହି ରେ ଥିବା ଆମ ଦାଣ୍ଡ ନିମ୍ବ ଗଛ କୁ ପରଖିଲେ ସବୁ।ସେମାନଙ୍କ ଭିତରୁ ଗୋଟେ ଜୁଆନ ଟୋକା ପ୍ରଥମ ଦେଖା ରେ କୁଣ୍ଢାଇ ପକାଇଲା ଆମ ଗଛ ମହପୁରୁ ଙ୍କୁ ।ତାପରେ ସେମାନେ ଗଛ ରେ ହାତୀ ଶୁଣ୍ଢ, ଚକ୍ର ଚିହ୍ନ , ଶଙ୍ଖ ଚିହ୍ନ ପଦ୍ମ ଫୁଲ ଚିହ୍ନ ସବୁ ଖୋଜି ଖୋଜି ପାଇଲେ ଆଉ ଏଇ ଆମ କାଳିଆ ର ଦାରୁ ବୋଲି ଚିହ୍ନଟ କରି ନାଚି କୁଦି ପକେଇଲେ । ଏ କଥା ଶୁଣି ଇୟେ କହିଲେ ଦେଖିଲୁ ଧନୀ ତୋ  ଡାକ ଦିଅଁଁ ଶୁଣିଛନ୍ତି,ତୋ ପୂଜା ସାକର ହେଇଛି ଲୋ ।ମୋ ମନ ଖୁସି ରେ ନାଚି ଉଠୁଥାଏ ଆଉ ଅନ୍ୟପଟେ ମନ ଦୁଃଖ ରେ ଭାଙ୍ଗି ପଡୁଥାଏ ଯେ ଆଉ ଏ ଗଛ ରହିବନି ,କାହାକୁ ନିଇତି ପୂଜିବି କାହାପାଇଁ ଆଉ ସଙ୍କୀର୍ତ୍ତନ ହେବ ।ଠାକୁର ଏଥର ପଲେଇବେ ଆମକୁ ଛାଡ଼ିକି ଏ କଥା ଭାବି ଭାବି ରାତି ଶୋଇପାରିଲିନି । ସକାଳୁ ପୂଜା କୀର୍ତ୍ତନ ଯଜ୍ଞ ସବୁ ଜୋର୍ ରେ ହେଲା ।କାହିଁ କୁଆଡୁ କେତେ ଲୋକ ଆସିଥାନ୍ତି ଦାରୁ ଦର୍ଶନ କୁ ।ଦିନ କେଇଟା ରେ ଗଛ ହଣା ହେଲେ ଆଉ ଗଛ ର କେଉଁ ଅଂଶ ରେ ଦିଅଁ ଗଢା ହେବେ ସେଇ ଗଡ କୁ ନୂଆ ଶଗଡ଼ି ରେ ନେଇ ଶ୍ରୀକ୍ଷେତ୍ର ବାହାରିିଲେ ଗୋସେଇଁ ମାନେ ଆଉ ଅନ୍ୟ ସବୁ ଡ଼ାଳ ପତ୍ର କାଳେ କିଏ ନେଇ ଯିବେ ତେଣୁ ଗୋଟେ ବଡ଼ ଖାଲ କରି ତାକୁ ପୋତା ହେଇଗଲା । ତାପରେ ଗାଁ ଖାଲି ଖାଲି ଆମେ ସମସ୍ତେ ବହୁତ୍ ଝୁରୀ ହେଉଥାଉ ଆମ ନିମ୍ବ ଗଛ କୁ ।କେମିତି ଦିନ ରାତି ବିିିତୁ ଥାଏ ତା  କହିବା ଭଲ ।ଆମେ ସ୍ଥିର କଲୁ ସେଇ ଜଗା ରେ ଗୋଟେ ମନ୍ଦିର ତୋଳିବୁ ।ହେଲେ ପଇସା ପତ୍ର ଭାରି ଅଭାବ , ସେଇଥିରେ ଚାନ୍ଦା କରି ଗୋଟେ ଛୋଟ ଘର କରି କାଳିଆ କୁ ବସେଇଲୁ ।ସେପଟେ ଦିଅଁ ଙ୍କର ନବକଳେବର ପୁରୀ ରେ ହେଉଥାଏ ।କୁଆଡେ ସେ ଦିନ ପୁରୀ ସହର ସାରା ଲାଇଟ୍ ଲିଭେଇ ଦେଇଥିଲା ସରକାର ।ବଡ଼ ଦାଣ୍ଡ ସାରା ଲୋକ ଦୀପ ଜଳେଇ କୀର୍ତ୍ତନ ଭଜନ କରୁଥାନ୍ତି ।ସକାଳୁ ସକାଳୁ ସବୁ କାମ ସାରି ନୂଆ ଦିଅଁ ବସିଲେ ରତ୍ନ ସିଂହାସନ ରେ ।ଆମର ତ ଟିଭି ନାହିଁ ଏଇ ରେଡ଼ିଓ ରୁ ଶୁଣିବା କଥା ।ଆମ ଗଛ ରେ ତିଆରି ଦିଅଁ କୁଆଡେ ଭାରି ସୁନ୍ଦୁରିଆ ଦେଖା ଯାଉଛନ୍ତି ।ଭାରି ମନ ହେଉଥାଏ ଆମେ ଟିକେ ଜାନ୍ତୁନି ରଥ ଦେଖିବାକୁ ହେଲେ ପଇସା କାହିଁ ଏତେ ବାଟ କୁ ଯିବାକୁ ।

      ଏମିତି ଭାବି ଭାବି ସବୁ ରାତି ରେ ତକିଆ ଓଦା ହୁଏ ଆମ ଦୁହିଁ ଙ୍କ ର । ଦିନେ ସକାଳୁ ହଠାତ୍ ଯୋଉ ଟିଭି ବାଲା ସେ ଦିନ ସବୁ ଆସିଥିଲେ ସେମାନେ ଆମ ଗାଁ କୁ ଫୁଣି ଆସିଥିଲେ କଣ ସବୁ ଟିଭି ରେ ଦେଖେଇବେ ବୋଲି ।ଆମ ଗଛ ଦିଅଁ ଙ୍କୁ ହରାଇ ଆମେ କେତେ ଯେ ଦୁଃଖୀ ସେ କଥା ସେମାନଙ୍କୁ ଆମେ ସବୁ କହିଲୁ ।ସେମାନେ ଏ ରଥ ରେ ପୁରୀ ଯିବନି କି ପଚାରିବାରୁ ମୁଇଁ କହିଲି ପଇସା କାହିଁ ବାବୁ ଏତେ ଦୂର ଯିବାକୁ । ତାଙ୍କ କଣ୍ଠ ରେ ଠାକୁର ନିଜେ ବିରଜି ଲେ ନା କଣ ହେଲା କେଜାଣି କହିଲେ ଆମେ ନେଇଯିବୁ ଆଉ ଆଣିକି ଛାଡ଼ି ବି ଦେବୁ ସେ କଥା ପାଇଁ ବ୍ୟସ୍ତ ଜମା ହୁଅନି ମାଉସୀ । ସକାଳୁ ସକାଳୁ ବାହାରି ପଡ଼ଲୁ ଆମେ ସବୁ ଗାଁ ଲୋକ ଆମ ଘର ଦିଅଁ କୁ ଦେଖିବା ପାଇଁ । ଶ୍ରୀକ୍ଷେତ୍ର ରେ ପହଞ୍ଚି କାଳିଆ କୁ ଦେଖିଲୁ ରଥ ରେ ।ମୋ କାଳିଆ ରେ ମୋତେ ଚିହ୍ନି ପାରୁଛୁ ଟି ।ନିଇତି ଝୁରୁଛି ରେ ତତେ କୁଆଡେ ପାଲେଇଆସିଲୁ ମୋତେ ଛାଡିକି କହି ଭୋ ଭୋ କରି ବାୟାଣୀ ପରି କାନ୍ଦିବାକୁ ଲାଗିଲି । ସେତେବେଳେ ମୋତେ ଲାଗିଲା ସତେ ଯେମିତି କାଳିଆ କହୁଛି ମୁଁ ପା ତୋ ପାଖେ ପାଖେ ସବୁବେଳେ ଅଛି ,ତୁ ଯୋଉ ଛୋଟ ମନ୍ଦିର କରିଛୁ ମୁଇଁ ପା ସେଇଠି ଅଛି ତତେ ଦେଖୁଛି କାହିଁକି କାନ୍ଦୁଛୁ ।ଶତ ରେ କାଳିଆ ତୋରି ପାଇଁ ମୁଁ ଅଛି ରେ ତୋ ବିନା ମୋର ଅନ୍ୟଗତି ନାହିଁ । 

  ସେଇ ଦିନ ଠୁ ଆଜି ଯାଏଁ ଜଗା ଆମ ଗଛ ଦିଅଁ ପୂଜା ପାଉଛନ୍ତି ଗାଁ ରେ ।


Rate this content
Log in

Similar oriya story from Inspirational