ସତ୍ୟ-ଅସତ୍ୟ
ସତ୍ୟ-ଅସତ୍ୟ
ଗ୍ରାଜୁଏସନ୍ ଶେଷ କଲା ପରେ ଆପଣା ପସନ୍ଦର କାମଟିଏ ଖୋଜୁଥିଲା ସତ୍ୟନିଷ୍ଠ । ସୌଭାଗ୍ୟକୁ ଦେଖା ହୋଇଗଲା ଜଣେ ସଂପର୍କୀୟ ଭାଇଙ୍କ ସହ ।
ଭାଇ କହିଲେ, ମୋର ଭୁବନେଶ୍ଵରରେ ଭଲ ପରିଚୟ ଅଛି । କହିବୁ ଯଦି ତୋତେ ବ୍ଲକ ସ୍ତରୀୟ ସାମ୍ଵାଦିକ କରିପାରିବି । ସତ୍ୟନିଷ୍ଠ ଉତଫୁଲିତ ହୋଇପଡିଲା । ଏତେ ଦିନେ ତା ପସନ୍ଦର କାମ ଗୋଟିଏ ମିଳିଛି । ଅସଲରେ ସମ୍ଵାଦିକତା ପ୍ରତି ତାର ପିଲା ଦିନରୁ ଏକ ଭିନ୍ନ ସମ୍ମାନ ରହିଆସିଛି ।
- ଦରମା କେତେ ମିଳିବ ? ପଚାରିଲା ସତ୍ୟନିଷ୍ଠ ।
- ଦରମାରେ କ'ଣ ମିଳିବ ? ତୋର ଦକ୍ଷତା ଥିଲେ ଭଲ ରୋଜଗାର କରିପାରୁବୁ ।
- ମାନେ ?
- ତୁ ଜାଣିନୁ କି ଅସୀଠାରୁ ମସୀର ବଳ ବେଶୀ ?
- ଓଃ ! ମାନେ କ୍ଷମତାର ଅପପ୍ରୟୋଗ ?
- ତୁ କ'ଣ ଭାବୁଛୁ ମିଡ଼ିଆ ହାଉସର ମାଲିକମାନ ଦାତବ୍ୟ ଅନୁଷ୍ଠାନ ଖୋଲିଛନ୍ତି ବୋଲି ? ହସିଲେ ସେ ।
ସେଦିନ ସନ୍ଧ୍ୟାରେ ସତ୍ୟନିଷ୍ଠ ବାପାଙ୍କୁ କହିଲା, ବାପା ! ମୁଁ ଭାବୁଛି ମୋ ନାଆଁ ଆଫିଡେଭିଟ୍ କରି ବଦଳାଇ ଦେବି ।