STORYMIRROR

Sucharita Parida

Inspirational

3  

Sucharita Parida

Inspirational

'ଲକ୍ଷ୍ମୀ ଛାଡିଯିବେ'

'ଲକ୍ଷ୍ମୀ ଛାଡିଯିବେ'

2 mins
290

ପିଲାଦିନୁ ଶୁଣି ଆସିଛି ବହୁତ ଥର ୨ଟି ଶବ୍ଦ, 'ଲକ୍ଷ୍ମୀ ଛାଡ଼ିଯିବେ'। ଥାଳିରେ ଭାତ ଛାଡ଼ିଲେ, ସକାଳୁ ଉଠି ମୁଁହ ନଧୋଇଲେ, ଇତ୍ଯାଦି ଇତ୍ୟାଦି ସବୁ କୁ-ଅଭ୍ଯାସକୁ ପରିବର୍ତ୍ତନ କରିବାରେ ବୋଉର ମୁଖ୍ଯ ଅସ୍ତ୍ର 'ଲକ୍ଷ୍ମୀ ଛାଡିଯିବେ'। ଧିରେଧିରେ ତାକୁ ଆଉ ସେ ଶବ୍ଦର ପ୍ରୟୋଗ କରିବାକୁ ପଡ଼ିଲା, କାହିଁକି ନା ସେ କହିବା ଆଗରୁ ମୁଁ କହିଦେଉଥିଲି। ବଡ଼ ହେବା ସହିତ ସେହି ଶବ୍ଦର ମହତ୍ବ ବି ମୋ ପାଇଁ ବଦଳିଗଲା। ଜାଣି ପାରିଲି ପ୍ରତ୍ୟେକ ବାରଣ ପଛରେ ଥିବା ଉହ୍ୟ କାରଣ ଗୁଡ଼ିକୁ । ମାତ୍ର ଆଜି ଯେତେବେଳେ ବୋଉର ଦେହ ଖରାପ ହେବାରୁ ମୋତେ ଘର କଥା ବୁଝିବାକୁ ପଡ଼ିଲା, ଜାଣି ପାରିଲି ଘରର ଲକ୍ଷ୍ମୀ କିଏ ଓ କେମିତି ଛାଡି ଯା'ନ୍ତି।

ଆମେ ଅଭାବ, ଅସୁବିଧା ଜାଣିବା ଆଗରୁ ବୋଉର ସବୁ କାମ କରିଦେଇଥାଏ । ସେ ସୁସ୍ଥ ଥିଲେ ସବୁ କାମ ସୁରୁଖୁରୁରେ ଚାଲିଥାଏ । ଦୁଇ ଦିନ ହେଲାଣି ତା ଦେହ ଖରାପ । ଆଉ ଆଜି ରୋଷେଇ ଘର ଭିତରକୁ ପଶିଗଲା ବେଳକୁ ଦେଖିଲି, ଲୁଣ କାଚରେ ଲୁଣ ନାହିଁ, ଚାହା କଲା ବେଳେ ଚା ପତି ନାହିଁ କି ଚିନି ଡବାରେ ଚିନି ନାହିଁ । ଆଳୁ ଆଉ ପିଆଜ କଥା ତ ନ କହିବା ଭଲ। ତା ପରେ ଯାଇ ଷ୍ଟକ ଥିବା ବଡ଼ ଡବାରୁ ଛୋଟ ଡବା ଗୁଡ଼ିକୁ ଭରିଲି। ପୁଣି ସନ୍ଧ୍ଯାରେ ହଠାତ୍ ଟ୍ୟାପ ରୁ ପାଣି ନ ବାହାରିବାରୁ, ଟାଙ୍କିକୁ ପାଣି ଉଠାଇବାକୁ ସାନ ଭାଇକୁ କହିଲି। ଟାଙ୍କି ପୂର୍ଣ୍ଣ ହେବାର କିଛି ସମୟ ଅନ୍ତେ ପୁଣି ପାଣି ସରିଗଲା। ପାଣି ଲିକେଜ ହେଉଛି କ'ଣ ଦେଖିବା ବେଳକୁ, ପଛପଟ ଟାଏଲେଟ ର ଟ୍ୟାପ ଖୋଲା ଅଛି। ତାକୁ ବନ୍ଦ କରି ପୁଣି ଟାଙ୍କିରେ ପାଣି ଭରିବାକୁ କହିଲି। ଏତେ ସବୁ ପରେ ଗୋଟିଏ କଥା ମନେ ପଡ଼ୁଥିଲା, 'ଲକ୍ଷ୍ମୀ ଛାଡିଯିବେ'। ଭାବିଲି ବୋଉ ସୁସ୍ଥ ହେବାପରେ ତାକୁ କହିବି, ତୁ ହିଁ ଘରର ଲକ୍ଷ୍ମୀ, ତୋ ଦେହ ଖରାପ ହେଲାନି ଯେ ମୋତେ ସତରେ ଲକ୍ଷ୍ମୀ ଛାଡି ଗଲା ପରି ମନେ ହେଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational