STORYMIRROR

Devipriya Das

Tragedy Action Inspirational

3  

Devipriya Das

Tragedy Action Inspirational

ଦୃଢ ମନୋବଳ ଓ ବିଶ୍ବାସ ର ଫଳ

ଦୃଢ ମନୋବଳ ଓ ବିଶ୍ବାସ ର ଫଳ

2 mins
181

ଅନୀତା ଆଜି ତା ପରୀକ୍ଷା ଫଳ ଆସିବ ପାଇଁ ଭାରି ବ୍ୟସ୍ତ ଅଛି। କ'ଣ ହେଇଥିବ ତା ଫଳ? ସେ କୃତକାର୍ଯ୍ୟ ହୋଇଥିବ ତ ଏମିତି କିଛି ଭାବି ଇଶ୍ଵର ଙ୍କୁ ପ୍ରାର୍ଥନା କରୁଥାଏ। ଠିକ୍ ସେତିକି ବେଳେ ଆଶୁତୋଷ ଆସି ଅନୀତା ଅନୀତା କହି ଯୋର୍ ରେ ଚିଲେଇଲା । ଆଶୁତୋଷ ହେଉଛି ଅନୀତା ର ପିଲା ଦିନର ସାଙ୍ଗ। ଅନୀତା ଓ ଆଶୁତୋଷ ଏକା ସାଙ୍ଗରେ ପାଠ ପଢୁଥିଲେ ଗୋଟିଏ ବିଦ୍ୟାଳୟ ରେ। ଦୁହିଁଙ୍କ ଘର ବି ଗୋଟିଏ ଗାଁରେ। ସେ ଦୁଇ ଜଣ ବହୁତ୍ ଭଲ ସାଂଗ। ସେମାନଙ୍କ ବନ୍ଧୁତା ଥିଲା ଭାରି ଗଭୀର। ଜଣେ ଅନ୍ୟ ଜଣେ ପାଇଁ ଜୀବନ ଦେବାକୁ ବି ପଛେଇଵେ ନି। ଆଶୁତୋଷ ର ଜୋରରେ ଚିଲେଇବା ଶୁଣି ଅନୀତା ଘର ବାହାରକୁ ଆସିବା ମାତ୍ରେ ଆଶୁତୋଷ ତାକୁ ଆଲିଙ୍ଗନ କରି କହିଲା କି ଅନୀତା ତୋ ସ୍ଵପ୍ନ ପୂରଣ ହୋଇଛି। ତୋ ପରିଶ୍ରମ ଓ ଅଧ୍ୟବସାୟ ଓ ଦୃଢ ମନୋବଳ ଓ ବିଶ୍ବାସ ଯୋଗୁଁ ତୁ ତୋ ଜୀବନ ର ଲକ୍ଷ୍ୟ ପୂୂୂରା ହୋଇଛି।


ଅନୀତା ତାକୁ ପଚାରିିିଲା କ'ଣ   ହେଇଚି ତ ଆଗ କହ?  ଆଶୁତୋଷ କହିଲା ଆରେ ତୁ ଯେଉଁ ଭାରତ ପ୍ରଶାସନିକ ପରୀକ୍ଷା ଦେଇଥିଲୁ ନା 

 ସେଥିରେ ତୁ ଉତ୍ତୀର୍ଣ୍ଣ ହେଉଛୁ ପୁୁୁଣି ୨୬ ତମ ସ୍ଥାନରେ।ଏ କଥା ଶୁଣି ଆଶୁତୋଷ ଠାରୁ ଅନିତା ଖୁସି ରେ ଆତ୍ମହରା ହୋଇ ଉଠିଲା। ଠାକୁର ଘରକୁ  ଦୌଡିଯାଇ ଠାକୁର ଙ୍କୁ  ବହୁତ୍ ଧନ୍ୟବାଦ୍ ଦେଲା।

ଆଉ ତା  ବାପାମାଆ ଙ୍କ ଫୋଟ ପାଖେ ଠିଆ ହୋଇ କାନ୍ଦି କହିଲା   ବାପାମାଆ ଆଜି ମୁଁ ତମ ସ୍ଵପ୍ନ ପୁରା କରିଛି । ଅନିତା ବାପା ମା ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ସେତେବେଳକୁ ଅନିତା ତା ପି.ଜି ସାରି ଥିଲା। ସେ ବାପା ମା ଙ୍କ ମୃତ୍ୟୁ ରେ ବେସାହାରା

 ହୋଇଥିଲା କିନ୍ତୁ  ତା ବାପା ମା ଙ୍କ ଯେଉଁ ସ୍ବପ୍ନ ଥିଲା

ତାଙ୍କ ଝିଅକୁ ଭାରତ ପ୍ରଶାସନିକ ଅଧିକାରୀ  ରୂପେ

ଦେଖି ବାକୁ ତାହା ଅନିତା ସତ କରିବା ପାଇଁ  ନିଷ୍ପତ୍ତି ନେଲା। ସେଥିପାଇଁ ସେ ତା ଦିନ ରାତି ଏକ କରିିିଦେଲା

ତା ବାପା ମା ଙ୍କ ଶେଷ ଇଛା ପୂରା କରିବାକୁ। ଆଜି ସେ

ତା ନିଷ୍ଠା ଓ କଠୋର ପରିଶ୍ରମ ଓ ଦୃଢ ମନୋବଳ ଓ ବିଶ୍ବାସ ଯୋଗୁଁ ତା ଲକ୍ଷ୍ୟ ହାସଲ କରିପାରିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy