suchismita Panda

Tragedy Others

3  

suchismita Panda

Tragedy Others

ଲଗ୍ନା

ଲଗ୍ନା

2 mins
132


      "ସାପ ! ସାପ ! ସାପ ! କାମୁଡି ଦେଲାରେ ସାପ ! ବଂଚାଅ ମୋତେରେ ବଂଚାଅ । ଆରେ ଦୌଡି ଆସରେ ଦୌଡି ଆସ । " ରାତି ଅଧରେ ଏତେ ବିକଟ ଏବଂ ଭୟଙ୍କର ଚିତ୍କାର ଶୁଣି ଘର ଲୋକ ସହ ସାହି ପଡିଶା ମଧ୍ୟ ଆସିଥିଲେ ଧାଇଁ । ଭିତର ରୁମରେ ଖଟ ଉପରେ ଶୋଇଥାଏ ଲଗ୍ନା । ପାଦକୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦୁଥାଏ । 

      ସାପ କାମୁଡି ଥିବା ଜାଗାର ଟିକେ ଉପରେ ତତକ୍ଷଣାତ୍ କପଡାଟିଏ ବାନ୍ଧି ଦେଇ ଗୁଆ ଘିଅ ପିଆଇ ଦିଆଯାଏ ଲଗ୍ନାକୁ । ସେପଟେ ପାଖ ଘରର ସାମନ୍ତଙ୍କ ନିଜ ଗାଡି ବାହାର କରି ଆଣନ୍ତି । ଲଗ୍ନା ସହ ଯାଆନ୍ତି ଶାଶୁ ଏବଂ ପାଖ ଘର ମାଉସୀ । ପଛେ ପଛେ ଅନ୍ୟ ମାନେ କିଛି ଜଣ । ରାତା ରାତି ଡାକ୍ତରଖାନା ପହଞ୍ଚା ଯାଏ । ଉପସ୍ଥିତ ଡାକ୍ତର ବିଷକୁ କଟୁ କରୁଥିବା ଇଂଜେକସନ ସଙ୍ଗେ ସଙ୍ଗେ ଦିଅନ୍ତି । କିଛି ସମୟ ପରେ ଲଗ୍ନା ହୋଇପଡେ ବେହୋସ ।

      ଡାକ୍ତର ପରୀକ୍ଷା ନିରୀକ୍ଷା ଚଳାଇଥାନ୍ତି । ଏପଟେ ଦୁର୍ଘଟଣା ଖବର ପାଇ ଲଗ୍ନାର ବାପା ମାଆ ମଧ୍ୟ ଆସିଯାଇଥାନ୍ତି । ଘଣ୍ଟା ଘଣ୍ଟା ବିତେ । ଲଗ୍ନାର ସଂକଟ ଅବସ୍ଥାର ଖବର ଜାଣି ସ୍ବାମୀ ମଧ୍ୟ ଫେରନ୍ତି । ରାତି କଟି ସକାଳ ଆସେ । ହେଲେ ଚେତା ନଆସେ ଲଗ୍ନାର । ଡାକ୍ତରଙ୍କ ସମସ୍ତ ଚେଷ୍ଟାରେ ଭୟଙ୍କର ବିପଦ ଆସେ ଗର୍ଭରେ ଆସୁଥିବା ଶିଶୁ ଯୋଗୁଁ । କାରଣ ବିଷର ପ୍ରଭାବରେ ଶିଶୁର ମୃତ୍ୟୁ ହୋଇସାରିଥାଏ ଏବଂ ତାରି ପ୍ରଭାବରେ ଲଗ୍ନାର ଦେହରେ ଖେଳିଯାଏ ବିଷ । ଲଗ୍ନାର ସ୍ବାସ୍ଥ୍ୟ ବିଗିଡିଚାଲେ ।  

     ମୃତ ଶିଶୁକୁ ପେଟରୁ କାଢିବା ପାଇଁ ଅପେରେସନ ଆରମ୍ଭ ହୁଏ । ମାତ୍ର ଦୁର୍ଭାଗ୍ୟ ଲଗ୍ନା ଦେହରେ ରକ୍ତର ଅଭାବ ଯୋଗୁଁ ବିପଦ ଆହୁରି ବଢିଯାଏ । ଧିରେ ଧିରେ ହୃଦୟର ଗତି ମଧ୍ୟ ଶିଥିଳ ହୋଇଆସେ । ଅଜସ୍ର ପ୍ରୟାସକୁ ବିଫଳ କରି ଲଗ୍ନା ଚାଲିଯାଏ ସବୁଦିନ ପାଇଁ । ଆଖି ବନ୍ଦ ପୂର୍ବରୁ ନିଜ ସ୍ବାମୀଙ୍କୁ ଖୋଜୁଥିଲା ମାତ୍ର ସ୍ବାମୀ ଆସିଯାଇଥିଲେ ମଧ୍ୟ ସେ ଆଖି ଖୋଲି ଆଉ ଦେଖିନଥିଲା । ସବୁଦିନ ପାଇଁ ନିଜକୁ ସମସ୍ତଙ୍କଠୁ ବିଦାୟ ମାଗି ଚାଲିଯାଏ ଆରପାରିକୁ ସାଥିରେ ନିଜ ସନ୍ତାନକୁ କୋଳରେ ଧରି । 


Rate this content
Log in

Similar oriya story from Tragedy