ସେଲଫି
ସେଲଫି
1 min
531
ସକାଳୁ ସକାଳୁ ସ୍ତ୍ରୀ ସ୍ଵାମୀଙ୍କୁ କହିଲା, "ଆଗୋ ଶୁଣୁଛ ମୁଁ ବାପ ଘରକୁ ଯାଉଛି । ଆଜି ମଦରସ୍ ଡେ । ମୁଁ ବୋଉ ସହ କିଛି ସମୟ ବିତାଇ ଫେରିବି ।"
- ଆଉ ମୁଁ ? ପଚାରିଲା ପୁରୁଷ ଜଣକ ।
- ତୁମେ ବୃଦ୍ଧାଶ୍ରମ ଯାଅ । ବୋଉ ସହ ଗୋଟିଏ ସେଲଫି ଉଠାଇ ଫେସବୁକରେ ପୋଷ୍ଟ କରିଦେବ ।
ପୁରୁଷ ଜଣକ ସ୍ତ୍ରୀ ମୁହଁକୁ ବଲ ବଲ କରି ଅନାଇ ରହିଲା । ସତରେ ୟା'ଠୁ ଆଉ ଚମତ୍କାର ସେଲଫି ଆଉ କ'ଣ ହୋଇପାରେ ଏ ଦୁନିଆରେ !
