STORYMIRROR

Manoj Dalbehera

Others

2  

Manoj Dalbehera

Others

ସେଲଫି

ସେଲଫି

1 min
537

ସକାଳୁ ସକାଳୁ ସ୍ତ୍ରୀ ସ୍ଵାମୀଙ୍କୁ କହିଲା, "ଆଗୋ ଶୁଣୁଛ ମୁଁ ବାପ ଘରକୁ ଯାଉଛି । ଆଜି ମଦରସ୍ ଡେ । ମୁଁ ବୋଉ ସହ କିଛି ସମୟ ବିତାଇ ଫେରିବି ।"

  

  - ଆଉ ମୁଁ ? ପଚାରିଲା ପୁରୁଷ ଜଣକ ।


  - ତୁମେ ବୃଦ୍ଧାଶ୍ରମ ଯାଅ । ବୋଉ ସହ ଗୋଟିଏ ସେଲଫି ଉଠାଇ ଫେସବୁକରେ ପୋଷ୍ଟ କରିଦେବ ।  


  ପୁରୁଷ ଜଣକ ସ୍ତ୍ରୀ ମୁହଁକୁ ବଲ ବଲ କରି ଅନାଇ ରହିଲା । ସତରେ ୟା'ଠୁ ଆଉ ଚମତ୍କାର ସେଲଫି ଆଉ କ'ଣ ହୋଇପାରେ ଏ ଦୁନିଆରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍