Chinmayee Barik

Abstract

3  

Chinmayee Barik

Abstract

ଲିପଷ୍ଟିକ୍

ଲିପଷ୍ଟିକ୍

3 mins
7.7K


-ୱାଓ,...କି ଓଠ ତୁମର ଜୁଲି ?ଆଉ ଏ ଲିପଷ୍ଟିକ୍....ଉଫଫ୍....ମୁଁ ଫିଦା ହୋଇଗଲି ।

-ଏମିତି କଣ କହୁଛ ଯେ?ମୋତେ ଖରାପ ଲାଗୁଛି ।

-ମୁଁ ଫ୍ଲିର୍ଟ କରୁନି ।ଫ୍ଲିର୍ଟ କଲେ ମିଛ କଥା କୁହାଯାଏ ।କିନ୍ତୁ ମୁଁ ସତ ହିଁ କହୁଛି ।ତୁମ ଓଠ ମୋତେ ପାଗଳ କରିଛି ।

*********************

କେତନ କେବେ ବନେଇ ଚୁନେଇ କହି ପାରେନି ।ମାଲିସ୍ କରିବା ଜାଣେନି ।ଯାହା କୁହେ ସିଧା ସାଧା କୁହେ ।ଯିଏ ପସନ୍ଦ କରୁ କି ନକରୁ ।ଜୁଲି ସହ ଏଇ ଫେସ୍ ବୁକ୍ ରେ ପରିଚୟ ।ଦୁହେଁ ପୃଥିବୀର ଦୁଇଟି ବିପରୀତ ମେରୁର ମଣିଷ ।ଜୁଲି ହ୍ୟୁମେନ୍ ରିସୋର୍ସ ଉପରେ ରିସର୍ଚ୍ଚ କରୁଛି ।ଆଉ କେତନ ଗୋଟିଏ ମଲ୍ଟି ନେସନାଲ୍ କଂପାନୀର ସେୟାର ହୋଲଡର୍ ।ଦୁଇ ଜଣଙ୍କର ବୋଝେ ବୋଝେ ଦାୟିତ୍ୱ ।ପରସ୍ପର ବିଷୟରେ ଏତିକି ହିଁ ଜାଣନ୍ତି ଦୁହେଁ ।ବାସ୍ ।ଆଗକୁ ବଢିଚାଲେ ବନ୍ଧୁତା ।ବିନା ସର୍ତ୍ତରେ ଗୋଟିଏ ସଂପର୍କ ।

ଜୁଲି କୌଣସି ସଂପର୍କକୁ ପ୍ରେମର ନାମ ଦେବାକୁ ଚାହେଁନି ।ହ୍ୟୁମେନ୍ ସାଇକୋଲୋଜି ଉପରେ ସେ ଯେତିକି ରିସର୍ଚ୍ଚ କରିଛି ଏତିକି ଜାଣେ ଯେ ମଣିଷର ପ୍ରକୃତି ଏକ ରହସ୍ୟମୟ ପୃଥିବୀ ଠାରୁ କିଛି କମ୍ ନୁହେଁ ।ମଣିଷକୁ ବୁଝିବା ଏକ ବିଫଳ ପ୍ରୟାସ ସଦାବେଳେ ।ଆଉ ପ୍ରେମକୁ ସେ ଗୋଟିଏ ଲାଇନ୍ ଭିତରେ ଆବଦ୍ଧ କରି ରଖେ ।ତାହା ହେଉଛି...ପ୍ରେମ ପରିପ୍ରକାଶ ନ ହେବା ଯାଏଁ ପ୍ରେମ ପ୍ରେମରେ ରୁହେ ।ପରିପ୍ରକାଶରେ ପ୍ରେମର ଆୟୁଷ କ୍ଷୟ ହୁଏ ।

ତେଣୁ ଜୁଲି ଏ ପ୍ରେମ ଅପ୍ରେମ ଠାରୁ ଅନେକ ଦୂରରେ ।

***************

ସବୁ ଜାଣିଲା ସତ୍ତ୍ୱେ ଯାହା ହୋଇଯାଏ ତାହା ପ୍ରେମ, କେତନକୁ ଅପେକ୍ଷା କରେ ଚାଟିଂ ଲାଗି ।କେତନର ଶାଗୁଆ ଲାଇଟ୍ ଜଳିବାର କିଛି ନିର୍ଦ୍ଧିଷ୍ଟ ଟାଇମ୍ ନ ଥାଏ ।ତଥାପି ସେ ଆସେ ଟାଇମ୍ ରେ ହେଉ କି ବେଟାଇମ୍ ରେ ହେଉ ।ଅନେକ କଥା ଚାଲେ ।ମଣିଷଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ।

-ଜୁଲି ,ମୁଁ ତୁମକୁ ଦେଖା କରିବି ।ଅନ୍ତତଃ ଥରଟେ ଲାଗି ।

-କାହିଁକି ?ଦେଖା ହେବା କଣ ଜରୁରି ?

-ହଁ,ତୁମ ଓଠ ଲାଗି ।

-ଧେତ୍ ମଜା କରନି ।ଓଠରେ ଅଛି କଣ ?ମେଂଚାଏ ଲିପଷ୍ଟିକ୍ ତ?ଦେହକୁ ଦେଖନି ...ଭାରି ଧୋକା ଦିଏ ଏ ଦେହ ।ଆଜି ଚକାଚକ୍ ତ କାଲି ଚମ ଧୁଡୁ ଧୁଡୁ ।

-ଚୁପ୍ କର ।ମୁଁ ତୁମ ପ୍ରେମରେ ।ମୋ ପ୍ରେମ ଦେହାତୀତ ।ମୋ ଚାରି ପଟେ ଅନେକ ଦେହ କିନ୍ତୁ ମୁଁ ତୁମକୁ ଖୋଜେ ।ଯଦିଓ ଆମର ଲକ୍ଷ୍ୟ ବିପରୀତ ଦିଗରେ ।ତଥାପି କଣ ଗୋଟିଏ ସାକ୍ଷାତ୍ ବି ଅସମ୍ଭବ?ଆସିବ ପାର୍କକୁ କାଲି??

-ଦେଖା ହେଲେ କଣ କରିବ?କେଉଁ କଥା ବାକି ଅଛି ଯେ?

- ଥରେ ତୁମ ଓଠ ଛୁଇଁବି ମୋ ଓଠରେ ।

-ହ୍ୱାଟ୍?ମୁଣ୍ଡ ଖରାପ ନା କଣ?ପୁଣି ପାର୍କରେ?ଏତେ ଲୋକ ସାମ୍ନାରେ ...ଛିଃ

-ନା ପାର୍କରେ ନୁହେଁ ।ଫେରିଲା ବେଳେ ମୋ ଗାଡି ଭିତରେ ।ବ୍ୟସ୍ତ ହୁଅନି ।ଟିଣ୍ଟେଡ୍ ଗ୍ଲାସ୍ ।ତୁମ ପ୍ରେଷ୍ଟିଜ୍ ବି ମୋ ଦାୟିତ୍ୱ ।

-ମୁଁ ସୁନ୍ଦର ନୁହେଁ କେତନ ।

-ଆଃ..ପୁଣି ସେଇ ଦେହ?ମୋ ପ୍ରେମ ଦେହାତୀତ ।ସର୍ତ୍ତବିହୀନ ।ପ୍ରେମରେ କିଛି ପ୍ଲାନିଂ ନାହିଁ ।ନୋ ପ୍ଲାନିଂ ।ବୁଝିଲ?

*********

କେତନକୁ ଜ୍ୱର ।ତଥାପି ଅପେକ୍ଷା କରିଛି ଅନେକ ବେଳୁ ।ଜୁଲି ଜାଣି ଜାଣି ଡେରି କରିଛି ।ଓଠରେ କେଉଁ ଲିପଷ୍ଟିକ୍ ଲଗାଇବ ଭାବୁ ଭାବୁ ଏତେ ଡେରି ।ଦେହରେ ଏକ ଅପୂର୍ବ ରୋମାଂଚ ।ଦେଖା ହେଲା କେତନ ସହ।ଉଁ...ଆଁ...କୁଁ...କାଁ....ରେ କେତେ ସମୟ ବିତିଗଲା ପରସ୍ପର ସହ ଫ୍ରି ହେବାରେ ।ତା ପରେ ଚାଲିଲା ମଣିଷ ଠୁ ମୃତ୍ୟୁ ଯାଏ ଯୁକ୍ତିତର୍କ ।ହଠାତ୍ କେତନର କିଛି ପୁରୁଣା ସାଙ୍ଗ ଦେଖା ହୋଇଗଲେ ।ସେ ବିଭୋର ହୋଇଗଲା ତାଙ୍କ ସହ । ସଂଧ୍ୟା ହୋଇ ଆସୁଥିଲା ।ଜୁଲିକୁ ଫେରିବାର ଥିଲା ।ତା ଆଖିରେ ଖାଲି ଗାଡି ଭିତର ଟିଣ୍ଟେଡ୍ ଗ୍ଲାସ୍ ଦେଖା ଯାଉଥିଲା ।

-କେତନ,ଡେରି ହେଲାଣି ।ଯିବି ମୁଁ ।

-ଉଁ...ହଁ ହଁ ।ଠିକ୍ ତ ।ରାତି ହେଇଯିବ ।ଶୁଣ ଘରେ ପହଂଚି ମେସେଜ୍ ଟିଏ ଦେଇ ଦେବ ।

-ଓକେ ।ବାଏ କେତନ ।

-ବାଏ ଜୁଲି ,ଟେକ୍ କେୟାର୍ ।

ଆସିଲା ବେଳେ ଓଠର ସବୁ ଲିପଷ୍ଟିକୁକୁ ପୋଛି ସାରିଥିଲା ଜୁଲି ।

ହ୍ୟୁମେନ୍ ରିସୋର୍ସ ଉପରେ ରିସର୍ଚ୍ଚ କରୁଥିବା ଜୁଲି କେମିତି ଭୁଲି ଯାଇଥିଲା ଯେ ଦେହାତୀତ ପ୍ରେମ ବୋଲି କିଛି ନ ଥାଏ ।ପ୍ରେମରେ ଦେହ ସର୍ବସ୍ୱ ।ଆଉ ଜୁଲିର ମୁହଁଟା ଆଧାର କାର୍ଡର ଫଟୋ ସହ ପୁରା ମେଚ୍ କରେ ।

*******Lucy******


Rate this content
Log in

Similar oriya story from Abstract