STORYMIRROR

Susamamanjari Mishra

Drama Tragedy

3  

Susamamanjari Mishra

Drama Tragedy

କନ୍ୟାରତ୍ନ

କନ୍ୟାରତ୍ନ

3 mins
279


ମାଳତୀଦେବୀ ଆଜି ସକାଳୁ ସକାଳୁ ଖୁବ ଜୋରରେ ପାଟି କରୁଥାନ୍ତି ସାନ ବୋହୁ ଉପରେ ... ୟେ ତ ନିତି ଦିନିଆଁ କଥା ; ବଡ଼ ପୁଅ-ବୋହୁଙ୍କର ଦୁଇ ପୁଅ, ମାଳତୀ ଦେବୀଙ୍କ ଖୁବ ଗେଲ୍ହା | 

ସ୍ୱାମୀ ନରେଶ ବାବୁ 2ବର୍ଷ ହେବ ଆରପାରିକୁ ଚାଲିଗଲେଣି... ଦୁଇ ନାତି ସହିତ ମାଳତୀଦେବୀଙ୍କ ସମୟ ଯାଏ, ବଡ଼ ବୋହୁର କୌଣସି ଦୋଷ ତ୍ରୁଟି ଆଉ ମାଳତୀ ଦେବୀଙ୍କୁ ଦେଖାଯାଉନି | ବଡ଼ ପୁଅ ରବିର ଲୁଗା ଦୋକାନଟିଏ ତେବେ ଚଳିବାରେ କିଛି ଅସୁବିଧା ନ ଥାଏ, ସାନ ଅଭିର ପାଟି ଘରେ କେବେ ଶୁଭେନି..... କାରଣ କୋଠରୀର ଚାରିକାନ୍ଥ ମଧ୍ୟରେ ଦିନ ବିତେ, ରାଜମିସ୍ତ୍ରୀ ଭାବେ କାମ କରୁଥିଲା ଅଭି, ଏକ ଦୁର୍ଘଟଣାରେ ଗୋଡ଼ଟିଏ ହରାଇ ଦେଇଛି, ତେଣୁ ସାନ ବୋହୁର ଦୁଃଖ କହିଲେ ନ ସରେ, କୋଳରେ ଶିଶୁକନ୍ୟାଟିଏ, ଶାଶୁ କେବେ ମଧ୍ୟ ନାତୁଣୀକୁ କୋଳକୁ ନେଇ ନାହାନ୍ତି, ତାଙ୍କର ଧାରଣା..... କନ୍ୟାଟି ଯେବେଠୁଁ ଗର୍ଭରେ ରହିଲା ସେବେଠୁ ସ୍ୱାମୀ ନରେଶବାବୁ ଚାଲିଗଲେ... ପରେ ପରେ ସାନପୁଅ ଅଭିର ଏ ଅବସ୍ଥା, ଏହି ଅବସ୍ଥା ପାଇଁ କେବଳ ଏହି କନ୍ୟାଟି ଦାୟୀ | ଏଭଳି ଏକ ଅନ୍ଧବିଶ୍ୱାସକୁ କେନ୍ଦ୍ରକରି ପ୍ରତିଦିନ ସାନବୋହୁ ଅନେକ ଦୁଃଖ ଯନ୍ତ୍ରଣାରେ ଘାରି ହେଉଥିଲା | ସାନବୋହୁ ଚିନ୍ତାକରେ..... " ମାଆ ହିଁ ତ ଜଣେ କାହାର ଝିଅ, କାହାର ସ୍ତ୍ରୀ, କାହାର ମାଆ, କାହାର ଜେଜେମାଆ,,, ତଥାପି କନ୍ୟାକୁ ନେଇ ଏମିତି ମାନସିକତା କେମିତି ବଦଳୁ ନାହିଁ ; କନ୍ୟାଟିଏ ଥିଲେ ପ୍ରତ୍ୟକ ପର୍ବ ପର୍ବାଣୀରେ ଘର ପୁରି ଉଠେ, ଘରେ କନ୍ୟାଟି ଥିଲାବେଳେ ବନ୍ଧୁ ବାନ୍ଧବଙ୍କ ଭିଡ଼, ପୁଣି ବାହାହୋଇ ଶାଶୁ ଘରକୁ ଗଲେ ସେଠି ମଧ୍ୟ୍ୟ ବନ୍ଧୁ ବାନ୍ଧବଙ୍କ ଆସର ଜମିଯାଏ ଏବଂ ସେହି ଘରଟିକୁ ପରିଷ୍କାର ପରିଚ୍ଛନ୍ନ କରି ସ୍ୱର୍ଗରେ ପରିଣତ କରିଦେଇଥାଏ, ଘରେ ପିଠା ପଣା ତିଆରି କରି ସଭିଙ୍କ ମନକୁ ମୋହିନେଇଥାଏ ; କନ୍ୟାଟି ନଥିଲେ ଘର ନର୍କପରି ମନେ ହୁଏ, |"

ହେଲେ ଏଇ କଥା ସାନବୋହୁ.... ଶାଶୁ ମାଳତୀଦେବୀଙ୍କୁ କହିପାରେନି , କଥାରେ ଅଛି ବଡ଼ ଲୋକଙ୍କୁ ଉତ୍ତର ନାହିଁ, |


ସମୟ ଗଡି ଚାଲିଲା........ 

ସମୟର ଗତି କେଉଁଆଡକୁ ନେବ କେହି ଜାଣି ନ ଥାନ୍ତି, ପିଲାମାନେ ବଡ଼ ହୋଇଗଲେ, ମାଳତୀଦେବୀଙ୍କ ବଡ଼ପୁଅ ରବିର ପିଲାଙ୍କୁ ମାଳତୀଦେବୀ ଏତେ ଗେହ୍ଲା କରିଦେଇଥିଲେ ଯେ ସେମାନେ ପାଠ ନ ପଢି ଆଜି ସଂସ୍କାରହୀନ ହୋଇଯାଇଛନ୍ତି, ଜଣେ କମ୍ପାନୀରୁ ଚୋରି କେସରେ ତଡା ଖାଇ ଗାଁରେ ବୁଲୁଚି, ଆଉ ଜଣଙ୍କର କୋର୍ଟରେ କେସ ଚାଲିଛି... କାହାଠାରୁ ଠକେଇ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଦେଇଛି, .... 

ପୁଅ ଜନ୍ମହେଲା ବୋଲି ମାଳତୀଦେବୀ କେତେ କଣ ଆଶା କରିଥିଲେ ହେଲେ ଏମିତି ପରିଣାମ ହେବ କିଏ ଜାଣିଥିଲା????  


ହେଲେ ସାନପୁଅ-ବୋହୁର ଝିଅ "ସରସ୍ବତୀ"ଆଜି ଆଉ କେବଳ ଗାଁର "ସର" ହେଇ ନାହିଁ, ସେ ଆଜି ସରସ୍ବତୀ -- IPS. ମାଆ" ଟିର ଗୋଡ଼ ଆଉ ତଳେ ଲାଗୁନି, ଆଜି ଝିଅ ଚାକିରୀ ପାଇଲା, "ସର ଘରକୁ ଫେରୁ.. ପ୍ରଥମ ମିଠା ତା ଜେଜେମାକୁ ଦେବ, କେବେ ତ ସ୍ନେହରେ କୋଳକୁ ନେଇ ନାହାନ୍ତି.... ସ୍ନେହରେ ମିଠା କଥା ପଦେ କହିନାହାନ୍ତି, ହେଲେ ଆଜି ନାତୁଣୀ ନିଜେ ଯାଇ ମିଠା ଖୁଆଇବ, " |

ସନ୍ଧ୍ୟାରେ ଘରକୁ ଫେରିଲା ସରସ୍ୱତୀ..... ହାତରେ ମିଠା..... ଜେଜେମାକୁ ଡାକ ପକାଇଲା.. ବହୁତ ଖୋଜିଲା... କିଛି ଉତ୍ତର ପାଇଲାନି, ଠାକୁର ଘରକୋଠରୀରୁ କିଛି ଗୁଣୁଗୁଣୁ ଶବ୍ଦ ଶୁଭିଲା, ସରସ୍ବତୀ ଭାବିଲା ଏଇଠି ଜେଜେମା ବୋଧହୁଏ ଥିବେ, ପାଖକୁ ଯାଇ ଦେଖିଲା... ଜେଜେମାଙ୍କ ଆଖିରୁ ଅଶ୍ରୁର ଧାର ଛୁଟିଛି......ଅନୁତାପର ଲୁହ ଯେବେ ଅନ୍ତରରୁ ଗଡିଆସେ ସେତେବେଳେ କୌଣସି ରୋକ ତାକୁ ରୋକି ପାରେନି | 

ଶାନ୍ତ ନମ୍ର କଣ୍ଠରେ କହିଲା ସରସ୍ବତୀ.. "ଜେଜେମା, ତମେ ଏଠି କଣ କରୁଚ? ମୁଁ ବହୁତ ଖୋଜି ସାରିଲିଣି, ତମେ ଜାଣିଛ ଜେଜେମା.. ପ୍ରତି ମୁହୂର୍ତ୍ତରେ ତମେ ହିଁ ମୋର ପ୍ରେରଣା ଥିଲ, ମୁଁ ପାଠ ପଢି ଦିନେ ଚାକିରୀ କରିବି ଏକଥା ମୁଁ ମନେ ମନେ ସଂକଳ୍ପ କରିନେଇଥିଲି, ମନରେ ଏକ ଜିଦ୍ଦି ଆସୁଥିଲା | ସେଥିପାଇଁ ଜେଜେମା ଏ ମିଠା ଉପରେ ପ୍ରଥମେ ତୁମର ଅଧିକାର ଅଛି,  

ଏତିକି କଥା ନ ସରୁଣୁ ଜେଜେମାର ଦୁଇ ହାତ ସ୍ନେହର ଆଲିଙ୍ଗନ ପାଇଁ ସରସ୍ବତୀ ଆଡକୁ ଆଗେଇ ଆସିଲା, ଜେଜେମା ଆଉ ନାତୁଣୀଙ୍କର ଲୁହର ଆସର ଜମିଗଲା | ଏ ଲୁହ ଅନେକ ଦିନର ଜମିଯାଇଥିବା ଅକୁହା କଥା |

ଆଖି ବୁଲାଇ ମାଳତୀଦେବୀ ଦେଖିଲେ ସାନବୋହୁ ସବୁ ଶୁଣୁଛି, ବୋହୁକୁ ସ୍ନେହରେ ଆଉଜାଇ ଆଣିଲେ...... କିଛି ସମୟ ପରେ ସାରା ପରିବାର ରୁଣ୍ଡ ହୋଇଗଲେ.... ଖୁସିର ମାହୋଲଟିଏ ସୃଷ୍ଟି ହୋଇଗଲା.... ||


ଆଜିକା ସମୟରେ ପୁଅଟି ଯାହା କରିପାରେନି ତାହା ଝିଅଟି ସମ୍ଭବ କରି ଦେଖାଏ | 

ଭାଗ୍ୟରେ ଥିଲେ କନ୍ୟାପରି ରତ୍ନଟିଏ ମିଳେ.." କଥାରେ ଅଛି.. ଭୂମି, ଗୋରୁ, କନ୍ୟା.. ଏସବୁ ଭାଗ୍ୟରେ ଥିଲେ ମିଳେ, " ।


Rate this content
Log in

Similar oriya story from Drama