STORYMIRROR

Sarita Mohanty

Inspirational

3  

Sarita Mohanty

Inspirational

ଅନାଥ

ଅନାଥ

3 mins
159

ଆଜି ଆଶା ନେସନାଲ୍ ଲେଭେଲର ଓଡ଼ିଶୀ ନୃତ୍ୟାଙ୍ଗନା।ଖୁବ ସୁନ୍ଦର୍ ନାଚେ ସେ। 

       "ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା",

            "ମଲ୍ଲି ମାଳ ଶ୍ୟାମ ଙ୍କୁ ଦେବି" 

ଏହିପରି ଅନେକ କିଛି ।ଏତେ ସୁନ୍ଦର ଭାବ ଭଙ୍ଗୀ ସତେ ଯେପରି ସେ ସେତେବେଳେ ଶ୍ରୀ ରାଧା ଓ ସ୍ୱୟଂ ଦେବଦାସୀ ସଖି।ପିଲାଦିନେ ଆଶା ମଉସାଙ୍କୁ ଯେତେବେଳେ କୁହେ ବାବା ମୋତେ ଏଇ ଓଡ଼ିଶୀ ଡ୍ୟାନ୍ସ ଟା କାହିଁକି ଏତେ ଭଲ ଲାଗେ ତ ମଉସା କୁହନ୍ତି ତୁ ପା ଆର ଜନ୍ମ ର ଦେବଦାସୀ ପ୍ରଭୁଙ୍କ ନିମନ୍ତେ ନୃତ୍ୟ କରୁଥିଲୁ ତେଣୁ ଏବେ ବି ସେଇ ଗୁଣ ଟା ପାଇଁ ତୋତେ ଓଡ଼ିଶୀ ଭଲ ଲାଗେ। 

ସୁବ୍ରତ ମଉସା ଆଉ ପଦ୍ମା ମାଉସୀ ଙ୍କ ଏକମାତ୍ର ଅଲିଅଳି ଝିଅ ଆଶା।ହଁ ଆଜିକୁ ପ୍ରାୟ କୋଡ଼ିଏ ବର୍ଷ ତଳ ର କଥା।ମଉସା ପାରାଦ୍ଵୀପ ବନ୍ଦରରେ ଆକାଉଣ୍ଟ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ କିନ୍ତୁ ମଉସା ମାଉସୀଙ୍କର ବିବାହ ର ବାର ବର୍ଷ ପରେ ମଧ୍ୟ ପିଲାପିଲି କିଛି ହେଉନଥିଲେ ତେଣୁ ସେମାନେ ଆଶା ମଧ୍ୟ ଛାଡିଦେଇଥିଲେ।ମଉସାଙ୍କର ଇଚ୍ଛା ଥାଏ ଅନାଥ ଆଶ୍ରମ ରୁ ଛୁଆ ଟିଏ ଆଣିବାକୁ କିନ୍ତୁ ବ୍ରାହ୍ମଣ ଘର ଲୋକ ସେମାନେ ତେଣୁ ବୋଉଙ୍କ କଥା କୁ ଟପି ଯାଇପାରନ୍ତି ନାହିଁ।ସବୁଦିନ ପରି ସେଦିନ ମଧ୍ୟ ମର୍ଣ୍ଣିଙ୍ଗ ୱାର୍କରେ ଯାଇଥିଲେ ମାଉସା ମାଉସୀ । ହଠାତ୍ ଅଳିଆ ଆବର୍ଜନା ପାଖରେ ପଡ଼ିଥିବା ଲୁଗା ପୁଟୁଳି ଟି ହଲଚଲ ହେଉଥିବା ଦେଖି ମଉସା ମାଉସୀ ଅଟକି ଯାଇଥିଲେ ଓ ତାକୁ  ଫିଟାଇଲା ବେଳକୁ ଦେଖିଲେ ଗୋଟେ ସଦ୍ୟ ଜନ୍ମିତ ଶିଶୁ କନ୍ୟା । ଭୋ ଭୋ କରି କାନ୍ଦି ଉଠିଲେ ମାଉସୀ ।ମା ନହେଲେ କଣ୍ ହେଲା ସେ ତା ଏକ ନାରୀ ଆଉ ତାଙ୍କ ହୃଦୟ କେମିତି କୋହ ସମ୍ଭାଳି ପାରିବ।କହିଲେ କିଏ ସେଇ ନିର୍ମମ ଏ କାମ କରିଛି ମୁଁ ମୁଁ ସବୁ ଯତ୍ନ ନେଇ ରଖିବି ଲୋ ମା ତତେ ତୁ ଆମର ବଞ୍ଚିବାର ଆଶା କହି କୋଳେଇନେଲେ କୁନି ଝିଅ କୁ । ବହୁତ ଦିନର ଆଶା ପରିପୂର୍ଣ୍ଣ ହେଲା ମଉସା ମାଉସୀଙ୍କର ଆଉ ଝିଅ ର ନାମ ମଧ୍ୟ ଆଶା ହିଁ ରହିଲା।ଘରେ ପୁରୁଣା କାଳିଆ ଶାଶୁ ଏକଥା ଦେଖି ରାଗିକି ତମ୍ ତମ୍ ହେଇଗଲେ। ହଇରେ ସୁବ୍ରତ ତୋ ସାନ ଭାଇ କି ଭଉଣୀ ର ପିଲା କୁ କଣ୍ ଆଣିକି ରଖିପରିନଥାନ୍ତୁ କୋଉଠୁ ଗୋଟେ କାହାର ଜାରଜ୍ ଛୁଆ କୁ ଉଠେଇ ନେଇଆସିଲୁ ରେ ମାଇପ ବୋଲକରା।ସେ ରହିଲେ ମୁଁ ଏ ଘରେ ଅନ୍ନ ଜଳ ସ୍ପର୍ଶ କରିବିନି କହିଦେଉଛି।ମଉସା କିନ୍ତୁ ଏଥର ମା ଙ୍କୁ ବହୁତ୍ ବୁଝାଇଥିଲେ ଓ ଆଶା କୁ ଘରକୁ ଆଣିଥିଲେ। ଶୁକ୍ଳ ପକ୍ଷ ର ଚନ୍ଦ୍ର କଳା ପରି ବଢ଼ିବାକୁ ଲାଗେ ଆଶା ଓ ଗୁଲଗୁଲିଆ କୁନି ଝିଅ କୁ ଅଣଦେଖା କରିପାରନ୍ତି ନି ଜେଜେମା।ସେଦିନ ଠାରୁ ଘର ର ଖୁସି ଆହୁରି ବଢ଼ିଗଲା । ଗେଲ ରେ ତାକୁ ଫୁଲ ବୋଲି ଡାକନ୍ତି ଜେଜେମା।ସତ ରେ ଆଶା ତ ସେମାନଙ୍କର ନିଶୁନ୍ ଜୀବନ ରେ ପ୍ରଷ୍ଫୁଟିତ ଫୁଲ।

      ଆଶା କୁ ଦେଖିଲେ କେହି ବିଶ୍ୱାସ କରିପାରିବେନି ସେ ତାଙ୍କ ନିଜ ଝିଅ ନୁହେଁ ବୋଲି।ଅବିକଳ ମଉସାଙ୍କ ପରି ଡେଙ୍ଗା ଓ ହଳଦିଆ ଗୋରା ବର୍ଣ୍ଣ ର । ସମସ୍ତଙ୍କ ପ୍ରତି ସମ୍ମାନ,ପର ଉପକାରୀ ପିଲା ସେ।ଆମ ପୋର୍ଟ ରେ ସମସ୍ତଙ୍କର ମନ ଜିଣିନିଏ ପଦେ କଥା ରେ ।କେମିତି ବି ନହେବ ସେ ଯେ ମଉସା ମାଉସୀଙ୍କ ସାନିଧ୍ୟ ରେ ବଢ଼ିଛି। ମଉସା ନିଜ ଦରମାର କିଛି ମାତ୍ର ଅଂଶ ସଂସାର ଚଳାଇବାକୁ ରଖି ଆଉ ସବୁ କୁ ସେମାନେ ସେବା କାମରେ ଲଗେଇଦିଆନ୍ତି । ପାଠ ଶାଠ ଖେଳ କୁଦ ଗୀତ ନାଚ କୋଉଥିରେ କମ୍ ନଥିଲା ଆଶା। ଓଡ଼ିଶୀ ପ୍ରତି ତାର ଅନୁରାଗ ଓ ସମର୍ପଣ ସତ ରେ କେମିତି ଗୋଟେ ଅଲଗା ପ୍ରକାରର।

     ଆଜି ଆଶା ବଡ଼ ହେଇଗଲଣି ଓ ଦିଲ୍ଲୀ ରେ ନେସନାଲ୍ ଲେଭେଲରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିବ ।ମଉସା ମାଉସୀ ଓ ଜେଜେମା ମୋ ଘରେ ଅଛନ୍ତି। ପୋର୍ଟ ଛାଡ଼ିବାର ୧୫ ବର୍ଷ ପରେ ବି ଆମର ସେଇ ସମ୍ପର୍କ ଅକ୍ଷୁର୍ଣ୍ଣ ଅଛି କେବଳ ବଡ଼ ହେଇଯାଇଛି ଆଶା କିନ୍ତୁ ମନରେ ସେଇ କୁନି ଝିଅ ।ମଉସା ମାଉସୀଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ସତରେ ମାତୃତ୍ଵ ଓ ପିତୃତ୍ଵ ମଣିଷ ର ଏକ ସ୍ଵଭାବ, ମଉସା ମାଉସୀ ସମାଜ ପାଇଁ ପ୍ରେରଣା । ସଂସାର ରେ ଏମିତି ଅନେକ ନିଃସନ୍ତାନ ପିତା ମାତା ଅଛନ୍ତି ଯେଉଁ ମାନେ କି ଆଜୀବନ ନିସଙ୍ଗ ଜୀବନ ଯାପନ କରୁଛନ୍ତି କେବଳ ନିଜ ରକ୍ତ ର ଛୁଆ ଅପେକ୍ଷା ରେ ଆଉ ବହୁତ୍ ଲୋକ ମଉସାଙ୍କ ପରି ଯିଏ କି ଖୁସି କୁ ବାଛି ନେଇଛନ୍ତି ।ଆଜି ଯଦି ଆଶା ଏ ମାନଙ୍କୁ ପାଇନଥନ୍ତା ତେବେ କୋଉ କୁକୁର କି ଚିଲ ହବୁଡ ରେ ଶେଷ ନିଃଶ୍ୱାସ ତ୍ୟାଗ କରି ସାରନ୍ତାଣି ଓ ମଉସା ଙ୍କ ର ଦୃଢ଼ ପଦକ୍ଷେପ ବି ଯଦି ନଥାନ୍ତା ଆଜି ଆଶା ପାଇଁ ଆମେ ଗର୍ବ ଅନୁଭବ କରୁନଥା ନ୍ତୁ ।  ମନୁଷ୍ୟ ର ଦୃଢ଼ ସଂକଳ୍ପ ଓ ଉଚିତ୍ ଇଚ୍ଛା ହିଁ ତା ଦ୍ଵାରା କିଛି ଗୋଟାଏ ବଡ଼ କାମ ନିଶ୍ଚୟ କରାଇଥାଏ। ସ୍ନେହ କରୁଣା ଦୟା ଓ ଭଲପାଇବା ରେ ଯେ ନିଜର ଓ ପର ଭାବନା ନଥାଏ ତାହାର ଜ୍ୱଳନ୍ତ ଉଦାହରଣ ଏଇ ପରିବାର ଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational