ହାତୀ ବନାମ ଧଳା ହାତୀ
ହାତୀ ବନାମ ଧଳା ହାତୀ
ଜଙ୍ଗଲରେ ଅଜଣା ଆଗନ୍ତୁକଙ୍କୁ ଦେଖି ହାତୀ ଚମକି ପଡିଲା । ପଚାରିଲା, ବାବୁ, ତୁମେ କିଏ ?
- ମୁଁ ଧଳାହାତୀ । ଆଶ୍ଚର୍ଯ୍ୟ ହୋଇ ତାକୁ ଉପରୁ ତଳଯାଏଁ ଅନାଇଲା ହାତୀ । କହିଲା, କାହିଁ କେଉଁ ଏଙ୍ଗେଲରୁ ବି ତୁମକୁ ହାତୀ ଭଳିଆ ଲାଗୁନାହିଁ ?
ଏଥର ଧଳାହାତୀ ହସିଲା । କହିଲା, ଆମକୁ ସେମିତି କୁହାଯାଏ । ତୁମେ ଯେମିତି ମାଆଲକ୍ଷ୍ମୀଙ୍କ ପାଖଲୋକ, ଆମେ ସେମିତି ଧନଲକ୍ଷ୍ମୀଙ୍କ ନିଜଲୋକ ।
- ତେବେ ହଠାତ୍ ଏପଟେ ? ପଚାରିଲା ହାତୀ ।
- ତୁମେ ଜାଣିନକି, ରାଜ୍ୟର ଭାବମୂର୍ତ୍ତୀ ନିର୍ମଳ ରଖିବା ପାଇଁ ଏବେ ଧଳାହାତୀ ପକଡ଼ ଅଭିଯାନ ଚାଲିଛି ? ତେଣୁ ଭୟରେ ପଳାଇଆସିଛି ।
- ପକଡ଼ ଅଭିଯାନ ?
- ତୁମେ ବୁଝିପାରିବନି ସେ ସବୁ । ତୁମ ପାଇଁ ଯେମିତି ହାତୀଧରା ଯନ୍ତା ଅଛି, ଆମ ପାଇଁ ସେମିତି ସିବିଆଇ, ଭିଜିଲାନ୍ସ, ଇନକମ୍ ଟ୍ୟାକ୍ସ ଭଳି ଧଳାହାତୀଧରା ଯନ୍ତା ଅଛି ।
- ବାପରେ ବାପ୍! ବଡ଼ ଭୟଙ୍କର ତ ! ତେବେ ଛିଡାହୋଇ ରହିଲ କାହିଁକି ? ଭାଗୋ ! ଉଭୟ ଧାଇଁବାକୁ ଲାଗିଲେ ଜଙ୍ଗଲ ଭିତରକୁ ।
