କୁକୁଡ଼ା
କୁକୁଡ଼ା
ଦୋକାନ ଭଂଗା ଚାଲିଛି । ଗତ କାଲି ନୋଟିସ ମିଳିଥିଲା । ରାମୁ ଭାବିଥିଲା ତା କେବିନ ଭାଙ୍ଗିବନି ,ହେଲେ ଆଜି ତା କେବିନ ଆଗରେ ଭାଙ୍ଗିବା ଲୋକଙ୍କୁ ଦେଖି ତା ହାଲୁକ ଶୁଖିଲା । ରାମୁ କୁକୁଡ଼ା ବିକେ । ତା କେବିନ୍ ରେ କୁକୁଡ଼ା ଜlଲି ଛଡ଼ା ଆଉ ଅଳ୍ପ କିଛି ଜିନିଷ ଥିଲା । ରାମୁ ଓ ତାର ପୁଅ ସେ ସବୁକୁ ଏକାଠି କରି ବାହାର କଲେ । ଗୋଟେ କୁକୁଡ଼ା କେମିତି ଖସି ଉଡି ଯିବାକୁ ଚେଷ୍ଟା କରୁଥିଲା । ହେଲେ ବ୍ରଏଲର କୁକୁଡ଼ା କୁଆଡେବା ଯିବ । ରାମୁ ପୁଅ ତାକୁ ଧରି ଫୁଣି ଜାଲିରେ ପୁରାଇଲା ।
ରାମୁ ସାହେବ ଙ୍କୁ କହିଲl ସାର ମୋ କେବିନଟାକୁ ଟିକେ ପଛକୁ ରଖି ଦିଅନ୍ତୁ ଭାଙ୍ଗନ୍ତୁନି ବହୁତ କଷ୍ଟରେ ଧାର ଉଦ୍ଧାର କରି କେବିନ ବନାଇଛି । ସାର ଡୋଜର ଡ୍ରାଇଭର କୁ କହିଲେ ,ତା କେବିନ କୁ ଟେକି କରି ଟିକେ ପଛକୁ ରଖି ଦିୟନ୍ତୁ । ଡ୍ରାଇଭର ତା କେବିନ ଟାକୁ ଟେକୁ ଟେକୁ ସେଇଟା ଗଳି ପଡିଲା ଓ ଭାଙ୍ଗିଗଲା । ରାମୁ ଆଗରେ ତା କେବିନ ଭାଙ୍ଗିଗଲା । ସେ କାନ୍ଦି କାନ୍ଦି ଗାଡି ଗଲା । ତା ପୁଅ ତାକୁ ନେଇ ଟିକେ ଦୂରରେ ଗଛ ମୂଳେ ବସାଇଇଲୋ ଓ ପାଣି ଆଣି ପିଆଇଲା । ରାମୁ ତ ମୁଁହକୁ ଚାହୁଁ ଥାଏ ଦୁଃଖରେ ଓ କହିଲା ସବୁ ସରିଗଲରେ ପୁଅ ଏବେ କଣ କରିବା ? ସେ କହିଲା ବାପା କାଲିଠୁ ଏଇ ଗଛ ମୂଳେ ଆମେ ଦୋକାନ ଦେବା । ତା ପରେ ଦିଜଣ ମିଶି ସେ ଭଙ୍ଗl କେବିନ ରୁ ସବୁ କାଢି ଗଛ ମୂଳକୁ ନେଇ ଗଲେ ଓ ସେଇଠି ଦୋକାନ ଖୋଲିଲେ ।
