STORYMIRROR

Sucharita Parida

Abstract Others

3  

Sucharita Parida

Abstract Others

ବେଳା ଭୂମିରେ ଜୀବନ

ବେଳା ଭୂମିରେ ଜୀବନ

1 min
541

  

ଶ୍ରୀମନ୍ଦିରରୁ ଦର୍ଶନ ସାରି, ବେଳାଭୂମି ଆଡ଼େ ଅଗ୍ରସର ହେଲି। ଦୂରରୁ ଥାଇ କିଛି ସମୟ ଦେଖିବା ପରେ ସମୁଦ୍ରର ନିକଟତର ହେଉ ହେଉ ଏକ ଢେଉ ମାଡ଼ି ଆସିଲା, ଭାବିଲି ଛୋଟ ଢେଉଟା କିଛି ହେବନି। ଢେଉ ତ ପାଦ ଛୁଇଁ ଚାଲିଗଲା କିନ୍ତୁ ପାଦତଳୁ ବାଲି ଖସାଇ ଦେଇଗଲା।


ପରବର୍ତ୍ତୀ ଲହଡ଼ିକୁ ଦେଖି ଭାବିଲି ଏଥର କିଛି ହେବନି, ଦମ୍ଭରେ ଠିଆ ହେବି। ମାତ୍ର ଏଥର ଏତେ ବଡ଼ ଥିଲା ଯେ ପୁରା ଧୋଇଦେଇ ଗଲା। ଏହାପରେ ପୁଣି ଆଉ ଏକ ଲହଡ଼ି। ଏଥର ବେଶ୍ ସତର୍କ। ଟିକେ ଟିକେ କରି ପଛକୁ ଘୁଞ୍ଚି ଗଲି, ପାଣି ତ ପାଦ ବି ଛୁଇଁଲା ନାହିଁ। ମନେ ମନେ ଭାରି ଖୁସି ହେଇଗଲି। ବେଳାଭୂମିରେ ଲହଡ଼ି ଖେଳକୁ ଜୀବନରେ ସମୟର ଖେଳ ସହ ତୁଳନା କରି କରି ଆଗକୁ ବଢ଼ିଲି ନୂତନ ଅନୁଭୂତିର ସନ୍ଧାନରେ........ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract