Birendra Sahu

Romance

3  

Birendra Sahu

Romance

କୋଇଲି କଣ୍ଠରେ

କୋଇଲି କଣ୍ଠରେ

1 min
134


ମନଟିଏ ମୋର ପବନେ ଉଡୁଛି

ଫଗୁଣ ଫେରିଛି ବୋଲି ।

କୋଇଲି କଣ୍ଠରେ ମୋ ଭାଷା ବୁଝିଛି

ନାଲି ଅବିର ଆଣିଛି ।

ଆଶାର ବଉଳ ଚହଟି ବାସୁଛି

ମନ ଉପବନ ହସୁଛି ।

ମୋ ନିଜ ଠାରୁ ନିଜର ଲାଗୁଛି

ପର ଦେଶିଆ ମୋ ଫେରୁଛି ।

ଗୁଣୁ ଗୁଣୁ ସ୍ଵରେ ମଳୟ ବହୁଛି

ଉପସ୍ଥିତି ତାର ଖୋଜୁଛି।

ପଲାଶ ବନେରେ ବଇଶିର ସ୍ବର

ଆନ ମନା କାହିଁ କରୁଛି ।।



Rate this content
Log in

Similar oriya story from Romance