Gitanjali Pujapanda

Horror Classics

3  

Gitanjali Pujapanda

Horror Classics

କଣି କାୟ ନିର୍ମାଲ୍ୟ

କଣି କାୟ ନିର୍ମାଲ୍ୟ

4 mins
252



ଆଇ ଆଉ ଜେଜେ ମାଆଙ୍କର ମୁଣ୍ଡ କାହାଣୀ ର ଗୋଟେ ପୋଟଲୀ, ପରି କୋଉଠୁ ଏତେ କାହାଣୀ ସବୁ ରଖିଥାନ୍ତି କେଜାଣି ,,ରଶ୍ମି ଭାବେ ସବୁବେଳେ, ଖାଇଲା ବେଳେ ରଶ୍ମି ଗୋଟେ କାହାଣୀ ଶୁଣିବାକୁ ଜିଦି ଧରି ବସେ ।, ଜେଜେ ମା କୁ ତ ସେ ଦେଖିନି, ତା ଜନ୍ମ ର ପୂର୍ବ ରୁ ତାଙ୍କର ସ୍ୱର୍ଗବାସ ହୋଇଯାଇ ଥିଲା ।,ବୋଲି ତା ବୋଉ କହୁଥିଲେ, ବୋଉ କେବେ କେବେ କାହାଣୀ ଶୁଣାନ୍ତି ।ନହେଲେ, ତାକୁ ଖାଦ୍ୟ ରୁଚେନି , ସବୁବେଳେ ଜିଦ ଧରି ବସି ଗୋଟେ ନୂଆ କାହାଣୀ ର, ପିଲା ଦିନ ରୁ ଆଇ ଘରେ ଗେଲବସର, ତେଣୁ ଆଇ ଙ୍କ ଠାରୁ ଗୋଟେ କାହାଣୀ ଶୁଣେ ସବୁବେଳେ, ଆଇ ବିରକ୍ତ ହୁଅନ୍ତି, କୁହନ୍ତି ଆଲୋମାଆ ସବୁବେଳେ ନୂଆ ନୂଆ ଗପ କୋଉଠୁ ଆଣିବି, ରଶ୍ମି କୁହେ ନ ହେଲେ ମୁଁ ଖାଇବିନି, ଅଝଟ ରଶ୍ମି କୁ କିଏ ବା ବୁଝେଇ ବ।, ଆଇ ବେଳେ ବେଳେ କିଛି ନା ପାଇଲେ , ସେ ଶୁଣି ଥିବା ଆଉ ଅଙ୍ଗେ ନିଭେଇ ଥିବା କଥା ଗୁଡିକ ଗପ ଆକାରେ ଉପସ୍ଥାପନା କରି ଦିଅନ୍ତି,। ମନଟି ପୁରା ଖୁସ ରଶ୍ମିର, ଭାତ ଗୁଣ୍ଡା ଗୁଡିକ ପୁରା ଶୀଘ୍ର ଶୀଘ୍ର ଗଳି ଯାଇ ତା ପାଟି ରେ।, ଏମିତି ଗୋଟେ ଗପ ଦିନେ ଆଇ ତାର କହିଥିଲେ ଯେ, ତାର ଏବେ ବି ମନ ର କୋଉ କୋଣ ରେ ସାଇତା ହୋଇଅଛି।, ଇତି ମଧ୍ୟ ରେ ତାର ବିବାହ ସରି ଯାଇଛି, ସ୍ୱାମୀ ତାର ମୁମ୍ବାଇ ରେ ଏକ ସଫ୍ଟୱାରେ କମ୍ପାନୀ ରେ କାମ କରୁଛନ୍ତି, ।ଗୋଟେ ତିନି ଚାରି ବର୍ଷ ର ଝିଅ ଟିକୁ ନେ ଇ ସୁଖ ର ସଂସାର, ସେ ଯେମିତି ପିଲା ଦିନ ଗପ ଶୁଣିବାକୁ ଜିଦି ଧରୁଥିଲା ,ତା ଛୋଟ ଝିଅ ମିତାଲି ମଧ୍ୟ ଠିକ ପୁରା ସେହି ପରି,। ପୁରୀ ରୁ ସୁଦୂର ମୁମ୍ବାଇ କିଏ ବା ତା ଝିଅ କୁ ଆଉ ଗପ କହିବ ତା ନିଜ ଛଡା ଓଡ଼ିଆ ମାନଙ୍କର ଦେବତା ହେଲେ ମହାପ୍ରଭୂ ଜଗନ୍ନାଥ ତାଙ୍କର ମହାପ୍ରସାଦ ହେଲା,କୁ କେବଲ୍ୟ ଆଉ ନିର୍ମାଲ୍ୟ,କୁହନ୍ତି ମହାପ୍ରସାଦ ଶୁଖିଲା ରେ ନିର୍ମାଲ୍ୟ ହୁଏ । ସକାଳୁ ସବୁ ଭକ୍ତ ମାନେ ଆଗେ ପ୍ରଥମେ ନିର୍ମାଲ୍ୟ ସେବା ତାପରେ ଯାହା, ରଶ୍ମି ଯେହେତୁ ପୁରୀ ରେ ବଢିଥିଲା , ତା "ର ମଧ୍ୟ ସେ ଅଭ୍ୟାସ ଟି ଥାଏ, ।ସବୁ ଦିନ ସକାଳୁ ଉଠି ଫୁଲ ତୋଳି, ଠାକୁର ଘରେ ରଖି ଘର ର ବାସି କାମ ସବୁ ସାରି, ତୁଳସୀ ଚଉରା ରେ ପାଣି ଦେଇ ଆରାଧ୍ୟ ଦେବତା ଜଗନ୍ନାଥ ଙ୍କ ପୂଜା ସାରିବା ପରେ, କାଣିକାୟ ନିର୍ମାଲ୍ୟ ମୁହଁ ରେ ଦିଏ ,କଣିକାୟ ମାନେ ଅଳ୍ପ ପରିମାଣ ,,ନିର୍ମାଲ୍ୟ କୁ ସେବା କରାଯାଏ।ସେ ମଧ୍ୟ ସେବା କରେ ।ତା' ପରେ ଝିଅ କୁ ଖୁଆଇ ନିଜେ ଜଳଖିଆ ଖାଇବାକୁ ବସିପଡ଼େ, ମିତାଲି ର ଏସବୁ କୁ ଭାରି ନଜର ବେଳେବେଳେ ପଚାରେ ମାମା ତମେ କଣ ଖାଇଲ,?? କଣ ସେ ଗୁଡିକ ପିଲା ଟିର ଭାରି ପ୍ରଶ୍ନ , ଏ ପ୍ରଶ୍ନ ଦିନ ରଶ୍ମି ଥର  ତାଙ୍କ ଆଇଙ୍କୁ ପଚାରି ଥିଲେ , ଏ କଥା ରଶ୍ମି ର ମନେ ପଡିଗଲା।, ଆଇ ତାଙ୍କର ଗୋଟେ ସୁନ୍ଦର ଗଳ୍ପ ମଧ୍ୟମ ରେ ତାଙ୍କୁ ପିଲା ଦିନେ  ବୁଝେଇ ଦେଇଥିଲେ,। ସେ ଦିନ ଠାରୁ , ସେ ମଧ୍ୟ ନିର୍ମାଲ୍ୟ ସେବା କରିବା ଆରମ୍ଭ କରି ଦେଲେ , ।ଆଇ ତାଙ୍କର ଯେଉଁ ସତ କଥା ଟି ଗଳ୍ପ ଆକାରେ କହି ଥିଲେ, ସେ ଗଳ୍ପ ଟି ଅଜା  ଅଙ୍ଗେ ନିଭେଇ ଥିଲେ, ଏବଂ ସେଟା ପୁରା ସତ ଥିଲା ।

                    ମିତାଲି ଜଳଖିଆ ଖାଇ ବାକୁ ବସିଲା, କହିଲା ମାମା ଗପ ଆରମ୍ଭ କର, ଆରେ ମାଆ ଜଳ ଖିଆ ଖାଇଲା ବେଳେ ବି ଗପ , ହଉ ତୁ ସବୁବେଳେ ପଚାରୁଛୁ ନା ମାମା ତମେ ସକାଳୁ କଣ ଖାଉଚ? ଜଗନ୍ନାଥ କୁ ମୁଣ୍ଡିଆ ମାରିକି ତାକୁ ଖାଇଲେ କଣ ହେବ?? ଶୁଣ ସେ ବିଷୟରେ ଗୋଟେ କଥା ,,ହଁ ଶୀଘ୍ର କୁହ ଆରେ କହୁଛି , ଗୋଟେ ଗାଁ ଥିଲା ମାଳତୀ ପୁରୁ ତା ଆଗକୁ ଆଳପୁରୁ,  ସେତେବେଳେ ଆଲୋକ ର ବ୍ୟବସ୍ଥା ନଥିଲା,। ଦୀପ ଆଲୋକ ରେ ଚାରି ଆଡ଼ ଆଲୋକିତ ହେଉଥିଲା। ତେଣୁ ଭୂତ ପ୍ରେତର ଭୟ ଥିଲା। ସନ୍ଧ୍ୟା ଛଅଟା ବାଜିଗଲେ ତାଟି କବାଟ ପଡି ଯାଉଥିଲା।ଅଜା ମୋର ମାନେ ତୋ ଜେଜେଅଜା ଙ୍କର ଚାଷଜମି ସେ ଜଗାରେ ଥିଲା ।ତେଣୁ ସେ ବେଳେବେଳେ ସେ ଜମି ଦେଖା ଶୁଣା କରିବାକୁ ଯାଉଥିଲେ।,ଗଲା ବେଳେ ସାଙ୍ଗରେ ଜଗନ୍ନାଥ ଙ୍କର କିଛିଫୁଲ, ଚନ୍ଦନ ଆଉ ନିର୍ମାଲ୍ୟ ନେଇ କି ଯାଉଥିଲେ।, କାରଣ ରାସ୍ତା ରେ କିଏ କାଳେ କେଉଁ ରୂପରେ ମାଗି ଦେବ।, କାରଣ ଅନ୍ଧାର ଥିବା ଯୋଗୁଁ,, ଆଇ କହୁଥିଲା ବହୁତ ଦେବା ଦେବି ନିର୍ମାଲ୍ୟ ଯାହା ପାଖରେ ଥିବ, ତାକୁ ମାଗନ୍ତି,ଆଉ ଜଗନ୍ନାଥ ଙ୍କର ଭୋଗ ତ, ତାକୁ ପାଖ ରେ ରଖିଲେ ଡର ମାଡ଼େନି।ତେଣୁ ଜେଜେଅଜା ତୋର ଯୁଆଡେ ଯାଆନ୍ତି ସେତେବେଳେ, ସେଗୁଡିକ ପାଖରେ ରଖନ୍ତି,।ସେ ଦିନ ମଧ୍ୟ ତାଙ୍କର ଯିବା ଦରକାର ପଡିଲା ,ଗାଁକୁ ସେ ସକାଳୁ ଚୁଡା ଗଣ୍ଡା ଏ ଖାଇ ଦେଇ, ତାଙ୍କ ଜମି ରୁ ଧାନ ଆଣିବାକୁ ସାଇକେଲ ରେ ବାହାରି ଗଲେ ,। ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହେଇ ଯାଇଥାଏ ,। ସେତେ ବେଳେ ତ ମୋବଇଲ ନଥିଲା, କି ଟିଭି ନଥିଲା ,,ସବୁଠାରୁ ବଡ଼ କଥା ହେଲା ଲାଇଟ ବି ନଥିଲା ,,ମିତାଲି କହିଲା ମାମା ସେତେବେଳେ ତା ଲାଇଟ ନ ଥିଲା, ଜେଜେ ଅଜା କେମିତି ଗଲେ,ଆରେ କହୁଛି ଶୁଣେ ସେତେବେଳେ ପୂଣ୍ଣିମା ପକ୍ଷ ଥିଲା ଚନ୍ଦ୍ର ଆଲୋକ ରେ ସବୁ ଭଲ ଦିଶୁଥିଲା, ତାପରେ କଣ ହେଲା ମାମା??ରହ କହୁଛି ରଶ୍ମି କହିଲେ, ଗାଁ ଯିବ ବାଟ ରେ ମସାଣି ପଡେ। ତା 'ପରେ ଗୋଟେ ପୋଖରୀ, ଆଉ ମସାଣି ସେ ବାଟ ଦେଇଗଲା ବେଳେ ଟିକେ ଡର ମାଡ଼େ ସମସ୍ତେଙ୍କୁ , କିନ୍ତୁ ଅଜା ଙ୍କର ପାଖ ରେ ,ଯେ ହେତୁ ଶ୍ରୀଜଗନ୍ନାଥଙ୍କର ନିର୍ମାଲ୍ୟ ଥିଲା। ତେଣୁ ତାଙ୍କୁ କିଛି ଭୟ ଲାଗୁନଥିଲା। ସେତେବେଳ କୁ ଗୋଟେ ଭୟ ଙ୍କ ର କଣ ଗୋଟେ ତାଙ୍କୁ ଦେଖାଗଲା, ।ଏମିତି ଗୋଟେ ଜୀବ ଯାହାର ପାଦ ଗୁଡିକ ତାଳ ଗଛ ରେ ଥିଲା, ମୁଣ୍ଡ ଟି ପୋଖରୀ ପାଣି ରେ ଆଉ ହାତ ଗୁଡିକ ଅଜା ଙ୍କର ଆଡ଼କୁ ଲମ୍ବି ଆସିଥିଲା,। କଣ ମାଗୁଥିଲା, ସେଅଜା ଜାଣି ପାରିଲେ,ତେଣୁ ତାଙ୍କ, ମୁଣି ରୁ କିଛି ଫୁଲ ଆଉ କଣିକାୟା ନିର୍ମାଲ୍ୟ ତା' ହାତ କୁ ବଢ଼େଇ ଦେଲେ। ହାତ ଟି ପ୍ରାୟ ଏ ଗାର ମିଟର ଲମ୍ବା ହବ, ହାତ କୁ ଏସବୁ ଦଉ ଦଉ ଜୀବ ଟି ଅନ୍ତରଧ୍ୟାନ ହୋଇଗଲା,। ତା'ପରେ ଜେଜେ ଅଜା ଗାଁ କୁ ଗଲେ, ସେଠାରେ ସମସ୍ତେ କୁ କହିଲେ ଏ କଥା, ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ, ।ଆଉ କହିଲେ ମାଲିକେ, ସେଟା ବ୍ରହ୍ମ ରାକ୍ଷସ ସେ ବହୁତ ଦିନ ହେବ ପାଲା କରୁଥିଲା କାହାକୁ ଗାଁ ରେ ରଖେଇ ବସେଇ ଦେଉ ନ ଥିଲା। କହିଲା ବେଳ କୁ ସମସ୍ତେ କୁ ଡର ମାଡୁ ଥାଏ ।ଅଜା ସେଠି ପ୍ରାୟ ଚାରି ଦିନ ରହିଲେ,,ଗାଁ ଲୋକ କହିଲେ ମାଲିକେ ସେ ବ୍ରହ୍ମ ରାକ୍ଷସ ର ବୋଧେ ମୁକ୍ତି ହେଇଗଲା।, ଆଉ ଡର ଭୟ କିଛି ବି ଲାଗୁନି।ଭଲ କଲେ ,,ଆପଣ ଆସିକି ଆମକୁ ତା କବଳ ରୁ ରକ୍ଷା କଲେ ।ଜେଜେଅଜା କହିଲେ ,,ମୁଁ କିଏ ରକ୍ଷା କରିବାକୁ ଜଗନ୍ନାଥ ଙ୍କର ନିର୍ମାଲ୍ୟ ହିଁ ତୁମ ମାନଙ୍କୁ,ତା କବଳ ରୁ ରକ୍ଷା କରିଛି ,,ତେଣୁ ତାଙ୍କର ଜୟଗାନ କର,,ତା'ପରେ ଜୟ ଜଗନ୍ନାଥ ରେ ଗାଁ ର ଗଗନ ପବନ କମ୍ପି ଗଲା, ।କଣିକାୟ ନିର୍ମାଲ୍ୟ ର ମାହାତ୍ମ୍ୟ ବହୁତୁ, ରଶ୍ମି କହିଲେ ମିତାଲି କୁ ତୁ ବୁଝି ପାରିବୁନି ଛୋଟ ପିଲା ତୁ, ଏଇ କଣି କାୟ ନିର୍ମାଲ୍ୟ ପାଇଲେ ମଣିଷ ଭୂତ, ପ୍ରେତ ଯିଏ ବି ହଉ ନା କାହିଁକି??? ତାର ମୋକ୍ଷ ପ୍ରାପ୍ତି ହୁଏ, ସେଥିପାଇଁ, ସବୁ ଜଗନ୍ନାଥ ପ୍ରେମୀ ଏହି ନିର୍ମାଲ୍ୟ କୁ ସେବା କରନ୍ତି ,। ମିତାଲି ର ଜଳଖିଆ ଖାଇସାରିଥାଏ।ସେ କହିଲା ମାମା ଏବେ ତ ଲାଇଟ ଅଛି ଆଉ ଡର ମାଡିବନି ମତେ ,, ରଶ୍ମି ଟିକେ ହସି ଲେ ,,ଆଉ ଭାବିଲେ ତାଙ୍କ କୁନି ଝିଅ ଟିକୁ ଏ କଥା କହି ଡରେଇ ଦେଲେକି,?? ହେଲେ ମିତାଲି କହିଲା ମାମା ମୁଁ ଗୋଟେ ବ୍ରେଭ ଗାର୍ଲ ମତେ ଡର ମାଡିବନି, ଆଉ ଡର ମାଡିଲେ ମୁଁ ନିର୍ମାଲ୍ୟ ଧରି ନେବି ଆଉ ଜଗନ୍ନାଥ ଙ୍କର ଭଜନ ଗାଇବି, ଏତେ ଛୋଟ ବେଳୁ ମିତାଲି ର ଜଗନ୍ନାଥ ପ୍ରେମ ପ୍ରକୃତରେ ,ରଶ୍ମି କେବେ ବି ଭାବି ନ ଥିଲେ ତାଙ୍କ ଝିଅ ମନରେ ଆସିବ,ବୋଲି ମା ଝିଅ ଏକାଠି ଗୋଟେ ସ୍ୱରରେ କହିଲେ ଜୟ ଜଗନ୍ନାଥ ।


Rate this content
Log in

Similar oriya story from Horror