jyotsna mayee panda

Tragedy Inspirational

3  

jyotsna mayee panda

Tragedy Inspirational

କର୍ମ ଓ ସଂସ୍କାର

କର୍ମ ଓ ସଂସ୍କାର

4 mins
188


ସଂସ୍କାର ହେଉଛି ମଣିଷ ର ଦିବ୍ୟ ଅଳଙ୍କାର l ଏ ଅଳଙ୍କାର ରେ ମଣିଷ ର ବ୍ୟକ୍ତିତ୍ୱ ହୀରା ଭଳି ଦୀପ୍ତି ମାନ ହୋଇଥାଏ l ସଂସ୍କାର ବିନା ଜ୍ଞାନ ମୂଲ୍ୟ ହୀନ l ସେଥିପାଇଁ ଉତ୍ତମ ସଂସ୍କାର ହିଁ ଉତ୍ତମ ବ୍ୟକ୍ତିତ୍ୱ ର ପରିଚାୟକ l

କୁନ୍ତଳା ଦେବୀ ଓ ଇନ୍ଦ୍ରବିଳାସ ବାବୁ ମଧୁପାଟଣା ର ବାସିନ୍ଦା l ଝିଅ ସୁକୀର୍ତ୍ତି

ଓ ପୁଅ ସୁବ୍ରତ କୁ ନେଇ ସେମାନଙ୍କ ଛୋଟିଆ ସଂସାର l ଖୁବ ଖୁସି ରେ ବିତିଯାଉଥାଏ ସୁନ୍ଦର ଦିନ ଗୁଡିକ l ଛୁଆ ଦୁଇଟି କୁ ଖୁବ ସଂସ୍କାର ଦେଇ ଗଢିଥିଲେ କୁନ୍ତଳା ଦେବୀ l ଇନ୍ଦ୍ରବିଳାସ ବାବୁଙ୍କ କପଡା ଦୋକାନ ଥିଲା l ନିଜର ବୋଲି ପୂର୍ବ ପୁରୁଷ ଙ୍କ ପୁରୁଣା ଘର ଟିଏ ଥିଲା l ବଡ଼ିଭୋର ରୁ ସମସ୍ତେ ଉଠି ଭଗବାନ ଙ୍କୁ ପୂଜାପାଠ କରି ନିଜର ଦିନ ଚର୍ଯ୍ୟା ଆରମ୍ଭ କରୁଥିଲେ l ଝିଅ ସୁକୀର୍ତ୍ତି ଦେଖିବାକୁ ଯେମିତି ସୁନ୍ଦର ସେମିତି ଗୀତ ବି ଖୁବ ସୁନ୍ଦର ଗାଏ ଓ ନିଜେ ବୀଣା ବଜାଏ l ଓଡିଶୀ, କୁଚିପୁଡିଆଦି ନୃତ୍ୟ ଖୁବ ସୁନ୍ଦର ପରିବେଷଣ କରୁଥିଲା l ଏମିତି କିଛି ଦିନ ବିଟିଗଲା l ସୁବ୍ରତ ର ପାଠ ପଢ଼ା ପାଇଁ ଘର ଉପରେ ଲୋନ ଆଣିବାକୁ ପଡିଲା l ସୁକୀର୍ତ୍ତି ବି ଏବେ ବି ଏସ ସି ସରିଥାଏ l ସୁକୀର୍ତ୍ତି ପାଇଁ ଏକ ସୁନ୍ଦର ପ୍ରସ୍ତାବ ଆସିଲା l ପୁଅ ଆମେରିକା ରେ ରହୁଛି l ଖୁବ ବଡ଼ ବିଜନେସ କରୁଛି l ପୁଅ ଦେଖିବା ପାଇଁ ଆସିଲା l ଘର ର ସମସ୍ତେ ସୁକୀର୍ତ୍ତି କୁ ପସନ୍ଦ କଲେ l ଯଥା ସମ୍ଭବ

ଯୌତୁକ ଦେଇ ବିଦା କଲେ l କିଛି ଦିନ ଭାରତ ରେ ରହି ସ୍ୱାମୀ ସହିତ ଆମେରିକା ଚାଲିଗଲା l କୁନ୍ତଳା ଦେବୀ ଖୁବ ଭଲ ପାଆନ୍ତି ଝିଅକୁ l

ସେଥିପାଇଁ ବାହାଘର ପରେ ପୁରା ଏକା ହୋଇଗଲେ l ବେଳେ ବେଳେ ସୁକୀର୍ତ୍ତି ମା କୁ ଫୋନ କରି କଥା ହୁଏ l ପୁଅ ସୁବ୍ରତ ପଢ଼ା ସାରିବା ପରେ ଏବେ ବମ୍ବେ ରେ ଜଣେ ସି ଏ ଭାବେ ଯୋଗଦେଲାଣି l ଘର ର ଇଂଷ୍ଟେଲମେଣ୍ଟସ ଦେଇ ଦେଉଛି l ଏବେ ଖୁବ ଖୁସି ରେ ଇନ୍ଦ୍ରବିଳାସ ବାବୁ ପରିବାର l କିନ୍ତୁ ମଣିଷ ଜୀବନ ରେ କେତେ ବେଳେ କଣ ଘଟିଯିବ ସେ କେହି କହିପାରିବେ ନି l ସେଦିନ ଦୋକାନ ରୁ ଆସି ଇନ୍ଦ୍ରବିଳାସ ବାବୁଙ୍କ ଛାତି ରେ ଯନ୍ତ୍ରଣା ଅନୁଭବ କଲେ l ସାଙ୍ଗେ ସାଙ୍ଗେ କୁନ୍ତଳା ଦେବୀ ଡାକ୍ତର ଙ୍କ ପାଖକୁ ନେଇଗଲେ l ଡାକ୍ତର କହିଲେ ପ୍ରଥମ ଷ୍ଟୋକ l ହାର୍ଟ ସର୍ଜରୀ କରିବାକୁ ବଡ଼ିବ l ନିହାତି ୨ଲକ୍ଷ ଟଂକା ଦରକାର l କୁନ୍ତଳା ଦେବୀ ପୁଅକୁ ଫୋନ କରି ସବୁକଥା କହିଲେ l କିନ୍ତୁ ପୁଅ ଏତେ ପଇସା ଦେଇପାରିବିନି କହିଲା l ସେ କହିଲା... କୁଆଡେ ସେ ଗୋଟେ ଝିଅ କୁ ବାହାହୋଇ ସାରିଛି ଆଉ ଗୋଟେ ଫ୍ଲାଟ ବୂକ କରିଛି ସେଥିପାଇଁ ତା ଇଂଷ୍ଟେଲମେଣ୍ଟସ ଦେବାକୁ ପଡିବ l କୁନ୍ତଳା ଦେବୀ ନିଜ ଦୋକାନ ବିକ୍ରି କରି ଅପରେସନ କଲେ l ଏ ବିଷୟରେ ଝିଅକୁ କିଛି କହିଲେନି କାଳେ ସେ ବ୍ୟସ୍ତ ହେବ ବୋଲି l ଇନ୍ଦ୍ରବିଳାସ ବାବୁ ଙ୍କୁ ଘର କୁ ଆଣିଲେ l ଔଷଧ ଖର୍ଚ୍ଚ ପାଇଁ ବି ହାତ ରେ ପଇସା ନାଇଁ l ଭାରତୀୟ ସ୍ତ୍ରୀ ପାଇଁ ସ୍ୱାମୀ ହିଁ ସବୁକିଛି l ସେଥିପାଇଁ ସେ ନିଜେ ପିନ୍ଧିଥିବା ମଙ୍ଗଳ ସୂତ୍ର ଓ ଚୁଡ଼ି କୁ ବିକିଦେଲେ l ସେଥିରେ କିଛି ଦିନ ଔଷଧ ଖର୍ଚ୍ଚ ଓ ଘର ଖର୍ଚ୍ଚ ଚଳେଇ ନେଲେ l ଏପଟେ ପୁଅ ବି ଆଉ ପଇସା ପଠେଇଲା ନି କି ଘର ପଇସା ସୁଝିଲା ନି l ଆଉ ଫୋନ ବି ଉଠେଇଲା ନି l ଝିଅ ଫୋନ କଲେବି ଏସବୁ ଦୁଃଖ କୁହନ୍ତି ନି କେବେ କୁନ୍ତଳା ଦେବୀ l ଦିନେ ଇନ୍ଦ୍ରବିଳାସ ବାବୁ ଖୁବ ସିରିୟସ ହୋଇଗଲେ l ଛାତି ରେ ଖୁବ ଯନ୍ତ୍ରଣା ଅନୁଭବ କଲେ ଓ ଶେଷରେ ପ୍ରାଣ ବାୟୁ ଉଡ଼ିଗଲା l ପୁଅ ଜାଣିବା ପରେ ବି ସବ ସଂସ୍କାର କରି ଆସିଲାନି l କୁନ୍ତଳା ଦେବୀ ନିଜେ ସବୁକଲେ l ଝିଅ କାଳେ ଏ କଥା ଶୁଣି ମର୍ମାହତ ହେବ ଭାବି କହିଲେନି l ଏପଟେ ସୁକୀର୍ତ୍ତି ବି ଖାଲି ଅଭିନୟ କରି ମା କୁ ଖୁବ ଖୁସିରେ ଅଛି କହୁଛି l କିନ୍ତୁ ଆମେରିକା ଆସିବା କିଛି ଦିନ ପରେ ସ୍ୱାମୀ ର ଅସଲ ରୁପ ଜାଣିପାରିଲା l ସେ ରାତିରେ ପ୍ରଚୁର ମଦ ପିଉ ଥିଲା

ତାକୁ ବାରମ୍ବାର ଅପମାନିତ କଲା l ନିଜ ବାନ୍ଧବୀ କୁ ଘର କୁ ଆଣି ଅନୈତିକ ସମ୍ପର୍କ ରଖିଲା l ସୁକୀର୍ତ୍ତି କହିଲେ କହୁଥିଲା ଏ ଆମେରିକା ଏଠି ସବୁ ଚଳେ l ଦିନେ ତା ବସ କୁ ଘର କୁ ଖାଇବାକୁ ଡାକିଲା l ମାତାଲ ଅବସ୍ଥା ରେ ବସ ସୁକୀର୍ତ୍ତି କୁ ଖରାପ ଇଙ୍ଗିତ କରି କହିଲା l ଏସବୁ ଦେଖି ଅସହ୍ୟ ହୋଇ ପଡିଲା ପରେ ତାର ଗୋଟେ ସାଙ୍ଗ ଆମେରିକା ରେ ରହୁଥିଲା... ତା ଠିକଣା ପାଇ ତା ପାଖକୁ ଚାଲିଗଲା l ଗୋଟେ ଛୋଟ ଚାକିରୀ କରି ନିଜ ସ୍ୱର ସାଧନା କଲା l ପରେ ଏକ ଭାରତୀୟ ନୃତ୍ୟ ସଂଗୀତ ଅନୁଷ୍ଠାନ ଖୋଲିଲା l ଛୋଟ ଛୋଟ ଷ୍ଟେଜ ପ୍ରୋଗ୍ରାମ କଲା ସେଥିରେ ବହୁତ ନାଁ କଲା l ଏମିତି ଆସ୍ତେ ଆସ୍ତେ ବଡ଼ ବଡ଼ ସୋ ରେ ଯୋଗ ଦେଇ ପ୍ରସିଦ୍ଧ ହୋଇଗଲା l ବହୁତ ପଇସା ରୋଜଗାର କଲା l

ସେଦିନ ମା କୁ ଆଶ୍ଚର୍ଯ୍ୟ କରିବାପାଇଁ ସେ ସେ ନିଜ ପାସ ପୋଟ କରି ପୁଣି ନିଜ ଦେଶକୁ ଫେରି ଆସିଲା l ଘରେ ପହଂଚି ଯୋଉ ଦୃଶ୍ୟ ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା l ବାପା ଙ୍କ ଫଟୋ ରେ ଫୁଲମାଳ.... ମା କପାଳ ଖାଲି ପଡିଛି l ଘର ଲୋନ ନ ଶୁଝିବା ରୁ ଘର ଜିନିଷ ସବୁ ବାହାରେ ପଡିଛି l ମା ଏକ ଚେୟାର ରେ ବସି କାନ୍ଦୁଛନ୍ତି l ହଟାତ ସେ ସୁକୀର୍ତ୍ତି କୁ ଦେଖି ଜୋର ରେ କାନ୍ଦିଲେ ଓ ସବୁ କଥା କହିବା ପରେ ବୃଦ୍ଧା ଶ୍ରମ ଯିବାକୁ ବାହାରିଛି କହିଲେ l ଭାଇ ର ସ୍ୱାର୍ଥ ପରତା ଜାଣି ଖୁବ ରାଗିଲା ଓ କହିଲା

କୋଉ ସଂସ୍କାର ଟା କମ ଦେଲ ଯେ ସେ ଏମିତି ଅମଣିଷ ହୋଇ ପଡିଲା l

ସୁକୀର୍ତ୍ତି ସାଙ୍ଗେ ସାଙ୍ଗେ ଘର ର ଲୋନ ପେମେଣ୍ଟ କଲା ବ୍ୟାଙ୍କ କର୍ମଚାରୀ ତାଙ୍କ ଘର କାଗଜ ପତ୍ର ଓ ଚାବି ଫେରେଇ ଦେଲେ କୁନ୍ତଳା ଦେବୀଙ୍କୁ l

ପରେ ସୁକୀର୍ତ୍ତି ଜୀବନ କାହାଣୀ ସବୁ ମା ଙ୍କୁ କହିଲା l କହିଲା ଆଜି ମୋ କର୍ମ ଓ ତୁମ ସଂସ୍କାର ପାଇଁ ମୁଁ ଭଲ ମଣିଷ ଟେ ହେଇପାରିଛି l ପ୍ରକୃତ ରେ ନିଜର କର୍ମ, ଆଦର୍ଶ, ସଂସ୍କାର ମଣିଷ ର ବ୍ୟକ୍ତିତ୍ୱ କୁ ବିକଶିତ କରିଥାଏ l

ଜୀବନ ରେ ଅର୍ଥ ସବୁକିଛି ନୁହଁ l ବିନା ସଂସ୍କାର ରେ ସେ ଅର୍ଥ କି ଜ୍ଞାନ ର କିଛି ମୂଲ୍ୟ ନାହିଁ l



Rate this content
Log in

Similar oriya story from Tragedy