Trinatha Behera

Romance

3.8  

Trinatha Behera

Romance

ଲାଷ୍ଟ ଗାର୍ଲ ଫ୍ରେଣ୍ଡ

ଲାଷ୍ଟ ଗାର୍ଲ ଫ୍ରେଣ୍ଡ

7 mins
279



ଶୀତୁଆ ସକାଳ । ରେଜେଇ ତଳେ ଉଷୁମ ପାଇ ବହୁତ ସମୟ ଯାଏଁ ଶୋଇ ରହିବା ମୋର ଗୋଟିଏ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ସେ ଦିନ ବି ଶୋଇଥିଲି । ହଠାତ୍ ମୋ ଉପରେ ଆତଙ୍କବାଦୀ ଆକ୍ରମଣ ହେଲା ପରିଲାଗିଲା , ଯେତେବେଳେ ସଂଜନା ଆସି ମୋ ଦେହରୁ ରେଜେଇଟି ଭିଡିନେଲା । ହଡବଡେଇକି ଉଠିପଡିଲି । ଭାଗ୍ୟଭଲ ସେଦିନ ହାଫ ପେଣ୍ଟଟି ପିନ୍ଧିଥିଲି,କାରଣ ବେଳେ ବେଳେ ଟାୱାଲ ପିନ୍ଧିବି ଶୋଇଯାଉଥିଲି ।

ଆ.....ରେ...ତୁ...... ଆମ ଘରେ ....ଏତେ ସକାଳୁ...

....ହଁ ମୁଁ .... ଏଇ ପଟେ ମନ୍ଦିରକୁ ଯାଉଥିଲି ଭାବିଲି ଟିକେ ମୁଁହ ମାରିଯିବି ଦେଖିଲାବେଳକୁ ବାବୁ ସକାଳ ଆଠଟା ଯାଏଁ ଶୋଇଛନ୍ତି ା 

ହଁ ବେଶି ଭାଷଣ ମାରେନା ା ଟିକେ ବସ ମୁଁ ଜଷ୍ଟ ବାଥରୁମରୁ ଆସୁଛି ା ଆରେ ନାହିଁ... ବାହାରେ ମୋ ହଜବେଣ୍ଡ ୱେଇଟ କରିଛନ୍ତି ...ମୁଁ ଆସୁଛି...ବାୟ ା ହଉ....ଏଜ ୟୁ ୱିସ୍

  ସେ ତରତର ହୋଇ ଚାଲିଯାଉଥିଲା ା ମୁଁ ତାକୁ ସେମିତି ଚାହିଁ ରହିଥିଲି ା ଯେମିତି ଆଜିକୁ ପାଞ୍ଚ ବର୍ଷ ତଳେ ଚାହିଁ ରହୁଥିଲି ା ସେ ଥିଲା ମୋର ଫାଷ୍ଟ ଗାର୍ଲ ଫ୍ରେଣ୍ଡ ା

     ମନେ ପଡିଗଲା ସେ ଦିନର କଥାଗୁଡାକ ା କଲେଜରେ ଆମେ ଦୁଇଜଣ ଆମ ଗାଁରୁ ଆଡମିଶନ କରିଥିଲୁ ା ତା ବାପା ଆସି ମତେ କହିଲେ... ଆରେ ଶୁଭଜିତ... ମିଶିକି କଲେଜ ଯାଉଥିବ ା ସେ ଝିଅ ପିଲାଟା ତେଣୁ ତତେ ମୁଁ ଦାୟିତ୍ବ ଦେଉଛି ା ତୁ ତା ସାଇକେଲ ପଛେ ପଛେ ନିତି କଲେଜ ଯାଉଥିବୁ ଆସୁଥିବୁ ା ଯଦି କେହି କଣ କୁହେ ମତେ ଜଣାଇବୁ ା ମୁଁ ହଁ ମାରିଥିଲି ା

        ସଂଜନା ମୋ ପିଲା ଦିନର ସାଙ୍ଗ ା ବାଲି ଘର ତୋଳିବା ଠୁ ଆରମ୍ଭ କରି ସାଇକେଲ ଚଲାଇ ଶିଖିବା ଯାଏଁ ମିଶିକି ସବୁ କରିଛୁ ା ହେଲେ ତା ବାପାଙ୍କ କେଇ ପଦ କଥା ତା ପ୍ରତି ମୋର ଦାୟିତ୍ବ ବଢାଇଦେଲା ାମୁଁ ମୋ ନିଜଠୁ ବେଶୀ ଦାୟିତ୍ବ ତାର ନେଲି ା ତା ସାଇକେଲ ପଛେ ପଛେ ଯାଇ ଯାଇ ବୋଧେ ପ୍ରେମରେ ପଡିଗଲି ା ସେ କୋଉ ପୁଅ ସହ କଥାହେଲେ ରାଗ ଲାଗିଲା ା ବାପାଙ୍କୁ ଜଣାଇ ଦେବି ବୋଲି ତାଗିଦ କରୁଥିଲି ା ବୋଧେ ସଂଜନା ବି ମତେ ଭଲପାଇ ବସିଥିଲା ା ବେଳେ ବେଳେ ଚିଡାଇବା ପାଇଁ ଜାଣିକି ଅନ୍ୟ ପୁଅଙ୍କ ସହ କଥା ହୁଏ ା ଆଉ ତାପରେ ...ମୁଁ ପ୍ରବଚନ ଦିଏ ା ଏମିତି ଚାଲିଲା... 

କିଛି ଦିନ ପରେ ମୁଁ ଜାଣିବାକୁ ପାଇଲି ...ବୋଧେ ନୁହଁ ସତରେ ସେ ମତେ ଭଲ ପାଏ ା ମୋର ଟିକେ ପାଠ ଭଲହୁଏ ନାହିଁ ା ସେ ମତେ ବହୁତ ହେଲପ କରିଛି ା ଏମିତି ବି ହେଇଛି ମୋ ପାଇଁ ନୋଟସ ଗୁଡାକ ସଂଗ୍ରହ କରିଦେଇଛି ଆଉ ବେଳେ ବେଳେ ନିଜେ ଲେଖିଦେଇଛି ା ତା ବାପା ସରକାରୀ ଚାକିରିଆ ତେଣୁ ତାର ପକେଟ ମନି ର ଅଭାବ ନଥିଲା ା ମୁଁ ଯେବେ ଆର୍ଥିକ ସମସ୍ୟାର ସମ୍ମୁଖିନ ହୋଇ କଲେଜ ଫିସ ଦେଇପାରିନି ସେ ତା ସଞ୍ଚିତ ଟଙ୍କାରୁ ଫିସ୍ ଭରିଛି ା ଏମିତି ଅନେକ...ଅନେକ

ଦିନକର କଥା ଆମେ କଲେଜରୁ ଫେରୁଥାଉ ା ପ୍ରବଳ ବେଗରେ ଝଡ ବତାସ ମାଡି ଆସିଲା ା ଆମେ ଅଗତ୍ୟା ଏକ ପରିତ୍ୟକ୍ତ ଗୁହାଳ ଭିତରେ ପଶିଗଲୁ ା ଗୁହାଳଟିର ଚାଳ କଣା ହୋଇ ଗଳୁଥାଏ ତଥାପି ଗୋଟିଏ କଣରେ ଆଡଜେଷ୍ଟ କରି ରହିଗଲୁ ା ଉଭୟେ ସେ ଦିନ ପରସ୍ପରର ଏତେ ପାଖାପାଖି ଥିଲୁ ଯାହା ଆଗରୁ କେବେ ଘଟିନଥିଲା ାସଂଜନା ଗୋଟାପଣେ ଭିଜି ଥରୁଥିଲା ା ମୋ ରୁମାଲରେ ତା କେଶ କୁ ସଜାଡୁଥିଲା ା ମୁଁ ବି ଓଦା ସରସର ହୋଇ ଥରୁଥିଲି ା ଜୋର ରେ ପବନ ହେଉଥିବାରୁ ଆଗକୁ ଯିବା ଆଦୌ ସମ୍ଭବ ନଥିଲା ା ହଠାତ୍ ଘଡଘଡି ମାଡ ହେଲା ା ଲଗାତାର ଦଶଟା କି ବାରଟା ବଡ ଚଡକ କେଉଁଠି ମାଡ ହେଲା ା ସଂଜନା ଡରରେ ମତେ ଜାବୁଡି ଧରିଲା ା କିଛି ସମୟ ଲାଗିଲା ଚୋରା ଚଇତି ବାଆ ମତେ ବାଡେଇ ହେଇକି ଚାଲିଗଲାକି ? ମନ ଅାକାଶରେ ପ୍ରୀତି ର ଚାନ୍ଦ ଉଇଁଗଲାକି ? ତାର କୋମଳ ସ୍ପର୍ଶରେ ମୁଁ ଯେତିକି ଲଜ୍ଜାବୋଧ କରୁଥିଲି , ଦାୟିତ୍ବବୋଧ ଉଙ୍କି ମାରିବାରୁ ସେତିକି ନିଜକୁ ସଂଯତ କରିନେଉଥିଲି ା କିନ୍ତୁ ବର୍ଷା ବୁନ୍ଦା ଗୁଡିକ ସବୁତକ ସୀମା ଉଲଙ୍ଘନ କରିସାରିଥିଲେ ା ମୋ ଗାଲ ଓ ଓଠ ଛୁଇଁ ସିଧା ଲମ୍ଫ ଦେଉଥିଲେ ସଞ୍ଜନାର ବକ୍ଷଦେଶକୁ ା ସେ କେବଳ ମତେ ଜାବୁଡି ଧରିଥିଲା ା ତା ଛାତିର ସ୍ପନ୍ଦନ ମୁଁ ବାରିପାରୁଥିଲି ଆଉ ତା ଗରମ ନିଃଶ୍ବାସ ମୋ ବକ୍ଷ ଭେଦ କରୁଥିଲା ଯେପରି ା 

       ପ୍ରାୟ ଅଧ ଘଣ୍ଟା ପରେ କିଏ ରାଣ ଦେଲା ପରି ଝଡ ତୋଫାନ ରହିଗଲା ା ସଞ୍ଜନା ଲାଜେଇ କି ଓଦା ସରସର ଦେହରେ ଚାଲିଲା ସାଇକେଲ ଆଡକୁ ଆଉ ମୁଁ ବି ା ଆଗରେ ଆଗରେ ସଞ୍ଜନା ଯାଉଥାଏ ଓ ପଛରେ ମୁଁ ା ଯେମିତି ପ୍ରତିଦିନ ଯାଏ ା କିନ୍ତୁ ସେ ଦିନର ବିଶେଷତ୍ବ ଏହା ଯେ ଘରକୁ ଆସିଲା ଯାଏଁ ନା ସେ ପଦେ କହିଛି ନା ମୁଁ ସାଇକେଲଟି ଆଗକୁ ଗଡାଇ ତା ସହ ସମାନ୍ତରାଳ ଭାବେ ଯାଇପାରିଛି ା

ସେଦିନ ରାତି ରେ ମତେ ଜମାରୁ ନିଦ ହେଲା ନାହିଁ ା ବୋଉ ଅଧ ରାତିରେ ଉଠିକି ଦେହ ଖରାପ ହେବ ଲାଇଟ ଅଫ କରିକି ଶୋଇବା ପାଇଁ ତାଗିଦ କରୁଥିଲେ ସିନା ସେ ଆଡକୁ ମୋର ନିଘା ନଥିଲା ା ମୋ ଛାତି ଉପରେ ଥିଲା କେବଳ ସଞ୍ଜନା ା ମୁଁ ଠିକ୍ ସେମିତି ଅନୁଭବ କରିପାରୁଥିଲି ଯେମିତି ଅପରାହ୍ନରେ ଆଜି ଘଟିଥିଲା ା 

   ପର ଦିନ ସକାଳୁ ଯଥାରିତୀ ସବୁ କାମ ସାରି ହାଜର ହୋଇଯାଇଥିଲି ସଞ୍ଜନା ଘର ପାଖରେ , କଲେଜ ଯିବା ପାଇଁ ା କିନ୍ତୁ ତା ବାପା ମନା କଲେ ା କହିଲେ, "ଆରେ ଶୁଭ, ସଞ୍ଜନାକୁ ଜୋର ଜ୍ବର, କାଲି ର ବର୍ଷା ରେ ଭିଜି କି ଜ୍ବର ଓ ମୁଣ୍ଡ ବ୍ଯଥା ହେଉଛି " ା ସେ ମତେ ଏକୁଟିଆ କଲେଜ ଯିବାକୁ ଇଙ୍ଗିତ କଲେ ା ମୁଁ ବାଧ୍ୟ ହୋଇ ଆଗକୁ ସାଇକେଲ ଗଡାଇଲି କିନ୍ତୁ ପାରିଲିନି ା ମତେ ସଞ୍ଜନା ବେଶୀ ମନେ ପଡିଲା ା ତା ସରଳ ଚେହେରାଟି ମନରେ ଉଙ୍କୁ ମାରୁଥିଲା ା ପ୍ରବଳ ଜ୍ବର ରେ ସେ ଛଟପଟ ହେଉଥିବ ଭାବି ପାଦେ ବି ଆଗକୁ ଯାଇ ପାରିଲି ନାହିଁ ା ଇଛା ହେଲା ତତ୍ କ୍ଷଣାତ ଆସି ତାକୁ ଟିକେ ମନ ପୁରାଇ ଦେଖିନିଅନ୍ତିକି ! ତା ପାଇଁ ମେଡିସିନ୍ ନେଇକି ଖୁଆଇ ଦିଅନ୍ତି କି ! କିନ୍ତୁ ତା ବାପା ବୁଢା କଣ ସେତକ କରାଇଦେବ ା କଲେଜ ନ ଯାଇ ଫେରିଗଲେ ନାନା କଥା ପଚାରିବ ା ଘର ଆଗେ ଟିକେ ଛିଡା ବି କରେଇ ଦେବନି ା ବାଧ୍ୟ ହେଇ କଲେଜ ଗଲି ା କିନ୍ତୁ ପଢାରେ ମନ ଲାଗିଲା ନାହିଁ ା ମୋ ଅଜାଣତରେ ମୋ ଆଖି ଦୁଇଟି ସଞ୍ଜନା ବସୁଥିବା ଜାଗା ଆଡକୁ ଚାଲିଯାଉଥିଲା ାା କଲେଜରେ ରହିଥିବା ଚାରିଘଣ୍ଟା ମତେ ଚାରି ଯୁଗ ପରି ମନେ ହେଲା ା 

   ଗାଁକୁ ଫେରି ଜାଣିଲି ସଞ୍ଜନା ଦେହ ବହୁତ ଖରାପ ା ମୁଁ ନୋଟ ଦେବା ବାହାନା କରି ତାଙ୍କ ଘରକୁ ଗଲି ା ଭାଗ୍ୟଭଲ ତା ବାପା ଘରେ ନଥିଲେ ା ସେ ଡାକ୍ତର ଡାକିବାକୁ ଯାଇଥିଲେ ା ତା ବୋଉ ପାଖରେ ବସି ମୁଣ୍ଡରେ ପାଣି ପଟି ପକାଉଥିଲେ ା 

  ମାଉସୀ , ସଞ୍ଜନା ଦେହ ଆହୁରି ଭଲ ହେଇନାହିଁ କି ା

ନାହିଁ, ରେ ପୁଅ ା କାଲିର ଅଦନିଆ ବର୍ଷାରେ ଭିଜିକି ତାକୁ ଜୋର ଜ୍ବର ା କମିବାର ନାଁ ଧରୁନି ା ମଉସା ଡାକ୍ତରଙ୍କୁ ଡାକିବାକୁ ଅଧ ଘଣ୍ଟାଏ ହେଲା ଯାଇଛନ୍ତି ା 

     ଓଃ ! ହଁ ପରା ମାଉସୀ କାଲି କଲେଜରୁ ଫେରିଲା ବେଳେ ଏତେ ଜୋରରେ ବର୍ଷା ,ପବନ ,ଘଡଘଡି ା ବାପ୍ ରେ !

 ମୋ ସ୍ବର ଶୁଣି ସଞ୍ଜନା ଧିରେ ଧିରେ ମୋ ଆଡକୁ ଚାହିଁଲାା ସତେ ଯେମିତି ସେ ମତେ ହିଁ ପ୍ରତୀକ୍ଷା କରିଥିଲା ା ତା ବୋଉ ଗରମ ପାଣି କରିବା ପାଇଁ ରୋଷେଇ ଘରକୁ ଯିବା ଦେଖି ମୁଁ ଲଥ କିନା ତା ପାଖରେ ବସିଗଲି ା ଆଉ ତାକୁ ମଜା ମଜା କଥା କହି ହସାଇବାକୁ ଚେଷ୍ଟା କଲି ା ମଝିରେ ମଝିରେ ପାଣି ପଟି ବଦଳାଉଥିଲି ା ସେ ବି ମୋ କଥା ଶୁଣି ଶୁଣି ମୁରୁକି ହସୁଥିଲା ଆଉ ମୁଁ ସେ ହସରୁ କୋଟି କୋଟି ବିନ୍ଦୁ ଅମୃତ ପାନ କରୁଥିଲି ା

    ଥରେ କଲେଜରେ ପିକନିକ ଯିବାକୁ ସ୍ଥିର ହେଲା ା ମୋ ପାଖରେ ପିକନିକ ଯିବା ପାଇଁ ଆବଶ୍ୟକ ଚାନ୍ଦା ଟଙ୍କା ନଥିଲା ା ଏଣେ ମନ ହେଉଥାଏ କି ମୁଁ ପିକନିକ ଯାଆନ୍ତିକି ା ସବୁଠୁ ବେଶୀ ଉତ୍କଣ୍ଠିତ ଥିଲି ଯେହେତୁ ସଞ୍ଜନା ବି ଯିବ ା ମୁଁ କଲେଜରୁ ଫେରି ବୋଉକୁ ଟଙ୍କା ମାଗିଲି ା ପନ୍ଦର ଶହ ଟଙ୍କା ଶୁଣିବା ମାତ୍ରକେ ବୋଉ ଜିଭ କାମୁଡିଲା ା କହିଲା ଆମେ ପାଞ୍ଚଶହ ଟଙ୍କା ଖର୍ଚ୍ଚ କଲେ ଘରେ ଭୋଜି ହେଇଯିବ ା ସଫା ସଫା ମନା କରିଦେଲା ା ଅବଶ୍ୟ ଆର୍ଥିକ ଅସ୍ବଚ୍ଛଳତା ଏହାର ମୁଖ୍ୟ କାରଣ ଥିଲା ାମୁଁ ବି ବୋଉର ମନ କଥା ବୁଝିପାରୁଥିଲିା ା ବାପାଙ୍କ ମୃତ୍ୟୁ ପରେ ବୋଉ ହିଁ ଜଣେ ଯିଏ କି କଷ୍ଟ ସହି ମତେ ଏଡୁଟେ କରିଛି ା ଏଣୁ ଜିଦ କରିପାରଲି ନାହିଁ ା ଉଦାସ ଚେହେରା ଦେଖି ସବୁ ଠଉରାଇ ପାରିଥିଲା ସଞ୍ଜନା ଆଉ ପର୍ସରୁ ଦୁଇ ହଜାର ଟଙ୍କା ବାହର କରି ମୋ ହାତରେ ଧରାଇଦେଇଥିଲା ସେଦିନ ାା ସେ ଥିଲା ବାସ୍ତବରେ ଜଣେ ହିତାକାଂକ୍ଷୀ ବାନ୍ଧବୀ ା ମୋର ଫାଷ୍ଟ ଗାର୍ଲ ଫ୍ରେଣ୍ଡ ାା

    ଶିତୁଆ ସକାଳରେ କହୁଡି କୁ ଚିରି ଆଗକୁ ଗଡିଚାଲିଥିଲା ଆମ ପିକନିକ ବସ ା ମୁଁ ଘୋଡିଘାଡି ହୋଇ ବସର ଝରକା ପାଖ ସିଟରେ ବସିଥାଏ ା ପାଖରେ ବସିଥାଏ ବନ୍ଧୁ ଅମିତ ା ମଝିରେ ମଝିରେ ମୋ ଅଜାଣତରେ ଆଖି ଡୋଳା ଚାଲିଯାଉଥାଏ ସଞ୍ଜନା ବସିଥିବା ପାଖ ସିଟ୍ ଆଡକୁ ା ଆଉ ତା ଆଖି ସହ ମୋର ଆଖିର ବେଳେ ବେଳେ ଧକ୍କା ହୋଇଯାଏ ା ପରସ୍ପର ମୁରୁକି ହସାଟିଏ ମାରୁ ା ଏମିତି ଚାଲିଲା ପ୍ରାୟ ପଚାଶ କି.ମି ା ତା ପରେ କେଜାଣି କଣ ହେଲା ଅମିତ ଜାଗା ବଦଳାଇ ଆଉ ଜଣକ ପାଖକୁ ଚାଲିଗଲା ା ମୋ ପାଖ ସିଟଟି ଖାଲିପଡିଲା ା ମୁଁ ହଠାତ୍ ଆଖିରେ ଇସାରା କଲି ସଞ୍ଜନାକୁ ମୋ ପାଖ ସିଟରେ ବସିବାକୁ ା ଆଉ ସେ ବି ବୋଧେ ଚାହିଁ ରହିଥିଲା ସୁଯୋଗ ଦେଖି ମୋ ପାଖରେ ହାଜର ା ଚାଲିଲା ଗୁଲି ଗପ, ହସ ମଜା ,ଥଟ୍ଟା ତାମସା ା କେତେବେଳେ ବାଟ ସରିଗଲା ଜଣାପଡିଲା ନାହିଁ ା ପ୍ରକୃତିସ୍ଥ ହେଲାବେଳକୁ ଆମେ ପିକନିକ ସ୍ପଟରେ ହାଜର ହୋଇଯାଇଥିଲୁ ାା 

   ବହୁତ ସୁନ୍ଦର ଜାଗା ା ସତେ ଯେମିତି ପ୍ରକୃତି ରାଣୀ ତା ଶୋଭାର ଭଣ୍ଡାର ସେଠି ଅଜାଡି ଦେଇଛି ା ଏମିତି ଏକ ଅପୂର୍ବ ଶୋଭାର ସ୍ଥଳୀରେ ପୁଣି ଗାର୍ଲ ଫ୍ରେଣ୍ଡ ସାଥୀରେ ଆପଣମାନେ ଅନୁଭବ କରିପାରୁଥିବେ ା

  ବହୁତ ମଜା ଲାଗିଲା ା ମୋବାଇଲ କ୍ୟାମେରା ଯୁଗ ନଥିଲା ା ଏଣୁ ଅବଶୋଷ ସ୍ମୃତି ସବୁକୁ ଧରି ରଖିହେଲା ନାହିଁ ାା ଆଉ ଯେଉଁ ରିଲ କ୍ୟାମେରା ଜଣେ ସାଙ୍ଗର ଥିଲା ସେଥିରେ ଆମ ଫୋଟ ଜମା ଗୋଟିଏ କିମ୍ବା ଦୁଇଟି ଖୋଜିଲେ ମିଳିବ ତାହାପୁଣି ଗ୍ରୁପରେ ାା 

    ଦିନେ ଶୁଣିଲି ସଞ୍ଜନା ପାଇଁ ତା ବାପା ବିବାହ ପ୍ରସ୍ତାବ ଖୋଜୁଛନ୍ତି ା ମୋ ମନରେ ଛନକା ଆସିବା ସ୍ବାଭାବକ ା ମୁଁ ସୁଯୋଗ ଦେଖି ସଞ୍ଜନାକୁ ମନ କଥା କହିବି ଭାବିଲି ା କିନ୍ତୁ ପାରଲି ନାହିଁ... ସେ କେଉଁଠି ଆଉ ମୁଁ କେଉଁଠି ାା ଏହି ସତର ବର୍ଷର ଚିହ୍ନା ଜଣା ମିଳାମିଶାରେ ମୁଁ ଠଉରେଇ ନେଇଥିଲି ଯେ ସେ ମତେ ବି ଭଲପାଏ ବୋଲି ା କିନ୍ତୁ ...

   ଦିନେ ସୁଯୋଗ ଦେଖି ଲାଲ ଗୋଲାପ ଫୁଲଟିଏ ନେଲି ଦେବାପାଇଁ ା ଲାଗିଲା ସତେ ଯେମିତି ଆଇ.ଏ.ଏସ ଫାଇନାଲ ଇଣ୍ଟରଭ୍ୟୁ ଦେବାକୁ ଯାଉଛି ା ହୃତ୍ ସ୍ପନ୍ଦନ ବଢିବା ସହ ମୋ ଦେହରେ ନାନା ରକମର ହରମୋନ କ୍ଷରଣ ହୋଇ ମତେ ଭୀତତ୍ରସ୍ତ 

କରିପକାଉଥିଲେ ା ତଥାପି ସାହସ ବାନ୍ଧି ଚାଲିଲି ା ସେ ମତେ ଦୂରରୁ ଦେଖି କଣ ଭାବିଲା କେଜାଣି ପାଖକୁ ଯିବାକୁ ମନା କରିଦେଲା ା ମୁଁ ଅବାକ ହୋଇ ଠିଆ ହୋଇଗଲି ା ସେ କହିଲା ଦେଖ୍ ମୁଁ ତୋ ପାଇଁ ଗୋଟେ ସରପ୍ରାଇଜ ରଖିଛି ା ମୁଁ ଆଶ୍ଚର୍ଯ୍ୟ ହୋଇଗଲି ା ମତେ ଲାଗିଲା ବୋଧେ କିଛି ଗିଫ୍ଚ କଣ ରଖିଛି ମୋ ପାଇଁ ସେ କବାଟ କଣରେ ା ମୁଁ ଲୁଚାଇ ଧରିଥିବା ଗୋଲାପଟିକୁ ଆସ୍ତେ ଆସ୍ତେ ମୋ ପ୍ୟାଣ୍ଟର ପଛ ପକେଟ ଆଡକୁ ନେବା ବେଳେ ଦେଖିଲି ଜଣେ ସୁନ୍ଦର ଚେହେରା ର ଯୁବକଟିଏ କବାଟ କଣରୁ ବାହାରି ସଞ୍ଜନା ଆଡକୁ ଆସୁଛନ୍ତି ା ଆଉ ସଞ୍ଜନା ତାଙ୍କୁ ପାଖକୁ ଭିଡି ନେଇ କହୁଛି ....

   ଲୁକ.. ହି ଇଜ ଶୁଭଜିତ ...ମାଇଁ ଚାଇଲ୍ଡହୁଡ ଫ୍ରେଣ୍ଡ...

ସେ ଯୁବକ ଜଣକ ମୋ ଆଡକୁ ହାତ ମିଳାଇବା ପାଇଁ ଉଦ୍ୟମ କରୁଥିବା ଦେଖି ମୁଁ ଫଟାଫଟ ଗୋଲାପଟି ପଛ ପ୍ୟାଣ୍ଟ ପକେଟରେ ପୁରାଇ ହାତ ମିଳାଇଲି ା ଆଉ ସେତିକି ବେଳେ ସଞ୍ଜନାଠୁ ଶୁଣିଲି...

ଶୁଭଜିତ...ହି ଇଜ ମାଇଁ ଉଡ ବି... ମୋ ବାପା ୟାଙ୍କ ସହ ମେରେଜ ଠିକ୍ କରିଛନ୍ତି ାଆସନ୍ତା ମାସରେ ନିର୍ବନ୍ଧ ଆଉ ପାଞ୍ଚମାସ ପରେ ବାହାଘର ା 

ମୋ ପାଦ ତଳୁ ମାଟି ଖସୁଥିଲା ପରି ଲାଗୁଥିଲେ ବି ମୁଁ ମିଛ ହସଟିଏ ହସି କଙ୍ଗ୍ରାଜୁଲେସନ ଜଣାଇବାର ଅଭିନୟ କରୁଥିଲି ା

 ପଥର ହୃଦୟରେ ବାସ୍ତବକୁ ଗ୍ରହଣ କରିନେଲି ବାଧ୍ୟ ହୋଇ ା ତା ଉଡ ବି ହଜବେଣ୍ଡ ସହ ଅଳ୍ପ କଥା ହୋଇ ଉଭୟଙ୍କ ଭବିଷ୍ୟତ ଜୀବନ ମଧୁମୟ ହୋଉ ବୋଲି ଶୁଭକାମନା ଜଣାଇ ସେଠାରୁ ଫେରିବା ବେଳେ ପାଖରେ ଥିବା ମଉଳା ଗୋଲାପ ଫୁଲଟି ସତେ ଯେପରି ମତେ ବିଦ୍ରୂପ କରି କହୁଥିଲା ସଞ୍ଜନା ଏବେ ବି ମୋ ଗାର୍ଲ ଫ୍ରେଣ୍ଡ କିନ୍ତୁ ଫାଷ୍ଟ ନୁହଁ ବରଂ ଲାଷ୍ଟ ଗାର୍ଲ ଫ୍ରେଣ୍ଡ ାା


Rate this content
Log in

Similar oriya story from Romance