STORYMIRROR

Devipriya Das

Action Classics Inspirational

3  

Devipriya Das

Action Classics Inspirational

କ୍ରିକେଟ

କ୍ରିକେଟ

1 min
198

ଅନାମ ଗୋଟିଏ ସାଧାରଣ ଘରେ ଜନ୍ମ ଗ୍ରହଣ କରିଥିବା ଗରିବ ପିଲାଟିଏ। ବାପା ପେଶାରେ ଶ୍ରମିକ। ମଜୁରିକୁ ଗଲେ ବାପା ଘରେ ଚୁଲି ଜଳେ ନହେଲେ ଉପାସ। ଅନାମ ଆଉ ତା ସାନ ଭଉଣୀକୁ ସେ ଏତେ କଷ୍ଟରେ ବି ପାଠ ପଢାରୁ କେବେ ବଞ୍ଚିତ କରି ନାହାନ୍ତି। ବାପାମାଆ ପିଲା ଦୁହିଁଙ୍କୁ କେଉଁ ଜିନିଷରୁ କେବେ ହେଳା କରି ନାହାନ୍ତି ଦେବାକୁ ତେଣିକି ସେମାନଙ୍କୁ ଯେତେ କଷ୍ଟ ହେଉ ପଛକେ। ଅନାମ ପାଠ ପଢ଼ାରେ ଯେମିତି ଖେଳ କୁଦରେ ବି ସେମିତି। ସେ ଏବେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି। ହେଲେ ସେ ଚତୁର୍ଥ ଶ୍ରେଣୀରୁ ପଢିଲା ବେଳଠୁ କ୍ରିକେଟ ଖେଳ ପ୍ରତି ଭାରି ଦୁର୍ବଳତା ତାର ଦେଖା ଦେଇଥିଲା। ଏ କଥା ତା ବାପା ମା ଜାଣିଲା ପରେ ପୁଅକୁ ତା ଖେଳ ପ୍ରତି ତାକୁ ଉତ୍ସାହ ଦେବା ସହ ତା ଖେଳରେ ସେ କିପରି ଧ୍ୟାନ ଦେବ ସେଥିପାଇଁ ତାକୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ ତାଙ୍କୁ ଏଥିପାଇଁ ପଛେ ବହୁତ୍ କଷ୍ଟ ସହିବାକୁ ପଡ଼ିଲା।

ଅନାମ ବାପାମାଆଙ୍କ ସହାୟତା ଓ ଆଶିର୍ବାଦ ଓ ନିଜର ଚେଷ୍ଟା ବଳରେ ନିଜ ବିଦ୍ୟାଳୟ କ୍ରିକେଟ ଦଳରେ ସ୍ଥାନ ପାଇଲା। ଅନାମର ଖେଳ ପ୍ରତି ଏତେ ଆଗ୍ରହ ଓ ଉଦ୍ଦୀପନା ଦେଖି ତାର ବିଦ୍ୟାଳୟର ଶିକ୍ଷକ ଓ ସାଙ୍ଗସାଥୀ ସମସ୍ତେ ତାକୁ ସହଯୋଗର ହାତ ବଢାଇଲେ । ଅନାମ ସଚିନ୍ ତେନ୍ଦୁଲକରଙ୍କୁ ତାର କ୍ରିକେଟ ଗୁରୁ ଭାବରେ ପୂଜା କରେ। ଆଜି ଅନାମ ତା ପରିଶ୍ରମ ବଳରେ ଆଉ ତା ବାପାମାଆଙ୍କ ତ୍ୟାଗ ଓ ସହଯୋଗ ଆଉ ତା ଶିକ୍ଷକ ଓ ସାଙ୍ଗସାଥୀ ମାନଙ୍କ ସାହାଯ୍ୟ ପାଇଁ ଆଜି ସେ ରାଜ୍ୟ କ୍ରିକେଟ ଦଳରେ ସ୍ଥାନ ପାଇଛି। ମୋର ସବୁ ବାପା ମା ଙ୍କୁ ଅନୁରୋଧ ପିଲା ମାନଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ତା ଭବିଷ୍ୟତ ବାଛିବା ପାଇଁ ସହଯୋଗ କରନ୍ତୁ। ତାଙ୍କ ଉପରେ ନିଜ ଇଚ୍ଛା ଲଦି ଦିଅନ୍ତୁ ନି ନହେଲେ ସେ ତାଙ୍କ ଜୀବନ ରେ କିଛି କରିପାରିବେ ନାହିଁ।


#ନନଷ୍ଟପ ନଭେମ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action