Devipriya Das

Children Stories Inspirational

2  

Devipriya Das

Children Stories Inspirational

ମଣିଷ ପଣିଆର ଶିକ୍ଷା

ମଣିଷ ପଣିଆର ଶିକ୍ଷା

2 mins
129


 ଚେଲସି ଦେଢ଼ ଵରଷ ଝିଅଟିଏ। ଦେଖି ବାକୁ ଯେମିତି ସୁନ୍ଦର ଓ କିୟୁଟ୍ ତା କଥା ବି ତାର ଭାରି ଗୁଲ୍ ଗୁଲିଆ। ସେ ଭାରି ଜୀବଜନ୍ତୁ ଙ୍କୁ ଭଲ ପାଏ। ସକାଳ ହେଲେ ପ୍ରଥମେ ତା ପାପା ଙ୍କୁ ମୁହଁ ଧୋଇ ଦେବାକୁ କହେ ତାପରେ ସେ ସୂର୍ଯ୍ୟଙ୍କୁ ନମୋନମୋ କରେ। ତାପରେ ଦାନ୍ତ ଘଷି ଗାଧେଇ ଠାକୁରଙ୍କୁ ପ୍ରଣାମ କରି ତା ଜଳଖିଆ ଖାଇ ଯାଇ ତାଙ୍କ ତଳ ଘର ଦାଣ୍ଡ ପିଣ୍ଡା ଚୈକି ରେ ବସି ପାଖ ପଡିଶା ଘର ଥିବା ଗାଈ କୁ ଦେଖେ। କେତେବେଳେ ବିସ୍କୁଟ ତ ଆଉ କେତେବେଳେ ରୁଟି ପୁଣି ଆଉ କେତେବେଳେ ପରିବା ଓ ପରିବା ଚୋପା ସେ ଗାଈ କୁ ଦିଏ। ତାଙ୍କ ର ଗୋଟେ କୁକୁର ମଧ୍ୟ ଅଛି ତା ନାଁ ଚୋଚୋ ଚେଲସି ସେ କୁକୁର କୁ ଭାରି ଭଲ ପାଏ। ଚୋଚୋ କୁ ଭୋକ କଲେ ସେ ତା ଵାସନ ଵାଡେଇବ ଏ ଚେଲସି ବୁଝିଗଲାଣି । ଯେତେବେଳେ ଚୋଚୋ ବାସନ ବାଡେଇ ଵ ସେ ତା ମାମା କୁ ଚିଲେଇ କି ଡାକିବ ମାମା ଚୋଚୋ କୁ ଖାଇବାକୁ ଦେ ତାକୁ ଭୋକ ହେଲାଣି ପା । ଏମିତି କି ସେ ନିଜେ ଯେଉଁ ଖାଦ୍ୟ ଖାଉଥିଵ

 ତାକୁୁ ବିଲେଇ ,ଗାଈ ଓ ଚୋଚୋ କୁ ଦେେଇ ଦିିଏ।

ଯେଉଁ ବିଲେଇ ଟା ସବୁୁୁବେଳେ ତାଙ୍କ ଘରେ ବୁଲେ ସେ ଏବେ ଦୁଇ ଟି ଛୁଆ ଜନ୍ମ ଦେଇଛି। ତେଣୁ ତାକୁ ଭୋକ ହେଉଛି । ତେଣୁ ସେ ଵୋଵେଇ   ଵାରୁ ଚେଲସି ର ପାପା ତାକୁ ପାଞ୍ଚ ଖଣ୍ଡ  ବିିସ୍କୁୁଟ  ଦେଲେ ଖାଇବାକୁ । ଆଉ ତା  

ମାାମା ସହ କଥା ହେଉଛନ୍ତି ଛୁଆ କରିଛି ବୋଲି ତାକୁ

 ବେଶି  ଭୋକ ହେଉଥିଵ। ଏ ସବୁ ଚେଲସି ଦେଖିଲା ଓ

ଶୁୁୁଣିଲା। ଆଜି ସକାଳେ ଯେତେବେଳେ ସେ  ବିଲେଇ

 ଵୋଵେଇ ଲା ଚେଲସି ରୋଷେଇ ଘରକୁ ଯାଇ ବିସ୍କୁଟ

ଡଵା ଖୋଲି ଚାରି ଖଣ୍ଡ ବିସ୍କୁଟ ଆଣି ଦେଇ ତାକୁ

କହୁଛି ଖା। ତା ଜେଜେ ମା ତାକୁ ପଚାରି ଵାରୁ ଚେଲସି

 କହୁଛି ତାକୁ ଭୋକ ହେଲାତ ସେ ଵୋଵେଇଲା ତେଣୁ

 ମୁଁ ତାକୁ ଆଣି ଦେଲି। ଦେଢ଼ ବର୍ଷ ର ଛୋଟ ପିଲା ଟା

ତା ପାପା ଙ୍କୁ ଦେଖି ଏ ଶିକ୍ଷା କଲା। ପିିଲା ମାନେ

ପରିବାର ର ବଡ ମାନଙ୍କ ଠାରୁ ସବୁ କଥା‌ ଶିିିଖି ଥାାନ୍ତି।

ମଣିଷ ପଣିଆ ବ୍ୟବହାର ଦାନ ଓ ଧର୍ମ। ତେଣୁ ପରିବାର

ର ବଡ  ମାନେ ସର୍ବଦା ଭଲ କାମ କରିବା ଉଚିତ୍।

    ଯାହା ଦ୍ଵାରା ତାଙ୍କୁ ଦେଖି ତାଙ୍କ ପିଲା ଶିକ୍ଷା ଲାଭ କରିିିବେ। ଯେମିତି  ଚେଲସି ତା ପାପା ଙ୍କୁ ଦେଖି ମାନବିକତାର ଶିକ୍ଷା ଲାଭ କଲା।


Rate this content
Log in