Devipriya Das

Tragedy Inspirational

3  

Devipriya Das

Tragedy Inspirational

ଭୟଙ୍କର ବ୍ୟାଧି

ଭୟଙ୍କର ବ୍ୟାଧି

3 mins
226


ଆଶୁତୋଷ କାନ୍ଦି କାନ୍ଦି ଯାଇ ତା ମାମା ଙ୍କ କୋଠରୀ ରେ ।ଆଉ ଯାଇ ଦେଖିଲା ମାଆ ବସି କାନ୍ଦୁଛନ୍ତି ସେ ଏ ଦେଖି ନିଜକୁ ବହୁତ୍ ଘୃଣା କଲା । ଆଉ ତା ମାଆ ପାଦ ତଳେ ପଡି କହିଲା ମାମା ମୋର ଭୁଲ୍ ହୋଇ ଯାଇଛି। ମୋତେ କ୍ଷମା କରିଦେ ମାମା । ମୁଁ ଆଉ ସେ ଭୁଲ୍ କରିବିନି ଦୟାକରି ମୋତେ କ୍ଷମା କରିଦେ। ହେଲେ ମାମା କିଛି କହିଲେ ନାହିଁ। ମାମା ଙ୍କ ନିରବତା ଦେଖି ଆଶୁତୋଷ ଜୋର୍ ରେ କାନ୍ଦିବାକୁ ଲାଗିଲା ତା ପୂର୍ବ କଥା ମନେ ପକେଇ।


ଆଶୁତୋଷ ଜଣେ ମେଧାବୀ ଛାତ୍ର ଥିଲା। ବାପାମାଆ ଙ୍କ ର ବହୁତ ପ୍ରିୟ ଥିଲା କାହିଁ ବି ହବନି? ସେ ତା ବାପାମାଆ ଙ୍କ ର ଗୋଟେ ପୁଅ ଆଉ ସେ ସ୍ବଭାବ ରେ ବହୁତ୍ ସରଳ ଆଉ ମିଷ୍ଟଭାଷୀ ଥିଲା। ତାର ଏମିତି ସ୍ବଭାବ ପାଇଁ ସେ ତା ପଡୋଶୀ ଆଉ ବିଦ୍ୟାଳୟ ରେ ସମସ୍ତଙ୍କ ର ଭାରି ପ୍ରିୟ ଥିଲା। ଆଉ ସେ ଦଶମ ପରୀକ୍ଷା ରେ ୯୦% ରଖି ଉତ୍ତୀର୍ଣ୍ଣ ହେଲା। ତେଣୁ ସେ ଭୁବନେଶ୍ଵର ର ଏକ ଭଲ କଲେଜ ରେ ତାକୁ ନାମଲେଖା ପାଇଁ ସୁଯୋଗ ବି ମିଳିଗଲା। ତେଣୁ ସେ ହଷ୍ଟେଲରେ ଆସି ରହିଲା ତ ବାପାମାଆ ଙ୍କ ଠାରୁ ଦୂରେଇ। ଏମିତି କିଛି ଦିନ ଗଲା ତାର କିଛି ଖଳ ପ୍ରକୃତି ପିଲାଙ୍କ ସହ ସାକ୍ଷାତ ହେଲା। ଯେଉଁ ମାନେ ନିଶାଦ୍ରବ୍ୟ ବ୍ୟବହାର କରୁଥିଲେ। ଆଉ ଆଶୁତୋଷ ସେମାନଙ୍କ ସହ ପଡ଼ି ଏ ସବୁର ଆଡିକ୍ଟେଡ୍ ହୋଇଗଲା।


ଏ କଥା ଯେତେବେଳେ ତା ଅଧ୍ୟକ୍ଷ ତା ବାପା ମା ଙ୍କୁ ଜଣେଇବେ। ତା ବାପାମାଆ ତାକୁ ଆସି କଲେଜ ରୁ ଘରକୁ ନେଇ ଗଲେ। ଆଶୁତୋଷ ଯାଉ ନଥିଲା। ହେଲେ ତା ବାପା ମା ତାକୁ ଯବରଦସ୍ତି ନେଇଗଲେ। ସେ ଘରକୁ ଯାଇ ଖୁସି ହୋଇ ପାରୁନଥିଲା। କାରଣ ସେ ଏତେ ନିଶାଦ୍ରବ୍ୟ ନେବାରେ ପ୍ରିୟ ଥିଲା ଯେ ସେ ତା ବାପାମାଆ ଙ୍କ ଭଲପାଇବା କୁ ବି ଭୁଲିଗଲା। ଦିନେ ସେ ପାଗଳ ପ୍ରାୟ ହେଇଗଲା ଆଉ ତା ହିତାହିତ ଜ୍ଞାନ ଭୁଲି ଗଲା। ସେତିକି ବେଳେ ତା ବାପା ମା ଆସିଲେ । ତାକୁ ଅଟକେଇଲା ବେଳକୁ ସେ ପାଗଳ ପ୍ରାୟ ହୋଇଯାଇଥିଲା । ତା ବାପା ତାକୁ ଧରିଲା ବେଳେ କୁ ସେ ଗୋଟେ ଧକ୍କା ତାଙ୍କୁ ମାରିଲା ଯାହା ଦ୍ଵାରା ତା ବାପାଙ୍କ ମୁଣ୍ଡ ଗୋଟେ ଲୁହା ଖୁଣ୍ଟିରେ ବାଜିଲା।ଆଉ ସେ ସେଠି ଟଳି ପଡିଲେ। ତା ମାଆ ଯାଇ ଦେଖିଲା ବେଳକୁ ତା ବାପା ଆଉ ନାହାନ୍ତି। ତା ମାଆ ଚିତ୍କାର କରି କାନ୍ଦି ବାକୁ ଲାଗିଲେ। କିଛି ସମୟ ପରେ ଆଶୁତୋଷ ତା ପୂର୍ବ ଅବସ୍ଥାକୁ ଆସିଲା । ଆଉ ସେ ଦେଖିଲା ତା ବାପା ମରିକି ପଡିଛନ୍ତି। ସେ ତାଙ୍କ ପାଖକୁ ଗଲା ବେଳକୁ ତା ମାଆ କହିଲେ ତୁ ଖୁନି ମୋ ସ୍ବାମୀ ଦେହକୁ ଛୁଇଁବୁନି।


ସବୁ କାମ ସରିଗଲା । ତା ମାଆ ଏବେବି ବହୁତ କାନ୍ଦୁଛନ୍ତି ଆଉ ତାକୁ କ୍ଷମା କରିନାହାନ୍ତି। ଏତିକି ବେଳେ ଆଶୁତୋଷ ର ମାଆ ତାକୁ ଠେଲିଦେଲେ ଆଉ ହଠାତ୍ ସେ ତା ସପନ ରୁ ଆସିଲା। ମାଆ ତାକୁ ଠେଲି ଅନ୍ୟ କୋଠରୀ କୁ ଯାଉଥିଲେ। ସେତିକି ବେଳକୁ ସେ ତା ମାଆ ଙ୍କ ଗୋଡ଼କୁ ଧରି ଜୋରରେ କାନ୍ଦିବାକୁ ଲାଗିଲା ଆଉ ଚଟାଣ ରେ ଜୋର୍ ଜୋର୍ କରି ପିଟିବାକୁ ଲାଗିଲା। ଏହା ଦେଖି ତା ମାଆ ଭାବିଲେ ତା ପୁଅ ର କ'ଣ ବା ଭୁଲ୍? ସେ ତ କିଛି କୁ ସାଙ୍ଗ ମାନଙ୍କ ସହିତ ମିଶି ଏ ସବୁ କରିଦେଇଛି। ସ୍ବାମୀ କୁ ହରେଇଛି ଏ ଭୟାଙ୍କର ନିଶାଦ୍ରବ୍ୟ ର ବ୍ୟାଧି ପାଇଁ ଆଉ ଏବେ ପୁଅ କୁ ଯଦି ହରେଇ ଦେବି ମୋ ସଂସାର ଭାସିଯିବ। ତେଣୁ ସେ ତାଙ୍କ ପୁଅ କୁ ଚଟାଣ ରୁ ଉଠାଇ କହିଲେ । ବାବା ରେ ଏ ଭୟାଙ୍କର ନିଶାଦ୍ରବ୍ୟ ପାଇଁ ଆଜି ତୁ ତୋ ବାପାକୁ ହରେଇ ଲୁ ଆଉ ମୁଁ ମୋ ସ୍ବାମୀଙ୍କୁ। ତୁ ମୋତେ କଥା ଦେ ମୋ ରାଣ ଖାଇ ତୁ ଏ ଭୟଙ୍କର ବ୍ୟାଧି ରୁ ଦୂରରେ ରହିବୁ। ଆଉ ଆଶୁତୋଷ ତା ମାଆ ଙ୍କୁ କଥା ଦେଲା ସେ ନିଶାଦ୍ରବ୍ୟ ଠାରୁ ଦୂରରେ ରହିଵ। ଏବେ ଆଶୁତୋଷ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ଲୋକଙ୍କୁ ଚେଷ୍ଟା କରୁଛି ବୁଝେଇବା କୁ ନିଶାଦ୍ରବ୍ୟ ରୁ ଦୂରରେ ରହିବାକୁ ଆଉ ନିଜ ସୁଖ ର ସଂସାର କୁ ନିଜ ହାତରେ ନଷ୍ଟ ନ କରିବା ପାଇଁ। ଆଉ ସେ ନିଶାନିଵାରଣ ପାଇଁ ଏକ ସଂସ୍ଥା ସ୍ଥାପନ କରି ଏ ବିଷୟରେ ସଚେତନତା ସୃଷ୍ଟି କରୁଛି।


Rate this content
Log in

Similar oriya story from Tragedy