STORYMIRROR

Manoj Behera

Action Others

4  

Manoj Behera

Action Others

ଲାଲ୍ ବୁନ୍ଦିଆ ଓ ସାଜନ ଭିଡିଓ

ଲାଲ୍ ବୁନ୍ଦିଆ ଓ ସାଜନ ଭିଡିଓ

4 mins
226

ପାଖେଇ ଆସୁଛି ଗଣେଶ ପୂଜା

ଗାଁ -ଗଣ୍ଡା ,ସହର , ବିଦ୍ୟାଳୟ ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ଜାକଜମକ ରେ ପାଳିତ ହେବ ଗଣେଶ ପୂଜା । 

ବୁଦ୍ଧି ଓ ସିଦ୍ଧି ର ଦେବତା ଶ୍ରୀ ଗଣେଶ । ସମଷ୍ଟିର ଶ୍ରୀବୃଦ୍ଧି ଓ ଗଣର ଆତ୍ମିକ ବିକାଶ ପାଇଁ ତାଙ୍କର ଆବିର୍ଭାବ । 

ଆସନ୍ତୁ : ସେ ପିଲାଦିନର ସେହି ପୁରୁଣା ପୃଷ୍ଠା କୁ ଆଉ ଥରେ ଲେଉଟାଇବା ଆଉ ମନେପକେଇବା ପିଲାଦିନର ସେଇ ମିଠା ମିଠା ମୂହୁର୍ତ୍ତ ମାନଙ୍କୁ ।  


ଧରାପୃଷ୍ଠରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାରୁ ଆରମ୍ଭ ହେବାକୁ ଯାଉଛି ପାର୍ବଣ ଋତୁ।

ସର୍ବତ୍ର ଶୁଭିବ -"ଓମ୍ ନମଃ

ଗଣେଶ ବିଗ୍ନେଶ, ଗରିଜାନନ୍ଦନ ପ୍ରଭୁ, ମମ

ବିଘ୍ନ ବିନାଶାୟ...' ମନ୍ତ୍ର ଧ୍ଵନି। 

ବିଦ୍ୟାଳୟ ଠାରୁ ଆରମ୍ଭ

କରି କ୍ଲବ୍, ବ୍ୟବସାୟିକ ପ୍ରତିଷ୍ଠାନରେ

ଗୁଞ୍ଜରିତ ହେବ ଗଣେଶଙ୍କ ଆବାହନୀ ମନ୍ତ୍ର।

ନବେ ଦଶକ ବେଳକୁ ପୂଜା ଯାହା ହେଉ କିନ୍ତୁ ମାଇକ୍ ନିହାତି ଦରକାର। 

ଏହା ବାଦ ଲାଲ୍ ବୁନ୍ଦିଆ

ଆଉ ସାଜନ ଭିଡିଓ ।

ଅର୍ଥାତ୍ "ସାଜନ୍ " ସିନେମାର

ଭିଡିଓ କେସେଟ ଆସିବ।

କଳା ରିଲ ବାଲା ଭିଡିଓ କେସେଟ । 

ନବେ ଦଶକ ବେଳକୁ ଭିଡିଓ ର

ପୁରା ଜମାନା ଏବଂ ଫୁଜି ,ସୁପରପ୍ଲସ, କଲର ରିଲ୍ ରେ କେମେରା ରେଫୋଟ ଉଠାଇବା ।କାରଣ ଏହା ଟିକେ କମ ଦାମ ପଡେ । ଦାମିକିଆ କହିଲେ "କୋଡାକ ଗୋଲ୍ଡ , କନିକା"। କଳାଧଳା କହିଲେ -ଇନ୍ଦୁ । ନୂଆ ନୂଆ ରଙ୍ଗୀନ କେମେରା ରିଲ ଆସିଥାଏ । ତାହା ପୂର୍ବରୁ କେବଳ କଳା ଧଳା । ନବେଦଶକ ରେ ପୂଜାରେ ଭିଡିଓ ର ଗୁରୁତ୍ଵ ସବୁଠୁ ଅଧିକ ଥିଲା ।

 ଭିଡିଓ ସେଟ ସବୁ ବାରିପଦାରେ ଭଡାରେ ମିଳୁଥିଲା ।

ଭଡିଓ କହିଲେ ଏକ ଟିଭି ଓ ଭିସିପି କିମ୍ବା ଭିସିଆର ।

କଳାରିଲ ର ଭଡିଓ କେସେଟ ଆସେ ।ଜଣେ ଭିଡିଓ ଅପରେଟର କୁ ମଧ୍ୟ ମାଲିକ ମାନେ ନିଯୁକ୍ତି ଦେଇଥାନ୍ତି । 

ବାରିପଦା ମାର୍କେଟର ପୋଖରୀଆଡିରେ ଜୟୀ ଭାଇ ଓ ମାଧ ଭାଇ କେସେଟ ଦୋକାନ ଏବେବି ଅଛି। ଜୟୀ ଅଡିଓ କେସେଟ ନାମରେ ବେଶ ପରିଚିତ ସେହି ଦୋକାନ । ସେତେବେଳେ ଏହି ଦୋକାନ ଭିଡିଓ କେସେଟ ର ଏକ ପ୍ରମୁଖ ଦୋକାନ ଥିଲା ବାରିପଦାରେ। ପରିବା ମାର୍କେଟ ର ମୁନା ଭାଇ ଦୋକାନ ମଧ୍ଯ । ଏବେମଧ୍ୟ ଅଛି । କେବଳ ନୂଆ ନୂଆ ସିଡି ମିଳୁଛି । ମୁର୍ଗାବାଡିର ମନୋଜ ଭାଇ

ଭିଡିଓ କେସେଟ । ୱାଡ୍ ନମ୍ବର ୧୭ ର ବାଳାଶ୍ରମ

ଟ୍ରାନ୍ସଫରମାର ଛକ ରେ ଏକ ଦୋକାନ ଥିଲା ଏବେ ନାହିଁ ବୋଧେ । 

କ୍ରମେ କ୍ରମେ ଭିଡିଓ ସେଟରେ କେବଳ ଭସିପି ଭଡା ରେ ଦେଲେ । ଟିଭି ପ୍ରାୟ ଘରମାନଙ୍କରେ ଆସିଗଲା ଏଣୁ ଟିଭି ଆଉ କେହି ଭଡା ରେ ନେବାକୁ ଚାହିଁଲେନି । ଗଣେଶ ପୂଜା ପାଇଁ ମୂର୍ତ୍ତି ମାସେ ପୂର୍ବରୁ ଅର୍ଡର ଦିଆଯାଇଥାଏ ।

ମାଇକୁ ଓ ଲାଇଟ୍ ବାଲାକୁ ମଧ୍ୟ ମାସେ ପୂର୍ବରୁ । ବାରିପଦା ରେ ମୂର୍ତ୍ତି ତିଆରି ରେ ବେଶ୍ ଦୁଇପଇସା କମେଇବା ପାଇଁ ଆସନ୍ତି କିଛି ବେଙ୍ଗଲୀ କାରିଗର ।

ଅସ୍ଥାୟୀ ଭାବରେ ଟେଣ୍ଟ ବାନ୍ଧିଥାନ୍ତି । ବାରିପଦାର ବିଭିନ୍ନ ସ୍ଥାନମାନଙ୍କରେ ଏମାନେ ମୂର୍ତ୍ତି ତିଆରି କରୁଥିଲେ । 

ଯେମିତି କୃଷ୍ଣଚନ୍ଦ୍ର ଗୋଲେଇ, ବଙ୍ଗାଳିପଡାର ଦୂର୍ଗାପୂଜା

ମଣ୍ଡପ, ଓଡିଆପଡାର ଦୂର୍ଗା ପୂଜାମଣ୍ଡପ ,ବାଣ୍ଠିଆ ଜଗନ୍ନାଥ ମନ୍ଦିର ପାଖରେ ।

ମୁର୍ଗାବାଡି ଗୋଲେଇ, ସତ୍ୟସାଇ ଛକ ନିକଟରେ 

ଏବେ କହିବି -ଲାଲ୍ ବୁନ୍ଦିଆ’’ ବିଷୟରେ । ଯାହାକି ସେତେବେଳେ ଆମ କଥା ଅଭିଧାନ ର ଏକ କୌତୁକପ୍ରଦ କଥା । ଏହି କଥା ପୂଜାରେ ବେଶ କୌତୁକପ୍ରଦ

ହୋଇଥାଏ । ସାଜନ ଭିଡିଓ ।

ନବେ ଦଶକରେ ବେଶ ସୁପରହିଟ୍

ହିନ୍ଦୀ ସିନେମା ର ମାନ୍ୟତା ପାଇଥିଲା

ବାରିପଦା ର ଭଞ୍ଜପୁର ନିକଟ ଭୁଗୁଡାକଟାରେ

ମୋର ଜନ୍ମ ।

ପୂଜା ପୂର୍ବଦିନ ସାଜସଜ୍ଜା ରେ

ଯିଏ କାମନକଲା ତାକୁ ଆମ ବାରିପଦିଆ ଷ୍ଟାଇଲ ରେ ଆମେ କହୁ -" ଦେ ବା କାମ

କରିଦେ -କାଲି ଲାଲ୍ ବୁନ୍ଦିଆ ତୋତେ ପୁରା ବାଛି ବାଛି ଦେବିତ ! । 

ଉଦ୍ଦେଶ୍ୟ କେବଳ ଯେମିତି ହଉ କାମକରାଇବା । 

ପୂଜା ପୂର୍ବ ଦିନ ରୁ ମୂର୍ତ୍ତି ଆସେ ପୂଜା ମଣ୍ଡପକୁ ।

 ଟ୍ରଲି ରେ ଆସେ ମୂର୍ତ୍ତି । ସେ ସମୟରେ ଟ୍ରଲିବାଲାର ସମୟ ହେଲେ ଯାଇ ମୂର୍ତ୍ତି ଆସିପାରିବ ନଚେତ କହିବ ନିଜେ ଟ୍ରଲି ନେଇଯାଇ ନେଇ ଆସ । ଆମେ ତା' କଥା ଶୁଣି ଧୀରସ୍ଥିର ହୋଇଯାଉ । ଆଉ ସବୁଠୁ ମଜକଥା ଦରକାର ପଡିଲେ ଆମେ ନିଜେ ଟ୍ରଲି ଚଳାଇ ମୂର୍ତ୍ତି ନେଇଆସୁ । ହଁ ଟ୍ରଲି ମଧ୍ୟ ରିକସା ପରି ଗୋଟିଏ ପଟକୁ ଟାଣେ । ସଜୀବ ଓ ଜୀବନ୍ତ ଲାଗୁଛି ସବୁ । ନିଶ୍ଚୟ ସମସ୍ତେ ଭୋର୍‌ ପାଞ୍ଚ ଟା ରୁ କେତେ ପାଚେରୀ,ବାଡ଼ ଡେଇଁ ଥିବେ ସୁର୍ଯ୍ୟ ର ପ୍ରଥମ କିରଣ ପଡ଼ିବା ଆଗରୁ ଫୁଲ ,ଫଳ, ପରିବା କଦଳିକାନ୍ଧି ଚୋରୀ ସରିଥିବ ।

ସାହି ର ଏହି ସବୁ ପୂଜା ଗୁଡିକରେ ସେତେବେଳେ

ଯେତେଚେଷ୍ଟା କଲେ ମଧ୍ୟ ପୂଜା ଆରମ୍ଭ ହେଲାବେଳକୁ

ସମୟ ଗୋଟେ କି ଦୁଇଟା ହୋଇଯାଉଥିଲା ।

ପୂଜାରେ ଚୁଡାଘଷା ଭୋଗର ସ୍ବତନ୍ନତା ରହିଛି । 

ବାରିପଦା ରେ ବଡ ବଡ ତୋରଣ କରି ଏହି ପୂଜା ମଣ୍ଡପ ଗୁଡିକ ହେଲା ମାର୍କେଟର ଆସ ମିଶ କ୍ଲବ(ଟ୍ରାଫିକ ଛକ) ର ପୂଜା , ସଂସ୍କୃତ ଟୋଲ ପାଖ ଲାଲବଜାର ରାଜା, ପୁରୁଣା ହାଟ ସାହି ଯୁବକ ସଂଘ ଙ୍କ ଦ୍ଵାରା ଆୟାଜିତ ପୂଜା ବଡବଜାର ରାଜା, ଦେଉଳ ସାହି ,ତକତପୁର ଫ୍ରେଣ୍ଡ ଇଉନିଯନ, ଷ୍ଟେସନ ବଜାର, ଜେ.କେ କ୍ଲବ ଭଞ୍ଜପୁର, ବଡବଜାର କଲେଜ ସାମନା, ମଧୁବନ ଗଣେଶ ପୂଜା ,ଗାନ୍ଧୀ ମାର୍କେଟ ଗଣେଶ ପୂଜା, ସ୍ଵାଧୀନ କ୍ଲବ ର ପୁଜା ଭାରତ ମେଡିକାଲ ସାମ୍ନାରେ, ତିରଙ୍ଗା କ୍ଲବ ର ପୂଜା ନିଉ କଲୋନୀ ବାଘଡ଼ାରୋଡ ଯେତିକି ମନେପଡିଲା ଲେଖିଲି । 

ଯାହା ଛାଡିଯାଇଛି ଦୟାକରି କମେଣ୍ଟ ରେଲେଖିବେ । 

ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ପୂଜା, ବହୁତ ଧୂମ ଧାମର ସହିତ କ୍ଲବର ପିଲାମାନେ ପାଳନ କରୁଥିଲେ

। ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ସ୍କୁଲ୍

ପିଲାମାନଙ୍କୁ ବେଶ୍ ଉତ୍ସାହିତ କରୁଥିଲେ । ଗଣେଶଙ୍କ ଆରାଧନା ହେଉଥୁବା ବିଭିନ୍ନ ପୂଜା କମିଟିରେ ସେଓବୁନ୍ଦି ଭୋଗ କରାଯାଇ ଭକ୍ତମାନଙ୍କ ମଧ୍ୟରେ ତଥା ଘର କୁ ଘର ପକେଟ ତିଆରି କରି ବଣ୍ଟାଯାଇଥାଏ। 

ସେଓ ବୁନ୍ଦି ଯେକୌଣସି ପ୍ରକାର ମାଙ୍ଗଳିକ କାମରେ ଭୋଗ ଆକାରରେ ଠାକୁରଙ୍କ ପାଖରେ ସ୍ଥାନ ପାଏ । ଏହା ଏକ ଓଡ଼ିଆ ପୂଜାଭୋଗ ଭାବରେ ପରିଚିତ। ସେହିପରି ନଡ଼ିଆ ଓ କଦଳୀ ସାଧାରଣତଃ ସମସ୍ତ ପୂଜାରେ ଠାକୁରଙ୍କ ପାଖରେ ଲାଗି ହୋଇଥାଏ । ନଡ଼ିଆକୁ ସାଧାରଣତଃ ସବୁ ପୂଜାରେ ଆଗରେ ରଖାଯାଇଥାଏ। 

ଏହି ନଡ଼ିଆ ସହ ଭୋଗଥାଳିରେ ସ୍ଥାନ ପାଏ କଦଳୀ।

ସେହିପରି -"ଚୂଡ଼ା ଘସା" ।  

ଗଣେଶଙ୍କ ପାଖରେ ପୂଜା ପାଏ ଏହି ଚୂଡ଼ା ଘସା ଭୋଗ। 

ଚୂଡ଼ାକୁ ଗୁଣ୍ଡକରି ଏଥ୍‌ରେ ଅନ୍ୟ ସବୁ ବ୍ୟଞ୍ଜନ ମିଶାଇ ପ୍ରସ୍ତୁତ କରାଯାଏ ଚୂଡ଼ା ଘସା। ଚୁଡ଼ା ଗୁଣ୍ଡ, ଓ ଚିନି ଅଥବା ଗୁଡ଼ରେ ତିଆରି ହୁଏ ଏହି ବହୁ ପ୍ରଚଳିତ ସୁମିଷ୍ଟ ବ୍ୟଞ୍ଜନ । ଏହାପରେ ଠାକୁରଙ୍କ ପାଖରେ ଭୋଗଲାଗି କରି ପୂଜା କରାଯାଇଥାଏ। ପାରମ୍ପରିକ ପ୍ରସ୍ତୁତି ପ୍ରଣାଳିରେ ଚୂଡା କୁ ହେମଦସ୍ତା ସାହାଯ୍ୟ ରେ ପେଶୀ ଗୁଣ୍ଡ କରା ଯାଉଥିଲା 

। ଏହା ସହିତ ଚୁଡ଼ାଘଷାର ସ୍ଵାଦ ବଢାଇବା ପାଇଁ ଏଥିରେ ଘିଅ , ଗୁଜରାତି , ଗୋଲମରିଚ,ଓ ଖାଇବା କର୍ପୂର ର  ବ୍ୟବହାର ମଧ୍ୟ ହୋଇଥାଏ । ଚୁଡ଼ାଘଷାରେ

ନଡ଼ିଆର ପରିମାଣ ଏହାର ଆବଶକ୍ୟତା ହିସାବରେ ସ୍ଥିରୀକୃତ ହେଇଥାଏ । ଲମ୍ବା ଲମ୍ବା ନାଲିଆ, ହଳଦିଆ,ସବୁଜ , ଈଷତ ବାଇଗଣି କାଗଜରେ ଝାଲିରି କାଟି ମଇଦା ରେ ତିଆରି ହୋଇଥିବା ଅଠାରେ ସୁତୁଲି ରେ ଲାଗେ । ତଦନୁରୂପ ପତାକା ମଧ୍ୟ ଲାଗେ । 

କିନ୍ତୁ ଝାଳିରି କଟୁଥିବା ଲୋକ ର ଚାହିଦା ଅଧିକ । 

ଏହା ଏକ ସ୍ଵତନ୍ତ୍ର କଳା । ପୂଜା କମିଟି ମଧ୍ୟରେ ଲାଗେ ପ୍ରତିଦ୍ୱନ୍ଦିତା । ପୂଜା କରିବା ପାଇଁ । 

ଅଳ୍ପ ପଇସାରେ କିଏ କେତେ ସୁନ୍ଦର ପୂଜା କରିବ। 

ପ୍ରତିମା ଓ ତୋରଣକୁ ନେଇ ପ୍ରତିଯୋଗିତା ଲାଗି ରହେ । 

ଭୋଗରେ କ’ଣ ରହିବ, -ସେଇଥିରୁ ହିଁ ଜଣାପଡ଼େ ପୂଜାର ସଫଳତା । 

ପୁଣି ପୁରୁଣା କାଳିଆ ମେସିନରେ ଚାନ୍ଦା ଆଦାୟ ପାଇଁ ରସିଦ ଓ ନିମନ୍ତ୍ରଣ କାର୍ଡ଼ ଛପା । ପ୍ରାୟ ସେତେବେଳେ ବାରିପଦା ସେଲଟେକ୍ସ ଅଫିସ ପାଖ ଶୁଭଲକ୍ଷ୍ମୀ ପ୍ରେସ ଓ କମଳାକ୍ଷୀ ପ୍ରେସ ରେ ଏହିସବୁ ଅଳ୍ପ ବହୁତ କାମ ପାଇଁ ବେଶୀ ଭିଡ ହୁଏ । 

ଓଡ଼ିଶାରେ ଗଣେଶ ପୂଜାରୁ ପାର୍ବଣ ଆରମ୍ଭ ହୁଏ

ଏବଂ ଶେଷ ହୁଏ କାର୍ତ୍ତିକଙ୍କର ପୂଜାରେ । ଆଜି ସମୟ ବଦଳିଛି । ସମୟର ପ୍ରବହମାନ ଧାରାରେ ଆଜି ତାହା ଗଣପର୍ବର ମାନ୍ୟତା ପାଇଛି । ସହର ପଲ୍ଲୀ ସବୁଠି ଗଣେଶ ମେଢ ଓ ନାଚଗୀତର ଆସର ଚାଲିଛି ।

ମୃଣ୍ମୟ ପ୍ରତିମା ପ୍ରାୟ ଏକ ସପ୍ତାହ ବ୍ୟାପି ପୂଜା ପାଉଥିବା ଦେଖିବାକୁ ମିଳୁଛି । ନାନାଦି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଅଛି । ଶ୍ରୀଗଣେଶ ପୂଜା କରି ବିଦ୍ୟାର୍ଥୀମାନେ ଜ୍ଞାନୀ ହୁଅନ୍ତୁ । ପରମାର୍ଥ ଅର୍ଜନ କରି ଆଧ୍ୟାତ୍ମିକ ଶକ୍ତିର ଆତ୍ମଜ୍ଞାନୀ ହୁଅନ୍ତୁ ଏହାହିଁ କାମନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action