STORYMIRROR

Gayatri Singh

Comedy

3  

Gayatri Singh

Comedy

କପେ ଚା'

କପେ ଚା'

1 min
182


ଦାଶ୍ ବାବୁ ଚାହା କପଟା ଓଠକୁ ନେଇ ସ୍ମିତ ହାସ୍ୟ କରି କହିଲେ ଚା ଭଲ ନୁହେଁ ମାଆ ବହୁତ ଭଲ ହେଇଛି । ନୂଆ ବୋହୁ ହାତରୁ ସକାଳର ପ୍ରଥମ ଚାହା । ବୋହୁ ଡରି ଡରି କରିଛି । ତା ହାତ ତିଆରି ଚାହା ସମସ୍ତଙ୍କୁ କେମିତି ଲାଗିବ ଦ୍ଵନ୍ଦରେ ମୁହଁଟା ଗମ୍ଭୀର କରି ରଖିଥିଲା । ଭଲ ହେଇଛି ଶୁଣିବା ପରେ ମୁହଁରେ ହସ ଟିକେ ଦେଖିବାକୁ ମିଳିଲା। ଚାକିରୀରୁ ଅବସର ପରେ ଦାଶ୍ ବାବୁଙ୍କ ସାଙ୍ଗ ରାୟ ବାବୁ ଘରକୁ ପ୍ରାୟତଃ ଆସନ୍ତି । ସକାଳ ସଞ୍ଜରେ ଚାର ଆସର ହୁଏ। ହେଲେ ବୋହୁ ଆସିବାପରେ ଏବେ ରାୟ ବାବୁଙ୍କ, ଦାଶ୍ ବାବୁଙ୍କ ଘରକୁ ଯିବା ଆସିବା ମାତ୍ରା ବଢ଼ିଗଲାଣି । ତା ସହିତ ଚାହା ପିଇବାର ମାତ୍ରା ବି ବଢ଼ିଗଲାଣି । ଏବେ ରାୟ ବାବୁଙ୍କ ଉପସ୍ଥିତି ଆଉ ଦାଶ୍ ବାବୁଙ୍କୁ ଭଲ ଲାଗୁନି । ଆଭଏଡ଼ କରିବା ଉଦ୍ଦେଶ୍ୟରେ ଏବେ ଦାଶ୍ ବାବୁ ରାୟ ବାବୁଙ୍କ ଆସିବାର ଯଥେଷ୍ଟ ପୂର୍ବରୁ ମର୍ଣ୍ଣିୱାକ ଓ ଇଭିନିଙ୍ଗ ୱାକରେ ବାହାରି ଯାଉଛନ୍ତି। ବାଟରେ ଦେଖାହେଲେ କହୁଛନ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଚାହା ଛାଡ଼ିଦେଇଛିି | 



Rate this content
Log in

Similar oriya story from Comedy