STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy Others

2  

ନାୟକ ଅକ୍ଷୟ ରାଜହସ୍ତୀ

Tragedy Others

କରୋନା ନୁହଁ କାନ୍ଦଣା

କରୋନା ନୁହଁ କାନ୍ଦଣା

1 min
212

ବାଇକ ରେ ଟାଙ୍କିରୁ ପେଟ୍ରୋଲ ପକାଇ ରାଜ ରାସ୍ତାରେ 40 ସ୍ପିଡ଼୍ ରେ ଯାଉଥାଏ ଜୀବନର ଦାସ ଟିଏ । ହଠାତ୍ ଗାଡି ସ୍ଲୋ ହେଇ ଗଲା..

କଥା କଣ???

ଶୁଣିବାକୁ ମିଳିଲା ଆଜି ଠୁ 21 ଦିନ ଯାଏ ଯୁଦ୍ଧ କରିବାକୁ ହେବ କରୋନା ସହ । ଲୋକେ କୁହାକୁହି ହେଉଥାନ୍ତି ।

ପୁଲିସ ବାଲା ଆଗକୁ ଯିବା ପାଇଁ ବାରଣ କରେ ପୁଣି ପଚାରେ କାରଣ କିଛି ଅଛି କି ଆଗକୁ ଯିବାର???

ଲୋକେ କହନ୍ତି ଘର ସଉଦା । କିଏ କହେ କ୍ଷୀର ଆଣିବି, ଆଉ କିଏ କହେ ମେଡିସିନ ଆଣିବି ,ମୋ ମୁଣ୍ଡକୁ କିଛି ଦିଶୁ ନ ଥାଏ କହିବାକୁ । ଶେଷରେ କହୁ କହୁ କହିଦେଲି ଖବର କାଗଜ ପାଇଁ ଯାଉଚି...।

ହେଉ ଯାଅ.. କିନ୍ତୁ ଜଲ୍ଦି ଫେରିବ !

ଠିକ୍ ଅଛି ଆଜ୍ଞା...

ଗାଡି ଷ୍ଟାର୍ଟ କରି ପେପର ଦୋକାନ ଆଗେ ଠିଆ ହେଲି । କିନ୍ତୁ ପେପର ବାଲା ନାହିଁ ।

କୁଆଡେ ଗଲା ?

ଖାଲି ହାତରେ ଫେରିଲେ ପୁଣି ପୋଲିସ୍ ଅଟକାଇ ନାନା ପ୍ରକାର ପ୍ରଶ୍ନ କରିବ ?ଏଇ ସମୟରେ କେହି ଜଣେ କହିବାକୁ ଲଗିଲା ଖବର କାଗଜ ବିକାଳୀକୁ ପୋଲିସ୍ ବାନ୍ଧି ନେଇଚି ତା ସହ . ତାରି ଗାଡି କୁ ସିଇଜି କରିଚି ପୋଲିସ.. ନିଅମ ମାନି ନାହିଁ ସେ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପେପର ବିକିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି.. ଏଇ ପରି କଥା ସେଇ ଅଞ୍ଚଳରେ ରହୁଥିବା ସ୍ଵେଚ୍ଛାସେବୀ ବନ୍ଧୁ କହି ଚାଲୁଥିଲା... ଲୋକେ ଶୁଣିଥାନ୍ତି । ହେଉ ଯିବା କହି ଫେରି ଆସିଲି ଘରକୁ । ଫେରିବା ବାଟରେ ବାଇକ ପମ୍ପ ଚୁର୍..! କୁଆଡେ ଯିବି, ଦୋକାନ ବଜାର ବନ୍ଦ..?

ସାଇମନ ଭାଇ ଗ୍ୟାରେଜରେ ଥିବା ନମ୍ବର କୁ dial କଲି..

ସ୍ଵିଚ ଅଫ୍..

ପ୍ରାୟ ଦୁଇ କିମି ଗାଡି ଠେଲି ଠେଲି ଆସିଲି ଘରକୁ କାନ୍ଦ କାନ୍ଦ ହେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy