Anita Jena

Action Inspirational Thriller

4.2  

Anita Jena

Action Inspirational Thriller

ଲୋଭୀ

ଲୋଭୀ

3 mins
235



ସକାଳୁ ସକାଳୁ ତନ୍ମୟ ମିଶ୍ର ଙ୍କ ଘର ଆଗରେ ଦି ଦି ଟା ପୋଲିସ୍ ଗାଡ଼ି ଆସି ଠିଆ ହେଇଛି । ଗାଁ ରୁ ଆରମ୍ଭ କରି ଚାରି ପାଖରେ ଗାଁ ଲୋକ ଆସି ଘେରି କରି ଛିଡ଼ା ହେଇଛନ୍ତି । ଶୁଣିବାକୁ ମିଳିଲା କାଲି ରାତିରେ ତାଙ୍କ ଘରେ ଚୋରି ହେବା ସହିତ ତାଙ୍କ ପତ୍ନୀ ବିଦୁଲତା ଦେବୀ ଙ୍କୁ କେହି ଜଣେ ହତ୍ୟା କରି ଦେଇଛି । ପୋଲିସ୍ ମରଶରୀର କୁ ଆମ୍ବୁଲାନ୍ସ ରେ ପଠେଇ ଦେଇ ଘଟଣା ସ୍ଥଳ କୁ ତନତନ କରି ଦେଖିବାକୁ ଲାଗିଲେ । ତନ୍ମୟ ମିଶ୍ର ପ୍ରାୟ ସାତ କି ଆଠ ବର୍ଷ ହେବ ଆର ପାରି କୁ ଚାଲି ଗଲେଣି । ତାଙ୍କର ପୁଅ ଦୁଇ ଟି ଆକାଶ ଆଉ ବାଦଲ ଆମେରିକା ରେ ଚାକିରୀ କରୁଛନ୍ତି ସପରିବାର ନେଇ । ଗାଁ ରେ ଖାଲି ବିଦୁଲତା ଦେବୀ ରୁହନ୍ତି , ଘର ର ଦେଖାଶୁଣା ସହିତ ଜମି, ଆଉ ବଗିଚା ର ତଦାରଖ ପାଇଁ ଘରେ ଗୋଟିଏ ଚାକର ରଖିଛନ୍ତି । ନାଁ ତାର ରଘୁ । ଘର ର ସବୁ ଦାୟିତ୍ଵ , ହାଟ କରିବା, ସଉଦା ଆଣିବା , ଜମି ରେ ଜଳସେଚନ କରିବା, ଫସଲ ଅମଳ କରିବା, ସେ ସବୁ କୁ ବିକ୍ରି କରି ଟଙ୍କା ଆଦାୟ କରିବା ଆଦି କାମ ରଘୁ କରେ । ବିଦୁଲତା ଦେବୀ ଆଉ ପୁଅ ଦି ଜଣ ରଘୁ କୁ ଭାରି ବିଶ୍ବାସ କରନ୍ତି । ଛାଇ ପରି ସେ ଘର ଭିତରେ ରୁହେ । 

  ହେଲେ କାଲି ରାତି ଠୁ ରଘୁ ର ଦେଖା ନାହିଁ । ଗାଁ ଲୋକ କଥା ହେଉଥାନ୍ତି ରଘୁ ହିଁ ଏ ସବୁ କରିଛି । ଘଟଣା ବିଷୟରେ ଶୁଣି ଆମେରିକା ରୁ ଆସି ପହଁଚିଲେ ଦି ପୁଅ । ମା ଙ୍କ ଶବ ଦାହ କରି ସିଧା ଯାଇ ପହଞ୍ଚିଲେ ଥାନା ରେ । ପୋଲିସ୍ ସହିତ କଥା ହେଇ ଘରକୁ ଫେରିଲେ । ପୁଅ ଦି ଜଣ ମା ର ସବୁ କର୍ମ କୁ ବେଶ୍ ଭଲ ଭାବରେ କଲେ । 

  ହଠାତ୍ ଦିନେ ପୋଲିସ୍ ସେମାନଙ୍କୁ ଥାନା କୁ ଡକେଇଲେ । ଏମାନେ ଗଲା ପରେ ଦେଖିଲେ ହାଜତ ଭିତରେ ରଘୁ ,ଆଉ ଥାନା ଅଧିକାରୀ ତାକୁ ନିର୍ଧୂମ ପାହାର ଦେଉଛନ୍ତି । ଆକାଶ ଆଉ ବାଦଲ ଙ୍କୁ ଦେଖି ରଘୁ ତଳକୁ ମୁହଁ ପୋତି ଦେଲା । ଥାନା ଅଧିକାରୀ ଆସି କହିଲେ ଏ ହେଉଛି ତୁମ ମା ଙ୍କ ହତ୍ୟାକାରୀ । 


- ହେଲେ ଏ ତ ଆମର ସବୁ ଠୁ ବିଶ୍ଵସ୍ତ ଲୋକ ରଘୁ । ଘର ର ସବୁ କାମ ର ଦେଖାଶୁଣା କରେ । 


- ହଁ ଅଣ୍ଟି ଛୁରୀ ତଣ୍ଟି କାଟିଲା ଭଳି କାମ କରିଛି ଏ । ସେ ତା ମୁହଁ ରେ ହିଁ ସବୁ କଥା କହିବ ତମେ ମାନେ ଭିତରକୁ ଆସ । 

  ପୋଲିସ୍ ର ପାହାର ଖାଇ ରଘୁ କହିବା ଆରମ୍ଭ କଲା । ହଁ ଆଜ୍ଞା, ମୁଁ ହିଁ ମାରିଛି ମା ଙ୍କୁ । ମୁଁ ହିଁ ସବୁ ଜିନିଷ ର ଦେଖାଶୁଣା କରୁଥିଲି । ମା ତା ବାବଦକୁ ମୋତେ ମୋଟା ଅଙ୍କର ଟଙ୍କା ବି ଦେଉଥିଲେ । ହେଲେ ମଣିଷ ମାତ୍ରେ କେ ହିଁ ଲୋଭ । ମୁଁ ଏମିତି ମଝିରେ ମଝିରେ ଟଙ୍କା ହଡ଼ପ କରିନିଏ ଆଉ ମିଛ ବାହାନା କରି ଦିଏ । ମା ବି ବିଶ୍ବାସ କରନ୍ତି ବହୁତ୍ ମୋତେ ସେଥିପାଇଁ ସନ୍ଦେହ ବି କରନ୍ତି ନାହିଁ । ହେଲେ ସେଦିନ ମୁଁ ଟିକେ ବେଶୀ ମଦ ପିଇ ଦେଇଥିଲି , ସେଦିନ ଭାବିଲି ଏମିତି ଅଳ୍ପ ଅଳ୍ପ ଟଙ୍କା ନେଇ ଚଳିବା ଅପେକ୍ଷା ଏକା ଥରେ ସବୁ ଟଙ୍କା ନେଇ ଫେରାର ହେଇଯିବି । 

  ସେଦିନ ରାତିରେ ଯୋଜନା ମୁତାବକ ମୁଁ ଘର ଭିତରେ ପଶିଲି । ସିନ୍ଦୁକ ଭିତରୁ ସବୁ ଟଙ୍କା ଆଉ ସୁନା ଗହଣା ନେଇ ଫେରିଲା ବେଳକୁ ହଠାତ୍ ମା ଙ୍କ ଆଖିରେ ଧରା ପଡ଼ିଗଲି । ମା ମୋତେ ଧରି ନେଲେ ଆଉ ପାଟି କୁ ଯାହା ଆସିଲା କହି ଦେଇ ଗଲେ । ଶେଷ ରେ ପୋଲିସ୍ ଡାକିବାର ଧମକ ବି ଦେଲେ । ମୁଁ ଡରିଗଲି , ମୋ ମୁଣ୍ଡ ରେ ଆଉ କିଛି ବୁଦ୍ଧି ଜୁଟିଲା ନାହିଁ ।ହାତ ରେ ଧରି ଥିବା ଛୁରୀ କୁ ଭୁଷି ଦେଲି ତାଙ୍କ ପେଟ ରେ ଆଉ ସେଠୁ ଦଉଡ଼ି ଚାଲି ଆସିଲି ।  

  ରଘୁ ଠାରୁ ଏ ଲୋମ ଟାଙ୍କୁରା ଘଟଣା ଶୁଣି ଆକାଶ ଆଉ ବାଦଲ ଖୁବ୍ ଜୋରରେ ରାଗି ଗଲେ। ଥାନା ଅଧିକାରୀ ତାଙ୍କୁ ବୁଝେଇ ସୁଝେଇ ଘରକୁ ପଠେଇ ଦେଲେ । 

  ରଘୁ ର ସତ୍ୟତା ଜାଣିଲା ପରେ କେହି ବି ଏ କଥା କୁ ସହଜ ରେ ଗ୍ରହଣ କରି ପାରିଲେ ନାହିଁ । ସମସ୍ତେ କହିଲେ ଛାଇ ପରି ପାଖରେ ରହୁଥିବା ଚେହେରା ଯେ ଏତେ ଭୟଙ୍କର ହେଇ ପାରିବ ସେ କଥା କେହି ବି କଳ୍ପନା କରି ନ ଥିବେ ।ଲୋଭ ଯେ ମଣିଷ କୁ ଏତେ ତଳକୁ ଖସେଇ ଦିଏ ସେ କଥା ରଘୁ ପ୍ରମାଣିତ କରିଦେଲା ।ଯୋଉ ଥାଳି ରେ ଖାଇଲା ସେଇ ଥାଳି ରେ ନିଜର ଅସଚ୍ଚୋଟତା ର ବାନ୍ତି ବି କରିଦେଲା ।।। 



Rate this content
Log in

Similar oriya story from Action