ଲଜ୍ଜା
ଲଜ୍ଜା
- ଜୁହାର ବା, ମୁଇଁ ରେଙ୍ଗଟା ମାଝି । ମୁଇଁ ତୋର ବା'ର ସାଙ୍ଗରେ ବା' । ଏଇ ବଛର୍ ବନିଆରେ ଧାନ୍ ଗଛ୍ ସବୁ ମରିଗେଲା ଯେ ଆମର୍ ଘରେ ଖାଇତେ କିଛି ନାହିଁ । ତୁ ପରା ଗୁଟେ ମନ୍ତରୀ ହେଇଛୁ ନା କିସ ? ଆମର ନାଗି କିଛି ଗୁଟେ ...
କୁଆଡେ ଥିଲେ ଦି'ଟା ଷଣ୍ଢା ମାର୍କା ପୁଲିସ ଧାଇଁ ଆସି ରାସ୍ତା ମଝିରୁ ବୁଢାକୁ ଟେକି ଆଣି କଡ଼ରେ କଚାଡି ଦେଲେ । କହିଲେ, ତୋତେ ଦେଖା ଯାଉନାହିଁ କିରେ ବୁଢା ? ମନ୍ତ୍ରୀଙ୍କ ସାମ୍ନାକୁ ଚାଲି ଆସୁଛୁ ?
ବୁଢାର ପୁଞ୍ଜିଭୂତ ଦୁଃଖକୁ ପଛରେ ଛାଡ଼ି ଦୂରେଇ ଯାଉଥିଲା ମନ୍ତ୍ରୀଙ୍କ କାରକେଡ୍ । ଏଣେ ସକାଳ ପାଖରୁ ଓପାସ ଥିବା ରେଙ୍ଗଟା ବୁଢା ପେଟକୁ ଚାପିଧରି ଓ.. ଓ .. କରି ବାନ୍ତି କରୁଥିଲା ।
ବୁଢାର ଅପମାନରେ ଅସ୍ତଗାମୀ ଆକାଶ ବି ଦିଶୁଥିଲା ଲଜ୍ଜାରେ ଲାଲିମାମୟ । ସତେକି ସୂର୍ଯ୍ୟ ମୁହଁ ଲୁଚାଉଥିଲେ ପାହାଡ଼ କଡେ ।
