Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Akshayakumar Dash

Action

3.1  

Akshayakumar Dash

Action

କରୋନା ଯୋଦ୍ଧା

କରୋନା ଯୋଦ୍ଧା

2 mins
65


ଠିକ ଦିନ ସାଢେଦଶଟା ।ଛୋଟିଆ ବଜାର।ଚାରିଛକି ରାସ୍ତା ଉପରେ କରୋନା ଯୋଦ୍ଧା ଙ୍କ ସଂକ୍ରମଣ।ଗ୍ରାସିବାକୁ ଛିଡ଼ାହୋଇଛନ୍ତି ରାଜରାସ୍ତାରେ।ଜଣେ ସରକାରୀ ଉଚ୍ଚ ପଦବୀରେ ଥିବା ଅଫିସର।ତାଙ୍କ ସହ ଜଣେ ପୋଲିସ ଅଧିକାରୀ ଯେକି ଚାଲାଣ କାଟିବା ମେସିନ ଧରିଥିଲେ ଆଉ ଜଣେ ମହିଳା କନେଷ୍ଟବଳ।ପୋଲିସ ଵାଲା ଦୁଇଜଣ ମୁଖରେ ତୁଣ୍ଡି ଯାହାକୁ ଆମେ ମାସ କହିଛେ ଅବଶ୍ୟ ଦେଇଥିଲେ।ହେଲେ ଅଫିସର ଜଣକ ତୁଣ୍ଡି ନଲଗେଇ ମଝି ରାସ୍ତାରେ ଠିଆହୋଇ ଦୁଇ ଚକିଆ ଯାନ ବାଲାଙ୍କୁ ଅଟକାଇବାକୁ ଆଦେଶ ଦେଉଥିଲେ।କେତେକ ବଂଧୁ ପାଖ ବନ୍ଦ ଦୋକାନ ପିଣ୍ଢାରେ ଠିଆହୋଇ ଦୃଶ୍ୟମାନ ଦେଖୁଥିଲେ।ଆଉ ଜଣେ ବଂଧୁ ମୋବାଇଲ ଧରି ଫଟୋ ଉଠାଉ ଥିଲେ।

ଏତିକି ବେଳେ ଜଣେ ବ୍ୟକ୍ତି ତାଙ୍କ ଦୁଇ ଚକିଆ ଯାନ ଧରି ପସିଆସିଲେ।ଗାଡି ଭିତରେ ଥିବା ହେଲମେଟକୁ ବାହାରକରି ମୁଣ୍ଡରେ ଗଳାଇଲେ।ହେଲେ ବର୍ତ୍ତି ଯାଇନଥିଲେ ଏହି ଯୋଦ୍ଧାଙ୍କ କବଳରୁ।ପୋଲିସ ଅଧିକାରୀ ହଜାରେ ଟଙ୍କାର ଚାଲାଣ କାଟିଲେ।ବରିଷ୍ଟ ନାଗରିକ ହିସାବରେ ଆଇନକୁ ସମ୍ମାନ ଦେଇ ନିଜର ଅସାବଧାନତା ପାଇଁ ଫାଇନ ଦେବାରେ ଅସମର୍ଥ ହୋଇନଥିଲେ।ହେଲେ ପ୍ରଶ୍ନ ଟିଏ ରହିଗଲା । ପ୍ରଶ୍ନଟି ଯେଉଁ ଉଚ୍ଚପଦରେ ଥିବା ସରକାରୀ ଅଫିସର ଜେକି ରାଜରାସ୍ତାରେ ଠିଆହୋଇ ବିନା ତୁଣ୍ଡିରେ, ତାଙ୍କପାଇଁ ଆଇନ କି ଫାଇନ ନାହିଁ ବୋଧେ?ସରକାରୀ ନିର୍ଦେଶ ନମାରେ ଅଛି ବିନା ମାସରେ ରାସ୍ତାରେ ଯିବାକୁ ହେଲେ ପାଞ୍ଚଶହ ଟଙ୍କା ଜୋରିମାନା ଦେବାକୁ ପଡେ। ବୋଧେ ଏହିସବୁ ଆଇନ ନିରୀହ ସାଧାରଣ ଲୋକଙ୍କ ପାଇଁ ଫାଇନ ବାବୁ ମାନଙ୍କ ପାଇଁ ଲାଗୁ ନୁହେଁ। ଇଂରେଜ ମାନଙ୍କ ଶାସନ ଗଲାଣି ସତ ହେଲେ କେତେକ ଅଫିସର ତାଙ୍କ ପଦନୁସରଣ କରି ଲୋକଙ୍କୁ ବୋକା ବନେଇବାକୁ ଆଗେଇ ଆସୁଛନ୍ତି। ନିଜେ ଆଇନକୁ ସମ୍ମାନ ନଦେଇ ନିଜେ ଦୃନୀତିରେ ଲିପ୍ତ ରହି ବ୍ରିଟିଶ ଶାସନ ପରି କ୍ଷମତାର ଅପ ବ୍ୟବହାର କରୁଛନ୍ତି।

ନିକଟରେ ଜଣେ ବିଡ଼ିଓ ଙ୍କ ଅଶାଳୀନ ବ୍ୟବହାର ପାଇଁ ମହାଶୟ ଦଣ୍ଡିତ ହେଲେ। ଆଉରି ଅନେକ ଘଟଣା ମାନ ଦୃଷ୍ଟାନ୍ତ ଅଛି।ତେବେ ଏସବୁ ଜାଣିଶୁଦ୍ଧା କେତେକ ଅଫିସର ମାନେ ତାଙ୍କର ଅଶାଳୀନ ବ୍ୟବହାର ବା ନିଜ ପତିଆରା ଜାହିର କରି ନିଜେ ଦୁର୍ନୀତି କରି ଅନ୍ୟଉପରେ ହାକିମ ଦେଖେଇବା ଗୋଟିଏ କଳା ବୋଲି ଧରି ନେଲେଣି। ଯଦି ବିଚାର କୁ ନିୟନ୍ତେ ତେବେ ସେଇ ଅଫିସର ଫାଇନ ନିଜ ଭୂଲ ପାଇଁ ଦେବା ଉଚିତ।ଅଥଚ ଗାଁ ରାସ୍ତା ପରି ଛକଟି ସ୍ଥାନୀୟ ଲୋକଙ୍କ ଅତ୍ୟାବଶ୍ୟକ ଦିନିଷ ପାଇଁ ଆସୁଥିବା ଲୋକଙ୍କ ପାଖରୁ ଫାଇନ ଆଦାୟ କରି ନିଜେ ଭୂଲ କରି ଫାଇନ ଫାଙ୍କିବା କେତେ ଦୂର ଠିକ ପାଠକ ବଂଧୁ ବିଚାର କରନ୍ତୁ । ଏମାନଙ୍କ ଚଂଛକତା ପାଇଁ ଆମେ ଦୁଃଖ ଭୋଗୁଛେ।ଏମାନେ ସରକାର ଙ୍କ ପ୍ରତିନିଧି ରୂପେ ବେତନ ଭୋଗୀ କର୍ମଚାରୀ ଲୋକଙ୍କ ହିତରେ ନରହି ଲୋକଙ୍କୁ ଦଣ୍ଡିତ କରାଇ କଳେ ବଳେ କୌଶଳେ ନିଜ ଉଦ୍ଧତାମି ପ୍ରଦର୍ଶନ କରି ନିରୀହ ଲୋକଙ୍କ ଉପରେ ଦାଉ ସାଧନ୍ତି। ସବୁର ସୀମା ଥାଏ। ଏମାନେ କିନ୍ତୁ ସୀମା ପାର କାରଣ ନିଜ କ୍ଷମତାର ଅପବ୍ୟବହାର କରି।ଉକ୍ତ ପ୍ରସଙ୍ଗ ଉପରେ ଗୋଟିଏ କଥା ମନେ ପଡେ। ଆମ ଭୁତପୂର୍ବ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମ ଯେଉଁଦିନ ରାସ୍ତପତି ପଦରୁ ଅବସର ନେବେ ସେଇଦିନ ସକାଳୁ ତାଙ୍କର ଜଣେ ସାଙ୍ଗ ଗୋଟିଏ କଲମ ଉପହାର ଦେବାପାଇଁ ଆଣିଥିଲେ, କିନ୍ତୁ କଲାମ ନେବାପାଇଁ ମନା କଲେ। ସନ୍ଧ୍ୟାରେ ଦିଲ୍ଲୀର ଏକ ବିଦାୟ କାଳୀନ ସଂବ୍ୟଧନା ସଭାରେ ଭାଷଣ ରେ ରାଷ୍ଟ୍ରପତି କହିଥିଲେ କି, ମନୁଷ୍ୟ ପଛରେ ଆଉଏକ ସୂକ୍ଷ୍ମ ଶକ୍ତି କାମକରେ ତାହା ଅପରା ଶକ୍ତି, ପରା ଦୃଶ୍ୟମାନ କିନ୍ତୁ ଅପରା ଅଦୃଶ୍ୟ। ଏହି ଅପେରା ଶକ୍ତି ମଣିଷର ସତ୍ୟ, ଦୟା, କ୍ଷମା, ଆଦି ମହତ ଗୁଣ ଯଦି କ୍ଷୟ ହୁଏ ତେବେ ମଣିଷର ନିମ୍ନ ଗାମୀ। ତେଣୁ ଆଜିପରି ଦିନରେ ମୋ ସାଙ୍ଗ ଙ୍କ ଠାରୁ କଲମ ନେଲିନାହିଁ। କେତେ ଉଚ୍ଚ ଆଦର୍ଶ ର ବ୍ୟକ୍ତିତ୍ୱ। ଦୁର୍ନୀତି ଖୋର ବଂଧୁ ମାନଙ୍କୁ ଗୋଟିଏ ପ୍ରଶ୍ନ କାଲିସକଳୁ ଚାକିରୀ ନଥାଇ ପାରେ, ଜଣେ ସାଧାରଣ ନାଗରିକ ହେବ। ତୁମକୁ ଲୋକ ସଂମ୍ମାନ ଦେବେତ?କରୋନା ଯୋଦ୍ଧା କୁଁ ସାବଧାନ ତୁମ ପକେଟରେ କୋଭିଟ19 ତମ ପକେଟ ବିଶୋଧନ କର । ଲୋକଙ୍କ ପାଖରୁ ନିଅ ଆଇନ ନିଜେ ଫାଙ୍କିଲେ ଫାଇନ ନେବ କୋବିଡ଼19,


Rate this content
Log in

More oriya story from Akshayakumar Dash

Similar oriya story from Action