Manoj Dalbehera

Inspirational

3.5  

Manoj Dalbehera

Inspirational

କୁକୁର ବନାମ ମଣିଷ

କୁକୁର ବନାମ ମଣିଷ

1 min
103


ବାବୁଙ୍କ ପାଖରୁ ଦି'ଥାପଡ଼ ଖାଇ ପୁରନ୍ଦର ରାଗରେ ଗରଗର ହେଉଥିଲା । ତା ରାଗକୁ ଦ୍ଵିଗୁଣିତ କରୁଥିଲା ବୁଲା କୁକୁରଟାଏ । ପାଦରେ ଯେତେ ଠେଲିଦେଲେ ବି ବାରମ୍ବାର ପାଦରେ ଲେସି ହେଉଥିଲା । ଏଥର ଜୋରରେ ଗୋଟିଏ ଗୋଇଠା ମାରି କହିଲା - କାହିଁକି ବେ ଏତେ ମାଡ଼ ଖାଇ ବି ଲସର ପସର ହେଉଛୁ ? ତୋର ନିଜତ୍ଵ ବୋଲି କିଛି ନାହିଁ କି ?

   - ଓହୋଃ, ଆଜି ବାବୁଙ୍କ ପାଖରୁ ଥାପଡ଼ ପାଇଛୁ ବୋଲି ତୋ ସ୍ଵାଭିମାନ ଜାଗି ଉଠିଛି କି ? କାଇଁ ଆଗରୁ କୁଆଡେ ଯାଇଥିଲା ? ଯେତେବେଳେ ବାବୁଙ୍କୁ ଲୁଟୁଥିଲୁ ଆଉ ପାଦ ବି ଚାଟୁଥିଲୁ ? କୁକୁରର ମନ୍ତବ୍ୟ ଚମକାଇ ଦେଲା ପୁରନ୍ଦରକୁ ।

   - ତୁ ବି ତ ଅଇଁଠା ପାଇଁ ମଣିଷର ପାଦ ଚାଟୁ ?

   - ହଁ, ହେଲେ ଆମେ ତୁମ ପରି ବିଶ୍ଵାସଘାତକ ନୋହୁଁ । ସାମାନ୍ୟ ଅଇଁଠା ପାଇଁ ଆମେ ଜୀବନସାରା ଗୁଲାମୀ କରୁ ।

   ପୁରନ୍ଦର ପାଟିରୁ ଶବ୍ଦଟିଏ ବି ସ୍ଫୁରୁନଥିଲା ।


Rate this content
Log in

Similar oriya story from Inspirational