STORYMIRROR

Devipriya Das

Action Classics Inspirational

2  

Devipriya Das

Action Classics Inspirational

ଅଦୃଶ୍ୟ ଝଡ

ଅଦୃଶ୍ୟ ଝଡ

2 mins
89

ଆକାଶ ସବୁଦିନ ସକାଳ ୫ଟା ରେ ଉଠେ ବିଛଣାରୁ ହେଲେ ଆଜି ସେ ଟିକେ ବିଳମ୍ବରେ ଉଠିଲା । ବୋଧେ କାଲି ବହୁତ୍ ରାତି ଯାଏ ବସି କାମ କରୁଥିଲା ସେଥିପାଇଁ। ହେଲେ ସେ ମୁହଁ ଧୋଇ ସୂର୍ଯ୍ୟ ଙ୍କୁ ପ୍ରଣାମ କରି ଅନୀତା କୁ ଦେଖିବାକୁ ନ ପାଇ କେଉଁଠି ରୋଷେଇ ଘର, ଗାଧୁଆ ଘରେ ଆଉ ଛାତ ଉପରେ ସବୁଆଡେ ଖୋଜିଲା ହେଲେ କେଉଁଠି ବି ପାଇଲାନି। ତା ଫୋନ୍ ବି ବନ୍ଦ ଆସୁଛି। କ'ଣ ହେଲା ଅନୀତା ତାକୁ ନ କହି କୁଆଡେ ଚାଲି ଗଲା ଏ ବସି ଭାବୁଥିଲା। ଏତିକି ବେଳେ ଟେବୁଲ୍ ଉପରେ ଗୋଟିଏ ଚିଠି ଥୁଆ ହୋଇଥିବା ର ସେ ଦେଖିଲା। ଯାଇ ଚିଠି ଖୋଲି ଦେଖେ ତ ଅନୀତା ର ଚିଠି। ସେ ଲେଖିଛି ମୁଁ ତମକୁ ସବୁଦିନ ଛାଡି ଯାଉଛି ସବୁଦିନ ପାଇଁ। ତମେ ମୋତେ ଭଲ ପାଉ ନ କି ମୋର କୈାଣସି ଖୁସି ଦେଖୁନ। ଏହା ପଢି ଆକାଶକୁ ବହୁତ ବାଧିଲା ଯେଉଁ ଝିଅ ମୋତେ ଭଲ ପାଇ ବାହା ହେଇଛି ସେ ଆଜି ମୋତେ କହୁଛି ମୁଁ ତାକୁ ଭଲ ପାଉନି। ଭଲ ପାଉନି ବୋଲି ସେ ଏଥିପାଇଁ କହୁଛି କି ସେ ମୋ ମାଆ ବାପାଙ୍କୁ ଗୋଣ୍ଡେ ରୋଷେଇ କରି ଦେଉଛି ଆଉ ସେମାନଙ୍କ ପାଖରେ ରହିବନି ତାର ମୋର ସେମାନଙ୍କ ଠାରୁ ଅଲଗା ରହିବୁ।


କେମିତି ମୋ ଜନ୍ମ କଲା ବାପାମାଆ ଙ୍କ ଠାରୁ ଦୂରେଇ ରହିବି ?ଏ ବିଷୟକୁ ନେଇ ମୋର ତାର ବହୁତ୍ ଥର କଥା କଟା କଟି ହେଇଛି ହେଲେ ପର ମୂହୁର୍ତ୍ତ ରେ ସେ ଭୁଲ୍ ମାଗେ ଆଉ ସବୁ ସମାଧାନ ହେଇଯାଏ। ହେଲେ ଆଜି ଅନୀତା ସଵୁ ସୀମା ପାର୍ କରିଦେଲା ଆଉ ସେ ଏ ସବୁ କରିଛୁ ତା ମାଆ କଥାରେ ପଡି। ତା ମାଆ ତାକୁ ସବୁବେଳେ ଶିଖେଇଲା ଆଉ ଆଜି ତା ମାଆ ଙ୍କ କଥାରେ ପଡି ସେ ମୋ ସହ ସଂପର୍କ କାଟିବାକୁ ବସିଛି। ଛାଡ଼ପତ୍ର ନୋଟିସ ବି ପଠାଇ ଦେଲା ଆଉ ଆଜି ଆମ ଛାଡ଼ପତ୍ର ର ଶୁଣାଣି। ଅଦୃଶ୍ୟ ଝଡ ପରି ତା ମାଆ ଆମ ସଂପର୍କ ରେ ମୁଣ୍ଡ ପୁରାଇ ଆମ ସଂପର୍କ କୁ ଆଜି ଭାଙ୍ଗି ଛାରଖାର କରିଦେଲେ। ମୋର ସବୁ ବିବାହିତ ଝିଅ ମାନଂକ ମାଆ ମାନଙ୍କୁ ଗୋଟିଏ ଅନୁରୋଧ ଦୟାକରି ଆପଣଙ୍କର ଝିଅ ମାନଂକୁ ତାଙ୍କ ସଂସାର ରେ ବଞ୍ଚିବାକୁ ଛାଡ଼ନ୍ତୁ। ତାଙ୍କ ଘର କଥାରେ ମୁଣ୍ଡ ପୁରାଇ ତାଙ୍କ ଘର ଭାଙ୍ଗନ୍ତୁ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action