STORYMIRROR

Sucharita Parida

Others

3  

Sucharita Parida

Others

ଲକ୍ଷ୍ମୀ ଛାଡ଼ିଯିବେ

ଲକ୍ଷ୍ମୀ ଛାଡ଼ିଯିବେ

2 mins
396

ପିଲାଦିନୁ ଶୁଣି ଆସିଛି ବହୁତ ଥର ୨ଟି ଶବ୍ଦ, 'ଲକ୍ଷ୍ମୀ ଛାଡ଼ିଯିବେ'। ଥାଳିରେ ଭାତ ଛାଡ଼ିଲେ, ସକାଳୁ ଉଠି ମୁଁହ ନଧୋଇଲେ, ଇତ୍ଯାଦି ଇତ୍ୟାଦି ସବୁ କୁ-ଅଭ୍ଯାସ କୁ ପରିବର୍ତ୍ତନ କରିବାରେ ବୋଉର ମୁଖ୍ଯ ଅସ୍ତ୍ର 'ଲକ୍ଷ୍ମୀ ଛାଡିଯିବେ'। ଧିରେଧିରେ ତାକୁ ଆଉ ସେ ଶବ୍ଦର ପ୍ରୟୋଗ କରିବାକୁ ପଡ଼ିଲା ନାହିଁ, କାହିଁକି ନା ସେ କହିବା ଆଗରୁ ମୁଁ କହିଦେଉଥିଲି। ବଡ଼ ହେବା ସହିତ ସେହି ଶବ୍ଦର ମହତ୍ବ ବି ମୋ ପାଇଁ ବଦଳିଗଲା। ଜାଣି ପାରିଲି ପ୍ରତ୍ୟେକ ବାରଣ ପଛରେ ଥିବା ଉହ୍ୟ କାରଣ ଗୁଡ଼ିକୁ।ମାତ୍ର ଆଜି ଯେତେବେଳେ ବୋଉର ଦେହ ଖରାପ ହେବାରୁ ମୋତେ ଘର କଥା ବୁଝିବାକୁ ପଡ଼ିଲା, ଜାଣି ପାରିଲି ଘରର ଲକ୍ଷ୍ମୀ କିଏ ଓ କେମିତି ଛାଡି ଯା'ନ୍ତି।


ଆମେ ଅଭାବ, ଅସୁବିଧା ଜାଣିବା ଆଗରୁ ବୋଉର ସବୁ କାମ କରିଦେଇଥାଏ। ସେ ସୁସ୍ଥ ଥିଲେ ସବୁ କାମ ସୁରୁଖୁରୁରେ ଚାଲିଥାଏ। ଦୁଇ ଦିନ ହେଲାଣି ତା ଦେହ ଖରାପ। ଆଉ ଆଜି ରୋଷେଇ ଘର ଭିତରକୁ ପଶିଗଲା ବେଳକୁ ଦେଖିଲି, ଲୁଣ କାଚରେ ଲୁଣ ନାହିଁ, ଚାହା କଲା ବେଳେ ଚା ପତି ନାହିଁ କି ଚିନି ଡବାରେ ଚିନି ନାହିଁ। ଆଳୁ ଆଉ ପିଆଜ କଥା ତ ନ କହିବା ଭଲ। ତା ପରେ ଯାଇ stock ଥିବା ବଡ଼ ଡବାରୁ ଛୋଟ ଡବା ଗୁଡ଼ିକୁ ଭରିଲି। ପୁଣି ସନ୍ଧ୍ଯାରେ ହଠାତ୍ tap ରୁ ପାଣି ନ ବାହାରିବାରୁ, ଟାଙ୍କିକୁ ପାଣି ଉଠାଇ ବାକୁ ସାନ ଭାଇକୁ କହିଲି। ଟାଙ୍କି ପୂର୍ଣ୍ଣ ହେବାର କିଛି ସମୟ ଅନ୍ତେ ପୁଣି ପାଣି ସରିଗଲା। ପାଣି leakage ହେଉଛି କ'ଣ ଦେଖିବା ବେଳକୁ ପଛପଟ toilet ର tap ଖୋଲା ଅଛି। ତାକୁ ବନ୍ଦ କରି ପୁଣି ଟାଙ୍କି ରେ ପାଣି ଭରିବାକୁ କହିଲି। ଏତେ ସବୁ ପରେ ଗୋଟିଏ କଥା ମନେ ପଡ଼ୁଥିଲା, 'ଲକ୍ଷ୍ମୀ ଛାଡିଯିବେ'। ଭାବିଲି ବୋଉ ସୁସ୍ଥ ହେବାପରେ ତାକୁ କହିବି, ତୁ ହିଁ ଘରର ଲକ୍ଷ୍ମୀ, ତୋ ଦେହ ଖରାପ ହେଲାନି ଯେ ମୋତେ ସତରେ ଲକ୍ଷ୍ମୀ ଛାଡି ଗଲା ପରି ମନେ ହେଲା।


Rate this content
Log in