STORYMIRROR

Trinatha Behera

Inspirational

3  

Trinatha Behera

Inspirational

ଏକ ଭିନ୍ନ ପ୍ରପୋଜ ଡେ

ଏକ ଭିନ୍ନ ପ୍ରପୋଜ ଡେ

2 mins
181


ଓଃ !ମାଇଁ ଗଡ..... ସକାଳ 8 ଟା ବାଜିଲାଣି । ବୋଉ..ବୋଉ ତତେ କହିଥିଲି ପରା ସକାଳେ ଟିକେ ଶିଘ୍ର ଉଠାଇଦେବୁ, ହେଲେ ତୁ...ଚିହିଁକି ଉଠିଲା ସୁରଞ୍ଜନ । ଆଜି ପ୍ରପୋଜ ଡେ ! ଶିଖା ସେପଟେ ବ୍ୟସ୍ତ ହେଉଥିବ । ଦୀର୍ଘ ଦୁଇ ବର୍ଷର ସଂପର୍କ ଭିତରେ ସେ କେବେ ମନ ଖୋଲି ଶିଖାକୁ ତା ହୃଦୟର କଥା ଜଣାଇ ପାରିନାହିଁ ,ଆଜି ପ୍ରପୋଜ ଡେ ରେ ସବୁ ସତ କହିଦେବ ବୋଲି ସକାଳ 7ଟା ବେଳେ ବସ ଷ୍ଟାଣ୍ଡ ପାଖ ପାର୍କକୁ ଡକାଇଥିଲା ଅଥଚ ! ସାତ ଟା ମିସ କଲ ଓ ...ନୋ...ବୋଉ ଉପରେ ଭୀଷଣ ରାଗିଲା । ତରତର ହୋଇ ଗାଧୋଇପାଧୋଇ ଘରୁ ବାହାରି ଗଲା ।ପ୍ରେମ ତ ବନ୍ଧୁତାରୁ ହୁଏ । ବହୁତ ଦିନ ହୋଇଗଲା । ଆଉ ନୁହେଁ ଆଜି ସେ ଶିଖା କୁ ପ୍ରପୋଜ କରିବ । ତା ପର ଦିନ ସ୍ବପ୍ନ ରାଇଜର ରାଣୀ କରିବାକୁ ପ୍ରମିଶ କରିବ ଆଉ ତା ପରେ ଗୋଟେ ସୁନ୍ଦର ଟେଡିଟିଏ ଗିଫ୍ଟ କରିବ । ତାପରେ ଚକଲେଟ ଦେବ,ହଗ କରିବ,କିସ୍ କରିବ,ବି ମାଇଁ ଭଲେଣ୍ଟିନ କହି ପ୍ରେମର ଦିବସ ପାଳିବ ଏମିତି ଭାବୁ ଭାବୁ କେତେବେଳେ ଯେ ତା ବାଇକଟି ପାର୍କର ସମ୍ମୁଖ ଗେଟ ରେ ପହଞ୍ଚିଲାଣି ସେ ଜାଣିପାରିଲାନି । ପାଖ ଦୋକାନରୁ ସଜ ଫୁଟା ଗୋଲାପଟିଏ କିଣିଲା ବେଳକୁ ପଛରୁ ଶିଖାର ପାଟି ଶୁଣି ଧପ କିନା ଗୋଲାପଟିକୁ ସାଟ ଭିତରେ ପୁରାଇ ଦେଲା । ନାଇଁ ଶିଖା ମୋର କିଛି ଭୁଲ ନାହିଁ । ଏ ବୋଉଟା ଜାଣି ଜାଣି ମତେ ଉଠାଇଲା ନାହିଁ । ନ ହେଲେ ମୁଁ କେତେବେଳୁ .... ହଉ ହେଲା ସଫେଇ ଦେବା ଦରକାର ନାହିଁ । ତମେ ତ ଗୋଟେ ଭୁଲା ମଣିଷ । ମୋ କଲ ରିସିଭ ନ କଲାରୁ ମୁଁ ଜାଣିଛି । ଛାଡ.. ତମ ଦେଇ କିଛି ହେବନି ସେଥିପାଇଁ ମୁଁ ନିଜେ ସବୁ ଏରେଞ୍ଜମେଣ୍ଟ କରିଦେଇଛି । ଶୁଣ ଆଉ ଟିକେ ପରେ ସମୀର ଆସିବେ,ସେ ମତେ ମୁଦି ପିନ୍ଧାଇ ପ୍ରପୋଜ କଲାବେଳେ ତମେ ଡିଫ୍ରେଣ୍ଟ ଏଙ୍ଗେଲ ରୁ କିଛି ଫୋଟ କ୍ଳିକ କରିବ । ଆଉ ମତେ ଗୋଲାପ ଟିଏ ଦେଇ ବାହୁରେ ଛନ୍ଦିଦେବା ବେଳେ ତମେ କ୍ଳୋଜ ସଟ୍ ନେବାକୁ ଭୁଲିବନି । ତମେ ତ ମୋର ବେଷ୍ଟ ଫ୍ରେଣ୍ଡ, ସୋ ପ୍ଳିଜ ଏଇ ମୋ ମୋବାଇଲଟା ନିଅ ...ଏଣ୍ଡ କ୍ଳିକ ସମ ଫୋଟ । ସୁରଞ୍ଜନ ଶିଖାକୁ ନିର୍ବାକ ହୋଇ ଚାହିଁ ରହିଥାଏ । ତା ସାର୍ଟ ଭିତରୁ ଲୋଚାକୋଚା ଗୋଲାପଟି ଧିରେ ଧିରେ ଝଡୁଥାଏ । ଏଇ ସମୟରେ ତା ବୋଉର ଫୋନ ଆସିଲା ,ତାକୁ ଶୁଭୁଥିଲା ...ଧନରେ ଜଳଖିଆ ରେଡି ହେଇଗଲା । ତା ବୋଉ ସଅଳ ଆସି ଖାଇବା ପାଇଁ ପ୍ରପୋଜ କରୁଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational