Sucharita Parida

Others

5.0  

Sucharita Parida

Others

ମା' ମନ

ମା' ମନ

1 min
303


କର୍ମମୟ ଜୀବନରେ ଗ୍ରୀଷ୍ମ ଛୁଟି ଯେତେ ଗରମ ହେଲେ ବି କାର୍ଯ୍ୟ ଭାର କମ୍ ଥିବାରୁ ସୁକାନ୍ତୀକୁ ଟିକେ ଆଶ୍ବସ୍ତି ମିଳେ । କିନ୍ତୁ ଏ ଛୁଟିରେ ସେତକ ବି ମିଳିଲା ନାହିଁ । ଫନି ଏଥର ସବୁ ନଷ୍ଟ କରିଦେଲା । ଘରେ କୁଣିଆଙ୍କ ଖାତିର୍ ଦାରି କରି କରି ଅଧା ଛୁଟି ସରିଗଲା । କୁଣିଆ କିଛି ଦିନ ପରେ ଚାଲିଗଲେ । 


ଏହା ପରେ ଦୁଇ ତିନି ଦିନ ଟିକିଏ ଶାନ୍ତିରେ କଟିଛି କି ନାହିଁ, ଆରମ୍ଭ ହେଲା ଝିଅର ଦେହ ଖରାପ । ସୁକାନ୍ତୀଙ୍କର ସାନ ଝିଅ କଲେଜରେ ପଢେ । ଛୁଟି ହେଲା ମାତ୍ରେ ସୁକାନ୍ତୀ ତାକୁ ହଷ୍ଟେଲରୁ ଘରକୁ ଆସିବାକୁ ଜିଦ୍ କରନ୍ତି । ସେଦିନ ସକାଳୁ ଠୁ ତାର ପେଟ କାଟୁଛି । ଯେତେ ପ୍ରକାର ଘରୋଇ ଉପଚାର ଜଣା ତାଙ୍କୁ ସେ ସବୁ ପ୍ରୟୋଗ କରି ସାରିଲେଣି । ମାତ୍ର ଝିଅର ପେଟ କଟା ବନ୍ଦ ହେଉନି । ଛୁଟି ତ ଅଛି,ବାହାରେ କିଛି ଖାଇ ବାର ପ୍ରଶ୍ନ ନାହିଁ,ତେବେ ଏମିତି କାହିଁକି ହେଲା ଭାବି ଭାବି ମନେ ମନେ ଭାରି ବ୍ୟସ୍ତ ହେଉ ଥାନ୍ତି ସେ । ସନ୍ଧ୍ଯା ହେବାରୁ ପଡିଶା ଘର ମାଉସୀଙ୍କୁ ଡକାଇ ମା' ଯାହା କହିଲେ, ଝିଅ ଶୁଣି ଆଶ୍ଚର୍ଯ୍ୟ । 


ମା' ତାର ଜଣେ ଶିକ୍ଷୟତ୍ରୀ । କୌଣସି ଅନ୍ଧ ବିଶ୍ବାସ ମାନନ୍ତି ନାହିଁ କି ଝିଅକୁ ମଧ୍ଯ ମାନିବା ପାଇଁ କୁହନ୍ତି ନାହିଁ । ମାତ୍ର ଆଜି ଝିଅର କଷ୍ଟ ନ ଦେଖି ପାରି ମାଉସୀଙ୍କୁ କହିଲେ ମୋ ଝିଅ ଖାଇବାରେ କିଏ ଦୃଷ୍ଟି ଦେଇ ଦେଇଛି ବୋଧେ, କାହାକୁ ଟିକିଏ ଲୁଣ ମନ୍ତୁରାଇ ଆଣ । ଏସବୁ କଥା ଶୁଣିବା ପରେ ଝିଅ ଭାବୁଥାଏ, ଯେତେହେଲେ ମା' ମନ । 


Rate this content
Log in