Susamamanjari Mishra

Others

3  

Susamamanjari Mishra

Others

ତିନି କଳିହୁଡ଼ି ବୋହୁ

ତିନି କଳିହୁଡ଼ି ବୋହୁ

4 mins
265



ଅନିତାଦେବୀ ଆଜି ଖୁବ ଚଳ ଚଞ୍ଚଳ..... ସକାଳୁ ଏଯାଏଁ କାମରେ ବ୍ୟସ୍ତ ଦିନ ଗୋଟାଏ ହେଲାଣି, ପାଟିକୁ ଦାନା ବି ଦେଇନାହାନ୍ତି |

ଘରେ ଘୋ ଘା ଗହଳି ଲାଗିଛି.... ଆଜି ପୁଣି ସାନ ନାତିର ଏକଉସିଆ | ସ୍ୱାମୀ ପଞ୍ଚବର୍ଷ ହେଲା ହୃଦଘାତରେ ଆରପାରିକୁ ଚାଲିଗଲେଣି | ସେହି ଦିନ ଠାରୁ ଅନିତା ଦେବୀ ଙ୍କ ଦୁଃଖ କହିଲେ ନ ସରେ ; ସ୍ୱାମୀଙ୍କ କମ୍ପାନୀକୁ ଏଇ ତିନି ପୁଅ ହିଁ ଚଳାଉଛନ୍ତି | ନା....... ଅନିତାଦେବୀ ତାଙ୍କ ରଚିଥିବା ପରିବାରକୁ ଖଣ୍ଡ ଖଣ୍ଡ ହେବାକୁ ଦେଇନାହାନ୍ତି ; ସମସ୍ତେ ଏକାଠି ଅଛନ୍ତି, ସେଥିପାଇଁ ତାଙ୍କୁ ଯେତେ ଦୁଃଖ ଯନ୍ତ୍ରଣା ସହିବାକୁ ପଡ଼ୁ ପଛେ, | ତିନି ବୋହୁଙ୍କ ବାଦ ବିବାଦରେ ଏମିତି ପେଶୀ ହୋଇଯାଇଥିଲେ ଯେ ଅନିତାଦେବୀ.... ବେଳେବେଳେ କାନ୍ଥରେ ଝୁଲୁଥିବା ସ୍ୱାମୀଙ୍କ ଫୋଟୋକୁ ଏକଧ୍ୟାନରେ ଚାହିଁ ଲୁହ ପରେ ଲୁହ ଗଡ଼ାଇଥାନ୍ତି |


ସତରେ କଣ ନାରୀର ଜୀବନ ଏମିତି?? ଜନ୍ମରୁ ପିତାମାତାଙ୍କ ଭାଇଙ୍କ ଅଧୀନରେ.... ତାପରେ ସ୍ୱାମୀଙ୍କ ଅଧୀନରେ.... ତାପରେ ପୁଅ ବୋହୁଙ୍କ ଅଧୀନରେ ଆଉ ଜୀବନର ସୂର୍ଯ୍ୟାସ୍ତରେ ନାତି ନାତୁଣୀଙ୍କ ଅଧୀନରେ..... 

ଘରଟିକୁ ଶୃଙ୍ଖଳାରେ ବାନ୍ଧି ରଖିବାକୁ ଯାଇ...... ତିନୋଟି ବୋହୁଙ୍କ ଶାଶୁ ହୋଇ ମଧ୍ୟ ସେବା ପାଇବା ତ ଦୂରର କଥା, ହେଲେ ରୋଷେଇ ଘରୁ ମୋତେ ମୁକ୍ତି ମିଳିନି | ସେଥିରେ ପୁଣି ପୁଅ ବୋହୁ ଆଉ ନାତି ମାନଙ୍କର ଅନେକ ବରାଦି | ମୋ ଖାଇବା କଥା ପଚାରେ କିଏ???  


ଆଜି ମଧ୍ୟ ଏତେ ବଡ଼ ଦିନଟିଏ...... ମୁହୂର୍ତ୍ତଟିଏ ମଧ୍ୟ ଫୁରସତ ନାହିଁ, ବୋହୁ ମାନେ ବନ୍ଧୁ ବାନ୍ଧବଙ୍କ ଗହଣରେ...... ବିଭିନ୍ନ ଫୋଟୋ ଉଠାଇବାରେ ବ୍ୟସ୍ତ ; ବଡ଼ ବହୁର ଚିକ୍କଣ କଥାରେ କେବଳ ଆକ୍ଷେପ ମୂଳକ କଥା ହିଁ ଶୁଣି ଥାନ୍ତି ଶାଶୁ ଅନିତାଦେବୀ ;| କେତେ ସହିବେ?? ମଝିଆ ବହୁ ବଡ଼ ଘରର ଝିଅ ନିଜେ ପାଣି ଗ୍ଲାସଟେ ମଧ୍ୟ ଆଜିଯାଏଁ ଉଠାଇନି, ସକାଳୁ ଉଠିଲା ବେଳକୁ ତା ପାଇଁ ଚାଏ ପ୍ରସ୍ତୁତ, ଯଦି ଟିକେ ଡେରି ହୋଇଯାଇଥିବ ସେ ଦିନ ସାରା ଆଉ କାହାରି ନିସ୍ତାର ନାହିଁ, 

ଆଉ ସାନ ବୋହୁ ମୁହଁରେ ବାଡ଼ବତା ନାହିଁ,....ଇଞ୍ଜିନିରିଂ ଝିଅ... ବେଶୀ ପାଠ ନୁହେଁ ମ... ଡିପ୍ଲୋମା ପାସ, ସେଥିରେ ଗର୍ବରେ ସୀମା ନାହିଁ | କେମିତି ଏମାନଙ୍କ ପାଖରେ ଦିନ ଯିବ ସେହିକଥାରେ ଘାରି ହୁଅନ୍ତି ଶାଶୁ... "ଏ ତିନି ମୂର୍ତ୍ତିଙ୍କ ଠାରୁ କିଛି ମଧ୍ୟ ସାହାର୍ଯ୍ୟ ଆଶା କରିବା ବୋକାମୀ, ଏମିତି ମଧ୍ୟ ଏକୁଟିଆ ଏକଉସିଆ କାମଟା ଉଠାଇଦେବି "..|

ଏତିକି ବେଳେ ଦୁଆର ମୁହଁରୁ ନାନୀ ବୋଲି କିଏ ଜୋରରେ ଡାକ ଛାଡିଲା.... ଦୁଆର ଆଡେ ଟିକେ ଆଖି ବୁଲାଇ ଆଣିଲେ ଅନିତାଦେବୀ... ""ଆରେ ଏ ତ ମୋ ପୁତୁରା ଅଜୁ..... କିରେ ଏତେ ଦିନ ପରେ ମୋ କଥା ମନେ ପଡିଲା, କେତେ ଡେଙ୍ଗା ହୋଇଯାଇଛୁ ରେ.. ତୋ ପିଉସା ଯିବା ଦିନଠୁଁ ତୁ ଆଉ ଏ ଘର ମାଟି ମାଡିନୁ, କେମିତି ଅଛି ଟିକେ ଖବର ବି ନେଇନୁ, ତୋ ଉପରେ ଯେତିକି ନ ରାଗିଛି... ରାଗିଛି ତୋ ମା ବାପାଙ୍କ ଉପରେ.... " ଏତିକି କହୁ କହୁ ଛାତି ଭିତରୁ ବିଦୀର୍ଣ୍ଣ ଦୁଃଖ କୋହକୁ ଆଉ ରୋକି ପାରିଲେନି ଅନିତାଦେବୀ.. ନିଜର କାହାକୁ ଦେଖିଦେଲେ ସବୁ ଦୁଃଖକୁ ସେଇଠି ସମାଧି ଦେଇ ଦେବାକୁ ଇଛାହୁଏ..,ନିଜ ପଣତରେ ଲୁହ ପୋଛୁ ପୋଛୁ  କହିଲେ "ହଉ ହଉ କଣ ଦିଟା ଖାଇ ନେଲୁ !! ଆଜିତ କାମର କଥା.... ପରେ ପିଉସୀ ପୁତୁରା ଖୁବ ଗପିବା "|| 

ସାରାଦିନ ବ୍ୟସ୍ତରେ କଟିଲା.... 

ତା ପର ଦିନ ପୁତୁରା ଅଜୁ ଖୁବ ଜିଦଧରିଲା ଅନିତା ଦେବୀଙ୍କୁ ସାଙ୍ଗରେ ନେଇଯିବାକୁ.. ଅନେକ ଦିନ ହେବ ଯାଇ ନାହାନ୍ତି ଯେ.. 

ବାପଘରକୁ ଯିବାକୁ କାହାର ବା ଇଛା ନ ଥାଏ !! ହେଲେ ଅନେକ ଦିନ ହେବ କାର୍ଯ୍ୟ ବ୍ୟସ୍ତତାରେ ଯାଇ ନାହାନ୍ତି ସେ, କେମିତି ବା ଯାଇଥାନ୍ତେ..... ଘର ଚଳିବ କେମିତି??? 

ନା ନାନୀ ତୁମକୁ ମୋ ସହ ଯିବାକୁ ହେବ, ବାପା ମା ବହୁତ କରିକହିଛନ୍ତି, ତା ଛଡା ବାପାଙ୍କ ଦେହ ଭଲ ରହୁନି,, ତମକୁ ଦେଖା କରିବେ ବୋଲି ଇଛାକରିଛନ୍ତି " ଅଜୁର କଥାକୁ କାଟି ପାରିଲେନି ଅନିତାଦେବୀ... ଆଜି ହିଁ ବାହାରି ପଡିଲେ ବାପଘର ଅଭିମୁଖେ |


ପହଂଚିଲେ ନିଜ ଜନ୍ମ ମାଟିକୁ.... ଗାଁର ପାଣି ପବନରେ ପ୍ରଫୁଲ୍ଲିତ ହୋଇଯାଉଥିଲେ ଅନିତାଦେବୀ, ଗଛଲତା ନଈ ବନ୍ଧ ଯେମିତି ସ୍ୱାଗତ କରୁଥିଲା ତାଙ୍କୁ, ଗାଁ ର ନଈ ବାଲିରେ ସନ୍ଧ୍ୟାର ଉପଭୋଗ କରୁଥିବା ସମୟରେ ଭାବୁଥାନ୍ତି.... 

"ଥାଉ... ଅନେକ ଦାୟୀତ୍ବ ନେଲି... ଏବେ ସେମାନଙ୍କ ଘର ସେମାନେ ସମ୍ଭାଳନ୍ତୁ, ମୁଁ କଣ ସବୁ ଦିନ ଜିଇଁ ରହିଥିବି??? " ପଛରୁ ଭାଉଜଙ୍କ ସ୍ନେହବୋଳା ହାତର ସ୍ପର୍ଶ ନିଜ କାନ୍ଧ ଉପରେ ଅନୁଭବ କରିପାରିଲେ ଅନିତାଦେବୀ, ଚମକି ପଡି କହିଲେ ... "ଭାଉଜ ତମେ କେତେ ବେଳୁଁ?? " ହଁ ମୁଁ... ପୁଅ ଠାରୁ କିଛି କିଛି ଶୁଣି ଅନୁମାନ କରି ପାରିଛି," ଭାଉଜ ପାଖରେ ସବୁ କିଛି ବଖାଣି ଦେଲେ ସେ..... 

ତାପରେ ସମସ୍ତଙ୍କ ଯୋଜନା ଅନୁଯାୟୀ ମାସେ ପର୍ଯ୍ୟନ୍ତ ନିଜ ପୁଅ ବୋହୁଙ୍କ ପାଖକୁ ଆଉ ଫେରିବେ ନାହିଁ ବୋଲି ନିଷ୍ପତ୍ତି ନେଲେ ସେ;

ସପ୍ତାହେ ବିତିଲା..... 

ବଡ଼ ପୁଅ ଡାକିବାକୁ ଆସିଲା..... ଯୋଜନା କ୍ରମେ ଦେହ ଖରାପର ନାଟକ କଲେ ଅନିତାଦେବୀ.., ମାମୁଁ ଘରର ସମସ୍ତଙ୍କୁ ପଚାରି ବୁଝିଲା ମାଆର କଣ ହେଇଚି.. "!! ସମସ୍ତେ ସୁନ୍ଦରଭାବେ ବୁଝାଇଦେଲେ... ଡାକ୍ତର କହିଛନ୍ତି ଚଲାବୁଲା ନ କରିବାକୁ, ସମ୍ପୂର୍ଣ୍ଣ ରେଷ୍ଟ ଦରକାର " ଅତ୍ୟଧିକ କାମର ଭାର ତାଙ୍କୁ ବିପଦରେ ପକାଇଛି, | ହେଲେ ସେ ଏବେ ଆଉ ଯାଇ ପାରିବେନି, ସେଠି ସେବା କିଏ କରିବ?? " ଏତକ ଶୁଣି ଟିକେ ବିବ୍ରତ ହେଲାପରି ଲାଗୁଥିଲା ବଡ଼ ପୁଅ, ଫେରିଲା ଘରକୁ...

ତା ପରଦିନ ସକାଳୁ ସକାଳୁ ଚା ପିଉଥାନ୍ତି ଅନିତା ଦେବୀ.... ଦୁଆର ମୁହଁରେ ଗାଡିଟିଏ ରହିବାର ଶବ୍ଦ ହେଲା.... ଦୁଆର ଖୋଲିଲା ଅଜୁ... ଆରେ ଏ କଣ...ଖୁସିରେ ଚିତ୍କାର କଲା ନାନୀ !!!!ନାନୀ !!! ଆସ ଦେଖିବ କିଏ ସବୁ ଆସିଛନ୍ତି !!" ଝରକା ଫାଙ୍କରୁ ନିଜ ପୁଅ ଆଉ ବୋହୁଙ୍କୁ ଦେଖି ଅନିତାଦେବୀ ସବୁ ବୁଝିଗଲେ | ପୁଣି ଖଟକୁ ଆସି ଶୋଇବାର ନାଟକ କଲେ ; କିଛି ସମୟ ପରେ ପାଖକୁ ଆସିଲେ ପୁଅ ବୋହୁ ନାତିମାନେ, ବୋହୁଙ୍କ କଣ୍ଠସ୍ୱର ବାରିପାରୁଥିଲେ ସେ ..." ମାଆ ତମେ ଶୀଘ୍ର ଭଲ ହୋଇଯାଅ... ଘର କୁ ଚାଲ... ତମର ସବୁ ଦାୟୀତ୍ୱ ଆମେ ନେବୁ, ତିନି ଜଣ ଯାକ ସମସ୍ତେ ଘରର ସବୁ ଦାୟୀତ୍ୱକୁ ଭାଗ କରିନେଇଛୁଁ, ତମ ଅନୁପସ୍ଥିତିରେ ଆମେ ନିଜ ନିଜମଧ୍ୟରେ ନିଜ ଦାୟୀତ୍ୱକୁ ବାଣ୍ଟି ନେଇଛୁ ; ଏବେ ତୁମେ କେବଳ ଆମ ସମସ୍ତଙ୍କୁ ନିର୍ଦେଶ ଦେବ....ହେଲେ ମାଆ ତୁମ ବିନା ସେ ଘର ଛାତ ଶୂନ୍ୟ ପରି ଲାଗୁଚି, ଆମେ ଅମର ଭୁଲ ବୁଝିପାରିଛୁ "

ଚାଲ ମାଆ...  

ଏତିକି ଶୁଣି ଶାଶୁ ମନେ ମନେ ହସୁଥାନ୍ତି, ନିଜ ଘରକୁ ଫେରିବାକୁ ମନସ୍ତ କଲେ..., କିଛି ସମୟ ପରେ ବିଛଣାରୁ ଉଠିଲେ.... ସମସ୍ତଙ୍କୁ ଦୁଇ ବାହୁରେ ସ୍ନେହବୋଳା ଆଲିଙ୍ଗନ କଲେ |

ସମସ୍ତଙ୍କ ଫେରିବାର ବନ୍ଦୋବସ୍ତ ହେଲା |

ଫେରିବା ବେଳେ ଆଉ ତିନି କଳିହୁଡ଼ି ବୋହୁ ନ ଥିଲେ... କେବଳ ତିନି ସ୍ନେହୀ ଝିଅ ପାଲଟିଗଲେ | 

ସଂସାରଭିତରେ ଘର କରିବା ଯେତିକି ସହଜ ଜଣାଯାଏ.. ସେତିକି ସହଜ ନୁହେଁ... ସମୟ ଆସିଲେ ପଥର ପାଲଟି ଯିବାକୁ ହୋଇଥାଏ |

ସୁଷମାମଞ୍ଜରୀ ମିଶ୍ର |

ଭୁବନେଶ୍ୱର ||


Rate this content
Log in