ପଶ୍ଚାତାପ
ପଶ୍ଚାତାପ
ଆଜି ତମ କଥା ଭାରି ମନେ ପଡୁଛି ଆଲୋକ । ଜୀବନ ର ବ୍ୟସ୍ତତା ଓ ବେପରୁଆ ମନୋବୃତ୍ତି ଯୋଗୁଁ ମୁଁ ତମପରି ଗୋଟେ ଭଲପାଉଥିବା ସ୍ବାମୀ କୁ ହରେଇଦେଇଛି ଏଥିପାଇଁ ତମକୁ ଦୋଷ ଦେବିନି.. ମୁଁ ହିଁ ଦାୟୀ ଆଜି ର ଦୁଃଖ ଓ ନିଃସହାୟ ଜୀବନ ପାଇଁ। ଆମ ଜୀବନ ର ନୂଆଁ ନୂଆଁ କଥା ତମେ କହିଥିଲ ମୁଁ ତମକୁ ବହୁତ୍ ଭଲପାଏ ଦିପା ଆମେ ଦୁହେଁ ଗୋଟିଏ ଛୋଟ ଘର ବନେଇବା ପୁରୀରେ ,ପିଲାଦିନୁ ପୁରୀ ପ୍ରତି ଆଲୋକଙ୍କ ବହୁତ୍ ଭଲପାଇବା । ଏବଂ ସେଇ ଘରର ଗୃହଲକ୍ଷ୍ମୀ ହେବ ତୁମେ । ମୁଁ ଜୀବନକୁ ବଞ୍ଚିବାକୁ ଚାହେଁ ଦୀପା । ଏମିତି ସମସ୍ତଙ୍କ ପରି ଚାକିରି ତାପରେ ଅବସରପ୍ରାପ୍ତ ର regular life ମୁଁ ବଞ୍ଚିବାକୁ ଚାହେଁ ନି । ଅଫିସରୁ ଆସିଲେ ବାଲକୋନୀରେ ମିଶିକି ଚା ପିଇବା ଓ ବହୁତ୍ ଗପିବା , evening walk ରେ ସମୁଦ୍ର କୂଳ କୁ ଯିବା, ମୁଁ ତମକୁ ରୋଷେଇରେ ସାହାଯ୍ୟ କରିବି,ଆଉ weekend ରେ ଖୁବ୍ ବୁଲିବା ସେଦିନ ଆଉ ରୋଷେଇ ଫୋଷେଇ କିଛି ନାହିଁ ରେଷ୍ଟୁରାଣ୍ଟରେ ଖାଇବା ,ସିନେମା ଦେଖିବା ଆଦି... ଆଉ retirement ପରେ ତ ଆଉ ଅଫିସ୍ ଯିବାକୁ ପଡ଼ିବନି , ଛୁଆ ପିଲାଙ୍କୁ କୁ ଠିକ୍ ଠାକ୍ ଥଇଥାନ କରିଦେଲା ପରେ ସମୟ ଆଉ ସମୟ । ତମେ କେତେ କଣ୍ planning ନକରି ଥିଲ ଆଲୋକ । ଆଉ ମୁଁ ବି ସବୁକଥାରେ ରାଜି ହୋଇଯାଉଥିଲି ।
କିନ୍ତୁ ମୋର ସେତେବେଳର ରାଗ ଓ ଡିଗ୍ରୀ ଗର୍ବର ଚାପ ଆଗରେ ତମ ସ୍ବପ୍ନ କେତେବେଳେ କୋଉଠି ଦବିଗଲା ତାହା ମୁଁ ଏବେ ଅନୁଭବ କରୁଛି।
ଆଲୋକ ଆଉ ମୁଁ ଏକାଠି ବାଣୀବିହାରରେ psychology ରେ P .G. କରୁଥିଲୁ । ସେତେବେଳେ ଝିଅ ମାନେ ଏତେ ପାଠ କୋଉଠି ପଢ଼ୁଥିଲେ , graduation ସରିବା ପରେ ପରେ ପ୍ରାୟ ସମସ୍ତେ ବାହା ହେଇଯାଉଥିଲେ । ଖୁବ୍ କମ୍ ଝିଅ ଆଗକୁ ପଢ଼ୁଥିଲେ ଆଉ ସେମାନଙ୍କ ଭିତରେ ମୁଁ ଥିଲି ଜଣେ ଆଉ ମୋର ବି ଇଛା ଥିଲା ଏକ lecture ହେବା ପାଇଁ । ଆଲୋକ ଖୁବ୍ ଭଲ ଥିଲେ ପାଠ ରେ ଆଉ ପାଠ ଅନୁସାରେ ବି ସେ ସମସ୍ତଙ୍କ ମନ କଥା ଠିକ୍ ବୁଝିପାରୁଥିଲେ । ଆଲୋକ ସବୁ କ୍ଷେତ୍ର ରେ ଆଗୁଆ ଥିଲେ କଲେଜ ରେ । ଯେତେ ଚେଷ୍ଟା କଲେ ବି ମୁଁ ଟପି ପାରେନି ଆଲୋକ ଙ୍କୁ, ସବୁବେଳେ ସେକେଣ୍ଡ ମୁଁ ଆଉ first ହୁଅନ୍ତି ଆଲୋକ ମୋତେ ତ ଭାରି ରାଗ ଆଉ ଈର୍ଷା ମାଡ଼େ କିନ୍ତୁ କଣ୍ ବା କରିପାରିବି ମୁଁ ସବୁଥର ହାରିଯାଏ। ଏମିତି ଗୋଟେ ବର୍ଷ ରାଗ ଋଷା ରେ ବିତିଗଲା ଏବଂ ଆଲୋକ ଓ ମୋ ଭିତରେ କେତେବେଳେ ଏତେ ଭଲପାଇବା ଆସିଗଲା ତାହା ମୁଁ ଜାଣିପାରିଲି ନାହିଁ । ସତେ ଯେମିତି ଲାଗୁଥାଏ ଜୀବନ ରେ ସବୁକିଛି ମୁଁ ପାଇଯାଇଛି , university ର ସମସ୍ତ ଝିଅ ଯାହାକୁ ପସନ୍ଦ କରନ୍ତି ତାଙ୍କ ପସନ୍ଦ ଯେ ମୁଁ ,ଓଃ how lucky I am ! ଏମିତି ଭିତରେ ଆମର ପାଠ ପଢା ସରେ ଓ ଆମେ ଫେରିଯାଉ ନିଜ ନିଜ ଘରକୁ । ଘରକୁ ଯେତେବେଳେ ଆଲୋକ ଙ୍କ ଫୋନ ଆସିବାକୁ ଲାଗିଲା ମା ମୋତେ ତାଗିଦ୍ କରିଥାଏ ଏ ସବୁ ନାଟକ ବନ୍ଦ କରିବାକୁ।ମୁଁ କିନ୍ତୁ ଜିଦ୍ କରିଥାଏ ବାହା ଯଦି ହେବି ଆଲୋକଙ୍କୁ ନହେଲେ ସାରାଜୀବନ ବାହା ହେବିନି । ବାପା ଖୁବ୍ broad-minded ତେଣୁ ସେଥର ଆଲୋକଙ୍କୁ ନିଜେ ଘରକୁ ଡକାଇଲେ । ଆଲୋକଙ୍କ ସହ ଯିଏ ବି କଥା ହୁଏ ପ୍ରଥମ ଥରକେ ତାଙ୍କର ହୋଇଯାଏ ଆଉ ବାପା ଓ ମା ବାଦ୍ ଯାଇଥାନ୍ତେ କିପରି। ଆଲୋକଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ସମସ୍ତେ ଖୁବ୍ ଖୁସି ହେଇଗଲେ ଘରେ । ଆଲୋକ ତାଙ୍କ joining letter ଧରି ଏକାଥରେ ଆସିଥାନ୍ତି ଆମ ଘରକୁ ,J N U ,Delhi ରେ lectureship, ଆଜି ଟ୍ରେନ ରାତି ଦଶଟାରେ କଟକରୁ । ତେଣୁ ଏପଟୁ ହିଁ ପଳେଇବି ଭାବି ଆପଣଙ୍କ ଡାକରାରେ ଏତେ ଶୀଘ୍ର ଆସିଗଲି ବୋଲି କହି ଚାଲିଗଲେ Delhi ।
ବାହାଘର ଦୁଇ ପରିବାରଙ୍କ ସମ୍ମତିରେ ଖୁସି ରେ ହୁଏ ଓ ଆମେ ଦୁହେଁ କିଛିଦିନ ପରେ ଚାଲିଯାଉ Delhi । ଦିନ ଖୁବ୍ ଖୁସିରେ ବିତିବାକୁ ଲାଗେ ଓ କୁନ୍ ମୁନ୍ ଆସେ ଆମ ଜୀବନରେ ଖୁସି କୁ ଦ୍ଵିଗୁଣିତ କରିବାକୁ । ଏଇ ମଧ୍ୟରେ ଆଲୋକ ଧୀରେ ଧୀରେ ପ୍ରସିଦ୍ଧ ହେବାକୁ ଲାଗନ୍ତି college ରେ ।କଣ୍ ହେଲା କେଜାଣି ସବୁଦିନ ପରି ଆଲୋକ ଆସିଲା ପରେ ଆମେ ଚା ପିଉଥାଉ ଓ ଆଲୋକ ତାଙ୍କ ଇଚ୍ଛା ପୂର୍ବ ପରି ଫୁଣି କୁହନ୍ତି ଛୋଟ ଘର ତମେ ଆଉ ମୁଁ ଇତ୍ୟାଦି ... ମୁଁ ସାପ ପରି ଫଁ କରି କହିଲି how stupid you are Alok,how selfish you are ? I also want to be a service holder I can't live in your dreamhouse am I a maid ? My work is only to entertain you ? Who am I ? I am also a degree holder ,my carrier is going to spoil । ଆଲୋକ ସେଦିନ ଏ ସବୁ ଶୁଣି ସ୍ତବ୍ଧ ହେଇଯାଇଥିଲେ । କହିଲେ ଦିପା ଏ ସବୁ discussion ତ ବାହାଘର ପୂର୍ବରୁ ହେଇଯାଇଥିଲା ଆଉ ତମେ ବି ରାଜି ଥିଲ ହଠାତ୍ କଣ୍ ହେଲା ଦିପା । ମୁଁ କିନ୍ତୁ ସେଦିନ ଯାହା ପାଟିକୁ ଆସିଲା କହିଦେଇ ଯାଇଥିଲି ତାଙ୍କୁ । ଆଲୋକ କିନ୍ତୁ ସେଦିନ ଠୁ ପୁରା ବଦଳି ଯାଇଥିଲେ । ମୋର କିପରି ଚାକିରି ହେବ ତା ର ସମ୍ପୁର୍ଣ୍ଣ ବନ୍ଦୋବସ୍ତ କରିଦେଇଥିଲେ J N U ରେ ଓ ଆମର ଜୀବନ ର ବିଚ୍ଛେଦ ବୋଧ ହୁଏ ସେବୁଠୁ ଆରମ୍ଭ ହୋଇଯାଇ ଥିଲା । ମୁଁ ଖୁସି ଥିଲି ଯେ ମୁଁ ବି କିଛି କମ୍ ନୁହେଁ ବୋଲି । ଧୀରେ ଧୀରେ ଆମ ଭିତରେ ମନାନ୍ତର ମତାନ୍ତର ବଢ଼ିବାକୁ ଲାଗିଲା ଘରେ cook ଓ ଝିଅ କୁ ରଖିବାକୁ ଧାଇ ଅଣାଗଲା । ସବୁଥର ପରି ଆଲୋକ ଶାନ୍ତି ର ମାର୍ଗ ରେ ଯାନ୍ତି ସବୁ ଠିକ୍ କରିବାକୁ କିନ୍ତୁ ମୁଁ କାହିଁକି ଏତେ arrogant ହେଇଯାଏ ଓ ଚାକିରି କରିଛି ବୋଲି ଗର୍ବ ରେ ଫାଟିପଡେ କେଜାଣି । କିଛି ବର୍ଷ ପରେ ତାଙ୍କର transfer ହୁଏ ଚେନ୍ନାଇ ଓ ଆମ ଭିତରେ ଦୂରତା ଖୁବ୍ ବଢ଼ି ବଢ଼ି ଚାଲେ । ଝିଅ କୁ boarding school ରେ ଛଡ଼ାଗଲା ମୋ ଜିଦ୍ଦି ପାଇଁ । ଧୀରେ ଧୀରେ ଦେଖା ବି କମ୍ ହୁଏ ଆଲୋକ ଙ୍କ ସହିତ ମୋ ସାଙ୍ଗରେ କଳି ଝଗଡ଼ା କରିବେନି ବୋଲି ବେଶୀ ଆସନ୍ତିନାହିଁ ମଧ୍ୟ । ଏମିତି କି ଛୁଟି ରେ ବି ଖୁବ୍ କମ୍ ଦିନ ପାଇଁ ଘରକୁ ଯିବାକୁ ମୋର ଇଚ୍ଛା ଥାଏ । ବାପା ସେତେବେଳେ କେତେ ବୁଝାନ୍ତି ମୋତେ ଆଲୋକ ପରି ପିଲାକୁ କାହିଁକି ହରାଉଛୁ ଏଇ ଗର୍ବ ପଣିଆ ପାଇଁ।ମୁଁ କିନ୍ତୁ ଭାବେ ଆଲୋକ ସବୁଠି ଭଲେଇ ହେଇ ମୋତେ ଅପମାନିତ କରୁଛନ୍ତି । କିନ୍ତୁ ଆଲୋକ ଏ ସବୁ କଥା କେବେ ତାଙ୍କ ବାପା ବୋଉଙ୍କ ଆଗରେ କୁହନ୍ତି ନି କାଳେ ମୁଁ ସମସ୍ତଙ୍କ ପାଖରେ ଖରାପ ହେଇଯିବି ବୋଲି । ସେ weekend ରେ ଗରିବ ପିଲାଙ୍କୁ ପଢାନ୍ତି ଓ ମୁଁ busy ରହିଥାଏ Kitty party ,shopping ଆଉ outing ରେ।
ଏମିତି ଧିରେ ଧିରେ ଏଠୁ ସେଠାକୁ ବଦଳି ହେଇ ହେଇ retirement ପାଖେଇ ଆସିଲା । ମୁଁ ନାରୀ ର ସ୍ଵାଧୀନତା ଓ ହକ୍ ର ଦ୍ୱାହି ଦେଇ କୁନ୍ ମୁନ୍ କୁ ସବୁବେଳେ ପ୍ରବର୍ତ୍ତାଇ ଥାଏ । କିନ୍ତୁ ଝିଅ ଟା ବାପା ପରି ଜମା ଇଚ୍ଛା କରେନି ଏ ସବୁ ପାଇଁ । ମୋ ସହିତ ଯୁକ୍ତି କରେ ମାମା ତମେ କଣ୍ ପାଇଲା । ମୁଁ କଣ ପାଇଲି ନା ବାବା ମାମା ଙ୍କ ସ୍ନେହ ନା ଘରେ ରହିବା ର ଖୁସି । କେବଳ ତମ ପାଇଁ ଆଜି ଆମର ଏ ଅବସ୍ଥା । ଆମେ ସମସ୍ତେ ଅଲଗା ଅଲଗା ଏକା ଏକା ନିଶ୍ୱ ଜୀବନ ଯାପନ କରୁଛେ । ଛୁଆ ମୁହଁ ରୁ ଏ ସବୁ ଶୁଣି ସ୍ଥାଣୁ ହେଇଗଲି ମୁଁ । ନିଜକୁ ଭାରି ଘୃଣା ଲାଗିଲା । ସାଙ୍ଗେ ସାଙ୍ଗେ ଫୋନ ଲଗେଇଲି ଆଲୋକ ଙ୍କୁ ,ଫୋନ କିନ୍ତୁ ଉଠାଇଲା ତାଙ୍କର ଏକ ଛାତ୍ର ସାର heartattack ରେ ହସ୍ପିଟାଲ୍ ରେ ଭର୍ତି ହେଇଛନ୍ତି ବୋଲି ଶୁଣି ଆମେ ତୁରନ୍ତ ଚେନ୍ନାଇ ପହଞ୍ଚିଲୁ । ଡାକ୍ତର କହିଲେ ଅତ୍ୟଧିକ stress ରୁ ଏଇ ଅବସ୍ଥା ବୋଲି । Operation ଚାଲିଚି success ହେବକି ନାହିଁ କହିବା କଷ୍ଟ ।
ମୁଁ ହିଁ କେବଳ ଏ ସବୁ ପାଇଁ ଦାୟୀ ଆଲୋକ .'... ଆଲୋକ ମୁଁ ଏବେ ଚାକିରି ଛାଡ଼ିଦେବି ଆମେ ପୁରୀ ରେ ଘର କରିବା ତମେ ଯାହା କହିବ ସବୁ ମାନିବି କହି ମୁଁ ଛାତି ବାଡେଇ କାନ୍ଦୁଥାଏ । ଆଲୋକ ମୋତେ ବହୁତ୍ ଭଲପାଆନ୍ତି ମୋତେ ନିଶ୍ଚୟ କ୍ଷମା କରିଦେବେ ,ଯେତେ କହିଲେ ବି ଆଉ ଆଲୋକ ଉଠିଲେ ନାହିଁ । ମୋ ଆଖି ଆଗରେ ମୋ ଅଲୋକ୍ ମୋର ସ୍ବପ୍ନ ମୋର ଆଶା ପୂର୍ଣ୍ଣ କରି କରି ଶେଷ ରେ ନିଜେ ବି ଚାଲିଗଲେ । ମୋ ନାମ ଦିପା ଓ ତାଙ୍କ ନାମ ଆଲୋକ ବୋଲି ସେ ମଜ୍ଜା ରେ ସବୁବେଳେ କୁହନ୍ତି ତମେ ଆଉ ମିଶିଲେ ଲାଇଟ୍ ର ଆବଶ୍ୟକ ହେବନି କିନ୍ତୁ ଆଲୋକ ଆଜି ମୋ ପାଇଁ ତମେ ଜୀବନର ଆଲୋକ ଲିଭିଗଲା ।
ଆଜି ଝିଅ ବାହା ହେଇ ତା ସଂସାର ରେ ଆଉ ତାଙ୍କ ସ୍ମୃତି ରେ ପୁରୀ ସମୁଦ୍ରକୂଳ ରେ ଘର ଟିଏ କିଣିଛି । କିନ୍ତୁ ଏକା ଏକା ଖୁବ୍ ନିସହାୟ ଲାଗୁଛି ଆଲୋକ । ସତ ରେ ହୁଏତ ତମ କଥା ମାନିଥିଲେ ଆଜି ଆମେ ଦୁହେଁ evening walk କରୁଥାନ୍ତେ ଆଉ ମିଶିକି ବାକି ଜୀବନ ଖୁସି ରେ ବିତେଇଥାନ୍ତେ ।
