STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

କୁହୁଡି

କୁହୁଡି

1 min
141

ବାଟ ଘାଟ କୁହୁଡି। ଦିସୁନାହିଁ ମୁହଁ। ସୁଦାମ ରାସ୍ତା ଅବରୋଧ କରି ତାର ଶଗଡ଼ ଗାଡ଼ି ନେଇଚାଲିଛି। ରାସ୍ତା କହିଲେ ଅଣଓସାରିଆ, ଗ୍ରାମ ରାସ୍ତା।ପଛରୁ କୁକୁର ମାନେ ଭୁକୁଛନ୍ତି। ଶଗଡ଼ ଗାଡ଼ିରେ କଚଡା ଲଦି ଆଣିବ। ଧାନ କଟିଲା ପରେ ସେଇ ବିଡ଼ା ମାନକୁ। ଆଗକୁ ବର୍ଷା ହେବାର ପାଣିପାଗ ସୂଚନା ଦେଇଛି। ବର୍ଷା ହେଲେ ଧାନ ଗଜା ହୋଇଯିବାର ଅଛି। କଲା ଛତିବି ପଡ଼ିଯାଏ। ତେଣୁ ତାର ବର୍ଷକର ପରିଶ୍ରମ ବୃଥା ହେବ। ଚାଷୀର ସମ୍ବଳ ମୁଠାକ ହରେଇବସିବ। ତେଣୁ ବଢି ଭୋରୁ ଉଠିପଡ଼ି ବଳଦ ଗାଡି ନେଇ ଧାଇଛି ବିଲକୁ। ଅଦିନିଆ କୁହୁଡି ତାକୁ ଦାଉ ସାଜିଛି। ଏତେ କୁହୁଡ଼ିରେ ମୁହଁ ବି ଦିସୁନାହିଁ । ବଳଦ ମାନେ ଆଗକୁ ମାଡି ଚାଲିଛନ୍ତି। ସୁଦାମ ମୁଣ୍ଡରେ ଠେକା ଓ ଦେହରେ ଚାଦର ଟିଏ ଘୋଡେଇଛି। କୁକୁର ମାନେ ଅଚିହ୍ନା ବାରି ଭୁକିବାରେ ଲାଗିଛନ୍ତି । ସୁଦାମ ବଳଦ ଦୁହିଁଙ୍କୁ ଅଡେଇ ଅଡେଇ ବିଲ ପାଖରେ ପହଁଚିଲା। ସଗଡରୁଓଲ୍ଲେଇ କଚଡା ମାନ ହାତରେ ଉଠେଇ ଗାଡ଼ିରେ ଲଡିଲା । ସାରା ଚକଟାରେ କେହି ଲୋକ ନଥିଲେ। ଏତେ ସକାଳୁ ବିଲକୁ କାହିଁକି ବା ଆସିବେ ।। ସୁଦାମ କଚଡା ଗାଡିରେ ଲଦି ବଳଦ ମାନଙ୍କୁ ଜୋଖିଲା। ଗାଡି ଉପରେ ବସି ଅଡେଇ ଚାଲିଲା।ବେଳକୁ ବେଳ କୁହୁଡି ଅଧିକ ରୁ ଅଧିକ ପଡିଚାଲିଛି। ଦେହ ମୁଣ୍ଡ ଓଦା ଓଦା ଲାଗୁଛି। ବଳଦ ମାନେ ବାଟ ହୁଡ଼ି ଅବାଟରେ ଚାଲିଛନ୍ତି।ସୁଦାମ ବି ଜାଣିପାରୁନି ନିଜ ଘରକୁ ବାଟ। ହଠାତ ଏକ ନାଳ କଡରେ ବଳଦ ଅଟକିଗଲେ। ସୁଦାମ ଗାଡ଼ିରୁ ତଳକୁ ଆସି ଦେଖେତ ଗାଡି ତାହାର ଗାଁ ଠାରୁ ଦୂରରେ ଏକ ନାଳ କରରେ। ନାଳ ପାର କରିବାକୁ ହେବ। ନାଳ ଉପରକୁ ଉଠିବାକୁ ହେବ। ସୁଦାମ ଆଖପାଖ କୁ ଚାହିଁଲା। କୌଣସି ଲୋକ ନାହାନ୍ତି।ତେଣୁ ବିଲମ୍ବନକରି ବଳଦ ଙ୍କୁ ଅଡେଇ ଚକପାଖ ପହିଆ କୁ ଧକା ଦେଇ ପେଲିଲା। ଗାଡି ଉପରକୁ ଉଠିଗଲା । ଏବେ ସୁଦାମ ନାଳ ପାର ହୋଇ ଗ୍ରାମ ଅଭି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action