STORYMIRROR

Sucharita Parida

Abstract Others

3  

Sucharita Parida

Abstract Others

ଲୋକେ କ'ଣ କହିବେ !

ଲୋକେ କ'ଣ କହିବେ !

1 min
489

ପ୍ରକାଶ ବାବୁଙ୍କ ପରିବାର କହିଲେ;ସେ, ତାଙ୍କର ଉଚ୍ଚ ଶିକ୍ଷିତା ସରକାରୀ ଚାକିରିଆ ପତ୍ନୀ ଶ୍ରୀମତୀ ସୁରେଖା ଦେବୀ ଓ ଦୁଇ ଝିଅ-ପୁଅ। ପଡୋ଼ଶୀ ଗ୍ରାମର ଦାମ ବାବୁ ପ୍ରକାଶ ବାବୁଙ୍କର ଘନିଷ୍ଠ ବନ୍ଧୁ। ସମୟ ମିଳିଲେ ଉଭୟେ ପରସ୍ପର ସହିତ ସୁଖ-ଦୁ୍ଃଖ ହୁଅନ୍ତି। ସେଦିନ ରବିବାର ହୋଇଥାଏ। ଦାମ ବାବୁ ପ୍ରକାଶ ବାବୁଙ୍କ ଘରକୁ ବୁଲିବାକୁ ଆସିଥା'ନ୍ତି। ପିଲାମାନଙ୍କ କଥା ପଡ଼ୁ ପଡ଼ୁ ଦାମ ବାବୁ ତାଙ୍କ ପୁଅ କରିଥିବା ନୂଆ ସ୍ନାକ୍ସ୍ ଓ ଲେଡ଼ିଜ୍ କର୍ଣ୍ଣର୍ ଦୋକାନ ର ଚର୍ଚ୍ଚା ଆରମ୍ଭ କରିଦେଲେ। ପୁଣି ନୂଆ ନୂଆ ବ୍ୟବସାୟ କରୁଥିବାରୁ ଦାମ ବାବୁଙ୍କୁ ତାକୁ ସାହାଯ୍ୟ କରିବାକୁ ପଡ଼ୁଛି।


ଆଲୋଚନାକୁ ଆଗେଇ ନେଇ ପ୍ରକାଶ ବାବୁ କହିଲେ, "ଏଥର ପୁଅ ବାହାଘର କରି ଦେ। ବୋହୂ ପୁଅକୁ ଦୋକାନରେ ସାହାଯ୍ଯ କରିବ। " ପ୍ରକାଶ ବାବୁଙ୍କ ପାଟିରୁ କଥା ସରିଛି କି ନାହିଁ ଦାମ ବାବୁଙ୍କ ମୁହଁ ର ଭାବ ବଦଳାଇ କହିଲେ, "ବୋହୂ ଯଦି ଦୋକାନରେ ବସିବ;ତାହେଲେ ସେପଟେ ଘର କାମ କିଏ କରିବ? " ପ୍ରତିଉତ୍ତରରେ ପ୍ରକାଶ ବାବୁ କହିଲେ, "ଆରେ ସାଙ୍ଗ,ଘରକାମ ସରିଲା ପରେ ଅପରାହ୍ନରେ ତ ସେ ସାହାଯ୍ୟ କରିପାରିବ। ଆଜିକାଲି ତ ଝିଅମାନେ ସବୁ କାମରେ ଆଗୁଆ। " ପୁନଶ୍ଚ ଦାମ ବାବୁ ତାଙ୍କ କଥାରେ ନାକଟେକି କିଛି କହିବାକୁ ଉଦ୍ଯତ ହୁଅନ୍ତେ, ରୋଷେଇ ଘରୁ ସୁରେଖା ଦେବୀ ବାହାରି ଆସି କହିଲେ, "ଇଏ ତ ଆମର ଯୋଉ କଥା କୁହନ୍ତି;ଗାଁଆ ଗହଳିରେ ବୋହୂ ଦୋକାନରେ ବସିବା ଅସୁନ୍ଦର। ତା' ପରେ ଲୋକେ କ'ଣ କହିବେ! " ଅନ୍ଯ ପ୍ରକୋଷ୍ଠରେ ବିଶ୍ୱ ମହିଳା ଦିବସ ନିମନ୍ତେ ଫେମିନିଜିମ୍ ଉପରେ ଲମ୍ବା ଚଉଡ଼ା ଭାଷଣର ପ୍ରସ୍ତୁତି କରୁଥିବା କଲେଜ୍ ପଢୁଆ ଝିଅ ମନେ ମନେ ନିଜ ଉପରେ ହସୁଥିଲା। ସେ ହସ ଥିଲା ତାତ୍ସଲ୍ଯର ହସ, କ୍ରୋଧର ହସ, କୋହର ହସ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract