STORYMIRROR

Sarita Mohanty

Tragedy

3  

Sarita Mohanty

Tragedy

ମାଇଟୋକଣ୍ଡ୍ରିଆ

ମାଇଟୋକଣ୍ଡ୍ରିଆ

3 mins
200


ଆଜି ଭାଉଜ ସକାଳୁ ଆସି ମୋ ପାଖରେ ହାଜର । ଚାହା ପିଇବାକୁ ତାଙ୍କୁ ଭାରି ଭଲ ଲାଗେ ତେଣୁ ଚାହା ଦୁଇ କପ୍ ଧରି ବାଲ୍ କୋନିରେ ଆମେ ବସିଲୁ । ଭାଉଜ କହିଲେ ବୁଝିଲ ଲୁଶି ମନଟା ଭଲ ଲାଗୁନି ଅଙ୍କିତାଟା ଏତେ ଭଲ ପାଠ ପଢ଼େ ଖେଳକୁଦ ନାଚ ଗୀତ ସବୁଥିରେ ଆଗୁଆ ପିଲାଟା, ସେ ପୁଣି ପରୀକ୍ଷାରେ ଭଲ ନମ୍ବର ରଖିନି ବୋଲି ମିସ୍ କହୁଥିଲେ, ମୋର ତ carrier ta ବାପାଙ୍କ ଜିଦ୍ ଆଗରେ ହାର ମାନିଲା ଓ ମୁଁ ପାଠ ଅଧାରେ ବାହାହେଲି । ଝିଅର ପାଠ ଆଗରେ ନିଜକୁ ଦେଖୁଥିଲି ଆଉ ତା ବିଷୟରେ ଏ ସବୁ ଶୁଣି ମନ ମରିଯାଉଛି । ଭାଉଜଙ୍କୁ ବୁଝେଇ ସୁଝେଇ ଘରକୁ ପଠେଇଦେଲି ଓ କହିଲି ଅଙ୍କିତା ସହ ମୁଁ କଥା ହେଉଛି ତୁମେ ବ୍ୟସ୍ତ ହୁଅନା ।    


     

 ଆଜି ଉପରବେଳାରେ badminton ଖେଳୁ ଖେଳୁ ଅଙ୍କିତାକୁ ପଚାରିଲି କିରେ କେତେ number ଆସିଚି ଏଥର ପରୀକ୍ଷାରେ । ସେ କହିଲା ଟିକେ କମିଗଲା ପା ଆଉ ଜାଣିଛ ଅପା ମିସ୍ ମାମାକୁ ଫୋନ କରିକି ମୋ ନାଁରେ complain ବି କରିଦେଇଛନ୍ତି କିନ୍ତୁ ମୁଁ କଣ କରିବି ଯେ କାହିଁକି କେଜାଣି ସବୁଦିନ ପରି ହାତଟା ଚାଲିଲାନି speed ରେ, ନହେଲେ ମୁଁ ତ top କରେ ନା ସବୁବେଳେ । ଏତିକି କହୁ କହୁ ହଠାତ୍ ଖେଳ ମଝିରେ ଝୁଣ୍ଟି ପଡ଼ିଲା ଅଙ୍କିତା ଓ ଆଣ୍ଠେଇ କି ବସିପଡ଼ିଲା ଆମ ଘର ଦାଣ୍ଡ ଦୁଆରେ । କଣ୍ ହେଲା କାହିଁକି ଖେଳ ମଝିରେ ବସିଲୁ ଉଠେ ଖେଳିବା କହିବାରୁ କହିଲା ଲୁସି ଅପା ମୁଁ ଉଠି ପାରୁନି ମୁଁ ତାକୁ ଠିଆ କରେଇ କହିଲି ଗୋଡ଼ଟାକୁ ଛାଟି ଦେ ସେମିତି ହୁଏ ବେଳେ ବେଳେ,ତଥାପି ଚାଲି ପାରିଲାନି ଅଙ୍କିତା । ତାକୁ ଧୀରେ ଧୀରେ ନେଇ ଘରକୁ ଗଲି, ରୁବି ଭାଉଜଙ୍କୁ କହିଲି ଦେଖିଲ ଭାଉଜ ମକଚି ହେଇଗଲା କି କଣ ଗୋଡ଼ଟା । ପୁଣି କିଛିଦିନ ପରେ ଖାଉ ଖାଉ ହାତରୁ ଚାମଚ୍ ଖସିପଡ଼ିଲା ଅଙ୍କିତାର ଓ ହାତରୁ କଲମ ବି ଖସିପଡୁଥାଏ ଲେଖୁଲେଖୁ । କେହି ଏତେ ଗୁରୁତ୍ୱ ବି ଦିଅନ୍ତନି ଛୋଟ ପିଲାଟା କଥାକୁ । ଅଙ୍କିତା ଧୀରେ ଧୀରେ ଯେତେବେଳେ ଛୋଟେଇ କି ଚାଲିଲା ଭାଉଜ ତାକୁ ନେଇ ଡାକ୍ତରଙ୍କୁ ଦେଖେଇଲେ । ସାଧାରଣତଃ ଡାକ୍ତର ରୋଗ dignosis କରିବାଟା ସହଜ କଥା ନୁହେଁ । ଏ ପଟେ ଅଙ୍କିତାର ଆଜି ହାତ ଉପରକୁ ଉଠୁନି ତ କାଲି ଚାଲିଲା ବେଳେ ଗୋଡ଼ ଏପଟ ସେପଟ ପଡ଼ୁଚି । ପରିଶେଷରେରେ ଜଣେ ଡାକ୍ତର neuro problem ବୋଲି କହିଲେ ଓ ତାର MRI ହେଲା କଟକରେ । ମୁଁ ଭାଉଜଙ୍କର ପଡୋଶୀ କିନ୍ତୁ ଆମେ ଚଳୁ ପରିବାର ପରି ତେଣୁ ମୁଁ ବି ଥାଏ ସାଙ୍ଗରେ । MRI reportରେ ଆସିଲା ଅଙ୍କିତାର brainରେ ଗୋଟେ ଶିରା ଦବି ଯାଇଛି ଯେଉଁ ଶିରା କି ଆମ ଶରୀରର କୋଷିକା ମାନଙ୍କର powerhouse ଭାବେ କାମ କରେ । ଡକ୍ଟର କହିଲେ ଏଇ ରୋଗର ନାମ Mito kandria ଏକ ପ୍ରକାରର neuro problem । ଧିରେ ଧିରେ ସେ ତା ବାକ୍ ଶକ୍ତି ମଧ୍ୟ ହାରାଇପାରେ ଏହା କହି ବାଙ୍ଗାଲୋର ର‌ଏକ ଘରୋଇ ହସ୍ପିଟାଲରେରେ କାର୍ଯ୍ୟରତ ଓଡ଼ିଆ ଡକ୍ଟରଙ୍କ ଠିକଣା ଦେଇ ଆମକୁ ଛାଡ଼ିଲେ । ଆମେ ବାଙ୍ଗାଲୋର ଯିବା ଭିତରେ ସତକୁ ସତ ଅଙ୍କିତା ଆଉ କଥା କହିପାରୁ ନଥିଲା କେବଳ ଆଖି ଠାରରେ ଯାହା ଇଙ୍ଗିତ କରୁଥାଏ । ସେଠାରେ ଡକ୍ଟର୍ କହିଲେ ଏଇ ରୋଗ କେବଳ ମେଡିସିନ ଦ୍ଵାରା ଭଲ ହେବ ସେ ବି କେବେ ହେବ କହିବା ମୁସ୍କିଲ । 

   ଆଜିକୁ ପ୍ରାୟ ପାଞ୍ଚ ବର୍ଷ ହେଇଗଲାଣି ଖେଳକୁଦ ଓ ପଢୁଆ ଝିଅ ଅଙ୍କିତାଟା ସେମିତି wheel chair ରୁ ଖଟ ଓ ଖଟ ରୁ wheel chairରେ ଦିନ ବିତଉଛି । ଭାଇ ଭାଉଜ ନିଜକୁ ଜଳାଞ୍ଜଳି ଦେଇ ଚାଲିଛନ୍ତି ପ୍ରତି ମୁହୂର୍ତ୍ତରେ । ଜେଜେ ଓ ମାଆ ଅନେଇବସିଚନ୍ତି କେବେ ତାଙ୍କ ନାତୁଣୀ ପୁଣୀ prize ଧରି ଦଉଡ଼ି କି ଆସି ଦେଖାଇବ ତାଙ୍କୁ । କେତେ ଦିଅଁ ଦେବତା କେତେ ଓଷା ବ୍ରତ ମଧ୍ୟ କରା ଚାଲିଛି ଅଙ୍କିତା ପାଇଁ । କିନ୍ତୁ କେବେ ଅଙ୍କିତା ପୁଣି ନିଜ ଗୋଡ଼ରେ ଠିଆ ହେବ ତାହା କେବଳ ଠାକୁରଙ୍କୁ ଜଣା । ଡକ୍ଟରଙ୍କ କଥା ଉପରେ ଭରସା କରି ଦିନ ଗଣିବା ସାର । 



Rate this content
Log in

Similar oriya story from Tragedy