STORYMIRROR

Birendra Sahu

Classics

3  

Birendra Sahu

Classics

କୋଇଲି କଣ୍ଠର

କୋଇଲି କଣ୍ଠର

1 min
200

ମନ ଟି ମୋର ପବନେ ଉଡୁଛି

       ଫଗୁଣ ଫେରିଛି ବୋଲି

କୋଇଲିର କଣ୍ଠେ ଭାଷା ବୁଝିଛି

        ନାଲି ଅବିର ଆଣିଛି ।


ଆଶାର ବଉଳ ହଟି ବାସୁଛି 

        ମନ ଉପବନ ହସୁଛି

ମୋ ନିଜ ଠାରୁ ନିଜର ଲାଗୁଛି

         ପରଦେଶୀଆ ଫେରୁଛି ।


ଗୁଣୁ ଗୁଣୁ ସ୍ଵରେ ମଳୟ ଗାଉଛି

         ତାସ୍ନାନିଧ୍ୟ ଖୋଜୁଛି

ପଲାଶ ବନରେ ବଇଁଶୀ ସ୍ଵରରେ

         ଆନମନା ସେ କରୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics