Sandhyarani dash

Tragedy

3  

Sandhyarani dash

Tragedy

ଲାଲ ଗୋଲାପ

ଲାଲ ଗୋଲାପ

4 mins
164



ଘଣ୍ଟାଏ ହେବ ଅପେକ୍ଷା କରିବା ପରେ ମଧ୍ୟ ବସ୍ ଆସିବାର ଦେଖା ଯାଉନି । ତୁହାକୁ ତୁହା ବର୍ଷା ଲାଗି ରହିଛି । ଓଦା ଯୁଡୁ ସୁଡୁ ହୋଇ ଛତାଟା ଧରି ଅପେକ୍ଷା କରିଛି ଘରକୁ ଫେରିବା ପାଇଁ ମାଳତୀ । ସବୁଦିନେ ବସ୍ ଠିକ୍ ସମୟରେ ଆସେ । ଆଜି କାହିଁକି ଏତେ ଡେରି ହେଲାଣି । ବୋଧହୁଏ ବର୍ଷା ଯୋଗୁଁ । ହଠାତ୍ ଗୋଟେ ଆସୁଥିବାର ଦେଖି ସିଧା ତା ଆଗକୁ ଯାଇ ହାତ ଦେଖାଇଲା । ଦଶ କିଲୋମିଟର ଦୂରରେ ଅବସ୍ଥିତ ତାର ଘର । ଶୀଘ୍ର ଯାଇ ପହଞ୍ଚିବାକୁ ପଡ଼ିବ । ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ସେ ଜଣେ ମାଆ, ବୋହୁ, ଝିଅ ଆଉ ସ୍ତ୍ରୀ । 


ସେ କେବେ ନିଜ ପାଇଁ ଚିନ୍ତା କରନ୍ତି ନାହିଁ । ଘରେ ଥିବା ସନ୍ତାନ ଆଉ ଶାଶୁ ଶଶୁର କଥା ବୁଝିପାରିଲେ ସେଥିରେ ସନ୍ତୁଷ୍ଟି ଲାଭ କରନ୍ତି । ଚାକିରୀ କରିବା ଦିନ ଠାରୁ ବାପଘରକୁ ଟଙ୍କାଟିଏ ଦିଏ ନାହିଁ । ବାପ ଘରେ କାହାର ଅଭାବ ନ ଥିଲା । ପାଠ ପଢ଼ାଇ ଚାକିରୀ କରିବାକୁ ବାପା ପରାମର୍ଶ ଦେଇଥିଲେ । ଅତି ଆନନ୍ଦରେ ବାପା ବୋଉଙ୍କ ପାଖରେ ରହିଥିଲା । 

ପ୍ରଶାନ୍ତ ତାଙ୍କ ଜୀବନରେ ଆସିଲେ । ସାଙ୍ଗ ହୋଇ ଦୁଇ ଜଣ ପାଠ ପଢୁଥିଲେ । ମାଳତି ଦେବୀ ଚାକିରୀ କରୁଥିବା ସମୟରେ ବି ପ୍ରଶାନ୍ତ ଚାକିରୀ ପାଇ ନ ଥିଲା । ଘରେ ବାହାଘର କରିବାକୁ ରାଜି ନ ଥିଲେ ବି ଝିଅର ଜିଦି ଆଗରେ ମୁଣ୍ଡ ନୁଆଁଇ ଦେଲେ । ଝିଅ ଯଦି ଖୁସି ହେବ ଅମର ସେଥିରେ ଆପତ୍ତି ନାହିଁ ବୋଲି କହିଥିଲେ ମାଳତୀର ପିତା ମାତା । ବାହାଘର ସରିବା ପରେ ପରେ ପ୍ରଶାନ୍ତ ମେଡିକାଲ୍ ଏଣ୍ଟ୍ରାନ୍ସ ଦେଇ ପାଇଗଲା । ପ୍ରଶାନ୍ତ ପରିବାର ଆର୍ଥିକ ସ୍ଥିତି ଏତେଟା ଭଲ ନ ଥିଲା । ମାଳତୀ ନିଜର ଦରମା ଖର୍ଚ୍ଚ କରି ପାଠ ପଢ଼ିବାକୁ ପ୍ରଶାନ୍ତଙ୍କୁ ଆଶ୍ୱାସନା ଦେଇ ଥିଲା । ପରବର୍ତ୍ତୀ ସମୟରେ ସ୍ୱାମୀଙ୍କୁ ମେଡିକାଲ୍ ପଢ଼ାଇବା ପାଇଁ ଶିକ୍ଷକ ବୃତ୍ତି ସାଙ୍ଗରେ ଟିଉ ସନ ବି କରିଲା । ନିଜକୁ ପୁରା ପୁରି ମେସିନ ପରି ଗଢି ଦେଲ ମାଳତୀ । ମେସିନ ତ କେତେବେଳେ ଖରାପ ହେଲେ ମେକାନିକ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ମାଳତୀ ଦିଦିଙ୍କ ପାଖରେ ସେ ସମୟ ବି ନାହିଁ । ଦୁଇଟି ସନ୍ତାନର ଜନନୀ ସେ । ଶାଶୁ ଶଶୁର ଦିଅର ନଣନ୍ଦ ସମସ୍ତଙ୍କ କଥା ବୁଝି ଚାକିରୀ କଥା ବୁଝିବା ନିତି ଦିନିଆ କାମ, କିଛି ଫରକ ପଡିନି । ଯାହା ହେଉ ସ୍ୱାମୀଙ୍କର ପାଠ ପଢା ସରିଗଲା । ପୋଷ୍ଟିଂ ପର୍ଯ୍ୟନ୍ତ ଘରେ ରହିବେ । ଟିକେ ଶାନ୍ତି ମିଳିବ । ଟିକେ ବିଶ୍ରାମ ମିଳିବ । ନାଇ ସେମିତି କିଛି ହେଲା ନାହିଁ । ସବୁଦିନ ସକାଳୁ ଉଠନ୍ତି, ପୁଅ ଝିଅଙ୍କୁ ଜଳଖିଆ ଦେଇ, ଶାଶୁଙ୍କ ଠାକୁର ଘର ପୂଜା ପାଇଁ ସବୁ ସଜାଡି ଦେବା, ଶଶୁରଙ୍କ ମେଡିସିନ ଦେବା ଜଳଖିଆ ଦେଇ, ନିଜ କର୍ମ ସାରି ବାହାରନ୍ତି ସ୍କୁଲ । ସ୍ୱାମୀ ଘରେ ଥାଇ ବି ଥରୁଟିଏ ସ୍କୁଲରେ ଛାଡ଼ିବାକୁ କହିନାହାନ୍ତି । ଧୀରେ ଧୀରେ କିଛି ପରିବର୍ତ୍ତନ ହେବାର ଅନୁଭବ କରୁଥିଲେ ମାଳତୀ ଦିଦି । 

ହଠାତ୍ ଚିଠି ଆସିଗଲା ପୋଷ୍ଟିଂ ମଣିପୁର ହେବ । ରାଜ୍ୟ ବାହାରକୁ ଯିବାକୁ ମାଳତୀ ଦିଦିଙ୍କ ଆଦୌ ଭଲ ଲାଗିଲା ନାହିଁ । କିନ୍ତୁ ପ୍ରଶାନ୍ତ ଜିଦି କଲେ ହଁ ଯିବି, କିଛି ଦିନ ପରେ ପୁଣି ଓଡିଶା ପଳାଇ ଆସିବେ । ଏତେ ଦୂରକୁ ପୁଅ ଯାଉଥିବା ଖବର ଶୁଣି ବାପା ମାଆ ବି ମନ କଷ୍ଟ କଲେ । ମାଳତୀ ଦିଦି କୋହ ସମ୍ଭାଳି ପାରିଲେ ନାହିଁ । କାନ୍ଦି କାନ୍ଦି କୋହକୁ ସମ୍ଭାଳି ସମସ୍ତେ ପ୍ରଶାନ୍ତ ବାବୁଙ୍କୁ ବିଦାୟ ଦେଲେ । ଚାକିରୀରେ ଯୋଗ ଦେଇ ପ୍ରଶାନ୍ତ ଖୁବ୍ ଖୁସି ଥିଲେ । ମଝିରେ ମଝିରେ ଘରକୁ ଫେରି ଆସନ୍ତି । ସ୍ତ୍ରୀ ପିଲା ବାପା ମାଆ ସମସ୍ତଙ୍କୁ ଦେଖି ତାଙ୍କ ସହିତ ସମୟ ବିତେଇ ଫେରି ଯାଆନ୍ତି । ଦୁଇ ବର୍ଷ ପରେ ପ୍ରଶାନ୍ତଙ୍କର ଘରକୁ ଆସିବା ଧୀରେ ଧୀରେ କମି ଗଲା । ଫୋନ୍ କରିବା, କଥା ହେବା ଭଲ ମନ୍ଦ ବୁଝିବା ଆସ୍ତେ ଆସ୍ତେ କମିଗଲା । ମାଳତୀ ଦିଦିଙ୍କ ଚିନ୍ତା ବଢ଼ି ଗଲା । ମନରେ ସନ୍ଦେହ ଜମାଟ ବାନ୍ଧିଲା । ବିଭିନ୍ନ ରୋଗ ମାଡ଼ି ବସିଲା । ତଥାପି ସ୍ୱାମୀଙ୍କର ଦରଦ କିମ୍ବା ସହାନୁଭୂତି ସେ ଅନୁଭବ କରି ପାରିଲେ ନାହିଁ । ଖରା ଦିନ ଛୁଟିରେ ଦୁଇ ଝିଅଙ୍କୁ ବାପଘରେ ଛାଡ଼ି ସ୍ଵାମୀଙ୍କ ଚାକିରୀ ସ୍ଥାନକୁ ଯିବାକୁ ଚିନ୍ତା କଲେ । ପୁଅ ଝିଅ ମାନେ ବଡ଼ ହୋଇଗଲେଣି । ଶାଶୁ ଶଶୁରଙ୍କ ଅନୁମତି ନେଇ ପୁଅକୁ ଧରି ସ୍ୱାମୀ ରହୁଥିବା ସ୍ଥାନକୁ ଯାତ୍ରା କଲେ । ପଚାରି ପଚାରି ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚି ଯାହା ଦେଖିଲେ ମାଟି ଗୋଡ଼ ତଳୁ ଖସି ଗଲା । ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ ସବୁ ଥଣ୍ଡା ହେଲା ପରି ଲାଗିଲା । 

ୟା ଭିତରେ ପ୍ରଶାନ୍ତ ବାବୁ ସେଠି ଗୋଟେ ନୂଆ ସଂସାର ଗଢି ସାରିଥିଲେ । ଆଉ ଗୋଟେ ସ୍ତ୍ରୀ ରଖି ସୁଖର ସଂସାର କରି ଆନନ୍ଦରେ ରହୁଥିଲେ । ପାଖରେ ପୁଣି କୁନି ଝିଅଟିଏ । ଏ ସବୁ ଦେଖି ପୁଅର ରାଗ ବଢ଼ି ଗଲା । ପୁଅର ରାଗକୁ ଶାନ୍ତ କରି ସେଠାରୁ ଫେରିବାର ବାଟ ଖୋଜିବାକୁ ପଡ଼ିଲା । ସ୍ୱାମୀଙ୍କୁ କିଛି କହିବାର ଭାଷା ନ ଥିଲା । ଏତେ ସ୍ନେହ, ମମତା, ପ୍ରେମକୁ ପାଦରେ ଦଳି ଆଜି ଯଦି ସେ ଏତେ ବଡ଼ ପଦକ୍ଷେପ ନେଇ ପାରିଲେ । 

  ମାଳତୀ ଚିନ୍ତା କଲା କୋଡ଼ିଏ ବର୍ଷ ତଳର କଥା । କଲେଜରେ ପଢିବା ସମୟରେ କେତେ କାକୁତି ବିନତୀ ହୋଇ ପ୍ରେମ ନିବେଦନ କରିଥିଲେ ପ୍ରଶାନ୍ତ । ହାତରେ ଲାଲ୍ ଗୋଲାପ ଧରି ପ୍ରେମ ନିବେଦନ କରିଥିଲେ, ଆଉ ଯଦି ରାଜି ନ ହୁଏ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ନିଜର ସବୁ ସୁଖକୁ ଜଳାଞ୍ଜଳି ଦେଇ, ପ୍ରଶାନ୍ତ ପାଖରେ ସବୁ ସୁଖ ପାଇବା ଆଶାରେ ବିବାହ କରିଥିଲା । ନିଜ ଦରମା ଖର୍ଚ୍ଚ କରି ପାଠ ପଢ଼ାଇ ଡାକ୍ତର କରିଥିଲା । ତାର ଜୀବନ ବିଷୟରେ ଭାବି ଘରେ ପହଞ୍ଚିଲା । କିଛି ଦିନ ପରେ ଜଣା ପଡ଼ିଲା ତାକୁ କ୍ୟାନସର ହୋଇଛି । ପୁଅ ଝିଅ ମାଆର ରୋଗ କଥା ଭାଙ୍ଗି ପଡ଼ିଲେ । ବୃଦ୍ଧ ବୟସରେ ସାହାରା ସାଜିଥିବା ବୋହୂର ଏପରି ଅବସ୍ଥା ଜାଣି ଶାଶୁ ଶଶୁର ଗୁମୁରି ଗୁମୁରି କାନ୍ଦି କାନ୍ଦି କୋହକୁ ସମ୍ଭାଳି, ନାତି ନାତୁଣୀଙ୍କ ମୁହଁକୁ ଚାହିଁ ଚୁପ୍ ରହୁଥିଲେ । 

ହଠାତ୍ ଖବର ପାଇ ପ୍ରଶାନ୍ତ ବାବୁ ପହଞ୍ଚିଲେ । ସେତେବେଳକୁ ମାଳତୀ ଦିଦି ବିଛଣା ଉପରେ ପଡ଼ି ସାରିଥିଲା । କଥା କହିବାକୁ ବଳ ପାଉ ନ ଥିଲା । ସ୍ୱାମୀଙ୍କୁ ଦେଖି ମନରେ ପୁଣି ଘୃଣା ବଦଳରେ ପ୍ରେମ ଭାବନା ଆସିଲା । ନିଜ ଭୁଲ କରିଥିବାରୁ ନିଜକୁ ଲଜ୍ଜିତ ବୋଧ ହେଉଥିଲା ପ୍ରଶାନ୍ତ ବାବୁଙ୍କୁ । ହେଲେ ସେ କଣ କରିବେ । ପାଖକୁ ଯାଇ ପଚାରିଲେ ତୁମର ଇଚ୍ଛା ମୋତେ କୁହ । ହୁଏତ ମୁଁ ତୁମର ଶେଷ ସମୟରେ ସେତିକି ପୂରଣ କରି ପାରିବି । 

ମାଳତୀ ଲୁହ, ଦୁଃଖ, କୋହ ଓ ଯନ୍ତ୍ରଣା ଭରା କଣ୍ଠରେ କହିଲା, ମୁଁ ମଲା ପରେ, ଯେଉଁ ଲାଲ୍ ଗୋଲାପରେ ମୋତେ ଦେଇ ଅମର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା, ସେଇ ଗୋଲାପରେ ସଜେଇ ମୋତେ ମଶାଣିକୁ ନେଇ ଯିବ । ସେଇଥିରେ ମୁଁ ଶାନ୍ତି ପାଇବି । ଦିନ କେଇଟାର ମାଳତୀ ଦିଦି ନିଜ ଶେଷ ଇଚ୍ଛାକୁ ପୂର୍ଣ୍ଣ କରି ଚାଲିଗଲେ । 




Rate this content
Log in

Similar oriya story from Tragedy