Neelamadhab Rath

Tragedy Inspirational Others

4.5  

Neelamadhab Rath

Tragedy Inspirational Others

କୁଆଁରୀ କନ୍ୟା

କୁଆଁରୀ କନ୍ୟା

2 mins
23.7K


     ମୁଁ ସେତେବେଳେ ମାଲକାନଗିରି ଜିଲ୍ଲାରେ ଏକ ଅପହଞ୍ଚ ଇଲାକାରେ PHC ଡାକ୍ତର ଭାବେ କାମ କରୁଥାଏ । ଭୁବନେଶ୍ବରରୁ ମଲକାନଗିରି ପୋଷ୍ଟିଂ ଭାବିଲା ବେଳକୁ ମନରେ ଅହେତୁକ ଶଙ୍କାରେ ଦେହଟା ଭୟରେ ଶିହରିଉଠେ । କିଛିଦିନ ଭାବେ ସେଠାକୁ ଯିବି ନା ରିଜାଇନ୍ କରି ପ୍ରାଇଭେଟ୍ clinic ଖୋଲି ଏଇଠି ରହିବି । ମନର ଫେଣ୍ଟାଫେଣ୍ଟି ଆଶା ଆଶଙ୍କା ମଧ୍ୟରେ ଶେଷରେ ନିଶ୍ଚିତ କରିନିଏ ମାଲକାନଗିରି ଯିବାକୁ । ମାଲକାନଗିରି ରୁ ମୋଟୁ ବସ୍ .... ସନ୍ଧ୍ୟା ୬ଟା ରେ ବସିଲି ଭୁବନେଶ୍ଵର ରେ... ସକାଳୁ ସକାଳୁ ମାଲକାନଗିରି ମାଳ ମାଳ ପାହାଡ ଆଡୁଆଳରୁ ସୁରୁଜ ଉଙ୍କିମାରୁଥାଏ । ଗହଳ ଗହଳ ଜଙ୍ଗଲ ମାଳା .... କିଛି ପାହାଡ ଉପରେ ଉଚନିଚ ହୋଇ ଚାଳ ଛପର ଘର.... ତା ମଧ୍ୟରୁ ଧୁଆଁର ବୁଦାଲିଆ ଧାର ଆକାଶରେ ମିଶିଚାଲିଥାଏ । ପାହାଡି ଝରଣାର ପାଣି ସୂର୍ଯ୍ୟକିରଣରେ ଝଲମଲ୍ । ବସର ଗତି ଧିରେ ଧିରେ ଅଙ୍କାବଙ୍କା ଘାଟି ପାର କରିଚାଲିଥାଏ । ଦିନ 2ଟା ବେଳକୁ ପହଞ୍ଚିଯାଏ ମୋ CHC ରେ । କର୍ମଚାରୀ ମାନେ....ଏକମାତ୍ର attendant . ରହିବାକୁ quarter ଟିଏ ଅଛି । ଏଇ ପରିବେଶଟା ମୋ ମନର ସମସ୍ତ ଶଙ୍କା ଓ ଭୟ ଦୂରକରି ଦେହରେ ଗୋଟେ ନୁତନ ପୁଲକ ଭରିଦେଉଥାଏ ।

      ସଞ୍ଜ ନଁଉ ନଁଉ ଦୁର ପାହାଡରୁ ଶୁଣାଯାଏ ମାଦଲର ଡମ୍ ଡମ୍ ଓ ଆଦିବାସୀ ଯୁବକ ଯୁବତୀଙ୍କ ଗୀତ କଟାକଟି ...। ରାତିର ବିଶ୍ରାମ ପରେ ବହାରିପଡେ ପାହାଡ ଉପରେ ରହୁଥିବା ଆଦିମ ଜନଜାତିଙ୍କ ସହ ପରିଚୟ ଆଦାନ ପ୍ରଦାନ ନିମନ୍ତେ। ଖୁବ୍ ସରଳ ମଣିଷଗୁଡାକ.... ପୋଷାକ ପରିଚ୍ଛନ ଅଲଗାପ୍ରକାରର । ପୁରୁଷମାନେ ଗୋଟେ କୈପିନୀ...ମୁଣ୍ଡରେ ଚାରିପାଞ୍ଚଟା ପାନିଁଆ । ମହିଳା ମାନଙ୍କ ଶାଡୀ ପିନ୍ଧାବି ଅଲଗା । ଆଣ୍ଠୁ ଉପରକୁ ଏକପୁରିଆ ହୋଇ ବାମ କାନ୍ଧ ଉପରେ ବକ୍ଷସ୍ଥଳରୁ ଗୁଡାହୋଇଥିବା ଗଣ୍ଠି । ମୁଣ୍ଡର କୁଞ୍ଚୁକୁଞ୍ଚିଆ ଘନ କେଶରାଶିରେ ଯଡାତେଲ ସହ ଚାପିହୋଇ ରହିଥାଏ ପାଞ୍ଚ ସାତଟି ବାଳଛପା। କିଛିଦିନ ମଧ୍ୟରେ ବହୁତ ଲୋକଙ୍କ ସହ ପରିଚିତ ହୋଇ ସାରିଲିଣି ।।

          ସନିଆ 22/23ବର୍ଷର ଯୁବକଟିଏ । ମୋ କ୍ବାଟର ର ପଛପଟେ ଥିବା ଛୋଟ ପାହାଡ ଉପରେ ଘର । ସେହି ପାହାଡ ପାଖକୁ ଲାଗିରହିଥିବା ଉଚ୍ଚପାହାଡ ଉପରେ ସୁଆତିର ଘର । ବହୁତ ଦିନରୁ ସେମାନଙ୍କ ମିଳାମିଶା ଚାଲିଆସିଛି । ଦୁହେଁ ଦୁହିଙ୍କୁ ଖୁବ୍ ଭଲ ପାଆନ୍ତି । ଟାପୁଟା ଉଠୁଛି ପଡୁଛି ଏମାନଙ୍କର ଚର୍ଚାରେ। ସୁଆତିର ବାପା ସନିଆ ସହ ବାହା ଦେବାପାଇଁ କାରଣ ସେମାନେ ଚୋଟ ସଂପ୍ରଦାୟର। ସନିଆକୁ ବାହାଦେଲେ ସେ ସଂପ୍ରଦାୟରୁ ବାସନ୍ଦ ହେବ। ସେମାନଙ୍କ ପାଇଁ ବାହାଘରଟା ଏକ ପରବଠୁ କମ୍ ନୁହେଁ । ପ୍ରାୟ ଏକସପ୍ତାହ ଭୋଜିଭାତ, ମଦପାଣି, କାଦୁଅ ହଳଦି ଖେଳ, ଶାଢୀ ମୁଢୀ ଦିଆ ନିଆ, ନାଚଗୀତ ଏମିତି ଅନେକ ପ୍ରଥା।

        ସେଦିନ ଖବର ପାଇଲା ସୁଆତିର ମୁଣ୍ଡଘୁରାଇ ପଡିଯାଇଛି । CHC ରେ ଏଡମିଟ୍ ହେଲା । ପରିକ୍ଷା ନିରିକ୍ଷା ପରେ ଯଣାପଡେ ସେ ଗର୍ଭବତୀ । ସୁଆତି ବାପାଙ୍କ ମୁଣ୍ଡକାମ କରେନାହିଁ । ଗର୍ଭପାତ କରାଇବାକୁ ଅନୁରୋଧ କରେ । ହେଲେ ସୁଆତି କାନ୍ଦି କାନ୍ଦି ଗର୍ଭ ନଷ୍ଟପାଇଁ ରୋକ୍ ଠୋକ ମନାକରିଦିଏ । ତା ପ୍ରେମର ଦସ୍ତଖତକୁ ଏମିତି ନ ଲିଭାଇବା ପାଈଁ କାକୁତି ମିନତି ହୋଇ ଖୁବ୍ କାନ୍ଦେ ।

        ସନିଆର ଶିଶୁ ତା ଗର୍ଭରେ ବସାବାନ୍ଧି ସାରିଛି । କେତେ ସ୍ବପ୍ନ ଦେଖିଛି ପୁଅଟିଏ ହେବ । ଠିକ୍ ତା ସନିଆ ପରି.....ବଳିଷ୍ଠ, ହୃଷ୍ଟପୃଷ୍ଠ, ସୁନ୍ଦର ।



Rate this content
Log in

Similar oriya story from Tragedy