Sitaram Budhibaman Behera

Fantasy

3  

Sitaram Budhibaman Behera

Fantasy

ଲ୍ୟାଟେଷ୍ଟ ମୋବାଇଲ

ଲ୍ୟାଟେଷ୍ଟ ମୋବାଇଲ

5 mins
174


ମାନସ ବାବୁ ଆଜି ବହୁତ ଖୁସି ! ଆଜି ତାଙ୍କର ପରି ରାଣୀ ଝିଅଟି ଲାଗି, ତାର ମନ ମୁତାବକ ନୂଆ ମୋବାଇଲ ଫୋନଟିଏ କିଣି ଆଣିଛନ୍ତି ! ମମତା କେତେ ଖୁସି ନ ହେବ ସତେ ?

     ମେଡିକାଲ ଏଣ୍ଟ୍ରାନ୍ସ ପାଇ ସାରି ମନ ମୁତାବକ ମେଡିକାଲ କଲେଜରେ ଆଡ଼ମିସନ ଫିସ ଜମା କରୁ କରୁ, ତାଙ୍କର ସମସ୍ତ ଜମା ପୁଞ୍ଜି ପ୍ରାୟ ଶେଷ ହୋଇ ଆସିଥିଲା ! ତଥାପି ବି ଆଜି ତାଙ୍କ ପରିରାଣୀ ଝିଅଟିର ଲାଗି ଲ୍ୟାଟେଷ୍ଟ ମୋବାଇଲଟେ କିଣିବାରେ ସମର୍ଥ ହୋଇ ପରି ଥିଲେ ସେ !

      ବ୍ରହ୍ମପୁରରୁ ଗୁଆ ବେପାର ଛାଡି, ଭୁବନେଶ୍ୱରରେ ବ୍ୟୁଲଡର ପାଲଟି ଯାଇଥିବା ପାତ୍ର ବାବୁଙ୍କ ପାଖରେ ଦୀର୍ଘ ଦିନ ହେଲା ଚାକିରୀ କରି,ଢେର କିଛି ପଇସା ରୋଜଗାର କରି ପାରୁ ନଥିଲେ ସେ ! ତଥାପି ଛୋଟ ସଂସାରଟିକୁ ଠିକ ଚଲେବାରେ ସମ୍ପୂର୍ଣ ସମର୍ଥ ଥିଲେ ମାନସ ବାବୁ ! ଅନ୍ୟ ମାନଙ୍କ ଭଳି କେବେ କୌଣସି କ୍ଳାଏଣ୍ଟଙ୍କ ଠାରୁ ଟଙ୍କାଟିଏ ସୁଧା କମିଶନ ନେଉ ନ ଥିଲେ ସେ !ଜଣେ ଅଜଣା ଅଶୁଣା କ୍ଳାଏଣ୍ଟ ଟିଏ ଲାଗି କଂପାନୀର ଫ୍ଲାଟ କିମ୍ବା ପ୍ଲଟ ବୁକ କରି ସାରି, ବ୍ୟାଙ୍କ ଲୋନ, ରେଜିଷ୍ଟ୍ରସନ, ମୁନ୍ସିପାଲଟି ଟ୍ୟାକ୍ସ, ସବୁ କିଛି କରେଇ ଦେଉଥିଲେ ମାନସ ବାବୁ !


ଜାଗା ବାଡ଼ିର ଦଲାଲ, ରେଜିଷ୍ଟ୍ରେସନ ଅଫିସର,ମୁନି୍ସପାଲଟି ଚପରାସୀ ଠାରୁ ତହସିଲଦାର ଅଫିସର ପ୍ରାୟତଃ ସମସ୍ତେ ମାନସ ବାବୁଙ୍କୁ ବହୁତ ଭଲ ପାଉ ଥିଲେ ! କାରଣ ପଇସା ଦିଆ ନିଆରେ କିଛି ଗଣ୍ଡଗୋଳ ହେଲେ, ସେ ତାହାର ମୀମାସା କରି ଦେଉଥିଲେ ସଠିକ ଭାବରେ ! କୌଣସି ପକ୍ଷ ଭିତରେ କୌଣସି ଅବଶୋଷ ରହୁ ନଥିଲା ତାଙ୍କ ମଧ୍ୟସ୍ଥିକୁ ନେଇ ! ଯଦିଓ ବେଳେ ବେଳେ ଜଣେ ଜଣେ କ୍ଲାଏଣ୍ଟ ମାନସ ବାବୁଙ୍କ ପକେଟରେ କିଛି ଟଙ୍କା ଗୁଞ୍ଜି ଚାଲି ଯାଉ ଥିଲେ, ତାଙ୍କର ମନା କରିବା ସତ୍ୱେ ! କାରଣ ସେମାନେ ବେସ ଭଲ ଭାବେ ଜାଣିଥିଲେ ଯେ, ମାନସ ବାବୁ କେବେ ବି କାହାକୁ କମିଶନ ଲାଗି କହି ନାହାନ୍ତି କି କହିବେନି ମଧ୍ୟ !

       ମେଡିକାଲ କଲେଜରେ ଆଡ଼ମିଶନର ୬ ମାସ ପରେ ପ୍ରଥମ ଥର ଲାଗି ଘରକୁ ଫେରି ଥିଲା ତାଙ୍କର ପରିରାଣୀ ଝିଅ" ମମତା "! ସନ୍ଧ୍ୟା ବେଳେ ବାବା ଅଫିସରୁ ଫେରିଲା ମାତ୍ରେ, ଡେଇଁ ପଡି ତାଙ୍କ ବେକରେ ଏକ ରକମ ଝୁଲି ପଡି ଥିଲା ସେ ! ଦୀର୍ଘ ଛଅ ମାସ ପରେ ନିଜ ହୃଦୟର ଟୁକୁଡାଟିକୁ ପାଖରେ ପାଇ ମାନସ ବାବୁଙ୍କ ଆଖିରୁ ଆନନ୍ଦାଶ୍ରୁ ବହି ଆସୁଥିଲା ! ବାବାଙ୍କ ଆଖିରୁ ଲୁହ ପୋଛୁ ପୋଛୁ ମମତା କହିଲା, " ମୁଁ ଏମିତି ବି ଦିନେ ନା ଦିନେ ତ ପର ଘରକୁ ଯିବି ନା;ଆଜି ନହେଲେ ବି କାଲି, ଏ କଥା ଆପଣ ନିଜେ କହୁ ଥିଲେ ନା ? କିନ୍ତୁ ଏତେ ଅଳ୍ପ ଦିନରେ ଆପଣ ଏତେ ବ୍ୟସ୍ତ ହେଉ ପଡିଛନ୍ତି ବାବା ? ମୁଁ କଣ ସବୁ ଦିନ ପାଇଁ ତୁମ ମାନଙ୍କୁ ଛାଡି ଦେଇ ଦୂରରେ ରହି ପାରିବି ? ଏମିତି ଯିବା ଆସିବା ତ ଲାଗି ରହିବ ! ମୋ ଲାଗି ଦୁଃଖ କରନ୍ତୁନି ବାବା ! ଆଉ ହଁ, ମୋର ପଢା ସରିଲେ ମୁଁ ଏଇ ପାଖ ଆଖରେ ସର୍ଭିସ କରି ଆପଣମାନଙ୍କ ପାଖା ପାଖି ରହିବି ! "

   ଝିଅଟିର ଏଇ କଥା କେଇ ପଦରେ ଟିକିଏ ସାନ୍ତ୍ୱନା ପାଇଥିଲେ ମାନସ ବାବୁ ! ତା ପରେ ତାର ସମସ୍ତ କଥା ଶୁଣିଥିଲେ ମନ ଧ୍ୟାନ ଲଗେଇ ! ତାର କଲେଜ, ପ୍ରଫେସର, କ୍ଲାସମେଣ୍ଟ, ପ୍ରାକ୍ଟିକାଲ,ସବୁ ଟିକି ନିଖି କରି କହି ଚାଲି ଥାଏ ମମତା..! ତାର କଥା ଗୁଡିକ ଶୁଣି କେତେବେଳେ ପେଟ ଧରି ହସି ହସି ଗଡି ଯାଉ ଥିଲେ ତ ଆଉ କେତେବେଳେ ଗମ୍ଭୀର ହୋଇ ଯାଉ ଥିଲେ ସେ !

          ତା ପରେ ମମତା କହିଲା, ବାପା ; ଏବେ ପ୍ରାୟ କ୍ଲାସ ନୋଟ ଇଣ୍ଟେର୍ନେଟରୁ ପିଡ଼ିଏଫ ଡାଉନଲୋଡ଼ କରି ଲେଖିବାକୁ ପଡୁଛି ! ଆଉ ତା ଲାଗି ନିଉ ମଡେଲର ସ୍ମାର୍ଟ ଫୋନଟେ ମୋ ପାଖରେ ନାହିଁ ଅନ୍ୟ ସାଙ୍ଗମାନଙ୍କଠୁ ନୋଟ ଆଣି ପଢିଲା ବେଳକୁ ବହୁତ ସମୟ ଲାଗି ଯାଉଛି ! ଯଦି ଆପଣଙ୍କ ପାଖରେ ପଇସା ଥାଏ ତେବେ ମୋ ପାଇଁ ସେମିତି ଗୋଟେ ମୋବାଇଲ ଫୋନ କିଣି ଦିଏନ୍ତେନି ?

   ତା ପରେ ସେ ଯେଉଁ ମୋବାଇଲ ନାମ ଆଉ ମଡେଲ ନମ୍ବର ସେ ଦେଲା,ମାନସ ବାବୁ ତାକୁ ନିଜ ନୋଟ ବୁକରେ ଟିପି ରଖିଲେ !

       କିଛି ଦିନ ଛୁଟି ବିତାଇ ଝିଅ ଘରୁ ଚାଲିଗଲା ପରେ ମାନସ ବାବୁ ମୋବାଇଲ ଫୋନର ମଡେଲ, କଲର, ବଜାରରେ ତାର ଉପଲବ୍ଧତା ବିଷୟରେ ଖୋଜା ଖୋଜି କରିଲେ ! ମୋବାଇଲଟିର ଦାମ ତାଙ୍କର ସାଧ୍ୟ ବାହାରେ ନଥିଲେ ମଧ୍ୟ ହଠାତ ତା ଲାଗି ଏତେ ଗୁଡ଼ାଏ ପଇସା ଖର୍ଚ୍ଚ କରି ଦେଲେ; ଘରର ଚଳଣି ମମତାର କଲେଜ ଓ ହଷ୍ଟେଲ ଫିସ,ସ୍ୱାମୀ-ସ୍ତ୍ରୀ ଦୁଇ ଜଣଙ୍କର ବେଳ ଅବେଳରେ ଔଷଧ ପତ୍ର ଦରକାର ହେଲେ ହଇରାଣ ହେବାକୁ ପଡିବ ଯେ ! ଏଇ କଥା ଭାବି ସେ ଏକଦମ କିଙ୍କର୍ତ୍ତବ୍ୟବିମୁଢ଼ ହୋଇ ଯାଇଥିଲେ କିଛି କ୍ଷଣ ଲାଗି ! ତଥାପି ଝିଅଟିର ମନ ରଖିବାକୁ, ତାର ପଢା ପଢ଼ିରେ ବ୍ୟାଘାତ ଦୂର କରିବାକୁ ନିଶ୍ଚୟ କରି, ପଇସା ଯୋଗାଡ଼ କରବା କଥା ଚିନ୍ତା କଲେ ସେ !

     ପଇସା କଥା ଚିନ୍ତା କଲା ମାତ୍ରେ କୁକୁଡ଼ା ଖଣ୍ଡୀରେ ସାନ ଭାଇ ପାଖରେ ରହୁଥିବା ବାପାଙ୍କ କଥା ତାଙ୍କର ମନେ ପଡିଗଲା ! ଗାଁ ଏମ. ଇ. ସ୍କୁଲରୁ ରିଟାୟାର ହୋଇ ପେନସନ ପାଇ ବାପା ବୋଉ ଦୁହେଁ ଗାଁରେ ରହୁ ଥିଲେ ! ମମତା ଜନ୍ମ ହେଲା ବେଳେ ବାପାଙ୍କର ଖୁସିର ସୀମା ନଥିଲା ! ବାପା କହୁଥିଲେ " ମୋ ଘରକୁ ମାଆ ଲକ୍ଷ୍ମୀ ଆସିଛନ୍ତି !" ମମତା ଧିରେ ଧିରେ ବଡ଼ ହେଲାରୁ ଜେଜେଙ୍କର ଛୋଟମୋଟ କାମ କରିବାକୁ ବେଶ ଉତ୍ସାହିତ ରହୁଥିଲା ! ତାର ଏ ଭଳି ସେବାରେ ବାପା ଅତ୍ୟନ୍ତ ଖୁସି ଥିଲେ ଓ କହୁଥିଲେ " ମାନୁ ଦେଖିବୁ, ଆମ ମମତା ଦିନେ ନା ଦିନେ ଗୋଟିଏ ବଢିଆ ଡାକ୍ତର ହେବ !" "ତାକୁ କୌଣସି ପ୍ରାଇଭେଟ ସ୍କୁଲରେ ନପଢାଇ ଗାଁ ପାଖ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢା, ସେଠାରେ ଅଳ୍ପ ପଇସାରେ ଭଲ ଶିକ୍ଷା ଦୀକ୍ଷା ମିଳୁଛି ଓ ତାଙ୍କ ସ୍କୁଲର ରେଜଲ୍ଟ ବି ଆଜି କାଲି ବହୁତ ଭଲ ହେଉଛି !"

   ମମତାର ଡାକ୍ତରୀ ଆଡ଼ମିଶନ ସମୟରେ ବାପା କିଛି ପଇସା ସାହାଯ୍ୟ କରିବେ ବୋଲି ମଧ୍ୟ କହିଥିଲେ ! କିନ୍ତୁ ସ୍ୱାଭିମାନୀ ମାନସ ବାବୁଙ୍କୁ ଏ ଭଳି ପଦ୍ୟକ୍ଷେପ ନେବାକୁ ତାଙ୍କର ବିବେକ ବାଧା ଦେଲା ! ସହର ଆସିବା ଦିନଠାରୁ ଯେଉଁ ବାପାଙ୍କୁ କେବେ ବି କାଣୀ କଉଡ଼ିଟିଏ ଦେଇ ନଇଁ ନାହାନ୍ତି, ତାଙ୍କଠାରୁ ହଠାତ ଏତେ ଗୁଡ଼ାଏ ଟଙ୍କା ମାଗିବେ ବା କେମିତି ? ଅବଶ୍ୟ ବାପା ବୋଉ କେବେ ବି ତାଙ୍କଠାରୁ ପଇସାଟିଏ ମଧ୍ୟ ମାଗି ନାହାନ୍ତି ବରଂ ଓଲଟା ସହରରେ ଖର୍ଚ୍ଚ ଅଧିକା ବୋଲି କହି ନିଜ ଆଡୁ ସହାୟତା କରିବାକୁ ଅନେକ ସମୟରେ ଚେଷ୍ଟା କରିଛନ୍ତି ! 

   ଆଉ ଗୋଟିଏ କଥା ସ୍ଥିର କଲେ ସେ, ଯାହା ଏ ଯାଏ ସମ୍ପୂର୍ଣ ଚାକିରୀ ଜୀବନରେ କେବେ ବି କରି ନଥିଲେ ! ପାତ୍ର ବାବୁଙ୍କ ଠାରୁ କିଛି ଟଙ୍କା ଲୋନ ଆକାରରେ ନେବାକୁ ମନସ୍ଥ କଲେ !

       ପାତ୍ର ବାବୁଙ୍କ ଠାରୁ ପଚିଶ ହଜାର ଟଙ୍କା ଲୋନ ମାଗିଲା ବେଳେ ପାତ୍ର ବାବୁ ଟିକିଏ ଆଶ୍ଚର୍ଯ୍ୟ ହୋଇଥିଲେ ନିଶ୍ଚୟ, କିନ୍ତୁ ଝଅଟ କରି ଟଙ୍କା ଗୁଡିଏ ମାନସ ବାବୁଙ୍କ ହାତକୁ ବଢ଼େଇ ଦେଇ ଥିଲେ ! ମାନସ ବାବୁ ସେ ଟଙ୍କା ଗୁଡିକ ନେଲା ବେଳେ ଟିକିଏ ପକୃସ୍ଥିତ ହୋଇ ପଡ଼ିଲେ ! ସେହି ସମୟରେ ପାତ୍ର ବାବୁ ଅବସ୍ଥାଟିକୁ ସମ୍ଭାଳିବାକୁ ଯାଇ କହିଲେ, "କିଛି ବ୍ୟସ୍ତ ହୁଅନ୍ତୁନି ମାନସ ବାବୁ, ଆପଣଙ୍କ ଯୋଗୁଁ ମୋର ଏ ବିଜିନେସରେ କେତେ ଯେ ନାଁ ହୋଇଛି, କେତେ ଯେ ପ୍ରଫିଟ ହୋଇଛି ତାର ହିସାବ ନାଇଁ, ସେଥିରେ ପୁଣି ମୁଁ ଆପଣଙ୍କୁ ଏତିକି ସାହାଯ୍ୟ କରି ପାରିବି ନି କି ? ଆଉ ଏଥିରେ ବ୍ୟସ୍ତ ହେବାର କଣ ଅଛି? ମୁଁ ମାସକୁ ମାସ ଆପଣଙ୍କ ସାଲେରୀରୁ କିଛି କିଛି ପଇସା କାଟି ଦେବି, ଆପଣ ହଇରାଣ ହେବେନି ଓ ମୁଁ ମୋର ଟଙ୍କା ଫେରି ପାଇବି !"


      ପାତ୍ର ବାବୁଙ୍କୁ କୃତ୍ୟଜ୍ଞତା ଜଣାଇ, ସେହି ଟଙ୍କା ଗୁଡିକ ନେଇ ମାନସ ବାବୁ ମୋବାଇଲ ମାର୍କେଟକୁ ସିଧା ଚାଲି ଯାଇ ଥିଲେ ଓ କିଣି ନେଇଥିଲେ ଆଜିର "ଲ୍ୟାଟେଷ୍ଟ ମୋବାଇଲ ଫୋନଟି" ତାଙ୍କର ପରିରାଣୀ ଝିଅ" ମମତା " ଲାଗି !

     

     



Rate this content
Log in

Similar oriya story from Fantasy